ପାଠ୍: ନୂଆଁ ଜୀବ଼୍ନର୍ ବାଟ୍


ପୁରାପୁରା ଇତିହାସ୍ କହେସି ଯେ, ଜେନ୍ ମାଁନେ ମାଡ୍-ଧର୍ ନେ ନାଇଁଗଲେ, ସେମାନେ ହେନ୍ତା ଏକା ଟିକେ-ରଁଚେ ଶୁଖିର୍ ଜୀବନ୍ ଟେ ଜିଁଲେ । ହେଲେ, ସେମାନେ ତାକର୍ ଆସ୍ବାର୍ ଦିନ୍ କେ ହଜେଇ ଦେଲେ ।

ହଜାର୍ ହଜାର୍ ବଛର଼୍ନୁ, ଖାଲି ବାଭନ୍ (ବ୍ରାହ୍ମଣ), ରଜା (କ୍ଷେତ୍ରୀୟ) ଆଉ ବନିଆଁ/ମାରବାଡି (ବୈଶ୍ୟ) ଲୁକୁ (ଲୋକ୍ କେ) ପାଠର୍-ସାଠର୍ ସବୁ ଅଧିକାର୍ ଟା ଦିଆହେଲା । ମୁଲିଆ (ଶୁଦ୍ର) ଜାତିର୍ ଲୁକୁ ପାଠ୍-ସାଠ୍ ନୁ ଦୂର୍ ରଖାଗଲା ଆଉ ତାର୍ ସାଂଗେ ସାଂଗେ ସବୁ ଟୁକେଲ୍, ମାହେଜି ସେ ଜେନ୍ ଜାତିର୍ ଭି ହଉ ସେମାନ୍କେ ଭି ଜ୍ଞାନ୍ ନେବାର୍ କେନ୍ସିଭି ଅଧିକାର୍ ନାଇଁ ଦିଆ ଗଲା । ଇତିହାସ୍ ବଛର୍ ବଛର୍ ପଲୈଗଲା ହେଲେ କିହେ ବି କିଛି ଆବାଜ୍ ନାଇଁକଲେ । ଇତିହାସ୍ ଯେନ୍ତା ଚାଲୁଥିଲା, ହେନ୍ତା ଏକା ଚାଲୁଛେ । ଇ ବାଭନ୍-ବାଦ୍ ନେ ଯେ ଉପ୍ରେ ରହେଲା ସେ ଶୁଖିର୍ ଜୀବନ୍ ଜିଁଲା । ଆର୍ ଯେ ତଲେ, ସେ ଖାଲି ଖଟି ମର୍ଲା । ଇନ, କିଛି ଲୁକର୍ ଆରାମ୍ ଜୀବନ୍ ଲାଗି ବେସି ଲୁକୁ ଖଟା/ଲୁଟା ଗଲା ।

