Posted in ମତ

ନିର୍ବେଦ ବୁଦ୍ଧ

ବୁଦ୍ଧ ଏହି ଶୁଦ୍ର ଓ ନାରୀ ସମାଜକୁ ସଂଘରେ ପ୍ରବେସ ଦେଇଥିଲେ । ପ୍ରଥମେ ବୁଦ୍ଧ ମହାପ୍ରଜାପତି ଗୋତମୀ ସହ ୫୦୦ ଶାକ୍ୟ ମହିଳାମାନଙ୍କୁ ଦୀକ୍ଷା ଦେଇ ନାରୀ ସମାଜର ସମ୍ମାନ କରିଥିଲେ । ବୈଶାଳୀର ନଗରବଧୁ ଆମ୍ରପାଲିକୁ ଦୀକ୍ଷା, ଚଣ୍ଡାଳ ସମ୍ପ୍ରଦାୟରେ ଜନ୍ମ ନେଇଥିବା ଝିଅ ପ୍ରକୃତି, ଆଦି ଅନେକଙ୍କୁ ଦୀକ୍ଷାଦେଇ ସଂଘରେ ପ୍ରବେଶ ଦେଇଥିଲେ ।

Continue Reading... ନିର୍ବେଦ ବୁଦ୍ଧ
Posted in ମତ

ମାନସିକ ଦାସତ୍ୱ ଏବଂ ସାମାଜିକ କ୍ରାନ୍ତି

ମାନସିକ ଗୁଳାମିକୁ ଜାଣିବା, ସେସବୁକୁ ପ୍ରଶ୍ନ କରିବା ଏବଂ ସେମାନଙ୍କ ବିନାଶ କରିବା ଜରିଆରେ ହିଁ ଆମ୍ଭେ ସାମାଜିକ କ୍ରାନ୍ତିର ବୀଜ ବୁଣିପାରିବା । ତେଣୁକରି ଆମ ଆନ୍ଦୋଳନର ବହୁମୁଖୀ ଶାଖାଗୁଡ଼ିକ ତଥା ସାମାଜିକ ବ୍ୟବସ୍ଥାର ପୁନଃଗଠନ ରେ ବହୁଜନ ବିଚାରଧାରା ଏବଂ ମହାମାନବଙ୍କ ସଂଘର୍ଷ ଓ ବିଚାରଧାରାର ପ୍ରଚାର ପ୍ରସାର ହେବା ବହୁତ ଜରୁରୀ । ମାତ୍ର ଏସବୁ ପାଇଁ ଆମ ମନରେ ପ୍ରଶ୍ନ ଏବଂ ହୃଦୟରେ ଜ୍ୱାଳାର ପ୍ରଦର୍ଶନ ହେବ ବହୁତ ଜରୁରୀ । ସାମାଜିକ ଚାଲିଚଳଣୀ ତଥା ପାରମ୍ପରିକ ପ୍ରଥାକୁ ବିନାଶ ଦିଗରେ ସାବିତ୍ରୀବାଇ ଫୁଲେଙ୍କ ବାଣୀ ଆମକୁ ପ୍ରେରଣା ଦିଏ ।

Continue Reading... ମାନସିକ ଦାସତ୍ୱ ଏବଂ ସାମାଜିକ କ୍ରାନ୍ତି
Posted in ମତ

ବାବାସାହେବ ଡଃ.ଅମ୍ବେଦକର ଓ ବୌଦ୍ଧ ଧମ୍ମ

“ବୌଦ୍ଧ ଧମ୍ମ ପ୍ରଜ୍ଞା, କରୁଣା, ଓ ସମତା ପ୍ରଦାନ କରେ, ଯାହା ଦ୍ବାରା ମାନବ ସମାଜ ସୁଖ ଓ ଶାନ୍ତିରେ ବଞ୍ଚି ପାରିବ। ଭଗବାନ କିମ୍ବା ଆତ୍ମା କେବେ ସମାଜକୁ ସୁରକ୍ଷା ଦେଇ ପାରିବେ ନାହିଁ।”

