ଏକତା ହିଁ ଆମ ହତିଆର

ଏକତା ହିଁ ଆମ ହତିଆର ଜାଗି ଉଠହେ ଆଦିବାସୀ
ଜାଗି ଉଠହେ ମୂଳନିବାସୀ ।
ପ୍ରତି ହୃଦୟରେ ଜାଗି ଉଠୁ କ୍ରାନ୍ତିର ସ୍ୱର ।।
ନିଜ ନିଜ ମଧ୍ୟେ କରି ବାଦବିବାଦ
ଆଉ କିଛି ଲାଭ ନାହିଁ ।
ଜଗି ଉଠ ତନ୍ଦ୍ରା ତେଜି
ଏକତା ହିଁ ଆମ ହତିଆର ।।

ଭୁଲି ଯାଆନା
ତୁ ଏ ମାଟିର ମଣିଷ ।
ଏ ଡଙ୍ଗର, ଝରନ, ଖମନ,
ଏ ମାଟି ତୋ ଈଶ୍ୱର ।।
ଏ ପାହାଡ଼ ତୋ ଦେ ଦେବତା
ପିତର ଡୁମା,
ଏ ପ୍ରକୃତି ଯୋଗାଏ
ଦୁଇ ମୁଠା ଆହାର ।।

ହେଲେ ଛଡେଇ ନେବାକୁ ବସିଛନ୍ତି
ତୋ ଜଙ୍ଗଲ ଜମି ଝରଣା ।
ବିକାଶ ର ଦ୍ୱାହି ଦେଇ ତୋ ସହ
କରୁଛନ୍ତି ପ୍ରତାରଣା ।।
ଲୁଟି ନେଇ ତୋ ସର୍ବସ୍ୱ
ଭରୁଛନ୍ତି ତାଙ୍କରି ଅମାର ।।
ଜାଗି ଉଠ ତନ୍ଦ୍ରା ତେଜି
ଏକତା ହିଁ ଆମ ହତିଆର ।।

ବିକାଶ ବେଦୀରେ ବଳି ପଡିଛି
ତୋ ଜୀବନ ଜୀବିକା ।
ତୋ ନିଜ ଭିଟାମାଟିରେ
ହୋଇଯିବୁ ପରଦେଶୀ
ଏ ମାଟିର ସନ୍ତାନ ହୋଇ
ଖାଇବୁ ତୁ ଧକକା ।।
ହଜିଯିବ ତୋ ଅସ୍ମିତା
ଲିଭିଯିବ ପରିଚୟ ତୋର ।।
ଜାଗି ଉଠ ତନ୍ଦ୍ରା ତେଜି
ଏକତା ହିଁ ଆମ ହତିଆର ।।

ଆଜି ପୁଂଜିବାଦର ଜାଲରେ
ତୁ ହେଇଛୁ ଛନ୍ଦି ।
ସବୁଥାଇ ଆଜି ତୁ ସର୍ବାହରା ।।
ଏବେ ବି ସମୟ ଅଛି
ହୁଅ ଜାଗ୍ରତ,
ନିଜେ ହୁଅ ନିଜ ତ୍ରଣକାର୍ତ୍ତା
ତୋ ପାଇଁ କେହି ହେବେନି ସାହାରା ।।
ନିଜ ଦୀପ ଆଜି ନିଜେ ତୁ ଜଳା
ନିଜେ ହୁଅ ନିଜ ଉଳଗୁଲାନର
ସୂତ୍ରଧାର ।।
ଜାଗି ଉଠ ତନ୍ଦ୍ରା ତେଜି
ଏକତା ହିଁ ଆମ ହତିଆର ।।

ତୁ ଏତିକି ମନେ ରଖ
ବିପ୍ଳବ ବିନା ନାହିଁ ଆନ ପନ୍ଥା ।
ନଚେତ ଦିନ ଆସିବ
ହରାଇବୁ ତୁ ନିଜ ଭିଟାମାଟି ।
ନିଜ ଅସ୍ତିତ୍ୱ ପାଇଁ ଉଠା ତୁ ସ୍ୱର
ପ୍ରତି ବଦଳେ ଛାତି ପଛେ ଯାଉ ଫାଟି ।।
ବିକାଶ ରାକ୍ଷସ କରେ ଆଜି ଗ୍ରାସ
ଧ୍ୱଂସାଭିମୁଖୀ ସବୁଜ ପ୍ରକୃତି ।
ହଜିଯିବ ଚିରସବୁଜିମା
ପ୍ରତିବାଦ ପାଇଁ ଦେଖା ତୋ ଶକତି ।।
ଜ୍ଞାକ୍ତିଗତ ସ୍ୱାର୍ଥକୁ ଦେ ଜଳାଞ୍ଜଳି
ମାନପ୍ରାଣ କରି ସମର୍ପଣ ହୁଅ ଅଗ୍ରସର ।।
ଜାଗି ଉଠ ତନ୍ଦ୍ରା ତେଜି
ଏକତା ହିଁ ଆମ ହତିଆର ।।

ଆଜି ଯଦି ମୁହଁ ମୋଡି
ରହିବୁ ତୁ ଶୋଇ ।
ହାତର ଗୁଡ଼ କୁହୁଣୀକୁ ଯିବ ବୋହି ।।
ତୋ ପରପିଢି ହରାଇବେ ପରିଚୟ
ପିନ୍ଧିବେ ଦାସତ୍ୱର ଶୃଙ୍ଖଳ ।।
ଜାଗି ଉଠ ତନ୍ଦ୍ରା ତେଜି
ଏକତା ହିଁ ଆମ ହତିଆର ।।

*କବି-ଅଶ୍ବିନି କୁମାର, ashwinikumar0205@gmail.com

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.