ସାବିତ୍ରୀବାଇ ଫୁଲେଙ୍କ ସଂଘର୍ଷ ଏବଂ ଦର୍ଶନ୍

ଯଦି ଆମେ ନିଜେ ଅମ୍ବଦକର୍-ବାଦୀ ବିଚାର୍ ଧାରା ରେ ବନ୍ଚୁଛୁ, ସାବିତ୍ରୀବାଇ ଫୁଲେ ଆଉ ଜୋତିବା ଫୁଲେ କେ ନିଜର୍ ଆଦର୍ଶ ମାନୂଛୁ ଆଉ ତାକର୍ ବିଚାର୍-ଧାରା କେ ସଠିକ୍ ହିସାବେ ମାନୂଛୁ, ତ, ଆମେ କାଏଁହେଲାଜେ ବୁଝି ନାଈ ପାର୍ବାର୍ କି ସେମାନେ କାଣା ଚାହୁଥିଲେ ? ଆମେ ଖାଲି କାର୍ଯ୍ୟକ୍ରମ କରସୁ, ମହିଳାଙ୍କ ପ୍ରତି ଭେଦ୍-ଭାବ୍, ଅତ୍ୟାଚାର୍, ଲିଙ୍ଗଗତ୍ ଭେଦ୍-ଭାବ୍, ପୁରୁଷ୍ ବାଦ୍ ବିରୁଦ୍ଧ୍ ରେ, ମହିଳା ସଶକ୍ତିକରଣ ଉପରେ ବଡ୍-ବଡ୍ ଭାଷଣ୍ ଦେସୁ କିନ୍ତୁ ଈସବୁ ଜିନିଷ୍ ମାନ୍କୁ ଆମେ ଆମର୍ ଘର୍ ମାନ୍କର୍ ଠାନେ କେତେ ହିସାବ୍ ରେ ବେଭାର୍ କରିପାରୁଛୁ ? ଆମର୍ ବହେନ୍, ମା, ଝି ମାନେ ଆଗ୍କେ ଯାଈନାଈ ପାରବାର , ପଢ଼ି ନାଈ ପାର୍ବାର୍, ଈ ବିଷୟ କେ ଆମେ କେତେ ହିସାବ୍ ରେ ଚର୍ଚ୍ଚା କର୍ସୁ ? କେତେ ଆବାଜ୍ ଉଠାସୁ ? ମହିଳା ମାନ୍କର ସଙ୍ଗେ ଜେନ୍ ସବୁ ଅତ୍ୟାଚାର୍ ହେସୀ ଯେନ୍ତାକି:- ହିଂସା, ବଳାତ୍କାର, ନିର୍ଯ୍ୟାତନା, ଜବର୍ଦସ୍ତି ବାହା କରେଇ ଦେବାର୍ ଟା, ଇ ଉପରେ ଆମେ କେତେ ପ୍ରଶ୍ନ କରସୁଂ ? ଆମେ ଯେନ୍ ଜାତିର୍ ବିନାସ୍ ର କଥା କହୁଛୁ କିଂବା ଗୁଟେ ସମତା ମୁଲକ୍ ସମାଜ୍ ର ପରିକଳ୍ପନା କରୁଛୁ ସେ ସମାଜ୍ କେଭେ ବି ତିଆରି ନେଇ ହୀ ପାରେ ଯେତେଦିନ୍ ତକ୍ ଆମର୍ ଘର୍ ମାନକେ ମାହଜି, ଟୁକିଲ୍ ମେନକର୍ ସଂଗେ ସମାନ ବ୍ୟବହାର ଓ ଅଧିକାର୍ ନେଇ ମିଲ୍ବା । ଯଦି ଆମର୍ ଘର୍ ମାନକେ ଆରୁ ସମାଜ୍ ରେ ପୁରୁଷବାଦ୍ ର ଭୟାବହତା ଅଛେ ତାହେଲେ, ନିଶ୍ଚିତ୍ ହିସାବେ ଆମର୍ ନିଜର୍ ଘର୍ ମାନକେ ପ୍ରଶ୍ନ କର୍ବାଟା ବହୁତ୍ ଜରୁରୀ ଆଏ । ତେଭେଜାଏ ଆମେ ଗୁଟେ ସମାଜ୍ ଗଠନ୍ କରି ପର୍ମା ଜେନ ଜାତି, ଲିଂଗ, ଧରମ୍, ବର୍ଗ, ତଥା କ୍ଷେତ୍ର ନା ରେ ଅତ୍ୟାଚାର୍ ନେଇ ରହେ ଆଉ ସଭେ ସମାନ୍ ହୀ ଥିମା, ଜେନ୍ଟାକି ଆମର୍ ଆଦର୍ଶ ମାନେ ସପ୍ନା ଦେଖିକରି ଯାଈଛନ୍।

