ସାବିତ୍ରୀବାଇ ଫୁଲେଙ୍କ ସଂଘର୍ଷ ଏବଂ ଦର୍ଶନ୍

କେନସି ଭି ସମାଜ୍ ର “ବର୍ତମାନ୍ ଅବସ୍ଥା” ସେ ସମାଜ୍ ର ଇତିହାସ୍ ଉପରେ ଅନେକ୍ ମାତ୍ରାରେ ନିର୍ଭର୍ କର୍ସି । ଭାରତର ସମାଜ୍ ବ୍ୟବସ୍ଥା ଜେନ୍ଟା କି ଗୁଟେ ବାଭନ୍ ବ୍ୟବସ୍ତା କହଲେ କିଛି ଖରାପ୍ ନେଇ ହୁଏ, ସେ ବାଭନ୍ ମାନେ ବରସ୍ ବରସ୍ ଧରିକରି ଆମ୍କେ ଆମର୍ ଇତିହାସ୍ ନୁ ବନ୍ଚିତ୍ କରି ରଖ୍ଲେ । ଜେନଥିର୍ ଲାଗି ଆଜି ବି ଆମେ ଆମର୍ ଇତିହାସ୍ ତକ୍ ପହଞ୍ଚି ନାଈ ପାର୍ବାର୍ ଆରୁ ତଥାକଥିତ୍ ଉପର୍ ଜାତିର୍ ଲୋକ୍ ମାନେ ଆରୁ ବାଭନ୍ ମାନେ ଇ ସମାଜ୍ ର ନାରୀ , ଶୂଦ୍ର, ଅତିଶୂଦ୍ର ମାନକୁ ଗୁଲାମ୍ କରି ରଖବାର୍ ବ୍ୟବସ୍ତା ବନେଇଛନ୍ । ଆମର୍ ଇତିହାସ୍ ଯେହେତୁ ଦବି ଜେଇଛେ ଆର୍ ତାର୍ ଯାଗାନେ ଗୁଲାମିର୍ ଇତିହାସ୍ ଜେନ୍ତା କି ରାମାୟଣ୍, ମନୁସ୍ମୃତିର୍, ମହାଭାରତ୍, ପୁଥୀ-ପୁରାଣ, ଭାଗବତ୍ ସବୁ ଆମର୍ ମୁଡ଼୍ ଭିତରେ ଭରି ଦିଆ ହେଇଛେ । ଜାହାର୍ ଲାଗି ଆମେ ଆମର୍ ଇତିହାସ୍ କେ ଆଜି ଜାନିନାଈ ପାରବାର୍ । ଜହାର୍ ଯୋଗୁଁ ଆମର୍ ସମାଜ୍ ର ମହାନାୟିକା, ମହାନାୟକ୍ ମାନେ ଆମର୍ ଉନ୍ନତି , ବିକାଶ୍, ଆରି ଆମର୍ ସମାଜ୍ କେ ସୂଧରାବାର୍ ଲାଗି ତାକର୍ ଜୀବନ୍ ରେ କେତେ ସଂଘର୍ଷ କରିଥିଲେ ଯେ ଇଟା ସବୁକେ ପଢି ନେଇ ପାରବାର୍ କି ଯାନୀ ନେଇଁ ପାର୍ବାର୍ ।

ହଜାର୍ ହଜାର୍ ବରସ୍ ର ଇତିହାସ୍ କେ ଆମେ ତାଙ୍କର୍ ବେଦ୍, ପୁରାଣ୍ ଆରୁ ମନୁସ୍ମୃତି ହିସାବେ ଦେଖ୍ମା ବେଲେ, ଯାନୀପାରୁଛୁ ଯେ, ବାଭନ୍ ମାନେ ଆରୁ ଅନ୍ୟ ତଥାକଥିତ୍ ଉପର୍ ଜାତିର୍ ଲୋକ ମାନେ ବାଭନ୍ ପରମ୍ପରା, ପ୍ରଥା, ସସ୍କୂତି, ରୀତିନୀତି କେ ଆମର ଉପରେ ଲଦିକରି ଗୁଲାମ୍ କଲେ । ଶୂଦ୍ର, ଅତିଶୂଦ୍ର,ଦଲିତ୍ ଆଦିବାସୀ, ଆର୍ ଉଚ୍ଚ ଜାତିର୍ ନାରୀ ମେନକେ ପାଠ୍ ପଢବାର୍ ଅଧିକାର୍ ନାଈଥାଈ। ଶିକ୍ଷା ରୁ ବନ୍ଚିତ୍ କରା ଯାଈଥୀଲା, ଯେନ୍ଟାକି ମନୁସ୍ମୃତିର୍ ଦେନ୍ ଏ ।

