ମାନସିକ ଦାସତ୍ୱ ଏବଂ ସାମାଜିକ କ୍ରାନ୍ତି

ମଣିଷ, ସମାଜରେ ବସବାସ କରିବା ଯୋଗୁଁ  ସାମାଜିକ ଢାଞ୍ଚା, ଚାଲିଚଳନ, ନୀତିନିୟମ ତଥା ସିଦ୍ଧାନ୍ତ ଗୁଡିକ ରହିବା ଜରୁରୀ ବୋଲି ମନେହୁଏ  I ଏସବୁ ଆମ ଜୀବନକୁ ପରିମାର୍ଜିତ କରିବା ସଙ୍ଗେ ସଙ୍ଗେ ବଂଚିବାର ପଥପ୍ରଦର୍ଶକ ସାଜିଥାଏ I ସାମାଜିକ ଏବଂ ଧାର୍ମିକ ଅନୁଷ୍ଠାନ ଗୁଡିକ ବହୁମାତ୍ରାରେ ଆମକୁ ଶୃଙ୍ଖଳିତ ତଥା ପରିଚାଳିତ କରିଥାଏ I ଆଜିର ସମାଜ ରେ ଥିବା ଏମିତି ଅନେକ ସାମାଜିକ ବ୍ୟବସ୍ତା, ବିଚାର , ଚାଲିଚଳନ ଏବଂ ରୁପରେଖାକୁ ନ ବୁଝି ମଧ୍ୟ ମାନି ଆସୁଛୁ I କେବେ ହେଲେ ଆମେ ପ୍ରଶ୍ନ କରିନୁ ଯେ , ଏକ ସୁଖମୟ ଏବଂ ଶାନ୍ତିପୂର୍ଣ ଜୀବନ  ବଂଚିବା ପାଇଁ  ଏସବୁ ଆମ ଜୀବନ ପାଇଁ କେତେ ଯଥାର୍ଥ ଅବା କେତେ  ଜରୁରୀ I କେମିତି ବା ପ୍ରଶ୍ନ କରନ୍ତେ ।  କେତେ ମାତ୍ରା ରେ ଆମକୁ ପ୍ରଶ୍ନ କରିବା ଶିଖା ଯାଏ ? ସମାଜ ଶୃଙ୍ଖଳା କୁ ମାନିଆସି ଆମ ଘରେ, ସମାଜରେ, ଶିକ୍ଷା ଅନୁଷ୍ଠାନରେ ଏବଂ ଅନ୍ୟାନ୍ୟ ମାଧ୍ୟମରେ ଆମକୁ ପ୍ରାୟତଃ ପ୍ରଶ୍ନ ପଚାରିବା ଶିକ୍ଷା କେବେ ଦିଆଯାଏ ନାହିଁ  I 