Read more

ଜୋତିବା ଫୁଲେ ଓ ନାରୀ ସଶକ୍ତିକରଣ

ହେଲେ ଫୁଲେ ଦମ୍ପତି ବୁଝି ପାରିଥିଲେ ଯେ ଯେତେଦିନ ପର୍ଯ୍ୟନ୍ତ ଏସବୁ ପ୍ରଥା ପାରମ୍ପରିକ ଭାବେ ପାଳିତ ହେଉଥିବ ସେତେଦିନ ପର୍ଯ୍ୟନ୍ତ ଏହାକୁ ସମାପ୍ତ କରିବା ଅସମ୍ଭବ ଅଟେ । ସେଇଥିପାଇଁ ୧୮୫୪ ମସିହାରେ ଏକ ଅନାଥ ଆଶ୍ରମ ତିଆରି କଲେ ଓ ୧୮୬୩ ମସିହାରେ ବିଧବା ମହିଳା ଆଶ୍ରମ ତିଆରିକରି ନାରିମାନଙ୍କୁ ହିନ୍ଦୁ ଧର୍ମର ଜନ୍ଜାଲରୁ ମୁକ୍ତି ପାଇବାପାଇଁ ବୁଝାଉଥଲେ ଓ ତା ସଂଗେ ସଂଗେ ବିଧବା ମହିଳା ମାନଙ୍କୁ ପୁନର୍ବିବାହ ପାଇଁ ଉତ୍ସାହିତ କରୁଥିଲେ । ଏହି ମହିଳା ମାନଂକ ମଧ୍ୟରେ ଅତ୍ୟାଧିକ ଥିଲେ ସବର୍ଣ ଜାତିର ପରିବାରରୁ ବିତାଡିତ ବିଧବା ମହିଳା। କାରଣ ସେ ସମୟରେ ଏହି ଅନେକ କୁ ପ୍ରଥା ଯଥା:- ବାଲ୍ୟ ବିବାହ, ସତିଦାହ ପ୍ରଥା, ବାଲ୍ୟ ବିବାହ ପ୍ରଥା, ବିଧବା ପ୍ରଥା ଏତ୍ୟାଦୀ ସବର୍ଣ ଜାତି ମାନଂକରେ ଅଧିକାଂସ ମାତ୍ରାରେ ପ୍ରଚଳିତ ଥିଲା।

Read more

ସାମାଜିକ ବିପ୍ଲବୀ : ଭାରତରତ୍ନ ଡଃ. ବାବାସାହେବ ଆମ୍ବେଦକର

ଲୋକତନ୍ତ୍ରର ଉପାଦେୟତାକୁ କେବଳ ପାଞ୍ଚ ବର୍ଷରେ ଥରେ ନିର୍ବାଚନ ସମୟରେ ମନେ ପକାଇଲେ, ତାହା ଆମ୍ବେଦକରଙ୍କ ଲୋକତନ୍ତ୍ର ତଥା ସାମ୍ବିଧାନିକ ରାଷ୍ଟ୍ରପ୍ରତି ଥିବା ଅବଦାନ ପ୍ରତି ଅସମ୍ମାନ ଏବଂ ଅପମାନ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ପରନ୍ତୁ ଲୋକଙ୍କ ମୌଳିକ ଆବଶ୍ୟକତା ଆରମ୍ଭ କରି, ଲୋକେ କିପରି ସମ୍ମାନର ସହିତ ବଞ୍ଚିବାର ସୁବିଧା ସୁଯୋଗ ପାଇ ପାରିବେ, ସେ ଦୃଷ୍ଟି କୋଣରେ ଲୋକତନ୍ତ୍ରକୁ ଦେଖିବା, ବୁଝିବା, ଏବଂ ଦରକାର ସମୟରେ ରାଷ୍ଟ୍ର ସହିତ ଲଢେଇ କରି ନିଜ ଅଧିକାରକୁ ହାତ ମୁଠାକୁ ଆଣିବା ପ୍ରକୃତରେ ବାବାସାହେବ ଆମ୍ବେଦକରଙ୍କ ୧୨୯ତମ ଜନ୍ମ ଦିବସ ପ୍ରତି ସଠିକ ଶ୍ରଦ୍ଧାଞ୍ଜଳୀ ହେବ ।

Read more

ମାହଲିଆ ପାଠର୍(ଶିକ୍ଷାର) ଜନକ ଜୋତିରାଓ ଫୁଲେ

ମହାତ୍ମା ଜୋତିରାଓ ଫୁଲେ ତାଂକର୍ ପ୍ରସ୍ତାବ୍ ରେ କହେଲେ ଯେ, ଫ୍ରୀ ଆଉ ବାଧ୍ୟତାମୂଳକ ଶିକ୍ଷା ବିନା ଗରିବ୍ ଆଉ ଦଲିତ୍ ବର୍ଗର୍ ଛୁଆ କେଭେ ଇସ୍କୁଲ୍ କେ ନେ ଆସି ପାରନ୍ l ଫୁଲେ ହେତିର୍ ଲାଗି କମ୍ ସେ କମ୍ ୧୨ ବରସ୍ ବାଧ୍ୟତାମୂଳକ ଶିକ୍ଷା ଲାଗି କହିଥିଲେ l ପ୍ରାଥମିକ ବିଦ୍ୟlଲୟର୍ ଶିକ୍ଷକ୍ ମାନ୍କର ଦର୍ମା ବଢାବାର୍ ଲାଗି ଆଉ ଖାଲି ତାଲିମ୍ ପ୍ରାପ୍ତ ଶିକ୍ଷକ୍ ମlନ୍କୁ ନିଯୁକ୍ତି ଦେବାର୍ ଲାଗି ପ୍ରସ୍ତାବ୍ ଦେଇଥିଲେ l ଫୁଲେ କହ୍ଲେ ଯେ ଯେହେତୁ ବାଭନ୍ ଶିକ୍ଷକ୍ ମାନେ ଦଲିତ୍ ଛୁଆ ମlନ୍କୁ ସ୍କୁଲନୁ କେଚ୍କେଚା କରୁଛନ୍, ଜାତି ଭେଦ୍ ଭାବ୍ କରୁଛନ୍, ଚାଷ୍ କରୁଥିବା ଜାତି ମାନ୍କର୍ ଶିକ୍ଷକ୍ ନିଯୁକ୍ତି ଦିଆଯାଉ l

Read more