ନାରୀ ମେନକେ ଘରର୍ କାମ୍ କର୍ବାଟା ଆର୍ ଘର୍ ଭିତରେ ରହେବାର୍ ଛଡା ଅଲ୍ଗା କେନ୍ସିକାମ୍ କର୍ବା ଲାଗି ନେଈ ଦେଉଥାଈ । ଘରେଥାଈ କରି ନିଜର୍ ମୂନୁସ୍ ର ସବୁ କାମ୍ କରବା କେ ପଡୁଥିଲା। ତାକର୍ ମୂନୁସ୍ ଜାଣା କହୁଥିଲେ ସବୁକେ ମାନ୍ବାକେ ପଡୁଥିଲା। ନିଜର୍ ଜିବ୍ନର୍ ଭଲ୍ ମନ୍ଦ୍ ଭୀ ନାଈ ଭାବି ପାରୁଥାଈ। ଟୁକେଲ୍ ଜନମ୍ ହେଲାପରେ ବାପାର୍ ଅଧିନ୍ ରେ, ବାହା ହେଲାପରେ ମୂନୂସ୍ ର ଅଧିନ୍ ରେ, ଆରି ମୂନୂସ୍ ପରେ ତାର ପିଲାର୍ ଅଧିନ୍ ରେ ରହେବାକେ ପଡୁଥିଲା। ତାକର୍ ଜୀବ୍ନର୍ ନିସ୍ପତି ଖାଲୀ ଜଣେ ମୂନୂସ୍ ଲୋକ୍ ହୀ ନେଉଥିଲା । ଜନମ୍ ରୁ ମର୍ବାର୍ ତକ୍ ସେମାନେ କେନ୍ତା କିନା ରହବେ, କାଣା ପିନ୍ଧବେ, କାର୍ ସାଗେଂ କଥାହେବେ, କେନ୍ତୀ ଯୀଁବେ, କାହାକେ ବିହା ହେବେ ସବୁ କିଛି ଜଣେ ମୁନୁସ୍ ହୀ ନିର୍ଣୟ କରୁଥିଲା । ଆଉ ସେମାନେ ଜେନ୍ତାକି ନିଜର୍ ମନୁ ଆର୍ କାହାକେ ଭଲ୍ ପାଇକରୀ ବିହା ନାଇ ହିପାର୍ବେ ବଲି ବାଲ୍ୟ ବିବାହ ବ୍ୟବସ୍ତା କରାଗଲା । ତାକର୍ ଜୀବନ୍ ଅଲ୍ଗା ଲୋକ୍ ଉପରେ ନୀର୍ଭର୍ କର୍ବା ଛଡା କୀଛିନାଈ ଥାଈ। ବୀହାପରେ ଟୁକେଲ କେ ତାର୍ ମୂନୂଷ୍ ଯେତେ ମାର୍ଲେ ପୀଟ୍ଲେ ଭି ତାର୍ ସଙ୍ଗେ ଏକା ରହ୍ବାକେ ପଡୂଥିଲା, କାଏଞ୍ଜେ କି, ଇ ହିନ୍ଦୁ ସମାଜ୍ ପତି(ଘଏଂତା) କେ ପର୍ମେଶ୍ୱର ବନାଈ ଦେଈଛେ । ଅଲ୍ଗା ମୂନୂସ୍ ବାଛବାର୍ ଅଧିକାର୍ ନାଈଥାଈ କୀ ଛାଡ୍ ପତର୍ ଦେବାର୍ ବେବସ୍ତା ନାଈଥାଈ। ସତୀଦାହ ପ୍ରଥା ଭଲୀଆ କୁସଂସ୍କାର୍ ଭରି ରହିଥିଲା, ଯେନ୍ଟାକି ମନୁସ୍ମୃତି ଆରୁ ଵେଦ୍ ପୁରାନେ ସବୁ ଭର୍ତି କରି ଅଛେ । ମୂନୂସ୍ ମରୀଗଲା ପରେ ତାର ମାଏଝୀ କେ ଜୀବନ୍ ଥାଉ ଥାଉ ଜଲେଈ ଦେଉଥିଲେ । ବିଧବା କେ ଫେର୍ ଥରେ ବିହା ହେବାର୍ କି ବଞ୍ଚି ରହେବାର୍ ଅଧିକାର୍ ନାଇଥାଈ।