ଶୁଦ୍ର ଆଉ ମାହେଜି ମାନ୍କର୍ ଇ ଜେନ୍ ଅତ୍ୟାଚାର୍/ଗୁଲାମ୍ ର ଜୀବନ୍ କେ ଆଁଏଖ୍ ଆଘେ ନାଇଁ ଆନବାର଼୍ଲାଗି, ସେମାନ଼୍କୁ ଦୁଇଟା ଜିନିଷ୍ ନୁ ସବୁବେଲେ ଦୂର୍ ନେ ରଖାହେଲା । ପହେଲା ହେଲା ତାକର୍ “ଇତିହାସ୍” ଆଉ ଆରଟା “ପାଠ୍” । ଗୁଟେ ସମାଜ୍ କେ ଯେତେବେଲେ ଆମେ ତାର୍ ‘ଇତିହାସ୍’ ନୁ ଦୂର୍ ରଖ଼୍ସୁ ସେ କେଭେ ଜାନି ନାଇଁ ପାରେ ଯେ କେନ୍ତା ଜୀବନ୍ ଜୀଇଁକିନା ସେ ଆଇଛେ । ସେ ଆଗେ କାଣା କର୍ବାର଼୍କଥା ଆଉ କାଣା ନାଇଁ କାର୍ବାର଼୍କଥା ଭି ଭାବି ନାଇଁ ପାରେ । ଯେନ୍ତା କି, ବାବାସାହେବ୍ କହେସନ୍, “ସେମାନେ କେଭେ ନିଜର୍ ଅତିହାସ୍ ବନେଇ ନାଇଁ ପାରନ୍, ଜେନ୍ ମାନେ ନିଜର୍ ଇତିହାସ୍ କେ ଏକା ଭୁଲି ଯାଏସନ୍” । ଆଉ ଦୁସ଼୍ରା ଟା ହେଲା, ସେମାନ୍କେ ‘ପାଠ୍’ ନୁ ଦୂର୍ ରଖ୍ଲେ । ବିନା ପାଠ୍ ପଢିକିନା ମୁନୁଷ୍ କେଭେବି ବୁଝିନାଇଁ ପାରେ ଯେ ଜାହାଭି ହଉଛେ ତାର୍ ସାଂଗେ ଠିକ୍ ଏ କି ଭୁଲ୍ ଏ । ସେ କେଭେ ଜାନିଁନାଇଁ ପାର୍ଲା ଜେ ଇ ଛିଆଁ-ଅଛିଆଁ ଟା ବାଭନ୍ ମାନେ ଆମର୍ ଉପ୍ରେ ଲଦି ଦେଇଛନ୍ ବଲି । ସେ ନାଇଁ ଜାନିଁ କି କାହେଁଲାଜେ ଖାଲି ଗୁଟେ ଜାଏତ୍ ର ମାହେଜି/ଟୁକେଲ୍ ମାନ୍କେ ଅତ୍ୟାଚାର୍ ହେଉଛେ । ଆର୍ ଇ ବାଭନ୍-ବାଦ୍ ଆମ୍କୁ ହଜାର୍ ବଛର୍ ନୁ ଶୁଷିଆଇଛେ, ହେଲେ ଆମେ ଜାନି ନାଇଁ ପାର୍ଲା ଯେ ଇଟା ଖରାପ୍ ଏ ବଲି । ସେ ଆମ୍କୁ ଆମର୍ ଇତିହାସ୍ ନୁ ଦୂର ରଖ୍ଲା ସାଂଗେ ସାଂଗେ ଆମ୍କୁ ପାଠ୍ ନୁ ଭି ଦୂର୍ ରଖ୍ଲା ଆର୍ ଇଥିର୍ ଲାଗି ବଲି ଆମେ ଆମର୍ ଇତିହାସ୍ କେ ଭି ଜାନିଁ ନାଇଁ ପାର୍ଲାଁ କି ପଢି ନାଇଁ ପାର୍ଲାଁ । ଆର୍ ଇତାର୍ ଲାଗି ବଲି ହଜାର୍ ହଜାର୍ ବଛର୍ ତକ୍ ଆମେ ତାକର୍ ହାତେ ଗୁଲାମ୍ ହଇକିନାଁ ରହେଁଲା ।