ତେବେ ପ୍ରଶ୍ନ ଉଠେ ଯେ , ପ୍ରଶ୍ନ ପଚାରିବା କାହିଁକି  ଜରୁରୀ ? ପ୍ରତିଷ୍ଠିତ ନୀତିନିୟମ ତଥା ସାମାଜିକ ଏବଂ ଧାର୍ମିକ ବ୍ୟବସ୍ଥା ଗୁଡ଼ିକୁ ଯଦି ଭଲ କରି ବୁଝିବାର ଅଛି ଏବଂ ସେସବୁ ମଧ୍ୟରେ ସୁଧାର ଆଣିବାର ଅଛି, ତାହେଲେ ପ୍ରଶ୍ନ କରିବା ନିହାତି ଜରୁରୀ I  ଅନ୍ଧବିଶ୍ୱାସ, କୁସଂସ୍କାର, ଶୋଷଣ, ପ୍ରତାରଣା ଆଦି ସବୁରେ ଜଡିତ ସମାଜକୁ ଯଦି ମୁକ୍ତି ପଥରେ  ଆଗକୁ ନେବାକୁ ଅଛି, ତାହେଲେ ପ୍ରଶ୍ନ କରିବା ନିତାନ୍ତ ଜରୁରୀ । ଜାତି ଲିଙ୍ଗ, ଧର୍ମ, ସାମାଜିକ ବ୍ୟବସ୍ଥା ପରମ୍ପରା ଏବଂ ସଂସ୍କୃତି ନା ରେ ଲୋକମାନଙ୍କୁ ଶୋଷଣ କରୁଥିବା ବ୍ୟବସ୍ଥା କୁଡିକ ଯଦି ବଦଳିବାର ଅଛି, ତାହେଲେ ପ୍ରଶ୍ନ କରିବା ବହୁତ ଜରୁରୀ । ଶୋଷଣ ଏବଂ ଅନ୍ୟାୟକୁ ପ୍ରଶୟ ଦେଉଥିବା ସମସ୍ତ ପ୍ରକାର  ଅନୁଷ୍ଠାନ ତଥା ଏପରି  ମାନସିକତା ବଦଳି, ସମତାମୁଲକ୍ ସମାଜର ଗଠନ କରିବା ପାଇଁ, ପ୍ରଶ୍ନ କରିବା ନିତାନ୍ତ ଆବଶ୍ୟକ । ମାନସିକ ଗୁଳାମି ରୁ ମୁକ୍ତ ହୋଇ ଏକ ସ୍ୱୟଂ ବିକଶିତ , ଯିଏକି ଭଲ ମନ୍ଦ ର ବିଚାର କରିପାରୁଥିବା, ସେଭଳି ଏକ ମଣିଷ ଗଠନ କରିବାରେ ପ୍ରଶ୍ନ କରିବା ଆବଶ୍ୟକ । ନିଶ୍ଵାସ-ପ୍ରଶ୍ଵାସ ,ଯେଭଳି ମଣିଷର ବଂଚିବା ପାଇଁ ଜରୁରୀ, ଠିକ ସେଭଳି ସମାଜରେ ଆଚ୍ଛାଦିତ ଥିବା  ଅନ୍ଧକାରକୁ ଦୂର କରିବା ପାଇଁ ପ୍ରଶ୍ନ ପଚାରିବା ବହୁତ ଜରୁରୀ I  

ସାମାଜିକ ବ୍ୟବସ୍ଥା ଏବଂ ଧାର୍ମିକ ଶୃଙ୍ଖଳା, ଭାରତୀୟ ସମାଜକୁ ସମ୍ପୂର୍ଣ ରୂପେ ଗ୍ରାସ କରିଛି I ବହୁବିଧ ପାରମ୍ପରିକ ଯଥାର୍ଥତା, ଧାର୍ମିକ ଅନ୍ଧବିଶ୍ୱାସ, ପୌରାଣିକ ରଚନାବଳୀ ଏବଂ ସମକାଳୀନ ଶିକ୍ଷାବ୍ୟବସ୍ଥାର ଦୁର୍ବ୍ୟବହାର ଯୋଗୁଁ ଆଜି ମଧ୍ୟ ଦେଶର ଲୋକେ ମାନସିକ ଗୁଳାମୀର ଶିକାର । ବ୍ରାହ୍ମଣ ମାନେ ତଥା ଉଚ୍ଚ ଜାତିର ଲୋକେ ନିଜ ଆଧିପତ୍ୟ କୁ ଜାହିର କରି ରଖିବା ପାଇଁ ଏବଂ ବହୁଜନ ସମାଜକୁ ସଦା ସର୍ବଦା ନିଜର ଗୁଲାମ କରି ରଖିବା ପାଇଁ ଉପରୋକ୍ତ ଷଡଯନ୍ତ୍ର ପୂର୍ଣ ଜାଲ ବୁଣିଥିଲେ । ଐତିହାସିକ କାଳରୁ ଦଳିତ, ଆଦିବାସି , ପଛୁଆ ବର୍ଗ ଏବଂ ମହିଳା ମାନଙ୍କୁ ଶିକ୍ଷା ଓ ସମ୍ପତ୍ତିରୁ ଦୂର ରଖାଗଲା । ମନୁସ୍ମୃତି, ରାମାୟଣ, ମହାଭାରତ, ତ୍ରିନାଥ ମେଳା, ଶନି ମେଳା,ପୂଜାପାଠ , ଧାର୍ମିକ ଶ୍ରଦ୍ଧା , ଦାନ ଦକ୍ଷିଣା, ଜନ୍ତ-ଶ୍ରାଦ୍ଧ ଇତ୍ୟାଦି ଦ୍ୱାରା ଏମାନଙ୍କୁ ମାନସିକ, ସାମାଜିକ, ରାଜନୈତିକ ଏବଂ  ଆର୍ଥିକ ରୂପରେ ଗୁଲାମ କରିଦିଆଗଲା । ମାନସିକ ଗୁଲାମି ର ବିଶେଷତା , ସମାଜର ରୂପରେଖ ଏବଂ ଢାଞ୍ଚା ଉପରେ ନିର୍ଭର କରିଥାଏ, ଠିକ ଯେଭଳି ବ୍ରାହ୍ମଣବାଦି ପରମ୍ପରା ମଧ୍ୟରେ ଥିବା ମାନସିକ ଗୁଲାମୀ ର ପ୍ରଭାବ କୁ ଦେଖିପାରିବା ।  ବ୍ରାହ୍ମଣୀ ବ୍ୟବସ୍ତା ଦ୍ଵାର ପରିଚାଳିତ ହେଉଥିବା ଭାରତୀୟ ପୁଞ୍ଜିବାଦ ଏବଂ  ପ୍ରାଶବାଦୀ ମାନେ ଆଜି ମଧ୍ୟ  ସାମାଜିକ-ଅର୍ଥନୈତିକ, ରାଜନୈତିକ କ୍ଷେତ୍ରରେ ଏ ଦେଶର ଲୋକଙ୍କୁ ଗୁଳାମ ବନେଇ ସୁନିୟୋଜିତ ଭାବରେ ଉପରୋକ୍ତ ଗୁଲାମ ବ୍ୟବସ୍ତା କୁ ଚଳେଇ ଆସୁଛନ୍ତି । ଆମ ନିତିଦିନିଆ ଜୀବନରେ ଏସବୁର  ଝଲକ ବହୁତ ଭଲ ଭାବରେ ଦେଖିବାକୁ ପାଇଥାଉ । ନିଜ ଘର , ସାଇ ପଡିଶା ତଥା ସମାଜକୁ ଟିକିଏ ଭିନ୍ନ ଚକ୍ଷୁରେ ଦେଖନ୍ତୁ । ସେଇ ଦୃଷ୍ଟିରେ ଦେଖନ୍ତୁ, ଯେଉଁଥିରେ କି ଆମ ଆଖି ତଥା ମନରେ ଲଗାଯାଇଥିବା ଚଷମା ନ ଥିବ , ତାପରେ ଆପଣ ନିଜେ ହିଁ ସବୁ ବୁଝିଯିବେ ।

