ପୁରୁଷବାଦୀ ସମାଜେ ନାରୀ ଅତ୍ୟାଚାର

ଆମର୍ ଭାରତ ସ୍ୱାଧୀନ୍ ହେବାର୍  ସତୁର୍ ବର୍ଷ ହେଲା ପରେ ବି ଆମର ସମାଜ, ନାରୀ ମାନକେ ସମାନତା, ଶିକ୍ଷା, ଓ ସମ୍ମାନ ଠାରୁ ଦୁରେଇ ରଖିଛେ । ଇଟା ଆଜିରର୍ ନେଇ କି କାଲିରର୍ କଥା ନେଇଁସେ, ଇସବୁ  ଭାରତ ଦେଶ ନ ଯୁଗ ଯୁଗ ଧରି କରି ଚାଲି ଆଶୁଛେ । ସବୁବେଳେ , ସବୁ ଯାଗାରେ ନାରୀ ମାନ୍କୁ ଗୁଲାମ କରି ରଖିଛନ୍ । ଯେନ୍ତା କି ଜାତିବାଦୀ ସମାଜ୍ ରେ ଉଚ୍ଚ ଜାତିର ଲୋକ୍ ମାନେ  ତଳର୍ ଜାତି ଲୋକମାନ୍କେ ଗୁଲାମ କରି ରଖିଛନ୍,  ହେନ୍ତା ଆମର ପୁରୁଷ ବାଦି  ସମାଜରେ ପୁରୁଷ୍ ମାନେ  ନାରୀ ମାନ୍କେ ଗୁଲାମ କରି ରଖିଛନ୍ । ଇ କଥା ଖାଲି ଭାରତ ଦେଶ ନ ନେଇ, ବରଂ  ସାରା ବିଶ୍ୱରେ ଚାଲୁଥିବାର୍ ଗୁଟେ ହିନ୍ ମାନର୍ ପରମ୍ପରା । ସାରା ବିଶ୍ୱରେ ପୁରୁଷ୍ କେ ପ୍ରଧାନ ମନାଯାଇସି ଆଉ ଜଣେ ନାରୀ କେ ଦୁର୍ବଲା-ଅବଲା  ଆଉ କୋମଳ ନାରୀ ବଳି ମନା ଯାଇଶୀ । ପୁରୁଷ ତାର୍ ନିଜର୍ ମର୍ଦ ପଣିଆ ଦେଖାବା ଲାଗି ନାରୀ ଉପରେ ଅତ୍ୟାଚାର କରି ଚାଲିଥିଶି । ଆମେମାନେ ସବୁ ଜାନିଛୁ କି ଭାରତ ଗୋଟେ ପୁରୁଷ ପ୍ରଧାନ୍ ଦେଶ୍ ଯେନ୍ନ କି ମହିଳା ମାନକର ତୁଳନାରେ ପୁରୁଷ କେ ବହୁତ ମହାନ ମନାଯାଇସି । ସମାଜ ନ ଚାଲୁ ଥିବା ରୀତି,  ରିବାଜ୍, ବିଶ୍ୱାସ୍ ଆଉ ବିଚାରଧାରାରେ, ନାରୀ ମାନ୍କର ସାଙ୍ଗେ ବିତୁଥିବା ଅତ୍ୟାଚାର ଯେନ୍ତା ବଳତ୍କାର, ମହିଳା  ମାନକେ ଜଳେଇ ଦେବାର୍ଟା, ଅପହରଣ କରି ନେବାର୍ଟା, ତାକେ ମାରବାର୍ଟା ଆଜି ବି ଆମର ସମାଜ ନ ଦେଖବା ଲାଗି ମିଳସି ।
 ଜୀବନରେ ବହୁତ ଟେ ଦୁଖ୍ ଆଉ କଷ୍ଟ  ମିଲ୍ସି , ବାକି ଯେନ୍ତା ଗୋଟେ ଟୁକିଲ କେ  କଷ୍ଟ ମିଲସି ହେନ୍ତା କେନ୍ସି ବି  ପୁରୁଷ କେ ନେଇ ମିଳିଥାଏ । ଘର୍ ଠାନୁ ଆରମ୍ଭ କରି କରି ଇ ପୁରୁଷବାଦ୍ ସମାଜରେ ଥିବା ପ୍ରତେକ୍ ସଂସ୍ଥା ପର୍ଯ୍ୟନ୍ତ,  ତାକେ ସବୁ ଆଡୁ କଷ୍ଟ ମିଲ୍ସି । ଯେତେବେଳେ ଛୁଆଟେ ମାଁ ର ଗର୍ଭ ଭିତ୍ରେ ଥିସି ସେତ୍କି ବେଳେ ହିଁ ପିଲା କି ଟୁକିଲ ଯାନବାର ଲାଗି ଲିଙ୍ଗ ନିରୁପଣ କରାଯାଇଶୀ । ଯଦି ମାଁ ର ପେଟ୍ ଭିତରେ ଟୁକିଲ୍ ଟେ ଅଛେ ବଳି ଜଣା ପଡଲା, ତାକେ ମାରି ଦେବା ଲାଗି ଚେଷ୍ଟା କରାଯାଏସି ଆଉ ଟୁକିଲ୍ ହେବାର୍ କାରନ୍ ରୁ  ତାକେ ଜନମ୍ ହେବାର୍ ଠାନୁ ବଞ୍ଚିତ୍ କରାଯାଏସି। ଆଉ ଯଦି ଭି ସେ ଟୁକିଲ୍  ଜନମ୍ ହେଇଯିବା କିଛି ଭି ପରିସ୍ଥିତିରେ, ବେଳେ ତାହାକେ ବିନା ବ୍ୟବସ୍ଥାରେ ଜନମ୍ ହେଇଛୁ ବୋଲି କହିକରି ଅପମାନ କରାଯାଏସି | ଯଦି ଗୋଟେ ଟୁକିଲ୍ ହେଲା ବେଳେ ବାପା ମାଁ ମନେ ଆଉ ସମାଜର ଲୋକମାନେ କହବେ କି ଧନ୍ ସମ୍ପତି କେ ବୁଡାବାର୍  ଲାଗି ଆସଲା !  ଆଉ କହବେ କି , ଘରେ ଗୋଟେ ବଡ଼ ବୋଝ୍ ଆସଲା !! ହେଲେ ପୁଅ ଟେ ଜନମ୍ ହେଲେ ଖୁସି ରେ କହେସନ୍ କି ଆମର ଘରେ ଆମର୍ ବଂଶ ବଢାବାର୍ ଚିରାଗ୍ ଟେ ଜନମ ନେଲା !  ଆରୁ ମାଁ ବାପା ମରି  ଗଲେ ସେମାନ୍କେ ଜୁଏ ଦେଇ ପାର୍ବା, ବାପା ମାଁ ବୁଢା ବୁଢ଼ୀ ହେଲେ ସେମାନକେ ଭାତ୍ ଶାଗ୍, ତାକର ଦେଖ୍  ଭାଲ୍  କରି ପାର୍ବା । ହେଲେ କେବେ ବି ଟୁକିଲ୍  ଟେ ତାର ବାପା ମାଁକେ ଜୁଏ ନେଇ ଦେଇପାରେ । 
ଏବେ ମୁଇଁ ମୋର୍ ଜିବନ୍ ର ଉଦାହରଣ ଦେବାର୍ ଲାଗି ଚାହେମି । ଆମର୍ ଘରେ ବହୁତ ଟେ ଟୁକିଲ ମାନେ ଅଛନ୍ ।  ଆମେ ବୁହେନ୍ ମାନେ ସବୁ ବେଳେ ଗାଳି ଶୁଣଶୁ, ସକାଳ ରୁ ଵେଲ୍ ବୁଡ଼ି ଯାଇସି , ହେଲେ ତାକର ଗାଳି ବନ୍ଧ ନେଇ ହୁଏ | ଆମକୁ କହେସନ୍ କି “ତମେ ମାନେ ଆମର ଘର କେ ବୁଡ଼ାବା ଲାଗି ଧାଇଁ ଆସିଛ, ପିଶାଚି ଟୁକିଲ୍ ମାନେ, ଅଳକ୍ଷଣି ଟୁକିଲ୍ ମାନେ, ହୀନ ଚରିତ୍ର ଟୁକିଲ୍ ମାନେ ମରି ମୁରା ହେଲେ ଯାଏତ ! ଆମର ଘର ମୁକ୍ତି ହେତା !”  ଆମର୍ ଟୁକିଲ୍ ମାନ୍କେ ଛୋଟ୍ ରୁ ବୁଢୀ ହେବାର୍ ତକ୍ ଆମର୍ ସାଙ୍ଗେ ଅତ୍ୟାଚାର ହେସି , ଯେନ୍ତା କି ଗୋଟେ ଛୋଟ ଝିଅ କେ ବାପା କଣ୍ଢେଇ, କୁନିବୁଚି ଏକା ଆଣି ଦେଶନ୍ ଖେଲଵାର୍ ଲାଗି । ତାକେ ଛୋଟ ବେଲରୁ ହିଁ ତାକର ମୁଡ଼ ଭିତରେ ସ୍ଥିର୍ କରା ଜାଇସୀ କି କେନ୍ତା କରି ଘରର୍ ଲୋକ ସାଙ୍ଗେ କଥାହେବା, କେନ୍ତାକରି ଭଲ୍ ସେ ରାନ୍ଧି ଜାନବା, କେନ୍ତା କରି ଘର୍କେ ସମ୍ଭାଳ୍ବା, ବଡ଼ ଲୋକର ଆଗରେ କଥା ନେଇ କହେବା, ଇ ସବୁ କିଛି ଶିଖା ଯାଏସି | ସମାଜ୍ ର ଲୋକ ମାନେ, ଘରର୍ ଲୋକମାନେ କହେସନ୍ କି “ଝିଅ ଜନମ୍ ପର ଘରକେ,   ତାକେ ପାଠସାଠ ପଢାଲେ ହେଲେ କାଏଁ ଲାଭ୍ ,  ଅଲଗା ଘରକେ ଯିବା ଚୁଲି ଫୁକ୍ ବା” । କଥା ରେ ଅଛେ ‘ଦୁହିତା ଦୁଇ କୁଲ କୁ ହିତା’ ତାର ଅର୍ଥ ହେଲା ଗୋଟେ ଟୁକିଲ୍, ବାପା ଆଉ ଶାଶୁର ଦୁଇ ଘରର ହିତ ଲାଗି ଜନମ୍ ମାତର୍ ଟୁକିଲ୍ ର ହିତ କାହିଁ ଗଲା ??  ଟୁକେଲ୍   ସମୟ ରେ ବାପା, ଭାଇ ଦେଖାନିଆ  ଆଏ, ମିଛ ସାମାଜିକ ସମ୍ମାନ ଆଡ ରେ ଝିଅର ଅସ୍ତିତ୍ୱ କେ ପାଦ ତଳେ ମାଡି ଦିଆ ଯାଉଛେ । କେବେ ବି ତାର ନିଜର ଇଚ୍ଛା ପ୍ରକାଶ ନେଇ କରିପାରେ | କୁଡେ଼ ବର୍ଷ ତକ ବାପାର ଘରେ ବନ୍ଦୀ ହେଇ ଯାଉଛେ, ତାର ପରେ ସାରା ଜୀବନ ମୁନୁଷ ଘରେ ବନ୍ଦୀ ରହୁଛେ | ଯେନ୍ତା କି ପୁରାଣ, ରାମାୟଣ, ମହାଭାରତ, ମନୁସ୍ମୃତି, କେନ୍ତା କରି ଗୋଟେ ଟୁକିଲ୍   ସହିତ ନିର୍ଯାତନା ହେଇଛେ ଆମକେ  ଦେଖିବା ଲାଗି ପାଇସୁ ।
 ଡଃ. ବାବାସାହେବ ଆମ୍ବେଡକର 27 ଡ଼ିସେମ୍ବର 1927 ମସିହା ନ ମନୁସ୍ମୃତି ଜଳେଇଥିଲେ କାଏଯେ କି  ମନୁସ୍ମୃତି ନ ଦଳିତ , ଆଦିବାସୀ, ଆଉ ଶୁଦ୍ର ଆଉ  ମହିଳା ଜାତି  କେ ଶିକ୍ଷ୍ୟା ରୁ ବଞ୍ଚିତ କରାଯାଇଛେ ଆଉ  ନାରୀଜାତି କେ ସବ୍କର୍ନୁ ନୀଚା ମାନାଯାଇଛେ  l ଏହାର ପରେ  ବି ଆମର ସମାଜ  ମନୁସ୍ମୃତି ର ଲେଖା  କେ ଏବେ ବି ମାନି ଚାଲୁଛନ୍  ।
1) ଝିଅ ସମୟ ରେ ବାପା ଆଉ ଭାଇ ହାତେ ବନ୍ଧା, ବାହା ହେଲା ପରେ ଶଶୁର ଆଉ ସ୍ୱାମୀ ହାତେ ବନ୍ଧା, ଆରୁ ବୁଢ଼ୀ ହେଲା ପରେ ତାର ନିଜର ପିଲା ହାତରେ ବନ୍ଧା ।
2) ବାପା ର ସମ୍ପତ୍ତି କେବଳ ପୁଅ କେ ଦିଆ ଜାଇସୀ ମାତର୍ କେନ୍ ସି ବାପା ବି, ଝିଅ କେ ସମ୍ପତ୍ତି ନେଇ ଦିଏ । ନାଁ ବିହା ହେବାର୍ ପୂର୍ବରୁ ନାଁ ହିଁ ବିହା ହେଲା ପରେ ।
3) ଆଜି ତକ୍ କେନ୍ସୀ ବି ଟୁକିଲ୍ ନିଜର୍ ଇଚ୍ଛା ନ ତାକର୍ ଲାଗି ଭଲ୍ ବର୍ ଟେ ନେଇଁ ବାଛି ପାରନ୍ । ଖାଲି ବାପା ର ଇଚ୍ଛା ଦରକାର । ମୁଇ ଇନ ଗୋଟେ କଥା ବୁଝି ନେଇ ପରବାର୍ କି ଆମେ ଟୁକିଲ୍ ମାନେ ବାହା ହେବୁ, ଆମେ ତାକର ସାଙ୍ଗେ ଘର ସଂସାର କର୍ମୁ, ହେଲେ ଆମର୍ ବାପା କାଇଁଥିର ଲାଗି ମୁନୁଷ ବାଛସି?