ଠିକ୍ ୧୮-୧୯୦୦ ସାଲେ ସମାଜ୍ ନେ ଗୁଟେ କ୍ରାନ୍ତି ଦେଖା ଦେଇଛେ । ମହାରାଷ୍ଟ୍ର ରାଏଜେ ସାବିତ୍ରୀବାଇ ଫୁଲେ ଆଉ ଜୋତିବା ଫୁଲେ ବଲି ଦୁଇଲୋକ୍ ଶୁଦ୍ର (ମାଲି) ସମାଜ୍ ନୁ ଆସିକିନା ପହେଲାଥର଼୍ଲାଗି ଇ ବାଭନ୍-ବାଦ୍, ପୁରୁଷ୍-ବାଦ୍, ଜାତିବାଦ୍ ସମାଜର୍ ବିରୋଧ୍ ନେ ଆବାଜ୍ ଉଠାଲେ ଆଉ ପୁରା ଦମ୍ ନେ ସମାଜର୍ ଆଗେ ଦେଖେଇ ଦେଲେ ଯେ ଇସବୁ ଖରାପ୍ ଆଏ । ଇସବୁ ମୁନୁଷ୍ କେ ଖାଲି ଶୁଷିଆଇଛେ, ଲୁଟିଆଇଛେ । ଜୋତିରାଓ ଫୁଲେ ଜାନିଥିଲେ ଯେ ଇ ଜ୍ଞାନ୍ ନେବାର୍ ରାସ୍ତା ଟା ସବ଼୍କର୍ ଲାଗି ଖୁଲା ହେବାର୍ କଥା । ଆର୍ ଇଟା ଭି ଜାନିଥିଲେ ଯେ କାଏଁଥିର଼୍ଲାଗି ହଜାର୍ ବଛର୍ ନୁ ଟୁକେଲ୍ ଆଉ ତଲର୍ ଜାତିର୍ ଲୁକୁ ପାଠ୍ ପଢି ନାଇଁ ଦିଆଯିବାର୍ । ପହେଲା ଥର୍ ଲାଗି ସେ ସମାଜ୍ କେ ବୁଝାଲେ ଯେ “ତାକତ୍” ଆର୍ “ପାଠ୍” କେନ୍ତା ହିସାବେ ଗୁଟେ ଆର୍ ଗୁଟେ ସାଂଗେ ଜୁଡିକିନା ରହେସି । ସେ ଜାନିଥିଲେ କି, “ଜେନ୍ ସମାଜ୍ ଯେତେ ଶିଖିତ୍ ହେସି, ସେ ସମାଜର୍ ସେତେ ତାକତ୍ ହେସି” । ଆର୍ ସମାଜ୍ ନେ ଜେନ୍ ଶ୍ରେଣୀର୍ ଲୁକେ ବେସି ବୁଧିଆ ହେସନ୍, ସେ ଶ୍ରେଣୀର୍ ଲୁକେ ଏକା ସମାଜ୍ ନେ ରଜା ହେସନ୍ । ଦେଖ଼୍ମା ବେଲେ, ପୁରା ଇତିହାସ୍ ନେ “ଟୁକେଲ୍” ଆଉ “ଶୁଦ୍ର” ଜାତିର୍ ଲୁକୁ କେଭେ ବି ପଠ୍-ସାଠ୍ ର ଅଧିକାର୍ ଏକା ଦିଆନାଇଯେଇ । ଆଉ ଜାହାର଼୍ଲାଗି ଇ ସମାଜ୍ କେ ବଛର୍ ବଛର୍ ତକ୍ ଗୁଲାମ୍ ହଇକିନା ରହେବାର୍ ପଡିଛେ । ଜୋତିବା ନିଜର୍ ଭାଷାନେ ଇ କଥା କେ କଡ଼ା ହିସାବେ କହେସନ୍, “ପାଠର୍ ବିନା ବୁଧି ଗଲା, ବୁଧିର୍ ବିନା ନିତୀ ଗଲା, ନିତୀର୍ ବିନା ଗତି ଗଲା, ଗତିର୍ ବିନା ଧନ୍ ଗଲା, ଧନର୍ ବିନା ଶୁଦ୍ର ମାନ଼୍କର୍ ଜୀବନ୍ ବର୍ବାଦ୍ ହଇଗଲା, ଆର୍ ଏତେସାରା ଲୂକ୍ସାନ୍ ଖାଲି ବିନା ପାଠର୍ ଲାଗି ହେଲା” । ସେ ଆର୍ କହେସନ୍ ଯେ, “ବାଭନ୍ ମାନେ ଶୁଦ୍ର ମାନ଼୍କୁ ନିଜର୍ “ଖଣା” ନ ନାଇଁ, ହେଲେ “ଲେଖା” ନ ବାଭନ୍-ବାଦ ରର୍ ମୟାର୍ ଜାଲେ ହଜାର୍ ହଜାର୍ ବଛର୍ ତକ୍ ଗୁଲାମ୍ ବନେଇକିନା ରଖିଆଇଛନ୍” ।