ଏକ ସାମାଜିକ ପ୍ରାଣୀ ହିସାବରେ, ଆଜି ଆମେ ଯାହା କିଛି ପାଇଛୁ ଏବଂ ଉପଭୋଗ କରୁଛୁ, ସେସବୁ ଆମକୁ ମୁକ୍ତ ଆକାଶରୁ ମିଳି ନାହିଁ I ଆମ ପୂର୍ବରୁ ବହୁଲୋକ ପ୍ରଶ୍ନ କରି ଏସବୁ ଉପରେ ପ୍ରୟାଶଶିଳ ଥିଲେ । ସେମାନେ ଭାରତକୁ ଏକ ପ୍ରଗତିଶୀଳ ଦେଶରେ ଦେଖିବାକୁ ଚାହୁଁଥିଲେ । ଗୌତମବୁଦ୍ଧ, କବିର, ନାନକ, ରବିଦାସ୍ ଙ୍କ ଠୁ ଆରମ୍ଭ କରି ଜୋତିବା ଫୁଲେ, ସାବିତ୍ରୀବାଇ ଫୁଲେ , ଫାତିମା ଶେଖ୍, ଘାସି ଦାସ, ଭୀମଭୋଇ, ସାହୁଜି ମହାରାଜ, ନାରାୟଣ ଗୁରୁ, ଆୟଂକାଲି, ରାମସ୍ଵାମୀ, ପେରିୟାର , ବାବାସାହେବ ଆମ୍ବେଦକର, ମାନ୍ୟବର କାଂଶୀରାମ ଆଦି ନିଜର  ଅକ୍ଲାନ୍ତ ସଂଘର୍ଷ ଏବଂ ପ୍ରଚେଷ୍ଟା ଯୋଗୁଁ ହିଁ ଆଜି ଏଭଳି ଭାରତ ଦେଖିପାରୁଛେ । ଏ ସମସ୍ତ ମହାନାୟିକା / ମହାନୟକ ନିଜ ନିଜ ସମୟ କାଳରେ ଭିନ୍ନ ଭିନ୍ନ ଜରିଆରେ ବ୍ରାହ୍ମଣୀ ବ୍ୟବସ୍ତା ପ୍ରବଣ ମାନସିକ ଗୁଳାମି, ଜାତି ବ୍ୟବସ୍ଥା, ଛୁଆ ଅଛୁଆଁ ଭେଦଭାବ, ଳିଙ୍ଗ ହେତୁକ ଭେଦଭାବ, ଧାର୍ମିକ ଅନ୍ଧ ବିଶ୍ବାସ ଇତ୍ୟାଦି ବିରୁଦ୍ଧରେ ଠିଆ ହୋଇ ସାମାଜିକ କ୍ରାନ୍ତିର ବୀଜ ବୁଣିଥିଲେ । ରବିଦାସ ଙ୍କ ‘ ବେଗମପୁରା’ ହେଉ ବା ଭୀମ ଭୋଇଙ୍କ ‘ନିର୍ବେଦ’ ତଥା ଫୁଲେ ଦାମ୍ପନ୍ତିଙ୍କ ‘ସତ୍ୟଶୋଧକ ସମାଜ’ ବାବାସାହେବ ଆମ୍ବେଦକରଂକ ‘ପ୍ରବୁଦ୍ଧ ଭାରତ ‘  ହେଉ ବା ପେରିୟାରଙ୍କ ‘ ଆତ୍ମ ସମ୍ମାନ ଆନ୍ଦୋଳନ’ ତଥା ମାନ୍ୟବର କାଂଶୀରାମଙ୍କ ‘ବହୁଜନ ସମାଜ ‘ ଏମାନେ ସମସ୍ତେ ଏହି ଶ୍ରୋତରେ ଅଗ୍ରସର ହୋଇ ମୁକ୍ତିର ପ୍ରଦର୍ଶକ ସଜିଥିଲେ । ସେମାନଙ୍କ ଦର୍ଶନ ତଥା ବିଚାରଧାରା ଆମକୁ ଆଜି ମଧ୍ୟ ପ୍ରେରଣା ଦେଇଥାଏ । ସେମାନେ ଯେଉଁ ସାମାଜିକ କ୍ରାନ୍ତିର ବୀଜ ବୁଣି ଏକ ସମତା, ସ୍ୱତନ୍ତ୍ରତା , ବନ୍ଧୁତା ଏବଂ ନ୍ୟାୟପୂର୍ଣ ସମାଜ ଗଢିତୋଳିବାର ଦର୍ଶନ ପ୍ରଦାନ କରିଥିଲେ, ସେହି ରାସ୍ତା ଆଜିମଧ୍ୟ ଗତିୟମାନ ଅଟେ । ବ୍ରାହ୍ମଣବାଦ ଏବଂ ପୁଞ୍ଜିବାଦୀ ବିଚାରଧାରାକୁ ଜ୍ୱାଳାଞ୍ଜିତ କରି ସେମାନଙ୍କ ଦର୍ଶନକୁ ସାକାର କରିବାର ହେଉଛି ବର୍ତମାନ ସମୟର ଆହ୍ୱାନ ।