4) ମୁନୁଷ୍ ଯେତେଥର୍ ବି ଚାହେଁବା ବିହା ହେଇ ପାର୍ବା, ହେଲେ ଗୋଟେ ସ୍ତ୍ରୀ ଥରେ ନୁ ଦୁଇ  ଥର ବିହା ହେଇ ନେଇ ପାରେ, ସେ  ଜୀବନ୍ ରେ ଗୋଟେ ବିଧବା ହିସାବ ରେ ହି ବଞ୍ଚି ରହେବା । ଏନ୍ତା କାଏଁକାଜେ ?
5) ପୁରୁଷ  ମାନେ ଦିନ୍ ଆଉ ରାଏତ୍ ସମାନ ଭାବି କିନା ବୁଲି ବୁଲବେ ହେଲେ ନାରୀ ବୁଲି ଯାଇ ନେଇ ପାରେ।  ଆମେ ଟୁକିଲ୍ ମାନେ ଯାହା ବି କଲେ ଅସୁବିଧା, ବାହାର୍ କେ ବୁଲି ଗଲେ ଅସୁବିଧା, ଘରେ ଥିଲେ ଅସୁବିଧା, କହେବେ କି ଘରେ ବସିଛେ କିଛି କାମ ନେଇ କି ଧାମ୍  ନେଇ  । ଆମେ ମାନେ ସନ୍ଧ୍ୟା ସମୟରେ ଟିକେ ବୁଲବା ଲାଗି ଜାଇସୁ ତୋ ଆମକୁ ଘରର୍ ଲୋକ, ବାହାରର୍ ଲୋକ ମାନେ ଗାଳି କରସନ୍  କି ଟୁକେଲ୍ ମାନେ ଅଣ୍ଡିରା ପିଲା ସାଜ୍ଲେନ ବଲି | ଆରୁ ତାକର୍ ମୁହୁ ନ ଜବାବ ଦେଲେ କହେବେ କି  ତୋର ସାହସ  ବଢ଼ିଗଲା ନା ମୋର୍  ସାମ୍ନା ନ ଜବାବ୍ ଦଉଛୁ ବଳି ମାଡ଼ ବି ଦେବେ | ଟୁକିଲ ମାନେ ଟିକେ ଡେରିନେ ଉଠଲେ ବି ଅସୁବିଧା ଆଏ ବୋଲି କହେବେ ଆଉ କହେ ବେ କି ଯେତେ ବେଳେ ତୋର ଶାଶ୍ ଶଶୁର ଘର୍ କେ ଯିବୁ ଆରୁ ଏନ୍ତା କରି ସୁଇବୁ, ଆଉ ମା ବାପା କେ କଥା ସୁନାବୁ । ଯାହାର ଦ୍ଵାରା ଆମର ହିସାବ ନ ଆମେ ଶାନ୍ତି ରେ ସୁଇ ବି ନେଇଁପାରୁ ।
 ଆମେ ଯଦି ଭାରତ ଦେଶ୍ ର କଥା କହମା ବେଲେ, ତେତିଶ୍ କୋଟି ଦେବି ଦେବତା ଅଛନ୍, ଆଉ ଲୋକଲୋଚନରୁ ସୁଣା ଜାଏସି ଜେ ହେତିର୍ ଭିତରୁ ଅଧା ଭାଗ୍  ଦେବି ମାନେ ଅଛନ୍ । ଇ ଦେବି ମାନ୍କେ ଆମର୍ ସମାଜ୍ ର ଲୋକ୍ ମାନେ କେତେ ପୂଜା କେତେ ସମ୍ମାନ ଦେସନ୍, ହେଲେ ତାହାକେ କେବେ ବି ନେଇ ଦେଖଲାର୍,  ନେଇ ଯାନଲାର୍, ସାମାନ୍ୟ ଗୋଟେ ପଥର୍  କେ ଦେବି ବଳି ପୂଜା କର୍ସନ୍  । ବାକି ଜୀବନ୍ ଥିଲା ନାରୀ କେ ବହୁତ୍ ଅତ୍ୟାଚାର କର୍ସନ୍  । ସଂସ୍କୃତ ରେ ଗୋଟେ ଶ୍ଳୋକ ଅଛେ ତାହା ହେଲା “ୟତ୍ର ନାରୀ ଅସ୍ତୁ ପୂଜନ୍ତେ ରମନ୍ତେ ତତ୍ର ଦେବତା ଅସ୍ତେ” ତାର ଅର୍ଥ ଯେନ୍   ନ ନାରୀ ର ପୂଜା ହେସି