Posted in କବିତା ବହୁଜନ ଇତିହାସ

ସିଦ୍ଧାର୍ଥ୍ ଗୌତମ୍ ଠାନୁ ତଥାଗତ୍ ବୁଦ୍ଧ ତକ୍

ହିନ୍ଦୁ ଧର୍ମେ ଥିଲା କଠୋର୍ ନିୟମ
ଅନ୍ଧବିଶ୍ୱାସ ଥିଲା ଭରି ,
ମୂର୍ତ୍ତି,ଜାତିପ୍ରଥା ପୂଜା ଵିଧି ବଲି
ବୁଦ୍ଧ ଥିଲେ ବିରୋଧ କରି ।।

Continue Reading... ସିଦ୍ଧାର୍ଥ୍ ଗୌତମ୍ ଠାନୁ ତଥାଗତ୍ ବୁଦ୍ଧ ତକ୍
Posted in ବହୁଜନ ଇତିହାସ ମତ

ଶ୍ରମଣ ସଂସ୍କୃତିର ଦୁଇ ସଂଘନାୟକ ତଥାଗତ ବୁଦ୍ଧ ଓ ବୋଧିସତ୍ବ ଭୀମଭୋଇ

ମହିମାଧର୍ମ ଏବଂ ବୌଦ୍ଧଧମ୍ମ ଏକ ଓ ଅଭିନ୍ନ ଅଟେ । ଏଥିରେ ଦ୍ବିମତ କିଛି ନାହିଁ । ବୁଦ୍ଧଙ୍କର ମୌଳିକ ଶିକ୍ଷା, ପଞ୍ଚଶୀଳ ମହିମା ଧର୍ମରେ ସ୍ପଷ୍ଟ ପରିଲକ୍ଷିତ ହୁଏ । ପ୍ରଣୀ ହିଂସା ନ କରିବା, ଚୋରି ନ କରିବା, ବ୍ୟଭିଚାର ନ କରିଦା, ମିଛ ନ କହିବା ଓ ନିଶାଦ୍ରବ୍ୟ ସେବନ ନ କରିବା ପାଇଁ ଭୀମଭୋଇ ସମସ୍ତ ଉପଦେଶ ଦେଇଛନ୍ତି । ବୌଦ୍ଧ ଧମ୍ମର ତ୍ରିଶ୍ରଣ ପରି ମହିମାଧର୍ମୀମାନେ ଅଲେଖ ଶରଣ କରନ୍ତି । ଉଭୟ ଧର୍ମରେ ସୂର୍ଯ୍ୟ ଆଲୋକ ଶକ୍ତିର ଆଧାର ଓ ଜଗତକୁ ଅବାରମୁକ୍ତ କରୁଥିବାରୁ ସୂର୍ଯ୍ୟଙ୍କୁ ନମସ୍କାର କରିବାର ନିୟମ ଅଛି । ବୌଦ୍ଧ ଧମ୍ମରେ ଥିବା ବୁଦ୍ଧ ବିହାର, ସ୍ତୁପ ଓ ଭିକ୍ଷୁ ଭଳି ମହିମା ଧର୍ମରେ ରହିଛି ମହିମାମଠ, ମହିମାଟୁଙ୍ଗୀ ଓ ମହିମା ସନ୍ନ୍ୟାସୀ । ଉଭୟ ଧର୍ମରେ ନାରୀ ଓ ଗୃହସ୍ଥ୍ୟମାନଙ୍କୁ ବ୍ରହ୍ମଜ୍ଞାନ ( ନିର୍ବାଣ) ପ୍ରାପ୍ତ କରିବା ପାଇଁ କୌଣସି ବାଧାବିଘ୍ନ ନାହିଁ । ସମୟକ୍ରମେ ଗୌତମବୁଦ୍ଧଙ୍କ ନୀତିକୁ ତାଙ୍କ ଶିଷ୍ୟମାନେ ବିଭିନ୍ନ ରାଜ୍ୟରେ, ବିଭିନ୍ନ ଦେଶରେ ନିଜସ୍ବ ଢ଼ଙ୍ଗରେ ପ୍ରଚାରିତ ଓ ପ୍ରସାରିତ କରିଥିଲେ । ଠିକ ସେହିଭଳି ମହିମା ସ୍ବାମୀଙ୍କ ଶିଷ୍ୟମାନେ ମଧ୍ୟ ମହିମା ଧର୍ମର ପ୍ରଚାର କରିଥାନ୍ତି ।