ମହାତ୍ମା ଫୁଲେ ଟୁକେଲ୍ ଆଉ ତଲର୍ ଜାତିର୍ ଲୁକେ ଶିକ୍ଷିତ୍ କର୍ବାର଼୍ଟା ତାକର୍ ସବୁଥିନୁ ବଡ୍ କାମ୍ ଭାବି ନେଇଥିଲେ । ସେ ନିଜର୍ ଘରେ, ନିଜର୍ କନିଆଁ କେ ପହେଲା ଶିକ୍ଷିତ୍ କର୍ଲେ, ଆଉ ୧୮୪୮ ସାଲେ ଟୁକେଲ୍ ମାଙ୍କର୍ ଲାଗି ଗୁଟେ ସ୍କୁଲ୍ ଟେ ଖୁଲ୍ଲେ । ଜେନ଼୍ଟା କି ପୁରା ହଜାର୍ ବଛର୍ ବାଭନ୍-ବାଦ୍ ଆଉ ପୁରୁଷ୍-ବାଦ୍ ର ଜଡ୍ କେ ପହେଲାଥର୍ ଲାଗି ଗୁଟେ ଖତର୍ନାକ୍ ଚୋଟ୍ ଟେ ପଡ୍ଲା । ବାଭନ୍ ମାନେଁ ଆଉ ବାଭନ୍ ର ଚେଲା ଶୁଦ୍ର ମାନେଁ ଏକା ଜୋତିବା କେ ବିରୋଧ୍ କରିକିନା ଗୁଟେ ଅଭିଯାନ୍ ଚଲେଇଥିଲେ । ହେଲେ ଜୋତିବା କେଭେ ଭି ତୁମ୍ ନାଇଁ ପଡି । ଇଟା ମାନେଁ ଦେଖ଼୍ଲା ପରେ, ଜୋତିବା ପୁଲେର୍ ବୁଆ ମନା କର୍ସନ ଯେ ଟୁକେଲ୍ ଆର୍ ଅଛୁଆଁ ଲୁକୁ ପଢା ପୁଢୀର୍ ଅଧିକାର୍ ନାଇଁନ ଆର୍ ତୁଇ ଇ କାମ୍ ନାଇଁକର୍ ବଲି । ଇଥିର଼୍ଲାଗି ଯେ ବେଦର୍ ହିସାବେ ଟୁକେଲ୍ ହଉ କି ଶୁଦ୍ର ହଉ, ଦୁହି ଲୁକ ଅଶୁଦ୍ଧ ଆଏ ଆର୍ ଇମାନ଼୍କୁ ପାଠ୍-ସାଠ୍ ର କିଛିଭି ଅଧିକାର୍ ନାଇଁନ । ଇନେ ଜୋତିବା ତାକର୍ ବୁଆ କେ ମନା କରି ଦେସନ୍ ଯାହାର୍ ଲାଗି ସେମାନ୍କେ ଘର଼୍ନୁ ଭଗେଇଦିଆ ଯାଇଛେ । ମହାତ୍ମା ଫୁଲେ କହେସନ୍ ଯେ, “କ୍ରାନ୍ତି ଲାଗିର୍ ସବ଼୍କର୍ ସାଂଗେ ଲଢବାର୍ କେ ହେସି ସେଟା ନିଜର୍ ବୁଆ ହଉ, ଭାଏ ହଉ, ସମାଜର୍ ଲୋକ୍ ମାନେଁ କି ସତ଼୍ରୁ ଭି ହଉ । ବିନା ଲଢିକିନା ଆଏଜ଼୍ତକ୍ କିଛି ନାଇଁ ବଦ୍ଲି ଆର୍ ନାଇଁ ଭି ବଦ୍ଲେ” ।

