ଶ୍ରମଣ ସଂସ୍କୃତିର ଦୁଇ ସଂଘନାୟକ ତଥାଗତ ବୁଦ୍ଧ ଓ ବୋଧିସତ୍ବ ଭୀମଭୋଇ

ମହିମାଧର୍ମ ଏବଂ ବୌଦ୍ଧଧମ୍ମ ଏକ ଓ ଅଭିନ୍ନ ଅଟେ । ଏଥିରେ ଦ୍ବିମତ କିଛି ନାହିଁ । ବୁଦ୍ଧଙ୍କର ମୌଳିକ ଶିକ୍ଷା, ପଞ୍ଚଶୀଳ ମହିମା ଧର୍ମରେ ସ୍ପଷ୍ଟ ପରିଲକ୍ଷିତ ହୁଏ । ପ୍ରଣୀ ହିଂସା ନ କରିବା, ଚୋରି ନ କରିବା, ବ୍ୟଭିଚାର ନ କରିଦା, ମିଛ ନ କହିବା ଓ ନିଶାଦ୍ରବ୍ୟ ସେବନ ନ କରିବା ପାଇଁ ଭୀମଭୋଇ ସମସ୍ତ ଉପଦେଶ ଦେଇଛନ୍ତି । ବୌଦ୍ଧ ଧମ୍ମର ତ୍ରିଶ୍ରଣ ପରି ମହିମାଧର୍ମୀମାନେ ଅଲେଖ ଶରଣ କରନ୍ତି । ଉଭୟ ଧର୍ମରେ ସୂର୍ଯ୍ୟ ଆଲୋକ ଶକ୍ତିର ଆଧାର ଓ ଜଗତକୁ ଅବାରମୁକ୍ତ କରୁଥିବାରୁ ସୂର୍ଯ୍ୟଙ୍କୁ ନମସ୍କାର କରିବାର ନିୟମ ଅଛି । ବୌଦ୍ଧ ଧମ୍ମରେ ଥିବା ବୁଦ୍ଧ ବିହାର, ସ୍ତୁପ ଓ ଭିକ୍ଷୁ ଭଳି ମହିମା ଧର୍ମରେ ରହିଛି ମହିମାମଠ, ମହିମାଟୁଙ୍ଗୀ ଓ ମହିମା ସନ୍ନ୍ୟାସୀ । ଉଭୟ ଧର୍ମରେ ନାରୀ ଓ ଗୃହସ୍ଥ୍ୟମାନଙ୍କୁ ବ୍ରହ୍ମଜ୍ଞାନ ( ନିର୍ବାଣ) ପ୍ରାପ୍ତ କରିବା ପାଇଁ କୌଣସି ବାଧାବିଘ୍ନ ନାହିଁ । ସମୟକ୍ରମେ ଗୌତମବୁଦ୍ଧଙ୍କ ନୀତିକୁ ତାଙ୍କ ଶିଷ୍ୟମାନେ ବିଭିନ୍ନ ରାଜ୍ୟରେ, ବିଭିନ୍ନ ଦେଶରେ ନିଜସ୍ବ ଢ଼ଙ୍ଗରେ ପ୍ରଚାରିତ ଓ ପ୍ରସାରିତ କରିଥିଲେ । ଠିକ ସେହିଭଳି ମହିମା ସ୍ବାମୀଙ୍କ ଶିଷ୍ୟମାନେ ମଧ୍ୟ ମହିମା ଧର୍ମର ପ୍ରଚାର କରିଥାନ୍ତି ।

Read more

Unknown Facts of Revolutionary Bhima Bhoi

Bhima Bhoi was the first one in modern Odisha history , who advocated the emancipation of women , and when other fellow baba/sanyasi of Joranda Gadi rejects the presence of women in the temple, Bhima Bhoi challenged this and left Joranda for ever and opened his Aashram /Mathas for women at Khaliapali ,Sonepur.

Read more

ବୁଦ୍ଧ ପୂର୍ଣ୍ଣିମା ଓ ଭୀମ ଭୋଇ ଜୟନ୍ତୀରେ ନିଜ ଲେଖା ପଠାନ୍ତୁ

ମଇ ସାତ ତାରିଖରେ ବୁଦ୍ଧ ଜୟନ୍ତୀ ଓ ଭୀମ ଭୋଇ ଜୟନ୍ତୀ, ଏହି ପରିପ୍ରେକ୍ଷୀରେ ଆସ ସେହି ଇତିହାସର ଫର୍ଦ୍ଦ ରେ ହଜିଯାଇଥିବା ଇତିହାସ, ମନ୍ଦିରର ଗାତରେ ଖସି ଯାଇଥିବା ବୌଦ୍ଧ ପରମ୍ପରାକୁ ପୁଣି ଥରେ ଖୋଜିବାର ପ୍ରୟାସ କରିବା। ଏବଂ ମହିମା ଧର୍ମ ରେ ଯେଉଁ ବୋୖଦ୍ଧ ଧମ୍ମ ର ଦର୍ଶନ ରହିଯାଇଛି ତାକୁ ବୁଝିବାକୁ ଚେଷ୍ଟା କରିବା। ଯଦି ଆପଣ ବହୁଜନ ଇତିହାସ ତଥା ସଂସ୍କୃତିରେ ରୁଚି ରଖନ୍ତି ତାହେଲେ ନିଜ ଲେଖା ନିଶ୍ଚୟ ପଠାନ୍ତୁ ।

Read more