ସେନ ଦେବତା ମାନେ ପୂଜା ପାଇସନ୍ । ଜେନ୍ତା ପଥର୍ ରେ ଗଢିଥିବା ନାରିକେ ପୂଜା ପାଠ୍ କରି କରି ସମ୍ମାନ ଦେସନ୍ , ସେନ୍ତା ପ୍ରକୃତରେ  ନାରୀକେ ସମ୍ମାନ ଦେତେ ବଏଲେ  ଅତ୍ୟାଚାର, ଅନ୍ୟାୟ, ଶୋଷଣ ଯେନ୍ କରାଯାଉଛେ ହେନ୍ତା ନେଇ ହେତା । ଆମର ଭାରତ ରେ କେତେ ଦେବୀ ମାନେ ଯେତେ ଭି ପୂଜା ଆଉ ସମ୍ମାନ୍ ପାଉନ୍, କିନ୍ତୁ ଗୋଟେ ନାରିର କଥା ଯେତେବେଳେ ପଡସି, ତାକେ କେତେ ହୀନ ପ୍ରକୃତି ରେ ଦେଖସନ୍ ଆଉ ଯେତେ ବି ଗାଳି ଗଜିଆ ଅଛେ ସେଟା ଖାଲି ନାରୀ ମାନ୍କର୍ ଶରୀର ଉପରେ ପକେଇ କରି ମାନସିକ , ଶାରୀରିକ ନିର୍ଯାତନା ଦେସନ୍।               
ନିଜକେ ‘ମର୍ଦ’ ବଲି ଦେଖେଇ ହେବାର୍ “ମର୍ଦ ପଣିଆ ପୁରୁଷ” ଆଉ ସମାଜ୍ ର ଲୋକ୍ ମାନେ, ଯେତେବେଳେ ନାରୀ ର ଋତୁସ୍ରାବ ହେଶୀ , ସେତେବେଳେ ତାର ସାଙ୍ଗେ ଛୁଇଁ ନେଇଁ  ହୁଅନ୍ । ଗୋଟେ ପଶୁ ସାଙ୍ଗେ ଯେନ୍ତା ବ୍ୟବହାର କର୍ସନ୍, ଗୋଟେ ନାରୀ ସାଙ୍ଗେ ଭି ହେନ୍ତା ବ୍ୟବହାର  କରସନ୍, ନାରୀ କେ କିଛି କାମ୍  କରବା କେ ନେଇ ଦିଅନ। କେନସି ଖଟ୍ ପିରା ନ ବସି ନେଇ ପାରନ୍ ରାନ୍ଧୁଥିଲା ଵେଳେ,  ଖାଉଥିଲା ବେଳେ ମିଶି କରି ଖାଇ ନେଇ ପାରେ । ଦିନେ ଜଣେ ବୁଢ଼ୀ ଲୋକ ଖାଉଥିଲା ବେଳେ ମୁଇ ଭୁଲ ରେ ଛୁଇଁ ଦେଇ ଥିଲି ଯେ ଯେତେ ବି ଭାତ ବନ୍ଚିଥିଲା, ସବୁ କେ ମୋର୍ ଉପରେ ଢାଳିଦେଇଥିଲେ ।
 ଦୁଇ ବର୍ଷ ତଳର କଥା ମୁଇ ଋତୁସ୍ରାବ ଅବସ୍ଥା ନ ଥିଲି । ସେତେବେଳେ ଆମର୍ ଗାଁ ରେ ଚଇତ୍ରିଆ ବୋଲି ଗୋଟେ ପର୍ବ ହେଉଥିଲା । ଠାକୁରାଣୀ ବୋଲି ଗୋଟେ ଦେବି ଟେ  ଅଛେ, ତାହାକେ ଚଇତ୍ରିଆ ପର୍ବ ନ ପୂଜା କରା ଜାଇସୀ । ସେ ପର୍ବର ପରମ୍ପରା ଅଛେ କି ଯେନ ଟୁକିଲ୍ ଋତୁସ୍ରାବ ନେଇ ହି ଥିବା,  ଅର୍ଥାତ୍ କୁଆଁରୀ କନ୍ୟା ମାନକେ ଠାକୁରାଣୀ ଦେବି ର  ହାଣ୍ଡିକେ ବୋହିକିନା  ପୁରା ଗାଁ ରେ ବୁଲସନ୍ । ହେତ୍ କି  ସମିଆ ନ ଗୋଟେ ହାଣ୍ଡି କେ ଛୁଇଁ ଦେଇ ଥିଲି ଏଥିର ଲାଗି ମୋତେ ଆମର ଗାଁ ର ଲୋକ ମାନେ ଗାଳିଗୁଲଜ୍ କରି କହେଲେ କି ଗାଁ ଟା ନସିଗଲା, ହେତୀର ଲାଗି ଲୋକ ମାନେ ମରି ଯାଉଛନ୍ । ହେଲେ ଠାକୁରାଣୀ ନିଜେ ଗୋଟେ ଦେବି ଆଏ  , ଆମେ ମାନେ ସବେ ଜାନସୁ କି  ଯେତେ ବି ଦେବି ମାନେ ଅଛନ୍ କାଣା ସେମାନେ ଋତୁସ୍ରାବ ନେଇ ହେବାର କି ?  