Continue Reading... ବାବାସାହେବ ଡଃ.ଅମ୍ବେଦକର ଓ ବୌଦ୍ଧ ଧମ୍ମ
Posted in ମତ

ସାମାଜିକ ବିପ୍ଲବୀ : ଭାରତରତ୍ନ ଡଃ. ବାବାସାହେବ ଆମ୍ବେଦକର

ଲୋକତନ୍ତ୍ରର ଉପାଦେୟତାକୁ କେବଳ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ସମୟରେ ମନେ ପକାଇଲେ, ତାହା ଆମ୍ବେଦକରଙ୍କ ଲୋକତନ୍ତ୍ର ତଥା ସାମ୍ବିଧାନିକ ରାଷ୍ଟ୍ରପ୍ରତି ଥିବା ଅବଦାନ ପ୍ରତି ଅସମ୍ମାନ ଏବଂ ଅପମାନ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ପରନ୍ତୁ ଲୋକଙ୍କ ମୌଳିକ ଆବଶ୍ୟକତା ଆରମ୍ଭ କରି, ଲୋକେ କିପରି ସମ୍ମାନର ସହିତ ବଞ୍ଚିବାର ସୁବିଧା ସୁଯୋଗ ପାଇ ପାରିବେ, ସେ ଦୃଷ୍ଟି କୋଣରେ ଲୋକତନ୍ତ୍ରକୁ ଦେଖିବା, ବୁଝିବା, ଏବଂ ଦରକାର ସମୟରେ ରାଷ୍ଟ୍ର ସହିତ ଲଢେଇ କରି ନିଜ ଅଧିକାରକୁ ହାତ ମୁଠାକୁ ଆଣିବା ପ୍ରକୃତରେ ବାବାସାହେବ ଆମ୍ବେଦକରଙ୍କ ୧୨୯ତମ ଜନ୍ମ ଦିବସ ପ୍ରତି ସଠିକ ଶ୍ରଦ୍ଧାଞ୍ଜଳୀ ହେବ ।

Continue Reading... ସାମାଜିକ ବିପ୍ଲବୀ : ଭାରତରତ୍ନ ଡଃ. ବାବାସାହେବ ଆମ୍ବେଦକର
Posted in ମତ

ଓଡିଶା ଦିବସ: ଯେତେ ଦିନ ପର୍ଯ୍ୟନ୍ତ ଭାଷାର ତଥା ଅଞ୍ଚଳ ନା ରେ ଭେଦଭାବ, ଜାତିବାଦ୍, ଓ ଛୁଆଁ ଅଛୁଆଁ ଭେଦଭାବ ରହିଥିବ ସେ ପର୍ଯ୍ୟନ୍ତ ଏହାର କୋଣସି ମୁଲ୍ୟ ନାହିଁ।

ଯଦି ସରକାର ଏହି ଅସମାନତାକୁ ଶୀଘ୍ର ନଷ୍ଟ ନ କରେ ତେବେ ଏହା ହିଁ ଓଡିଶାର ଦୁର୍ଗତିର ପ୍ରଥମ ପାହାଚ ହବ। ଏହି ଭେଦଭାବର ଫଲସ୍ବରୁପ ପସ୍ଚିମ ଓଡିଶାରେ ଅଲଗା ପ୍ରଦେଶର ଗଠନର ସ୍ବର ମଧ୍ୟ ଶୁଣିବାକୁ ମିଳୁଛି।ଏହି ପ୍ରକ୍ରିୟାକୁ ରୋକିବାର ଏକ ମାତ୍ର ଉପାୟ ହଉଛି ଜାତି, ଧର୍ମ, ଜାଗା, ଭାଷା ନା ରେ ଯୋଉ ଭେଦଭାବ, ଅସମାନତା ରହିଛି ତାହାକୁ ଅତି ଶୀଘ୍ର ତା ଉପରେ ପଦକ୍ଷେପ ନିଆଯାଉ।

Continue Reading... ଓଡିଶା ଦିବସ: ଯେତେ ଦିନ ପର୍ଯ୍ୟନ୍ତ ଭାଷାର ତଥା ଅଞ୍ଚଳ ନା ରେ ଭେଦଭାବ, ଜାତିବାଦ୍, ଓ ଛୁଆଁ ଅଛୁଆଁ ଭେଦଭାବ ରହିଥିବ ସେ ପର୍ଯ୍ୟନ୍ତ ଏହାର କୋଣସି ମୁଲ୍ୟ ନାହିଁ।