ବାବାସାହେବଙ୍କ ମତରେ “ଆମେ ଯଦି ବୈଚାରିକ ପରିବର୍ତନ ଆଣିପାରିବାନି , ତାହେଲେ ଅନ୍ୟ କୌଣସି ପ୍ରକାରର ପରିବର୍ତନ ଆଣି ପାରିବା ନାହିଁ “ । ସାମାଜିକ କ୍ରାନ୍ତି ତଥା ରୂପାନ୍ତରଣ ପାଇଁ, ମାନସିକ ଗୁଳାମୀର ବିନାଶ ନିତାନ୍ତ ଜରୁରୀ । ଜୋତିବା ଫୁଲେ ମଧ୍ୟ କହିଛନ୍ତି ଯେ  “ ଉଚ୍ଚ ଜାତିର ଲୋକେ ଧର୍ମ ଶିକୁଳିରେ ଆମକୁ ବାନ୍ଧିଦେଇ ଶିକ୍ଷା ଏବଂ ଧନ ସମ୍ପତ୍ତିରୁ ଦୂରରେ ରଖିଲେ ଏବଂ ଏସବୁ ଦ୍ଵାରା ଶୁଦ୍ର, ଅତିଶୁଦ୍ର ଏବଂ ମହିଳା ସମାଜ ଚିରଦିନ ପାଇଁ ବ୍ରାହ୍ମଣବାଦ ଏବଂ ପୁଞ୍ଜିବାଦୀ ମାନଙ୍କ ଗୁଳାମ ହେଇ ରହିଗଲା”। ନିଜର ଆତ୍ମ ସମ୍ମାନ ଏବଂ ଅଧିକାର ପାଇଁ ଆମ ମହାମାନଵମାନେ ସଦାସର୍ବଦା ପରାୟଣଶୀଳ ଥିଲେ । ସେମାନଙ୍କ ସଂଘର୍ଷ, ବଳିଦାନ ଏବଂ ଦର୍ଶନ ଯୋଗୁଁ ହିଁ , ଆମେ କିଛି ମାତ୍ରାରେ ମଣିଷ ହୋଇପାରିଛୁ ।