ସେମାନେ ବି ଗୋଟେ ନାରୀ ଆଉ ନିଶ୍ଚୟେ ଋତୁସ୍ରାବ ହେବେ, ତାହେଲେ ସେମାନ୍କେ  ପୂଜା କରାଯାଉଛେ, ସମ୍ମାନ ଦିଆ ଯାଉଛେ ହେଲେ ମାତ୍ର ଗୋଟେ ଜୀବନ ଥିଲା ନାରୀ କେ ଅସମ୍ମାନ କରାଯାଉଛେ କାଇଁ ଲାଗି ? ମର୍ଦ ଭୁଲି ଜାଇସୀ ଯେ, ସେ ରକ୍ତ ଲାଗି ଆଜି ପୁରୁଷ ସମାଜ ର ଅସ୍ତିତ୍ୱ ଅଛେ । ଏନ୍ତା ଶାରୀରିକ୍ ଅସୁସ୍ଥତା ବେଳେ ସାହାଯ୍ୟ କରବା ଛାଡି ଦୂର କେ ପଲାସନ୍ । ଏତେ ଉଦାହରଣ୍ ପରେ ବି ଆମର୍ ସମାଜ୍ ର ପୁରୁଷ ପଣିଆ ଲୋକ୍, ନାରୀକୁ ସମାନ୍ ଅଧିକାର୍ ଆଉ ସମ୍ମାନ୍ ରୁ ଦୁରେ ରଖି,  ନାରୀ ମୁର୍ତ୍ତି ର ଯେତେ ପୂଜା ଅର୍ଚ୍ଚନା କର୍ଲେ କାଣା ଲାଭ ?ନାରୀ କେ ଇ ସମାଜ ନ ଦୁଇ ଟା ବାଟେ ଶୋଷଣ କର୍ସନ । ଗୋଟେ ତାର ରଙ୍ଗ ରୁ ଆଉ ଗୋଟେ ତାର ଶରୀର ରୁ । ନାରୀ ର ରଙ୍ଗ ଯଦି ‘ଗୋରା’ ବେଳେ ତାକେ କହିବେ କି ଗୋଟେ ଚାଉଳ ରେ ଗଢା ଆଉ ଲକ୍ଷ୍ମୀ ର ପ୍ରତି ରୂପ ଆଉ ଜଣେ ନାରୀ ର ରଙ୍ଗ  ‘କଳା’ ବେଳେ କହେବେ କି କାଲିସୁନ୍ଦରୀ, ବ୍ଲାକଡାଇମଣ୍ଡ ଆଉ କାଣା କାଣା କହି ଜାଏସନ୍ । ନାରୀ ଟେ ରାସ୍ତା ନ ଚାଲୁଥିଲା ବେଳେ ମରଦ୍ ମାନେ ଛୀନାଛକା ଦେଖି କିନା ଅପହରଣ କର୍ସନ  ଆଉ ତାକେ ବଳାତ୍କାର କରସନ୍ ତାର ସାଙ୍ଗେ ସାଙ୍ଗେ ଏନ୍ତା ହିସାବ ନ ତାର ଦେହ କେ କରି ଦେସନ କି ସେ ଇ ସମାଜ ନ ବଞ୍ଚି ରହେବା ଲାଗି ଚାହିଁଲେ ବି ବଞ୍ଚି ନେଇ ପାରେ, ଆରୁ କାହାକେ ମୁହୂ ଦେଖାବା ଯୋଗ୍ୟ ନେଇ କରି ଦିଅନ । ତାର ମୁହଁ,  ତାର ଦେହ ର ସବୁ ଜାଗା ରେ ଏସିଡ୍ ପକେଇ ଦେବେ, ଆରୁ ତାର  ଦେହ ର ଅଙ୍ଗ ମାନକେ କାଟି ଦେବେ । ଆରୁ ଏନ୍ତା ହିସାବର୍ ମରଣ ଦେବେ କି ଆମେ ଭାବି ବି ନେଇ ପାରୁ ।