ଇସ୍କୁଲ୍ ଖୁଲ୍ଲା ପରେ ଭି କେହେନିଭି ମାଷ୍ଟର୍ ଟେ ସେନେଁ ପଢ଼ାବାର୍ ଲାଗି ନାଇଁଗଲେ କେନ୍ତା ବେଲେ ସେନେଁ “ଟୁକେଲ୍” ଆଉ “ଅଛୁଆଁ” ଜାତିର୍ ଲୁକେଭି ପଢୁଥିଲେ । ଜୋତିବା ତାପ୍ରେ ସାବିତ୍ରୀବାଇ କେ କହେସନ୍ କି ସାବିତ୍ରୀବାଇ ଏକା ସ୍କୁଲ ନେ ପଢାବେ । ଆଉ ଯେତେବେଲେ ସାବିତ୍ରୀବାଇ ପଢେଇ ଯୌଥିଲେ, ଉପର୍ ଜାଏତ୍ ବାଲେ, ନିଜେ ଶୁଦ୍ର ଆଉ ମାହେଜି ମାନେ ଏକା ତାକୁ ଢେଲ୍, ପଥର୍, କାଦୋ, ଖର୍ସି ମାରୁଥନ୍ । ହେଲେ ସେ ଭି କେଭେ ହାର୍ ନାଇଁ ମାନିଁ ଆର୍ ଇ କାମ୍ ଟା କରି ଚାଲ୍ଲେ । କେନ୍ତା ବେଲେ ସେମାନେ ଜନିଥିଲେ ଯେ, ଇଟା ଏକା ଗୁଟେ ରାସ୍ତା ଜେନେଁ ସେମାନେ ହଜାର୍ ବଛର୍ ଗୁଡର୍ ସିକ୍ଳା କେ ଭାଙ୍ଗି ପାର୍ବେ, ଜେନ୍ ସିକ୍ଲା କି ତାକୁ ଲୂଟି ଅଉଛେ, ଅତ୍ୟାଚାର୍ କରି ଅଉଛେ । ଟୁକେଲ୍ ଆଉ ଶୁଦ୍ର-ଅତିଶୁଦ୍ର ସମାଜର୍ ଲୁକୁ ଶିଖିତ୍ କରାବାର୍ ଲାଗି ସାବିତ୍ରୀ ଆଉ ଜୋତିବା ତାକର୍ ପୁରା ଜୀବନ୍ କାଟି ଦେଲେ । ଆର୍ ତାର୍ ସାଂଗେ ସାଂଗେ ଜେନ୍ ସମାଜ୍ ଚଲିଅଉଥେ ଜେନେ କି ଲେଖା-ପଢ଼ା କାମ୍ ଟା ଖାଲି ବାଭନ୍ କରିପାର଼୍ସି ବଲି କହେସନ୍ ସେଟା କେ ନେହେଲା/ମିଛ୍ କଥାଟେ ବଲିକିନାଁ ଦେଖୈଦେଲେ । ଇଟା ଗୁଟେ ବହୁତ୍ କଡ଼ା ଚୋଟ୍ ଟେ ଥିଲା ଇ ବାଭନ୍-ବାଦ୍ କେ ।

