କୃଷକର ଇତିହାସ ଓ ବର୍ତ୍ତମାନ

ଏହି ସବୁକୁ ଦୃଷ୍ଟି ଗୋଚର କଲେ ଜଣାପଡେ ଯେ ଛୋଟ ଚାଷିଙ୍କୁ ଏଥିପାଇଁ ବହୁତ କ୍ଷତି ସହିବାକୁ ପଡେ ଏବଂ ରୁଣ ସୁଝି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି । National Crime Record Bureau ର ସୁଚନା ଅନୁସାରେ ୨୦୧୯ ପରେ କୌଣସି ସୂଚନା ଚାଷି ଆତ୍ମହତ୍ୟାକୁ ନେଇ ଦିଆଯାଏ ନାହିଁ (source ABP news, July 2, 2019)। ହେଲେ ଅନେକ ଚାଷି ଆତ୍ମହତ୍ୟାର ଘଟଣା ସାମନା କୁ ଆସିଅଛି । ୨୦୧୧-୧୩ ରେ ୩୯୫୩୦, ୨୦୧୧ ରେ ୧୪୦୦୪, ୨୦୧୨ ରେ ୧୩୭୫୪, ୨୦୧୩ ରେ ୧୧୭୨୨ କୃଷକ ଆତ୍ମହତ୍ୟା କରିଥିଲେ । ପ୍ରତି ଘଣ୍ଟାରେ ଜଣେ କୃଷକର ଆତ୍ମହତ୍ୟାକୁ ଏହା ସୂଚାଏ ।

Read more

ମାନସିକ ଦାସତ୍ୱ ଏବଂ ସାମାଜିକ କ୍ରାନ୍ତି

ମାନସିକ ଗୁଳାମିକୁ ଜାଣିବା, ସେସବୁକୁ ପ୍ରଶ୍ନ କରିବା ଏବଂ ସେମାନଙ୍କ ବିନାଶ କରିବା ଜରିଆରେ ହିଁ ଆମ୍ଭେ ସାମାଜିକ କ୍ରାନ୍ତିର ବୀଜ ବୁଣିପାରିବା । ତେଣୁକରି ଆମ ଆନ୍ଦୋଳନର ବହୁମୁଖୀ ଶାଖାଗୁଡ଼ିକ ତଥା ସାମାଜିକ ବ୍ୟବସ୍ଥାର ପୁନଃଗଠନ ରେ ବହୁଜନ ବିଚାରଧାରା ଏବଂ ମହାମାନବଙ୍କ ସଂଘର୍ଷ ଓ ବିଚାରଧାରାର ପ୍ରଚାର ପ୍ରସାର ହେବା ବହୁତ ଜରୁରୀ । ମାତ୍ର ଏସବୁ ପାଇଁ ଆମ ମନରେ ପ୍ରଶ୍ନ ଏବଂ ହୃଦୟରେ ଜ୍ୱାଳାର ପ୍ରଦର୍ଶନ ହେବ ବହୁତ ଜରୁରୀ । ସାମାଜିକ ଚାଲିଚଳଣୀ ତଥା ପାରମ୍ପରିକ ପ୍ରଥାକୁ ବିନାଶ ଦିଗରେ ସାବିତ୍ରୀବାଇ ଫୁଲେଙ୍କ ବାଣୀ ଆମକୁ ପ୍ରେରଣା ଦିଏ ।

Read more

ପାଠ୍: ନୂଆଁ ଜୀବ଼୍ନର୍ ବାଟ୍

ଇସ୍କୁଲ୍ ଖୁଲ୍ଲା ପରେ ଭି କେହେନିଭି ମାଷ୍ଟର୍ ଟେ ସେନେଁ ପଢ଼ାବାର୍ ଲାଗି ନାଇଁଗଲେ କେନ୍ତା ବେଲେ ସେନେଁ “ଟୁକେଲ୍” ଆଉ “ଅଛୁଆଁ” ଜାତିର୍ ଲୁକେଭି ପଢୁଥିଲେ । ଜୋତିବା ତାପ୍ରେ ସାବିତ୍ରୀବାଇ କେ କହେସନ୍ କି ସାବିତ୍ରୀବାଇ ଏକା ସ୍କୁଲ ନେ ପଢାବେ । ଆଉ ଯେତେବେଲେ ସାବିତ୍ରୀବାଇ ପଢେଇ ଯୌଥିଲେ, ଉପର୍ ଜାଏତ୍ ବାଲେ, ନିଜେ ଶୁଦ୍ର ଆଉ ମାହେଜି ମାନେ ଏକା ତାକୁ ଢେଲ୍, ପଥର୍, କାଦୋ, ଖର୍ସି ମାରୁଥନ୍ । ହେଲେ ସେ ଭି କେଭେ ହାର୍ ନାଇଁ ମାନିଁ ଆର୍ ଇ କାମ୍ ଟା କରି ଚାଲ୍ଲେ । କେନ୍ତା ବେଲେ ସେମାନେ ଜନିଥିଲେ ଯେ, ଇଟା ଏକା ଗୁଟେ ରାସ୍ତା ଜେନେଁ ସେମାନେ ହଜାର୍ ବଛର୍ ଗୁଡର୍ ସିକ୍ଳା କେ ଭାଙ୍ଗି ପାର୍ବେ, ଜେନ୍ ସିକ୍ଲା କି ତାକୁ ଲୂଟି ଅଉଛେ, ଅତ୍ୟାଚାର୍ କରି ଅଉଛେ ।

Read more