ବଲାଙ୍ଗୀର ଜିଲ୍ଲା ର ଝିଅ ‘ସ୍ନେହଲତା ଛତ୍ରିଆ’ ଯେତେବେଳେ ବନ୍ଧ୍ ନ ଗାଧୁ ଥିଲା ବେଳେ ତାକେ କେତେଟା  ପିଲା ମାନେ ଆସିକିନା ତାର ସହ ବଳାତ୍କାର କରିକିନା ତାର ଦେହ ର ଅଙ୍ଗ ମାନ୍କେ  କାଟି କରି   ତାର ଉପରେ ଏସିଡ ଢାଳିଦେଇଥିଲେ । କୋରାପୁଟ ଜିଲ୍ଲା ନବମ ଶ୍ରେଣୀ ପଢୁଥିବା ଝିଅ ସହିତ CRPF ର ଯବାନ ମାନେ ବଳାତ୍କାର (କୁନ୍ଦୁଲି ଗେଂଗରେପ 2017), ଡଃ. ପ୍ରିୟଙ୍କା ରେଡ୍ଡି 2019, ନିର୍ଭୟା କେସ୍ 16 ଡ଼ିସେମ୍ବର 2012, ବହୁତ ଲାଜର୍ କଥା କି ଜଣେ ନଅ ବର୍ଷ ଝିଅ ସହ ବଳାତ୍କାର ହେଇଛେ | ପ୍ରତି ସେକେଣ୍ଡ, ପ୍ରତି ମିନିଟ, ପ୍ରତି ଘଣ୍ଟା ନ ଦୁନିଆରେ ଏନ୍ତା କେତେ ବଳାତ୍କାର ହେଉଛେ। ମାତ୍ର ଯେନ୍  ବଳାତ୍କାର ଟା ଗାଁ ଗହଳିରେ ରେ ହେସି ସେ କଥା କେ ବହୁତ୍ କମ୍ ଲୋକ ଜାନ୍ସନ୍ ଆଉ ଯେନଟା ସହର ନ ହେସି ସେ କଥା କେ ସବେ ଜାଣସନ୍ ।
National Crime Records Bureau(NCRB) ଅନୁସାରେ  2013 ମସିହାରେ 24, 923 ମାମଲା ରୁଜୁ କରାଯାଇଛେ । ସେଥି ମଧ୍ୟରୁ 24, 470 ବଳାତ୍କାର ଜଣାସୁନା । NCRB  report 2006 ଅନୁସାରେ 71% ବଳାତ୍କାର ମାମଲା ରୁଜୁ ନେଇ କରାଯାଇ । ସାରା ବିଶ୍ୱ ତୁଲନା ରେ ଭାରତ ଦେଶ ପ୍ରଥମ ସ୍ଥାନରେ ଅଛେ  ଯେନକି ବହୁତ ବଳାତ୍କାର ହେସି । ରାସ୍ତା ନ ଚାଲୁଥିବା ବେଳେ ପିଲା ମାନେ ଅପହରଣ କରି ନେସନ, ସ୍କୁଲ କଲେଜ କେ ପଢ଼ି ଯିବା ବେଳେ ଉଠେଇ ନେସନ, ଗାଧ୍ଲା ବେଳେ ପିଲା ମାନେ ଉଠେଇ ନେସନ, ବେଳେ ଆମେ କେହେନି ଜାଗା ନ ବି ସୁରକ୍ଷିତ ନେଇଁନ ।  ଯଦି ଜଣେ ବାପା ହେଇ କିନା ନିଜର ଝିଅ କେ ବଲାତ୍କାର କରୁଛେ, ନିଜର ଘରେ ହି ଝିଅ ଟେ ସୁରକ୍ଷିତ ନେଇଁନ, ବେଳେ ଆମେ ଆମର ସମାଜ ଉପରେ କେନ୍ତା ବିଶ୍ୱାସ କର୍ମା । ଗୋଟେ ଟୁକିଲ୍ କେ ଯେତେବେଳେ ବଲାତ୍କାର ହେସି ହେତକୀ ବେଳେ ସମାଜ ର ଲୋକ ଟୁକେଲ୍ କେ ପଚ୍ରା ଉଚ୍ରା କର୍ବେ,  ଟୁକେଲ୍ କେ ଦୋଷୀ ମାନ୍ବେ ଆଉ ପୀଡିତା କେ କହିବେ କି  ଯାହା ବି ହେଲା ଭୁଲି