ନିର୍ବେଦ ବୁଦ୍ଧ

ଭାରତରେ ଅନେକ ଜାତି , ପନ୍ଥ, ମତ ଓ ଧର୍ମର ଲୋକ ବୁଦ୍ଧଙ୍କ ସମୟରେ ଏବଂ ବୁଦ୍ଧଙ୍କ ପରେ ମଧ୍ୟ ବସବାସ କରିଆସୁଛନ୍ତି। ବାବାସାହେବ ଅମ୍ବେଦକରଙ୍କ କହିବା ଅନୁସାରେ ବୁଦ୍ଧଙ୍କ ସମୟରେ ୬୪ ପ୍ରକାରର ମତ ଥିଲା । ସେମାନଙ୍କ ମଧ୍ୟରୁ ବୈଦିକ ମତ ଅନ୍ୟତମ । ବୈଦିକ ମତରେ ଜାତି ପ୍ରଥା, କର୍ମକାଣ୍ଡ, ବଳିପ୍ରଥା, ଆଦି କୁସଂସ୍କାର ବିରୋଧରେ ବୁଦ୍ଧ ପ୍ରଥମେ ସ୍ବର ଉତ୍ତୋଳନ କରିଥିଲେ ।

ବୈଦିକ ସଂସ୍କୃତିରେ ବଳି ପ୍ରଥା ଏକ ମହାନ କାର୍ଯ୍ୟ ରୁପେ ପ୍ରତିଷ୍ଠିତ ହୋଇଥିଲା । ଏହି ବଳିପୁଜା ଦ୍ବାରା ଈଶ୍ୱରଙ୍କୁ ଶକ୍ତି ମିଳେ ଏବଂ ବଳିଦାତା ଈଶ୍ବରଙ୍କ ଆଶୀର୍ବାଦ ପ୍ରାପ୍ତକରି ଯଶ ଅର୍ଜନ କରନ୍ତି, ବୋଲି ବିସ୍ବାସ୍ ଥିଲା । ଏହି ବଳିପ୍ରଥା, ଜାତି ପ୍ରଥା ବିରୋଧରେ ବୁଦ୍ଧ ମୈତ୍ରୀର ଶିକ୍ଷା ଦେଲେ । କରୁଣାର ମାର୍ଗ ଦ୍ବାରା ପ୍ରାଣୀମାନଙ୍କ ମଙ୍ଗଳର ରାସ୍ତା ଦେଖାଇଲେ । ବଳିପ୍ରଥା ସହ ବୁଦ୍ଧ ଜାତିବ୍ୟବସ୍ଥା ଓ କର୍ମକାଣ୍ଡ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ।

ଋଗ୍ ବେଦର ଦଶମ ମଣ୍ଡଳ, ପୁରୁଷସୁକ୍ତ ଅନୁସାରେ ମାନବ କଲ୍ୟାଣ ନିମନ୍ତେ ଭଗବାନ ଚାରି ବର୍ଣର ନିର୍ମାଣ କରିଥିଲେ ଯାହା ବ୍ରାହ୍ମଣ, କ୍ଷତ୍ରୀୟ, ବୈଶ୍ୟ ଏବଂ ଶୁଦ୍ର ନାମରେ ନାମିତ। ଏମାନଙ୍କ କାର୍ଯ୍ୟ ମଧ୍ୟ ଜନ୍ମ ଗ୍ରହଣ କରିବା ଅନୁଯାୟୀ କରାଯାଇଛି, ଯେପରି ବ୍ରାହ୍ମଣର କାର୍ଯ୍ୟ ପଢିବା, ପଢେଇବା , ହୋମ କରିବା ଓ ଦାନ ନେବା । କ୍ଷତ୍ରୀୟର କାର୍ଯ୍ୟ ରାଜ୍ କାର୍ଯ୍ୟ କରିବା ଏବଂ ବ୍ରାହ୍ମଣ ର ସେବା କରିବା ସହିତ ହୋମ କରାଇବା, ଦାନ ଦେବା । ବୈଶ୍ୟର ବ୍ୟବସାୟ ଏବଂ କୃଷି କାର୍ଯ୍ୟ ସହିତ ବ୍ରାହ୍ମଣ ଓ କ୍ଷତ୍ରୀୟର ସେବା କରିବା । ପରିଶେଷରେ ଶୁଦ୍ରର କାର୍ଯ୍ୟ ଉପରୋକ୍ତ ତିନି ବର୍ଣର ସେବା ବ୍ୟତୀତ ଅନ୍ୟ କିଛି ନୁହେଁ । ଶୁଦ୍ର ଓ ନାରୀ ମାନଙ୍କୁ ଅସ୍ତ୍ର, ଶିକ୍ଷା ଓ ସମ୍ପତ୍ତି ରଖିବାର ଅଧିକାର ଦିଆଗଲା ନାହିଁ ।

