ଶିକ୍ଷା

ଚାଲ ଆମେ କଲମ ଧରି
ଦୁନିଆକୁ ବଦଳେଇବା
ପେଟେ ଦାନା ଥାଉ ଅବା ନ ଥାଉ
ପାଠ ପଢି ଶିକ୍ଷିତ ହେବା ||

ଶିକ୍ଷା ଠାରୁ ବଳି ଆଉ
ନାହିଁ ଅସ୍ତ୍ର ଦଳିତ ଓ ଆଦିବାସୀର
ସେଇ ଅସ୍ତ୍ର ଧାରଣରେ ସମ୍ମାନ, ସ୍ବାଭିମାନକୁ
ବନ୍ଚେଇହେବ ହୋଇ ଆତ୍ମନିର୍ଭର ||

ଦଣ୍ଡନୀୟ ଥିଲା ଦିନେ
ଶିକ୍ଷା ନେବାକୁ ହେଲେ ଆଗ୍ରହ
ପାଦତଲେ ଚାପିରଖିବାର
ଶଡୟନ୍ତ୍ର ଯେ ଏହା ମନୁବାଦୀର ||

ବେଦ, ଶ୍ଳୋକ ଓ ପୁରାଣକୁ
କରି ସେମାନେ ଢା଼ଳ
ଆମ ଉପରେ କରୁଥିଲେ ଅତ୍ୟାଚାର
ଜାତିବାଦର ନିଆଁରେ ଢା଼ଳି ଘିଅ ||

କହୁଥିଲେ – ଝାଡୁ ଧରି ସଫା କରିବା
ଅଛୁଆଁର ଜନ୍ମଗତ ଅଧିକାର
ପୂଜା,ପାଠ,ଭଜନ ଓ କୀର୍ତନରେ
ଉଲ୍ଲାସରେ ବିତେଇ ତାଙ୍କ ଦିନ ||

ମନୁବାଦୀ ସମାଜ ସହ ଲଢିଥିଲେ ବାବାସହେବ ଆମ୍ବେଦକର
ନୂଆ ସୁରୁଜ, ନୂଆ ସକାଳ ଓ
ଆଶାର କିରଣ ଦେଖାଇଲେ
ଲେଖି ସେ ସମ୍ବିଧାନ ||

ତାଙ୍କରି ଆଦର୍ଶରେ ହୋଇ ଆମେ ଏକତ୍ରିତ
ଅଛୁଆଁର ପୋଷାକକୁ କରିବା ପରିତ୍ୟାଗ
କୁଲି, ମଜୁରୀ କିମ୍ବା ଚାଷୀ ମୁଲିଆ ପଛେ ହେଇଥାଉ
ଶିକ୍ଷା ଦେଇ ଓ ନେଇ ଗଢିବା ସୁନେଲି ଭବିଷ୍ୟତ ||

ଏହି ଲେଖା ପ୍ରଥମେ ନିର୍ବେଦ ପତ୍ରିକାରେ ପ୍ରକାଶୀତ ହୋଇଥିଲା

*ଭାରତୀ ମଙ୍ଗରାଜ, ଗବେଷିକା, ଗଣିତ ବିଭାଗ, ସମ୍ବଲପୁର ବିଶ୍ୱବିଦ୍ୟାଳୟ

Leave a Reply

Your email address will not be published. Required fields are marked *