ଯା ,  କାଇଁଯେ କି ଇଜ୍ଜତ ତୋ ଟୁକିଲ ର ହିଁ  ଗଲାନ । ବଳତ୍କାର କରୁଛେ ଜଣେ ପିଲା, ତାକେ ଶୋଷଣ ଭକ୍ଷଣ କରୁଛେ ଗୋଟେ ପିଲା, ମାତ୍ର ଇଜ୍ଜତ ଯାଉଛେ ଗୋଟେ ନାରୀ ର । ପ୍ରଶ୍ନ ଉଠ୍ସି କି କାଣା ଇଜ୍ଜତ୍ ଟା ଝିଅ ର ପ୍ରଜଜନ ନଳିକା ରେ ହିଁ ଅଛେ କେଁ ?  
 ଆମେ ଦେଖମା ବେଳେ ଭାରତ ବର୍ଷ ନ ଟୁକିଲ୍ ମାନକର ସାଙ୍ଗେ ବଳାତ୍କାର , ଅତ୍ୟାଚାର  ହେଇ ଆସୁଛେ, ଆଉ ଇଟା ବନ୍ଦ୍ ହେବାର୍ ନେଇ । ସବୁ ଯେତେ ବି ମର୍ଦ ପଣିଆ ପୁଅ ମାନେ ଅଛନ୍ ସେମାନଙ୍କେ ବୁଝବାର୍ ଦରକାର ଯେ ଆମେ ଯାହାର୍ ସାଙ୍ଗେ ବଳାତ୍କାର କରୁଛୁ ଇଟା ବି କାହାର୍ ଗୋଟେ ବୁହେନ୍ ଆଏ । ଗୋଟେ ଟୁକିଲ କେ ଛୀନା ଛକା ନ ଦେଖଲେ କି ଅଂଧାର ରାତି ନ ଦେଖଲେ ତାକେ ଗୋଟେ ଅବସର ନେଇ ଭାବି କିନା କର୍ତ୍ତବ୍ୟ ଭାବିବା ଦରକାର । ନାରୀ କେ ଭଲ୍ ଭାବରେ  ଶିକ୍ଷା  ଦିଆଯାଉ ନାରୀ ମାନକେ ତାକର ନିଜର ହିସାବ୍ ରେ ରହେବାକେ ଦିଆଯାଉ । ଆମେ ଜାଣିଛୁ ଆମର ଭାରତ ର  ସମ୍ବିଧାନ ରେ ମହିଳା ସୁରକ୍ଷା ଲାଗି ଅଧିକାର ଅଛେ ଆଉ ସେଟା କେ କିଏ ବି ନେଇଁ ମାନବାର । ଇ ସମାଜ ରେ କାଏଁହେଲା ଯେ ଗୋଟେ  ନାରୀ ର ମଜ୍ବୁରି ଆଉ ତାର୍ ଦରଦ୍ କେ ବୁଝି ନେଇ ପାରବାର ଆରୁ ତାକେ ଆଗକେ ବଢବାର  ଲାଗି  ମଉକା ନେଇ ଦେବାର ? ଡଃ. ବାବାସାହେବ ଆମ୍ବେଦକର କହିଥିଲେ କି – ” I measure the progress of a community by the  degree of progress which women have achieved.” ଗୋଟେ ସମାଜ ର ଉନ୍ନତି ତେବେ ହେବା ଯେବେ  ସେ ସମାଜ ର ନାରୀ ମାନେ ଉନ୍ନତି ହେବେ ।

ଲେଖିକା :- ଦିଶା କାନ୍ତ , ସେ ବର୍ତମାନ କର୍ନାଟକା ବିଶ୍ବବିଦ୍ୟାଳୟ ରେ ଇଂରାଜୀ ସାହିତ୍ୟ ବିଷୟରେ ସ୍ନାତକ ଛାତ୍ରା ।

Author Disha Kanta Doing her Graduation in English Literature at Karnataka University .

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.