ଶୁଦ୍ରମାନଙ୍କୁ ବେଦ ଶୁଣିଲେ କାନରେ ଗରମ ଶିସା (କାଚ) ଢାଳି ଦେଉଥିଲେ । ବେଦ ଉଚ୍ଚାରଣ କଲେ ଜିଭ କାଟି ଦେଉଥିଲେ । ଯେତେବେଳେ ଏହିପରି ଶୁଦ୍ର ମାନଙ୍କୁ ଅଧିକାର ବଞ୍ଚିତ କରି ତାଙ୍କର ଶୋଷଣ କରୁଥିଲେ ସେତେବେଳେ ବୁଦ୍ଧ ତାଙ୍କୁ ସଂଘରେ ସ୍ଥାନ ଦେଇ ସମାନତାର ମଂଜି ବୁଣିଥିଲେ । ବୁଦ୍ଧ ଈଶ୍ବରର ଅସ୍ତିତ୍ବ ଏବଂ ବେଦକୁ ଅସ୍ବିକାର କରିଥିଲେ । ବାଲ୍ମିକି ରାମାୟଣର ଅଯୋଧ୍ୟାକାଣ୍ଡର ୧୦୯ ସ୍ବର୍ଗର ୩୪ ଶ୍ଳୋକ ରେ ବାଲ୍ମୀକି ଉଲ୍ଲେଖ କରିଛନ୍ତି:- “ବୁଦ୍ଧ ବେଦ ବିରୋଧୀ ଏବଂ ନାସ୍ତିକ ଅଟନ୍ତି ,ଏମାନଙ୍କୁ ଚୋରଙ୍କ ପରି ଦଣ୍ଡ ଦେବା ଉଚିତ ।” ବାଲ୍ମୀକିଙ୍କ ଏହି ତଥ୍ୟରୁ ଲାଗେ ଯେ, ରାମାୟଣର ପରିକଳ୍ପନା ବୁଦ୍ଧ ଙ୍କ ପରବର୍ତ୍ତୀ ସମୟରେ ହୋଇଛି । ଯାହା ବାବାସାହେବ ଅମ୍ବେଦକରନଙ୍କ “ପ୍ରାଚୀନ ଭାରତରେ କ୍ରାନ୍ତି ଓ ପ୍ରତିକ୍ରାନ୍ତି” ପୁସ୍ତକରେ ମଧ୍ୟ ଉଲ୍ଲେଖିତ ହୋଇଛି । ଅନ୍ୟପଟେ ବୁଦ୍ଧଙ୍କୁ ବିଷ୍ନୁଙ୍କ ନବମ ଅବତାର ବୋଲି ମଧ୍ୟ କୁହାଯାଏ । ଏବେ ପ୍ରଶ୍ନ ଉଠେ ନାସ୍ତିକ ଏବଂ ବେଦ ବିରୋଧୀ ବ୍ୟକ୍ତି ଭଗବାନ ବିଷ୍ନୁଙ୍କ ନବମ ଅବତାର କିପରି ହେଲା ?

