Posted in କବିତା

ମୁଁ ଗାନ୍ଧୀ ବୁଢାର ହରିଜନ ନୁହେଁ ବାବାସାହେବଙ୍କ ଦଳିତ

ଯଦି ମନା କରୁ
ବନ୍ଧ ହୁଡା ବାରି
ଗାଁର ମଶାଣି, ତୁଠ ପୋଖରୀ
ମାରିବି ଚାପୁଡା ଶକ୍ତ
ଥରେ ଯଦି ଆଉ ଅଛୁଆଁ କହୁ
ଜାତି ନାଆଁରେ ଅପମାନ ଦେଉ
ଶଙ୍ଖନଳୀ ମୋଡି
ପିଇଯିବି ତୋର ରକ୍ତ
ମୁଁ ଗାନ୍ଧୀ ବୁଢା ର ହରିଜନ ନୁହେଁ
ବାବାସାହେବ ଙ୍କ ଦଳିତ ।

Continue Reading... ମୁଁ ଗାନ୍ଧୀ ବୁଢାର ହରିଜନ ନୁହେଁ ବାବାସାହେବଙ୍କ ଦଳିତ
Posted in ମତ

ବାବାସାହେବ ଡଃ.ଅମ୍ବେଦକର ଓ ବୌଦ୍ଧ ଧମ୍ମ

“ବୌଦ୍ଧ ଧମ୍ମ ପ୍ରଜ୍ଞା, କରୁଣା, ଓ ସମତା ପ୍ରଦାନ କରେ, ଯାହା ଦ୍ବାରା ମାନବ ସମାଜ ସୁଖ ଓ ଶାନ୍ତିରେ ବଞ୍ଚି ପାରିବ। ଭଗବାନ କିମ୍ବା ଆତ୍ମା କେବେ ସମାଜକୁ ସୁରକ୍ଷା ଦେଇ ପାରିବେ ନାହିଁ।”

Continue Reading... ବାବାସାହେବ ଡଃ.ଅମ୍ବେଦକର ଓ ବୌଦ୍ଧ ଧମ୍ମ
Posted in କବିତା

ଖୋଲା ଆହ୍ୱାନ

ଶିକ୍ଷାଠୁ ଆମକୁ କରି ଦୂର
ବିକ୍ଷିପ୍ତ କରି ଦେଇ ଇତିହାସ ଆମର
ଗୁଲାମୀର ଜଞ୍ଜିରରକୁ ପ୍ରଥା ବୋଲି ଭାବି
ଜାତି ନାଁରେ ମଣିଷ
କେତେ ଭାଗବଣ୍ଟା
କେତେ ଭୟଙ୍କର ଏଠି ପିତୃସତ୍ତା।

Continue Reading... ଖୋଲା ଆହ୍ୱାନ
Posted in ବହୁଜନ ଇତିହାସ

ପାଠ୍: ନୂଆଁ ଜୀବ଼୍ନର୍ ବାଟ୍

ଇସ୍କୁଲ୍ ଖୁଲ୍ଲା ପରେ ଭି କେହେନିଭି ମାଷ୍ଟର୍ ଟେ ସେନେଁ ପଢ଼ାବାର୍ ଲାଗି ନାଇଁଗଲେ କେନ୍ତା ବେଲେ ସେନେଁ “ଟୁକେଲ୍” ଆଉ “ଅଛୁଆଁ” ଜାତିର୍ ଲୁକେଭି ପଢୁଥିଲେ । ଜୋତିବା ତାପ୍ରେ ସାବିତ୍ରୀବାଇ କେ କହେସନ୍ କି ସାବିତ୍ରୀବାଇ ଏକା ସ୍କୁଲ ନେ ପଢାବେ । ଆଉ ଯେତେବେଲେ ସାବିତ୍ରୀବାଇ ପଢେଇ ଯୌଥିଲେ, ଉପର୍ ଜାଏତ୍ ବାଲେ, ନିଜେ ଶୁଦ୍ର ଆଉ ମାହେଜି ମାନେ ଏକା ତାକୁ ଢେଲ୍, ପଥର୍, କାଦୋ, ଖର୍ସି ମାରୁଥନ୍ । ହେଲେ ସେ ଭି କେଭେ ହାର୍ ନାଇଁ ମାନିଁ ଆର୍ ଇ କାମ୍ ଟା କରି ଚାଲ୍ଲେ । କେନ୍ତା ବେଲେ ସେମାନେ ଜନିଥିଲେ ଯେ, ଇଟା ଏକା ଗୁଟେ ରାସ୍ତା ଜେନେଁ ସେମାନେ ହଜାର୍ ବଛର୍ ଗୁଡର୍ ସିକ୍ଳା କେ ଭାଙ୍ଗି ପାର୍ବେ, ଜେନ୍ ସିକ୍ଲା କି ତାକୁ ଲୂଟି ଅଉଛେ, ଅତ୍ୟାଚାର୍ କରି ଅଉଛେ ।

Continue Reading... ପାଠ୍: ନୂଆଁ ଜୀବ଼୍ନର୍ ବାଟ୍