ମାତ୍ର, ଆମ ସଂଘର୍ଷ ଏ ଯାଏଁ ଶେଷ ହୋଇ ନାହିଁ । ଆମ ସଂଘର୍ଷର ଉଦ୍ଦେଶ ହେଉଛି ସମ୍ପୂର୍ଣ ବ୍ରାହ୍ମଣବାଦ ଓ ପୁଞ୍ଜିବାଦ ର ବିନାଶ । ଜଣେ ମଣିଷ ଓ  ଆଉ ଜଣେ ମଣିଷ ମଧ୍ୟରେ ମନୁଷ୍ୟତା ର ବ୍ୟବହାର ରହୁ, ତାହା ହିଁ ଆମ୍ବେଦକରବାଦର ମୂଳମନ୍ତ୍ର । ଏହି ମୂଳମନ୍ତ୍ର ସବୁପ୍ରକାରର ଶୋଷଣ ତଥା ଘୃଣା ର ସମ୍ପୂର୍ଣ ନିର୍ମୁଳନ କରି ଏକ ପ୍ରଗତିଶୀଳ ସମାଜ ଗଠନ ଦିଗରେ ଆଗେଇଯିବା । ମାନସିକ ଗୁଳାମିକୁ ଜାଣିବା, ସେସବୁକୁ ପ୍ରଶ୍ନ କରିବା ଏବଂ ସେମାନଙ୍କ ବିନାଶ କରିବା  ଜରିଆରେ ହିଁ ଆମ୍ଭେ ସାମାଜିକ କ୍ରାନ୍ତି ବୀଜ ବୁଣିପାରିବା । ତେଣୁକରି ଆମ ଆନ୍ଦୋଳନର ବହୁମୁଖୀ ଶାଖା ତଥା ସାମାଜିକ ବ୍ୟବସ୍ଥାର ପୁନଃଗଠନ ରେ ବହୁଜନ ମହାମାନବଙ୍କ ସଂଘର୍ଷ ଓ ବିଚାରଧାରା ( ବହୁଜନ ବିଚାରଧାରା )ର ପ୍ରଚାର ଏବଂ ବିସ୍ତାରିତ ହେବା ଅତ୍ୟନ୍ତ ଜରୁରୀ । ମାତ୍ର ଏସବୁ ପାଇଁ ଆମ ହୃଦୟରେ ଜ୍ୱାଳାର ପ୍ରଦର୍ଶନ  ଏବଂ ମନରେ ପ୍ରଶ୍ନ ହେବା ବହୁତ ଜରୁରୀ । ସାମାଜିକ ଚାଲିଚଳଣୀ ତଥା ପାରମ୍ପରିକ ପ୍ରଥାକୁ ବିନାଶ ଦିଗରେ ସାବିତ୍ରୀବାଇ ଫୁଲେଙ୍କ ବାଣୀ ଆମକୁ ପ୍ରେରଣା ଦିଏ ।

Awake, Arise and Educate
Smash Traditions and liberate…
~ ଶାବିତ୍ରୀବାଇ ଫୁଲେ

  • କାର୍ତିକ ମେହେର ବର୍ତ୍ତମାନ ଅଜିମ୍ ପ୍ରେମଜୀ ବିଶ୍ବବିଦ୍ୟାଳୟରେ ଏମ୍.ଏ କରୁଛନ୍ତି।

Leave a Reply

Your email address will not be published. Required fields are marked *