ଏନ୍ତା ବ୍ରାମଣବାଦୀ, ପୁରୁଷବାଦୀ ସମାଜ୍ ନୁ ଜଣେ ନାରୀ ବାହାରି କରୀ ଶିକ୍ଷୀତ୍ ହେବାର୍ ଟା ବହୁତ୍ କଷ୍ଟ ଥିଲା । ଆରୂ ଈ ସମାଜ୍ ରେ ଠିକ୍ ୧୮୩୧ ମସିହାରେ, ମହାରାଷ୍ଟ୍ର ର ଗୁଟେ ମାଲୀ ଘରେ ସାବିତ୍ରୀବାଇ ଜନମ୍ ନେଇଥିଲେ । ବାଭନ୍ ମାନ୍କର୍ ନୀତି-ନୀୟମ୍, ଧରମ୍ ଲାଗି ୯ ବଛର୍ ବୟସ୍ ରେ ମାତା ସାବିତ୍ରୀବାଇଙ୍କର୍ ଜୋତିରାଓ ଫୁଲେଙ୍କର୍ ସଙ୍ଗେ ବାଲ୍ୟ-ବୀବାହ ହୀ ଯାଈଥୀଲା । ସେତ୍କି ବେଲେ ଜୋତିବା ଫୁଲେ ଜାନି ସାରୀଥିଲେ କୀ ଆମର୍ ଲୋକ୍ କେ କେନ୍ତା କିନା ଜାତୀ, ଧରମ୍, ପୁରାଣ୍, ବେଦ୍ ର ନାରେ ତଥାକଥିତ୍ ବଡ୍ ଜାତୀର୍ ଲୋକ୍ ମାନେ ଶୋଷଣ୍ କରୂଛନ୍, ଆରୁ ପାଠ୍ ପଢ଼୍ବାର୍ ଠାନୁ ଆମକେ ବଞ୍ଚିତ୍ କରାଯାଇଛେ । ବାଭନ୍-ବାଦ୍, ପୁରୁଷ୍-ବାଦ୍ କେନ୍ତା କୀନା ଈ ସମାଜ୍ ରେ କାମ୍ କରୁଛେ, ଆଉ ସେ ଈଟା ବି ଜାନୀଥିଲେ ଯେ କେନ୍ତା କିନା ଈ ଠାନୁ ଜଡ୍ ରୁ ବାହାର୍ କେ ବାହାରି ହେବା ।

ଜୋତିବା ଫୁଲେ କହୁଥିଲେ ଈ ସବୁ ତେଭେ ସମାପ୍ତ ହେବା ଯେତେବେଲେ ଆମର୍ ଲୋକ୍ ମାନେ ପାଠ୍ ପଢି ପାର୍ବେ ଆରୁ ଶିକ୍ଷିତ୍ ହେଇକରି ଇ ସବୁ ଅସମାନ୍ ବ୍ୟବସ୍ତା କେ ପ୍ରଶ୍ନ କରବେ, ଆବାଜ୍ ଉଠାବେ ଆରୀ ନୀଜର୍ ଅଧିକାର୍ ଲାଗି ଲଢ୍ବେ । ଶୀକ୍ଷା ଏକା ଗୁଟେ ରାସ୍ତା ଜେଣ୍ଟା କୀ ଆମ୍କେ ଈସବୁ ନୁ ମୁକ୍ତି ଦେଈପାର୍ବା । ଜୋତିରାଓ ଫୁଲେ ଈସବୁ କେ ଭାବିକରି ପ୍ରଥମେ ତାକର୍ ସ୍ତ୍ରୀ, ସାବିତ୍ରୀବାଇ କେ ପାଠ୍ ପଢାଲେ । ଯଦିଓ ଦୁହେଁ ଈ ରୁଢିବାଦି ବ୍ୟବସ୍ତା ଯୋଗୁ ବାଲ୍ୟ ବିବାହ କରିଥିଲେ, ଈତାର୍ ପରେ ବି ସେ ନିଜର୍ ପତ୍ନୀ କେ ଶୀକ୍ଷା ଦେଈଥିଲେ । ସାଧା ହିସାବେ ଦେଖଲେ ଲୋକ୍ ମାନେ ବାହା ହେଲା ପରେ ବୈବାହିକ ଜୀବନ୍ ଯାପନ୍ କରସନ୍ କିନ୍ତୁ ଜୋତିବା ଫୁଲେ ଈ ସମାଜ୍ ରେ ଯେନ୍ କୂପ୍ରଥା, କୂସସ୍କାର୍ ଅଛେ, ତାହାକେ କେନ୍ତା ଦୁର୍ କରୀହେବା ତାର୍ଲାଗୀ ଶୀକ୍ଷା ହି ଗୋଟେ ରାସ୍ତା ଭାବ୍ଲେ ଆଉ ନିଜର୍ ଘରୁ ଆରମ୍ କର୍ଲେ ।