ସାବିତ୍ରୀ ଆଉ ଜୋତିବା ଦେଖୈଦେଲେ ଯେ ଇ ବେଦ୍, ପୁରାଣ୍, ଗୀତା ଆମ଼୍କୁ ଜାତିର୍ ନାଁ ରେ ଲୂଟି ଆଉଛେ କି ଟୁକେଲ୍/ମାହେଜି ଆଉ ଶୁଦ୍ର-ଅତିଶୁଦ୍ର ମାନେ ପାଠ୍ ପଢି ନାଇଁ ପାରନ୍ । ସେମାନେ ଇ ବାଭନ୍-ବାଦ୍ ର ଜାଲ୍ କେ ଭାଙ୍ଗି କିନା ନୂଆଁ ରାସ୍ତା ଟେ ଦୁନିଆଁ କେ ଦେଖାଲେ ଜେନେ କି ଜାଏତ୍, ଧରମ୍, ଲିଙ୍ଗ୍ ର ନାଆଁରେ କେଂସି ଭି ଅତ୍ୟାଚାର୍ ନାଇଁନ, ଜେନେ ସବ଼୍କର୍ ପାଠର୍ ଅଧିକାର୍ ଅଛେ । ଯାହାର଼୍ଲାଗି ଆଏଜ୍ ଲାକ୍ ଲାକ୍ ଟୁକେଲ୍, ଆଉ ଶୋଷିତ୍ ଜାଏତ୍ ଲୁକେ ଟିକେ ଅଏଁନ୍ ନେ ଜିଇଁ ପାରୁଛନ୍, ପାଠ୍ ପଢି ପାରୁଛନ୍ ଆଉ ନିଜର୍ ଇଜତ୍ ନେ ଜୀଇଁ ପାରୁଛନ୍ । ମୁନୁଷ୍ କେଭେ ବଡ଼୍ କି ସାନ୍ ହୈକିନା ଜନମ୍ ନାଇଁ ନିଏ, ହେଲେ ଇ ବାଭନ୍-ବାଦ୍ ସମାଜ୍ ଏକା ଜନ୍ମୁ ଜନେକେ ସାନ୍ ଆଉ ଜନେକେ ବଡ଼୍ ବନାସି ଆର୍ ଇ ସମାଜ୍ ଏବେ ବି ବାଁଚିଛେ ତାଲି । ଇନୁ ବାହାରିବାର୍ ଲାଗି ଆର୍ ବନେ ସମାଜ୍ ଟେ ବନାବାର୍ ଲାଗି ପାଠ୍ ଏକା ଗୁଟେ ବାଟ୍ । ପାଠ୍ ଏକା ଗୁଟେ ବାଟ୍ ଇ ଗୁଲାମ୍ ଜୀବ଼୍ନର୍ ଜଡ୍ କେ ଜାନବାର୍ ଲାଗି ଆର୍ ହାନବାର୍ ଲାଗି । ଜେନ଼୍ଦୀନ ଇ ସମାଜର୍ ଲୁକେ ତାକର୍ ଇ ଗୁଲାମି କେ ଜାନି ଯିବେ, ସେଦିନ ଏକା ଇ ସମାଜ୍ ନେ ଗୁଟେ କ୍ରାନ୍ତି ଆଇଯିବା । ସେମାନେ ଇ ବାଭନ୍-ବାଦ୍ ର ଜଡ୍ କେ ସବୁଦିନର୍ ଲାଗି ଉଖ୍ଡେଇକିନା ଫିକି ଦେବେ ।

କେତେଟା କଥା:-

ଇନ ଟିକେ-ଅଧେ ସମ୍ବଲପୁରୀ ନେ ଏନ଼୍ତାଟା ମାନେ ଲେଖା ହଇଛେ ଯେନେ ଲୁକୁ ଖରାପ୍ ଲାଗି ଭି ପାରେ (ଜେନ଼୍ତା କି; ମାହେଜି (Women), କନିଆଁ (Wife) ) ବାକି ମୁଇଁ ଯାହା ଜାନିଛେଁ, ଇ କଥା ମାନ଼୍କୁ ଖରାପ୍ ବନା ହଇଛେ ।
ଜେନ୍ ମାନେ ପଢୁଛ, ସମ୍ବଲପୁରୀ ନେ ଜେନ଼୍ଟା ବନେ ନାଇଁନ (ଜେନ଼୍ତା କି; ନିତୀ (Moral), ଗତି (progress) ) ଆମ଼୍କୁ ସାଥ୍ ଦିଅ।

  • ସୁବଲ୍ ମେହେର୍, ସେ ବଲାଙ୍ଗୀରର୍ ଆର୍ ଏବେ ଟାଟା ସାମାଜିକ୍ ବିଜ୍ଞାନ୍ ସଂସ୍ଥାନ୍, ମୁମ୍ବାଇ ନେ ଏମ୍.ଏ କରୁଛନ୍ ।

1 thought on “ପାଠ୍: ନୂଆଁ ଜୀବ଼୍ନର୍ ବାଟ୍

  1. Jay bhim subal sir…The Real history of the Bahujan. THIS is the true and real line for our society. ItIt’s a beautiful line keep it’s sir…Jay Bhim jay phule jay sambidhan 🙏🙏🙏🙏🙏

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.