ବଜନିଆର ପ୍ରତିରୋଧ

“ଗଣା/ଡମ୍ ବଜା” କୁ କେମିତି ସମ୍ବଲପୁରୀ ତଥା କୋଶଲି ନା ରେ ମିଥ୍ୟା ପ୍ରଚାର୍ ଚଳେଇଛନ୍ତି ସବର୍ଣ୍ଣ !

ଜାତି ବ୍ୟବସ୍ଥା ର ବର୍ବରତା ଯୋଗୁଁ ଦଲିତ, ଆଦିବାସୀ ମାନଂକୁ ଜମିନ୍, ସମ୍ପତି ତଥା ଅସ୍ତ୍ର ଅକ୍ତିଆର୍ କରିବାରୁ ଦୁର ଦୁରରେ ରଖା ଗଲା । ଏହି ସମୁଦାୟର ଲୋକ ମାନଂକୁ ସବୁ ଅଧିକାର ରୁ ବଂଚିତ କରାଗଲା । ଗ୍ରାମାଞ୍ଚଳରେ ଜାତି ବ୍ୟବସ୍ଥା ରେ ଯେଉଁ ଜନ ଗୋଷ୍ଠୀ ତଳି ତଳାନ୍ତ ହେଇ ନିଜର ଜୀବନକୁ ବଞ୍ଚେଇବା ପାଇଁ ଦୁଇଟି ରାସ୍ତା ଆପଣେଇ ଥିଲେ । ତାହା ହେଲା ମାଟି କାମ ଏବଂ ବଜା ତିଆରି କରି ବଜେଇ ନିଜ ଜୀବିକା ନିର୍ବାହ କରିବା ।

ଅନେକ୍ ବର୍ଷ ପରେ ଏହି ଜୀବିକା ନିର୍ବହନ ପଦ୍ଧତି ଗୋଟିଏ ଲୋକ ତାନ୍ତ୍ରିକ ତଥା ଉଚ୍ଛ ମାନର ସଂସ୍କୃତି କୁ ଜନ୍ମ ଦେଇ ଥିଲା । ଏହି ବଜା ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ବାଜୂ ଥିଲା । ମୁଖ୍ୟତଃ  ଘାସୀ, ଚମାର ଏବଂ ଡମ୍ ସମୁଦାୟର ଲୋକମାନେ ମୃତ ଗାଇ, ଛେଳି ତଥା ଅନ୍ୟାନ୍ୟ ପଶୁ ର ଚମଡା ଓ ବିଭିନ୍ନ ପ୍ରକାର କାଠକୁ ନେଇକି ବାଦ୍ୟ ଯନ୍ତ୍ର ତିଆରି କରୁଥିଲେ ଏବଂ  ଗଣା ଲୋକମାନେ ତାକୁ ନେଇ ବାଦ୍ୟ ର ଧୂଁନ ତିଆରି କରି ବଜାଉଥିଲେ ଯାହା “ଗଣା ବଜା” ତଥା “ଡମ୍ ବଜା” ନାମରେ ପରିଚିତ ।

ସମସ୍ତେ ଜାଣନ୍ତି ତାହା ଗଣା ଲୋକ ମାନଙ୍କର ପ୍ରତ୍ୟେକ ସଂକୃତିକ କାର୍ଯ୍ୟକ୍ରମରେ ବାଜେ, ସେଇ ସମୟରେ ସବର୍ଣ୍ଣ ମାନେ ନା ବଜା କୁ ଛୁଁ ଥିଲେ, ନା ବଜା ରେ ନାଚୁଥିଲେ । ବଜା ଟା ଗଣା/ଡମ୍, ଘାସୀ, ଚମାର୍ ତଥା ଆଦିବାସୀ ଲୋକ ମାନଙ୍କ ଭିତରେ ସୀମିତ ଥିଲା।

ସାମ୍ବିଧାନିକ ଅଧିକାର ବଳରେ କିଛି ମାତ୍ରାରେ ସ୍ପୃଶ୍ୟତା ଦୂର ହେଲା ପରେ ଲୋକ ମାନଙ୍କ ଭିତରେ ଗ୍ରହଣିୟତା ଆସିଲା। ସାମ୍ପ୍ରତିକ ଯେଉଁ ଜନ ଗୋଷ୍ଠୀ ଅକ୍ଲାନ୍ତ ପରିଶ୍ରମରେ ଏତେ ବଡ଼ ମହାନ ସଂସ୍କୃତିକୁ ଜନ୍ମ ଦେଲା ଓ  ବିଶ୍ଵବ୍ୟାପୀ କଲା, କିନ୍ତୁ ସେଇ ଗଣା, ଘାସି ତଥା ଚମାର୍ ସମୁଦାୟର ମହାନ ଲୋକ ମାନଙ୍କୁ ଆଜି ମଧ୍ୟ ସବର୍ଣ୍ଣ ଜାତିର ଲୋକମାନେ ଘୃଣା ଓ ଅମାନବିୟ ଦୃଷ୍ଟିରେ ଦେଖନ୍ତି ଓ ବ୍ୟବହାର୍ କରନ୍ତି।

କିନ୍ତୁ ‘ପାଞ୍ଚ ବାଦ୍ୟ’ ,’ଦୁଲ ଦୁଲି’ ‘ସମ୍ବଲପୁରୀ ‘, ‘କୋଶଲି’ ନା ରେ ସଂସ୍କୃତିକରଣ/ବ୍ରାହ୍ମଣୀକରଣ ହେଉଛି ଗଣା ବଜା। ଏହା ଗଣା ,ଘାସି, ଚମାର୍ ଲୋକମାନଙ୍କ ପ୍ରତି ଗୋଟେ ଐତିହାସିକ ଅନ୍ୟାୟ, ଯାହାକୁ ସମ୍ପୂର୍ଣ୍ଣ ଭାବରେ ସାମୁହିକ ବିରୋଧ ହବା ଦରକାର। ସମ୍ବଲପୁରୀ ତଥା କୋଶଲି ନା ରେ ଗଣା/ଡମ୍, ଘାସୀ, ଚମାର୍ ଏବଂ ଆଦିବାସୀ ସଂସ୍କୃତିକୁ ଆଜି ଉଚ୍ଛ ଜାତିର ଲୋକମାନେ ମିଥ୍ୟା ପ୍ରଚାର୍ କରିଛନ୍ତି ।

*ଲେଖକ: ଲମ୍ବୋଦର୍ ଟାକ୍ରି; ଜଣେ ଚଳଚିତ୍ର ନିର୍ମାତା ଏବଂ ସମ୍ପାଦକ

Source of featured Image: Internet

Please follow and like us:
fb-share-icon0

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.