ଆଉ ଈତାର୍ ପରେ ସାବିତ୍ରୀବାଇ ଫୁଲେ ଆରୁ ଜୋତିବା ଫୁଲେ ଦୁହେଁ ମିଶିକରି ୧୮୪୮ ମସିହାରେ, ଝିଅ ମାନକୁ ପାଠ୍ ପଢାବାର୍ ଲାଗି, ଭାରତୀୟ ଇତିହାସ୍ ରେ ପ୍ରଥମ୍ କରି ଗୁଟେ ଈସ୍କୁଲ୍ ଖୂଲ୍ଲେ । ଉପର୍ ଜାତିର୍ ବଭନୀୟା ଲୋକ୍ ମାନେ ଈ ଈସ୍କୁଲ୍ ନେ ପଢାବା ଲାଗି କେହୀ ବୀ ରାଜୀ ନାଈ ହେଉଥାଈ, କାଏଁଜେକୀ କେହି ଭୀ ନାଈ ଚାହୁଥାଈ ଯେ, ଶୂଦ୍ର, ଅତିଶୂଦ୍ର ଆରୁ ନାରୀ ଜାଏତ୍ ପାଠ୍ ପଢୁନ୍ ବଲୀ । ଫେରବି ମାତା ସାବିତ୍ରୀବାଇ ହାର୍ ନାଇଁ ମାନି ଆରୁ ନିଜେ ପାଠ୍ ପଢାଲେ । ଆଉ ତାକର୍ ଈ କାମ୍ ଟା ଧୀରେ ଧୀରେ ସମାଜ୍ ଲାଗି ଗୁଟେ ମହା-କ୍ରାନ୍ତି ଆନିଦେଈ ଥିଲା।

ସାବିତ୍ରୀବାଇ ଥିଲେ ଜଣେ ହି ଥିଲେ ଯେକି ପ୍ରଥମେ ପାଠ ପଢ଼ିଥିଲେ ଆଉ ଭାରତର ପ୍ରଥମ ମହୀଲା ଶିକ୍ଷୟିତ୍ରୀ ଥିଲେ । ଯତେବେଲେ ସାବିତ୍ରୀବାଇ ଫୁଲେ ପାଠ୍ ପଢାବା ଲାଗି ଈସ୍କୁଲ୍ କେ ଯାଉଥିଲେ ସେତେବେଲେ ଉପର୍ ଜାଏତ୍ ର ଲୋକ୍ ମାନେ ସାବିତ୍ରୀବାଇ ଫୁଲେ କେ ଢେଲ୍, ପଖନ୍, ଖର୍ସି ଫିକୁଥିଲେ। ହେତିର୍ ଲାଗି ସାବିତ୍ରୀବାଇ ଫୁଲେ ଆଉ ଗୋଟେ ସାଢୀ ସଙ୍ଗେ ଧରୀକରୀ ପାଠ୍ ପଢେଇ ଯଉଥିଲେ । କେତେ ଗାଲୀ ଗୁଲୀଜ୍, ହୂରା ଶୁନ୍ବା କେ ପଡିଥୀଲା ସାବିତ୍ରୀବାଇ ଫୁଲେ କେ । ବାକୀ ସାବିତ୍ରୀବାଇ କେବେ ହାର୍ ନାଇ ମାନୀ ଆରୁ ଶିକ୍ଷା ଦେଲେ ଆମର୍ ସମାଜ୍ ର ଛୁଆ ମାନକେ ଆଉ ଲୋକ୍ ମାନକେ । ଆଉ ଈ ମାନ୍ସିକ ଗୁଲାମ୍ ରୁ ଅମ୍କେ ସବ୍କେ ବାହାର୍ କେ ଆନ୍ଲେ । “ପାଠ୍ ପଢବାର୍ ଅଧିକାର୍ ସବ୍କେ ଅଛେ” ଇଟା ସେ ପ୍ରମାଣ୍ କରି ଦେଖେଇଦେଲେ । ନାରୀ ମାନକେ କେ ଘର୍ ରୁ ବାହାର୍ କେ ଆନ୍ଲେ, ଆରୁ ନୁଆ ଜୀବନ୍ ଦେଇକରି ଈ ସମାଜ୍ ବ୍ୟବସ୍ଥା ଠାନୁ ନାରୀ କେ ମୁକ୍ତିର୍ ରାସ୍ତା ଦେଲେ । ମାତା ସବିତ୍ରିବାଇଙ୍କର୍ ଈ ନାରୀ ମାନ୍କର୍ ମୁକ୍ତିର୍ ସଂଘର୍ଷ ଆଉ ଜାତିବାଦୀ ବେବସ୍ତା ର ବୀନାସ୍ ରେ ଫତିମା ଶେଖ୍, ତାଙ୍କର୍ ଭର୍ପୁର୍ ସହଯୋଗ୍ କରିଥିଲେ, ଯେ ଗୁଟେ ମୁସଲମାନ୍ ସମାଜ୍ ର ଥିଲେ ।

