କହେ ଭୀମ ଭୋଇ ମନରେ ମୋ ଆଇ

ଜୀବ ନ ଦେଇ ମୁଁ ଜୀବନ ପାଇଛି,ବୁଝନ୍ତି ନା ଛାର ଜନ ।
ଜ୍ଞାନେ ଅପମାନେ ସହିବି କେମନ୍ତ,ହାରି ଆତ୍ମ ସନମାନ ।
ନର ନିରେ ଭେଦ , ଜଳେ ଦୁହି ନେତ୍ର ,କି ଜନ୍ମେ ଜନ୍ମିଛୁ ତୁହି ।
ଅବତାର ହୋଇ, ଦୁଷ୍ଟ ମଣୁ ମତେ, ବୁଝି ଯେ ପାରଇ ମୁହିଁ ।
କହେ ଭୀମ ଭୋଇ, ଭଣ୍ଡ ତୋ ପୂରଣ, କି ଭିନ୍ନ କରିଛୁ ଖେତ ।
ସ୍ତୁତିଚିନ୍ତାମଣି ସକଳେ ଚିନ୍ତଇ,ଯହିଁ ରୁ ପୁରୁଷ ତହିଁରୁ ତ ସ୍ତିରି ଜାତ ।

ବ୍ରହ୍ମ ତୁ ବୋବାଉ,ବୋଲାଉ ଶ୍ରୀହରି, କରମରେ ଅତ୍ୟାଚାରୀ ।
ଜାତି ଜନମିଲୁ ,ବର୍ନେ ତୁ ଭେଦୀଲୁ, ରଚିଲୁ ମନୁ-ସୁମୂର୍ତି ।
ପଇତା କାନ୍ଧେଇ ଶର୍ବନାଶ କଲୁ, ଶିକ୍ଷା ସୁବିଧା ମୋ ଖାଇ ।
ନ୍ୟାୟ ପତି ହୋଇ, ରାଜନୀତି କଲୁ, ନାଲି କମଲା ଦୁଇ ଭାଇ ।
କନ୍ଧ ଭୀମ ମୁହିଁ , ଅନ୍ଧ ନୁହେଁ କ୍ଷ୍ୟଣୀ, ସବୁ ଯେ ପାରଈ ଦେଖି ।
ଅନାତ୍ମା ଦର୍ଶନେ, ମଣେ ମୁଁ ଗୀତ, ତୋ ଦାଣ୍ଡ ଦୁଆର ଯାଇ ।

ମନ ଭ୍ରମଣେ ସଧର୍ମ ସକାଶେ ସତ୍ୟ ଧର୍ମେ ବ୍ୟାପିବ ।
ପ୍ରୟୋଜନ ନାହିଁ ଜୀବ ଜୀବନେ, ତୋହର ଦିନ ସରିବ ।
କହେ ଭୀମ ଭୋଇ, ଶୂନ୍ୟରେ ଜନମି, ନିର୍ବେଦେ ଦିଅ ଧୀୟାନ ।
ଛାଡ ଅଭିମାନ କପଟୀ ବ୍ରାହ୍ମଣ ଅଲେଖେ ଯାଅ ଶରଣ ।
କମ୍ପିବ ଶବଦ, ମିଛ ହେବ ବେଦ, ଶ୍ରୀକ୍ଷେତ୍ର ଭୁଶୁଡି ଯିବ ।
ବୁଦ୍ଧ ନାମେ ସର୍ବେ ଏକାଠି ହୋଇବେ, ଜୟଭୀମ ହେବ ସ୍ଥାପିତ ।

  • କବି ସୁଭ୍ରାଂଶୁ ହରପାଲ୍ ନିର୍ବେଦ ଓଡିଶା ସମ୍ପାଦକ ମଣ୍ଡଳୀର ଜଣେ ସଦସ୍ୟ।

Leave a Reply

Your email address will not be published. Required fields are marked *