ଅସ୍ତିତ୍ବ

Date//: 13.05. 2021

ଶୁନଶାନ ରାତିର ଅନ୍ଧକାରର ଘେରରେ
ଖୋଜିବୁଲେ ମୁଁ ମୋର ଅସ୍ଥିତ୍ୱ;
ବାଟବଣା ପଥିକ ପରି ହୁଏ ମୁଁ ଘାରି
କେଉଁଠି ଅଛି ମୋର ମହତ୍ୱ ?

ଝିଅ ଜନମ ଯଦି ପର ଘରକୁ
କେଉଁଠି ଅଛି ମୋର ନିଜର ଘର;
ମୋତେ ବି ଇଚ୍ଛା ହୁଏ ଗାଇବା ପାଇଁ
ଛୋଟ ମୋର ଗାଁ ଟି ର ସେଇ ପଦ,
ଚିତା ବି ମୋର ଜଳିବା ପାଇଁ ଚାହେଁ, ସେଇ ଛୋଟ ଗାଁରେ ||

ମୁଁ ଯଦି ମୋ ବାପାଙ୍କ ନୁହେଁ ତ, ମୁଁ ଆଉ କାହାର ?
କେଉଁଠି ଅଛି ମୋର ଅସ୍ତିତ୍ଵ?
ସବୁକିଛି କରି ପାରେ ମୁଁ,
ଘରର ସବୁ କାମଠୁ ନେଇ ବାହାର ଦୁନିଆଁରେ ଥିବା ନାରୀର କର୍ତ୍ତବ୍ୟ;
ତେବେ କାହିଁକି କିଛି ହୁଏନି ମୋ ନିଜସ୍ଵ ?

ଶାଶୁ ଘରେ ଯଦି ସମସ୍ତ ଦାୟିତ୍ୱ ତୁଲାଇବା ମୋର କର୍ତବ୍ୟ
କାହିଁକି ମୋତେ ଶାଶୁଘର ଲୋକେ ଭାବନ୍ତିନି କେବେ ନିଜର |
ନିଜସ୍ଵ ବୋଲି ମୋର କେବେ କିଛି ନାହିଁ
କିନ୍ତୁ ଘରର ସବୁ ଦାୟିତ୍ଵ ମୋର |
ଯଦି ଘରର ଭୂଷଣ ଆତ୍ମସମ୍ମାନ ପାଇଁ ମୁ ହିଁ ଏକ କାରଣ;
ଘର ଜମିପଟା କାହିଁକି କେବେ ହୋଇ ପାରେନି ମୋର?

ଶୂନ୍ୟ ଆକାଶର ମୁକ୍ତ ପକ୍ଷୀ ଟିଏ ପରି
କେବେ କେବେ ଇଚ୍ଛା ହୁଏ ଉଡ଼ି ଯିବାକୁ ବହୁତ ଦୂର;
କେତେ ଆଶା, କେତେ ସପନ ଧରି ବାହାରି ଯାଏ
ଅନେକ ଜିଜ୍ଞାସା ନେଇ, ଡେଣାରେ ଜୀବନ ଦେବା ପାଇଁ..
ସ୍ବପ୍ନକୁ ସାକାର କରି ନିଜ ପାଇଁ ବଂଚିବାକୁ ଚାହେଁ
ମୁକ୍ତ ଆକାଶର ଅଦମ୍ୟ ବିହଙ୍ଗ ପରି ||

ନଦୀ ମିଶିଯାଏ ସାଗର ଗର୍ଭରେ ବୋଲି
ମୁଁ ବି କଣ ଭାସିଯିବି ସମାଜର କରାଳ ସ୍ରୋତରେ
ହୋଇଯିବି ଲୀନ, ହରେଇ ମୋ ଆକାଂକ୍ଷୀତ ବାଂଛିତ ସ୍ବପ୍ନ ||
ତେବେ କଣ ଲୀନ ହୋଇ ଯିବ ମୋ ସମ୍ପୂର୍ଣ ଅସ୍ତିତ୍ଵ ?

ଶୁନଶାନ୍ ରାତିର ଅନ୍ଧକାର ଘେରରେ
ଖୋଜି ବୁଲେ, ମୁ ମୋର ଅସ୍ତିତ୍ଵକୁ |
କିଏ, କାହିଁକି, କଣ ପାଇଁ ମୁ ;
କେଉଁଠି ଅଛି ମୋର ମହତ୍ୱ ଓ ଅସ୍ତିତ୍ଵ?

  • ବାପ୍ତୀସ୍ମିତା ଛତ୍ରିଆ

Please follow and like us:
fb-share-icon0

1 thought on “ଅସ୍ତିତ୍ବ

  1. ବହୁତ ସୁନ୍ଦର କବିତା. ନାରୀ ଜୀବନ ର ବ୍ୟଥା ବେଦନାକୁ ପ୍ରାଞ୍ଜଳ ଭାବେ ବ୍ୟାଖ୍ୟା କରା ଯାଇଛି. ଅଭିନନ୍ଦନ ଭଉଣୀ

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.