ଆଜି ଯଦି ଆମେ ଆଘର୍ ସମାଜ୍ ବ୍ୟବସ୍ଥା ଆରୁ ଏବର୍ ସମାଜ୍ କେ ତୁଲ୍ନା କର୍ମା ବେଲେ କେତ୍ନି କେତେ ବଦ୍ଲାବ୍ ଆଈଛେ । ଆଉ ଈ ସବୁ ସମ୍ଭବ୍ ହୀ ପାରିଛେ ମାତା ସାବିତ୍ରୀବାଇ ଫୁଲେଙ୍କର୍ ସଂଘର୍ଷ ଆରୁ ବାଳିଦାନ୍ ଲାଗି । ଆଜି ଟୁକିଲ୍ ମାନେ ପଢ଼ି ପାରୁଛନ୍, ଅଲ୍ଗା ରାଜ୍ୟ କେ, ଅଲ୍ଗା ଦେଶ କେ ଯଈକରି ପଢ଼ି ପାରୁଛନ୍, ସମାଜ୍ ବ୍ୟବସ୍ଥା, ଅର୍ଥନୀତି ରାଜନୀତି ରେ ଭୀ ଠିଆ ହୀ ପାରୁଛନ୍ । ଆଜି ଆମେ ଦେଖ୍ମୁ ବେଲେ ଝିଅ ପୁଅ ଭିତରେ ହେତେ ଭେଦ୍-ଭାବ୍ ନାଈନା । ଝିଅ, ପୁଅ ସମାନ୍ ଶୀକ୍ଷା ପାଈ ପାରୁଛନ୍ । ଜେନ୍ତାକି ଆଗର୍ ଯୁଗେ ପାଈ ନାଈ ପାରୁଥାଈ । ଝିଅ ମାନକେ ଘରେ ହୀ ରହୀକରୀ ଦିନ୍ ବିତାବାକେ ପଡୁଥିଲା । ଘରର୍ ମୁନୁସ୍ ମାନ୍କର୍ ସାମ୍ନାରେ ଠିଆ ବି ହୀ ନାଈ ପାରୁଥାଈ । ବାକି ଆଜି ଆମେ ଈସବୁ ହେବାର୍ କମ୍ ଦେଖିବାକେ ପାଏସୁ , ଆରୁ ଈ ସବୁ ସମ୍ଭବ୍ ହେଲା କାରଣ୍ ଆମେ ପାଠ୍ ପଢ୍ଲୁ ଆଉ ଶୀକ୍ଷୀତ୍ ହେଲୁ । ବାକି, ପ୍ରଶ୍ନଟା ଈଟା ଏ, କୀ ଆଜି ଆମେ ଜାର୍ ଲାଗୀ ପାଠ୍ ପଢି ପାର୍ଲୁ, ଆଗକେ ବଢ଼୍ଲୁ, ଆଉ ଆରାମ୍ ର ଜୀବନ୍ ଟେ ଜୀୟୁଛୁ, କାଣା ଆମେ ସେମାନ୍କେ ମନେରଖିଛୁ ? ଜେନ୍ ଜୀବନ୍ ଟା ଆମ୍କେ ତାକର୍ ଲାଗି ମୀଲଲା କାଣା ଆମେ ତାକର୍ ସଂଘର୍ଷ୍ କେ ଠିକ୍ ବୁଝିପାରିଛୁ ?

ଆଜି ସାବିତ୍ରୀବାଇ ଫୁଲେ ଜଣେ ଭାରତ୍ ର ପହେଲା ମହିଳା ଶିକ୍ଷୟିତ୍ରୀ ହୀସାବ୍ ରେ ହୀ କିଛି ଲୋକ୍ ଜାନୁଛନ୍ ଆରୁ କିଛି ଲୋଗ୍ ତ ଇଟା ବି ନଇଁ ଜାନବାର୍ । ହେଲେ ତାକର୍ ସଂଘର୍ଷ୍, ତାକର୍ ବଲିଦାନ୍, ତାକର୍ କଷ୍ଟ, ଆଉ ସେ ଯାହା ଈ ସମାଜ୍ କେ ଦୀ କରି ଯାଈଛନ୍ ସେଟା ଆଜି କେନେ ଆଲୋଚନା ନାଈ ହେବାର୍ କୀ ପ୍ରଚାର୍ ବି ନାଈ ହେବାର୍ । ବହୁତ୍ ଲୋକ୍ ଏନ୍ତା ଅଛନ୍ ଯେନ୍ ମାନେ ପଢୀ ଲେଖି କରୀ ଆଗ୍କେ ବଢିଛନ୍ ବାକି ସାବିତ୍ରୀବାଇ ଫୁଲେ ର ନା ତକ୍ ନାଈ ଜାଣନ୍ । ତାକର୍ ଅନୁଦାନ୍ କାଣା ଥିଲା ଈ ସମାଜ୍ ଲାଗି ହେଟା ବି ନେଇ ଯାନୀ ଥନ୍ । ଆଉ ଇ ସବୁ ଲାଗି ଦାଈ ଈ ବାଭନ୍-ବାଦୀ ସମାଜ୍ ର ଶିକ୍ଷ୍ୟା ଆଊ ତାର୍ ବ୍ୟବସ୍ଥା, ଯେ କି ଆମ୍କେ ଆମର୍ ଇତିହାସ୍ ତକ୍ ପହଞ୍ଚାବାର୍ ଲାଗି ନାଈ ଦେବାର୍ । ପର୍ଥମ୍ ଶ୍ରେଣୀ ନୁ ବି. ଏ ତକ୍ ପଢ୍ଲେ ବି କେନ୍ ବହି ନେ ଭି ଦେଖି ନାଈପାରୁଂ ସାବିତ୍ରୀବାଇ ଫୁଲେ ବିସୟରେ । ସାବିତ୍ରୀବାଇ ଫୁଲେ ଜାଗାରେ ସରସ୍ୱତୀ ବିଦ୍ୟାର୍ ମାତା ବଲିକରୀ କୁହାଯାଊଛେ । ବାକୀ ଆମେ ଈଟା ନାଈ ଜାଣି କୀ ସରସ୍ୱତୀ କେବେ ଜନମ୍ ହୀ ଥିଲେ ଆଉ ସେ କେନର୍ ଆଁଏ, ଆଉ ସେ କାହାର୍ ଲାଗି ଶିକ୍ଷାର୍ ଦେବୀ ଆଏ । ସିଧା ସିଧା କହଲେ ସେ ବାଭାନ୍ ଆଉ ଉପର୍ ଜତିର୍ ଦେବୀ । ଆମେ ଛୋଟୋ ବେଲୁ ସେ ଗାନ୍ଧୀ, ଜବାହରଲାଲ ନେହେରୁ ,ସର୍ଦାର୍ ବଲ୍ଲଭ୍ ଭାଈ ପଟେଲ୍ ବିଷୟ ରେ ହି ପଢିକରୀ ଆସୁଛୁ ଆଏଜ୍ ତକ୍ ।

