ବିପ୍ଳବର ବହ୍ନି

ବିପ୍ଳବର ବହ୍ନି

ରାତି ତମାମ ଉଜାଗର ରହି ।
ଶବ୍ଦ ରାଇଜରେ ଘୁରିବୁଲେ
ନିଜ ଭାବନାକୁ
କବିତାର ରୂପ ଦେବାପାଇଁ ।।

ହଠାତ
ନିଝୁମ ରାତିରେ ଶୁଭେ
ଝିଙ୍କାରୀର ଝି ଝି ଶବ୍ଦ ।
ପାହାଡ଼ ଶିଖରରୁ ଭାସି ଆସେ
ବାରୁଦର ଗନ୍ଧ ।
ଆଖିରେ ଆଗରେ ଝଳସେ
ଦେବାଳୟରେ ବଳାତ୍କାର
ହେଇଥିବା କୁନି ଝିଅର ବିକଳ କ୍ରନ୍ଦନ ।
କ୍ଷୁଧାତୁର ଶିଶୁ ଖୋଜି ବୁଲୁଥାଏ
ମୁଠାଏ ଅନ୍ନ ।।
ନିତି ତାଡନା ଲାଂଛନା ସହୁଥିବା
ଦଳିତର ହୃଦୟର କୋହ ।
ଜମି,ଜଙ୍ଗଲ,ଭିଟାମାଟି ହରେଇଥିବା
ଆଦିବାସୀର ଦି ଧାର ଲୁହ ।।

ସେଇଠୁ
ଲେଖନୀ ମୋ ଯାଏ ଅଟକି,
ଆଗକୁ ହୁଏନି ଅଗ୍ରସର ।
ଭାବନାରେ ମୋ ଯବନିକା ପଡେ,
ଭୁଲିଯାଏ ଶବ୍ଦର ସମ୍ଭାର ।।

ହେ ବନ୍ଧୁ
ଦେଇ ପାରିବ କି
ଏମିତି ଏକ ଶବ୍ଦକୋଷ ।
ଯେଉଁଥିରେ ଥିବ
ଶୋଷିତ ଘୃଣିତ ନିର୍ଯାତିତ ନିର୍ବାସିତ
ମଣିଷ ହୃଦୟର ଶବ୍ଦ ସମୂହ ।।
ସେଇ ଶବ୍ଦକୁ ସାଉଁଟି ନେଇ
ମୋ ଲେଖନୀ ମୁନରେ
ଆଙ୍କିଦେବି ଏକ କବିତା,
ଅବିକଳ ଅଗ୍ନିଶିଖା ପରି ।।
ଯାହା ପ୍ରତି ଜନମାନସରେ
ଭରିଦେଵ ବିପ୍ଳବର ବହ୍ନି ।।

*ଅଶ୍ବିନି କୁମାର

ashwinikumar0205@gmail.com

Leave a Reply

Your email address will not be published. Required fields are marked *