ଯେପରି ଆମେ ଆଗରୁ ଜାଣିଲୁ ଯେ ଧର୍ମଶାସ୍ତ୍ର ଅନୁସାରେ ସ୍ତ୍ରୀକୁ ଶିକ୍ଷା ଓ ସମ୍ପତ୍ତିର ଅଧିକାର ନାହିଁ, ସେହିପରି ଉପନୟନ ସଂସ୍କାରର ମଧ୍ୟ ଅଧିକାର ନଥିଲା । ଏକଥା ମଧ୍ୟ ସତ୍ୟ ଯେ ଶୁଦ୍ରମାନଙ୍କୁ ମଧ୍ୟ ଉପନୟନ ସଂସ୍କାରର ଅଧିକାର ନଥିଲା । ବୁଦ୍ଧ ଏହି ଶୁଦ୍ର ଓ ନାରୀ ସମାଜକୁ ସଂଘରେ ପ୍ରବେସ ଦେଇଥିଲେ । ପ୍ରଥମେ ବୁଦ୍ଧ ମହାପ୍ରଜାପତି ଗୋତମୀ ସହ ୫୦୦ ଶାକ୍ୟ ମହିଳାମାନଙ୍କୁ ଦୀକ୍ଷା ଦେଇ ନାରୀ ସମାଜର ସମ୍ମାନ କରିଥିଲେ । ବୈଶାଳୀର ନଗରବଧୁ ଆମ୍ରପାଲିକୁ ଦୀକ୍ଷା, ଚଣ୍ଡାଳ ସମ୍ପ୍ରଦାୟରେ ଜନ୍ମ ନେଇଥିବା ଝିଅ ପ୍ରକୃତି, ଆଦି ଅନେକଙ୍କୁ ଦୀକ୍ଷାଦେଇ ସଂଘରେ ପ୍ରବେଶ ଦେଇଥିଲେ ।

ବେଦକୁ ଈଶ୍ବର ଦ୍ଵାରା ରଚିତ ଏବଂ ଏହା ଅପୌରଷୀୟ ବୋଲି ସନାତନ ଧର୍ମୀ ବିଶ୍ୱାସ କରନ୍ତି ଏବଂ ଏହା ଉପରେ ପ୍ରଶ୍ନବାଚି ଶୃଷ୍ଟି କରିବା ଅନୁଚିତ ବୋଲି ଯୁକ୍ତି ବାଢନ୍ତି । ଏହାର ବିପରୀତ ବୁଦ୍ଧ କାଲାମସୁତ୍ତରେ ଏହା ଉପଦେଶ କରନ୍ତି– “କୌଣସି ତଥ୍ୟକୁ ଏଥିପାଇଁ ଗ୍ରହଣ କରନାହିଁ ଯେ ଏହା କୌଣସି ଧାର୍ମିକ ଗ୍ରନ୍ଥରେ ଲେଖା ଯାଇଛି, କୌଣସି ମହାନ ବ୍ୟକ୍ତି କହିଛନ୍ତି , ଅନେକ ସମୟରୂ ଚାଲି ଆସୁଛି । ଯେତେବେଳ ଯାଏଁ ଉକ୍ତ ତଥ୍ୟଟି ପ୍ରାଣୀମାତ୍ରକେ ପାଇଁ କଲ୍ୟାଣ କାରି ବୋଲି ତୁମେ ନିଜର ଜ୍ଞାନ ଦ୍ବାରା ନ ଜାଣିଛ ।” ପ୍ରଥମତଃ, ଏହା ସତ୍ୟ ଯେ ବେଦର ଉତ୍ପତ୍ତିର କୌଣସି ଏକ ସଠିକ ବିବରଣୀ ନାହିଁ । ବେଦର ଉତ୍ପତ୍ତି ର ୧୧ଗୋଟି ସିଦ୍ଧାନ୍ତ ଅଛି ଏବଂ ଏହା ଗୋଟିଏ ଅନ୍ୟଠାରୁ ବିଲକୁଲ ଅଲଗା ।