ଯେତେବେଲେ ସାବିତ୍ରୀବାଇ ଫୁଲେ ଆଉ ଜୋତିବା ଫୁଲେ ଈସ୍କୁଲ୍ ଖୁଲବାର୍ କଥା କହୁଥିଲେ ତ ସବୁ ଉପର୍ ଜାଏତ୍ ର ଲୋକ୍ ମାନେ, ବାମନ୍ ମାନେ ଈଟାକେ ହିନ୍ଦୁ ଧରମ୍ ,ମନୁସ୍ମୃତି ର, ବେଦ୍ ର ଅପମାନ୍ କହୀକରୀ ସବ୍କେ ଡରଉଥିଲେ । ଆଜି ଯଦୀ ଆମେ ଈସ୍କୁଲ୍, କଲେଜ୍ ର କଥା କହେମୁ ବେଲେ ବେଶିକରି ତଥାକଥିତ୍ ଉପର୍ ଜାଏତ୍ ର ପିଲା-ଟୁକେଲ୍ ଭର୍ତ୍ତି ହିଛନ୍, ଯେନ୍ ମାନେ ଦିନେ ନାରୀ ମାନ୍କର୍ ପାଠ୍ ପଢ୍ବାର୍ ଟା କେ ପାପ୍ ବଲି କହୁଥିଲେ ।

ଏନ୍ତା ହୀସାବେ ଆମର୍ ଇତିହାସ୍ କେ ଆମର୍ ନୁ ଅଲ୍ଗା କରି ରଖାଯାଇଛେ ଯେ, କେହି ଈ ବାବଦରେ ଚର୍ଚା ନାଈ କରନ୍ କି ପ୍ରଚାର୍-ପ୍ରସାର୍ ବି ନାଈ କରନ୍ । ଆଉ ଈସବୁ କେ ପଢ୍ଲା ଲେଖ୍ଲା ଲୋକ ଭୀ ବୁଝି ନାଈ ପାର୍ବାର୍ । ଆମର୍ ସମାଜ୍ ବ୍ୟବସ୍ଥା, ଈସ୍କୁଲ୍, ଘରେ ଈସବୁ କେ ଗୁରୁତ୍ବ ନାଈ ଦେବାର୍ । ଯେତେବେଲେ ସାବିତ୍ରୀବାଇ ଫୁଲେ, ଜୋତିବା ଫୁଲେଙ୍କର୍ କଥା ସୁନସୁଂ ସେତେବେଲେ ଇଟା ଗୁଟେ କଥାନି ଏନ୍ତା ଲାଗ୍ସୀ । ଈ ସମାଜ୍ ବ୍ୟବସ୍ଥାକେ ବଦ୍ଲାବାର୍ ଲାଗି ଯେନ୍ ମାନେ କ୍ରାନ୍ତି କରିଥିଲେ, ଖୋପ୍ ମେହନତ୍ କରିଥିଲେ ଆଉ ଯେନ୍ ଦିବା ସପ୍ନା ଦେଖିଥିଲେ ତାକର୍ ସେ ସପ୍ନା କେ ଆମେ କେତେଦୁର୍ ତକ୍ ସାକାର୍ କରି ପାରିଛୁ ? ଆଜିବି ନାରୀ ସମାଜ୍ ଆଉ ତଥାକଥିତ ଛୋଟ ଜାତିର ଲୋକ୍ ମାନେ, ଜାତିବାଦ୍, ବାଭନ୍-ବାଦ, ପୁରୁଷ୍-ବାଦ, ଆଉ ମନୁବାଦୀ ବ୍ୟବସ୍ଥାର୍ ଶିକାର୍ ହେଉଛନ୍ । ତାର୍ ଛଡା ଆମେ ଆମର୍ ଛୋଟ୍ ଜାତିର୍ ଯେନ୍ ସମାଜ୍ (ତଥାକଥିତ୍ ଆମ୍ବଦକର୍ ବାଦୀ) କେଭି ଦେଖମା ବେଲେ ନାରୀମାନେ ଛୁଆ-ଛୁତ୍ ତଥା ଭେଦ୍ ଭାବର୍ ଶିକାର୍ ହେଉଛନ୍ । ନିଜର୍ ଘର୍ ଭିତରେ ବି ପୁରୁଷ୍ ମାନ୍କର୍ ଦ୍ବାରା ଶୋଷଣ୍ ହେଇତେଲ୍ ଆଉଛନ୍ । ତାକର୍ ଅଧିକାର୍ ତାଙ୍କର୍ ରୁ ଛଡେଈ ନିଆ ଜାଉଛେ । ଆଜିବି କୁହାଯାଏସି ଝିଅ ମାନ୍କେ କି “ତୁଈ ଗୋଟେ ଟୁକିଲ୍ ଏ ! ତୁଈ ପାଠ୍ ପଢ୍ଲେ କାଏ କର୍ବୁ ? “ଯେତେ ପଢଲେ ବି ତୋର୍ କାମ୍ ଚୁଲ୍ହି ଫୁକବାଟା ଆଏ”! ଏନ୍ତା ସବୁ କହିକରି ଟୁକେଲ୍ ମାନ୍କେ ଦବେଈ ଦିଆ ଯାଏସୀ ।