Continue Reading... ଶ୍ରମଣ ସଂସ୍କୃତିର ଦୁଇ ସଂଘନାୟକ ତଥାଗତ ବୁଦ୍ଧ ଓ ବୋଧିସତ୍ବ ଭୀମଭୋଇ
Posted in ମତ

ନିର୍ବେଦ ବୁଦ୍ଧ

ବୁଦ୍ଧ ଏହି ଶୁଦ୍ର ଓ ନାରୀ ସମାଜକୁ ସଂଘରେ ପ୍ରବେସ ଦେଇଥିଲେ । ପ୍ରଥମେ ବୁଦ୍ଧ ମହାପ୍ରଜାପତି ଗୋତମୀ ସହ ୫୦୦ ଶାକ୍ୟ ମହିଳାମାନଙ୍କୁ ଦୀକ୍ଷା ଦେଇ ନାରୀ ସମାଜର ସମ୍ମାନ କରିଥିଲେ । ବୈଶାଳୀର ନଗରବଧୁ ଆମ୍ରପାଲିକୁ ଦୀକ୍ଷା, ଚଣ୍ଡାଳ ସମ୍ପ୍ରଦାୟରେ ଜନ୍ମ ନେଇଥିବା ଝିଅ ପ୍ରକୃତି, ଆଦି ଅନେକଙ୍କୁ ଦୀକ୍ଷାଦେଇ ସଂଘରେ ପ୍ରବେଶ ଦେଇଥିଲେ ।

Continue Reading... ନିର୍ବେଦ ବୁଦ୍ଧ
Posted in କବିତା ବହୁଜନ ସଂସ୍କୃତି

ତଥାଗତ ବୁଦ୍ଧ ଶରଣ

କ୍ରାନ୍ତିର ପ୍ରତୀକ, ଏସିଆ ଆଲୋକମହାନ ଦାର୍ଶନିକ, ସମାାଜ ସଂସ୍କାରକତଥାଗତ ବୁଦ୍ଧ ଶରଣ ।ଛାଡ଼ି ରାଜଭୋଗ, ପୁତ୍ରପତ୍ନି ସୁଖଜଗତର ହିତେ ଆଚରି ବୈରାଗ୍ଯକରିଲ କଠୋର ସାଧନ ।। ଜଗତର ଦେଖି ଦୁଃଖଖୋଜିଲ ତାହାର କାରଣତା ସହିତ…

Continue Reading... ତଥାଗତ ବୁଦ୍ଧ ଶରଣ
Posted in ମତ

ମାନସିକ ଦାସତ୍ୱ ଏବଂ ସାମାଜିକ କ୍ରାନ୍ତି

ମାନସିକ ଗୁଳାମିକୁ ଜାଣିବା, ସେସବୁକୁ ପ୍ରଶ୍ନ କରିବା ଏବଂ ସେମାନଙ୍କ ବିନାଶ କରିବା ଜରିଆରେ ହିଁ ଆମ୍ଭେ ସାମାଜିକ କ୍ରାନ୍ତିର ବୀଜ ବୁଣିପାରିବା । ତେଣୁକରି ଆମ ଆନ୍ଦୋଳନର ବହୁମୁଖୀ ଶାଖାଗୁଡ଼ିକ ତଥା ସାମାଜିକ ବ୍ୟବସ୍ଥାର ପୁନଃଗଠନ ରେ ବହୁଜନ ବିଚାରଧାରା ଏବଂ ମହାମାନବଙ୍କ ସଂଘର୍ଷ ଓ ବିଚାରଧାରାର ପ୍ରଚାର ପ୍ରସାର ହେବା ବହୁତ ଜରୁରୀ । ମାତ୍ର ଏସବୁ ପାଇଁ ଆମ ମନରେ ପ୍ରଶ୍ନ ଏବଂ ହୃଦୟରେ ଜ୍ୱାଳାର ପ୍ରଦର୍ଶନ ହେବ ବହୁତ ଜରୁରୀ । ସାମାଜିକ ଚାଲିଚଳଣୀ ତଥା ପାରମ୍ପରିକ ପ୍ରଥାକୁ ବିନାଶ ଦିଗରେ ସାବିତ୍ରୀବାଇ ଫୁଲେଙ୍କ ବାଣୀ ଆମକୁ ପ୍ରେରଣା ଦିଏ ।

Continue Reading... ମାନସିକ ଦାସତ୍ୱ ଏବଂ ସାମାଜିକ କ୍ରାନ୍ତି