ମୋ ମତରେ ବୁଦ୍ଧଙ୍କୁ ବିଷ୍ନୁଙ୍କ ନବମ ଅବତାର ବୋଲି ଆଦି ଶଙ୍କରାଚାର୍ଯ୍ୟଙ୍କ ସମୟରେ ପ୍ରଚାର କରାଯାଇଥିବ । କାରଣ ଆଦି ଶଙ୍କରାଚାର୍ଯ୍ୟ ନିଜକୁ ବୁଦ୍ଧଙ୍କ ବଂଶଧରବୋଲି ପ୍ରଚାର କରୁଥିଲେ । ୧୮୫ ଖ୍ରୀ:ପୂ ରେ ପୌଷ୍ୟମିତ୍ର ଶୃଙ୍ଗର ଶାସନ ବ୍ୟବସ୍ଥା ବେଲେ ବାଲ୍ମୀକି ରାମାୟଣର ରଚନା ହୋଇଥିଲା ଏବଂ ଏଥିରେ ବୁଦ୍ଧଙ୍କୁ ନାସ୍ତିକ ଓ ବେଦ ବିରୋଧୀ ବୋଲି କୁହାଯାଇଛି । ଏଥିରୁ ଏହା ସ୍ପଷ୍ଟ ଯେ ଏହି ସମୟରେ ହୋଇ ନଥିବ । ଆଦି ଶଙ୍କରାଚାର୍ଯ୍ୟର ଶୀକ୍ଷା “ଜଗତ ମିଥ୍ୟା , ବ୍ରହ୍ମ ସତ୍ୟ” ଥିଲା ।ଏହାର ଅର୍ଥ ବୁଦ୍ଧ ଯେଉଁ “କାର୍ଯ୍ୟ ଓ କାରଣ” ର ଶିକ୍ଷା ହେଉଛି ତାହା ନିରାଧାର । ଯଦି “ଜଗତ ମିଥ୍ୟା, ବ୍ରହ୍ମ ସତ୍ୟ” ର ସିଦ୍ଧାନ୍ତ କୁ କିଛି ସମୟ ପାଇଁ ସ୍ବୀକୃତି ଦେଲେ ମଧ୍ୟ ଏହା ସନ୍ତୁଷ୍ଟି ହେବ ନାହିଁ କାରଣ ଯଦି ସମସ୍ତଙ୍କ ଭିତରେ ବ୍ରହ୍ମ ଅଛି ତେବେ ଜଣେ ବ୍ରାହ୍ମଣ ଓ ଜଣେ ଶୁଦ୍ର କିପରି ? ଏହା ଏକ ଅବୈଦିକ ସିଦ୍ଧାନ୍ତ ହୋଈଯିବ

ସ୍ବୀମୀ ବିବେକାନନ୍ଦ ଯେତେବେଳେ ସିକାଗୋରେ ନିଜର ବକ୍ତବ୍ୟ ରଖିଥିଲେ, ସେ କହିଲେ:- “ଯଦି ବୈଦିକ ଧର୍ମ ଶରୀର ଅଟେ, ତେବେ ବୁଦ୍ଧ ଏହାର ଆତ୍ମା ଅଟନ୍ତି।” ଉପରୋକ୍ତ ତଥ୍ୟ ସତ୍ୟତାକୁ ଖଣ୍ଡନ କରେ । ଯେତେବେଳେ ବୁଦ୍ଧ ବେଦକୁ ସ୍ବୀକାର କଲେ ନାହିଁ, ତେବେ ସେ ବୈଦିକ ଧର୍ମର ଆତ୍ମା କିପରି ହେଲେ ? ଡ଼ଃ.ବାବାସାହେବ ଅମ୍ବେଦକରଙ୍କ କହିବ ଅନୁଯାୟୀ ବୁଦ୍ଧ ନିଜ ଧମ୍ମକୁ ତିନି ଭାଗରେ ବିଭକ୍ତ କଲେ ଯଥା:-ଧମ୍ମ , ସଧମ୍ମ ଓ ଅଧମ୍ମ । ଧମ୍ମ– ଯାହା ଜଣେ ବ୍ୟକ୍ତିର ଉନ୍ନତି କରେ,ସଧମ୍ମ- ବ୍ୟକ୍ତିର ଉନ୍ନତି ସହିତ ସମାଜର ଉନ୍ନତି ଏବଂ ଅଧମ୍ମର ଅର୍ଥ ବେଦ ଉପରେ ବିଶ୍ୱାସ, କର୍ମକାଣ୍ଡ, ଆତ୍ମା ଉପରେ ବିସ୍ବାସ ଆଦି ।
ଏଣୁ “ସତ୍ୟ କୁ ସତ୍ୟ ଏବଂ ଅସତ୍ୟକୁ ଅସତ୍ୟ ଜାଣିବା” ହିଁ ବୁଦ୍ଧ ଧମ୍ମ ।

  • ସମ୍ରାଟ ରାଜ, ଇତିହାସର ଜଣେ ଛାତ୍ର, ସେ ଅମ୍ବେଦକରବାଦୀ ଦୃଷ୍ଟିକୋଣ ରେ ଭାରତୀୟ ଇତିହାସକୁ ବିଶ୍ଲେଷଣ କରନ୍ତି, ତା ସହିତ ସେ ଜଣେ ନିର୍ଦ୍ଧେଷକ ଓ ଲେଖକ ଅଟନ୍ତି ।

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.