ଯଦି ଆମେ ନିଜେ ଅମ୍ବଦକର୍-ବାଦୀ ବିଚାର୍ ଧାରା ରେ ବନ୍ଚୁଛୁ, ସାବିତ୍ରୀବାଇ ଫୁଲେ ଆଉ ଜୋତିବା ଫୁଲେ କେ ନିଜର୍ ଆଦର୍ଶ ମାନୂଛୁ ଆଉ ତାକର୍ ବିଚାର୍-ଧାରା କେ ସଠିକ୍ ହିସାବେ ମାନୂଛୁ, ତ, ଆମେ କାଏଁହେଲାଜେ ବୁଝି ନାଈ ପାର୍ବାର୍ କି ସେମାନେ କାଣା ଚାହୁଥିଲେ ? ଆମେ ଖାଲି କାର୍ଯ୍ୟକ୍ରମ କରସୁ, ମହିଳାଙ୍କ ପ୍ରତି ଭେଦ୍-ଭାବ୍, ଅତ୍ୟାଚାର୍, ଲିଙ୍ଗଗତ୍ ଭେଦ୍-ଭାବ୍, ପୁରୁଷ୍ ବାଦ୍ ବିରୁଦ୍ଧ୍ ରେ, ମହିଳା ସଶକ୍ତିକରଣ ଉପରେ ବଡ୍-ବଡ୍ ଭାଷଣ୍ ଦେସୁ କିନ୍ତୁ ଈସବୁ ଜିନିଷ୍ ମାନ୍କୁ ଆମେ ଆମର୍ ଘର୍ ମାନ୍କର୍ ଠାନେ କେତେ ହିସାବ୍ ରେ ବେଭାର୍ କରିପାରୁଛୁ ? ଆମର୍ ବହେନ୍, ମା, ଝି ମାନେ ଆଗ୍କେ ଯାଈନାଈ ପାରବାର , ପଢ଼ି ନାଈ ପାର୍ବାର୍, ଈ ବିଷୟ କେ ଆମେ କେତେ ହିସାବ୍ ରେ ଚର୍ଚ୍ଚା କର୍ସୁ ? କେତେ ଆବାଜ୍ ଉଠାସୁ ? ମହିଳା ମାନ୍କର ସଙ୍ଗେ ଜେନ୍ ସବୁ ଅତ୍ୟାଚାର୍ ହେସୀ ଯେନ୍ତାକି:- ହିଂସା, ବଳାତ୍କାର, ନିର୍ଯ୍ୟାତନା, ଜବର୍ଦସ୍ତି ବାହା କରେଇ ଦେବାର୍ ଟା, ଇ ଉପରେ ଆମେ କେତେ ପ୍ରଶ୍ନ କରସୁଂ ? ଆମେ ଯେନ୍ ଜାତିର୍ ବିନାସ୍ ର କଥା କହୁଛୁ କିଂବା ଗୁଟେ ସମତା ମୁଲକ୍ ସମାଜ୍ ର ପରିକଳ୍ପନା କରୁଛୁ ସେ ସମାଜ୍ କେଭେ ବି ତିଆରି ନେଇ ହୀ ପାରେ ଯେତେଦିନ୍ ତକ୍ ଆମର୍ ଘର୍ ମାନକେ ମାହଜି, ଟୁକିଲ୍ ମେନକର୍ ସଂଗେ ସମାନ ବ୍ୟବହାର ଓ ଅଧିକାର୍ ନେଇ ମିଲ୍ବା । ଯଦି ଆମର୍ ଘର୍ ମାନକେ ଆରୁ ସମାଜ୍ ରେ ପୁରୁଷବାଦ୍ ର ଭୟାବହତା ଅଛେ ତାହେଲେ, ନିଶ୍ଚିତ୍ ହିସାବେ ଆମର୍ ନିଜର୍ ଘର୍ ମାନକେ ପ୍ରଶ୍ନ କର୍ବାଟା ବହୁତ୍ ଜରୁରୀ ଆଏ । ତେଭେଜାଏ ଆମେ ଗୁଟେ ସମାଜ୍ ଗଠନ୍ କରି ପର୍ମା ଜେନ ଜାତି, ଲିଂଗ, ଧରମ୍, ବର୍ଗ, ତଥା କ୍ଷେତ୍ର ନା ରେ ଅତ୍ୟାଚାର୍ ନେଇ ରହେ ଆଉ ସଭେ ସମାନ୍ ହୀ ଥିମା, ଜେନ୍ଟାକି ଆମର୍ ଆଦର୍ଶ ମାନେ ସପ୍ନା ଦେଖିକରି ଯାଈଛନ୍।

  • ନିକିତା କାନ୍ତ, ବର୍ତ୍ତମାନ ଇଂରାଜୀ ସାହିତ୍ୟରେ ବି.ଏ କରୁଛନ୍ତି କର୍ନାଟକ୍ ବିଶ୍ବବିଦ୍ୟାଳୟ ରେ । ତାଙ୍କ ଲକ୍ଷ୍ୟ ହେଲା ବ୍ରାହ୍ମଣବାଦ ଓ ପୁରୁଷବାଦ ବିରୁଦ୍ଧରେ ଲଢ଼ିବା ଏବଂ ସାବିତ୍ରୀବାଇ ଫୁଲେଙ୍କ ଦିବାସ୍ୱପ୍ନକୁ ସାକାର କରିବା ।

2 thoughts on “ସାବିତ୍ରୀବାଇ ଫୁଲେଙ୍କ ସଂଘର୍ଷ ଏବଂ ଦର୍ଶନ୍

  1. One must to read article by Nikita Kant. The way she derived the conclusion part is highly insightful and introspective for us , as an individual Or as a Family Or as a Society ..
    Finally her final words of article are the life-struggle message of MataSavitriBai ,, in writers words…
    ଆମେ ଯେନ୍ ଜାତିର୍ ବିନାସ୍ ର କଥା କହୁଛୁ କିଂବା ଗୁଟେ ସମତା ମୁଲକ୍ ସମାଜ୍ ର ପରିକଳ୍ପନା କରୁଛୁ ସେ ସମାଜ୍ କେଭେ ବି ତିଆରି ନେଇ ହୀ ପାରେ ଯେତେଦିନ୍ ତକ୍ ଆମର୍ ଘର୍ ମାନକେ ମାହଜି, ଟୁକିଲ୍ ମେନକର୍ ସଂଗେ ସମାନ ବ୍ୟବହାର ଓ ଅଧିକାର୍ ନେଇ ମିଲ୍ବା । ଯଦି ଆମର୍ ଘର୍ ମାନକେ ଆରୁ ସମାଜ୍ ରେ ପୁରୁଷବାଦ୍ ର ଭୟାବହତା ଅଛେ ତାହେଲେ, ନିଶ୍ଚିତ୍ ହିସାବେ ଆମର୍ ନିଜର୍ ଘର୍ ମାନକେ ପ୍ରଶ୍ନ କର୍ବାଟା ବହୁତ୍ ଜରୁରୀ ଆଏ । ତେଭେଜାଏ ଆମେ ଗୁଟେ ସମାଜ୍ ଗଠନ୍ କରି ପର୍ମା ଜେନ ଜାତି, ଲିଂଗ, ଧରମ୍, ବର୍ଗ, ତଥା କ୍ଷେତ୍ର ନା ରେ ଅତ୍ୟାଚାର୍ ନେଇ ରହେ ଆଉ ସଭେ ସମାନ୍ ହୀ ଥିମା, ଜେନ୍ଟାକି ଆମର୍ ଆଦର୍ଶ ମାନେ ସପ୍ନା ଦେଖିକରି ଯାଈଛନ୍।

  2. Beautiful article about the struggle and contribution of Phule Couple for the upliftment of women society. And the theme of the article is very very important to understand by all Ambedkarite people. It’s true and shame that even Ambedkarites are propagating this types of discrimination. We Should think about this from our own family.
    Jay Bhim

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.