Posted in ବହୁଜନ ଇତିହାସ ବହୁଜନ ରାଜନୀତି ବହୁଜନ ସଂସ୍କୃତି

ଶୁଦ୍ର ଚେତନା ଏବଂ ଲୋକତାନ୍ତ୍ରିକ ଭାରତର ଭବିଷ୍ୟତ !

ବର୍ତମାନ ଦେଶର ବିଭିନ୍ନ ଶୁଦ୍ର ରାଜନୀତିକୁ ଦେଖି ଲେଖକମାନେ ସମାଲୋଚନା କରିଛନ୍ତି, ଦୁଇଟି ମୁଖ୍ୟ କାରଣରୁ। ପ୍ରଥମତଃ ସେମାନଙ୍କ ରାଜନୀତି ଗୋଟିଏ ରାଜ୍ୟରେ ସୀମିତ, ଯଦ୍ଦ୍ଵାରା ଶୁଦ୍ର ତଥା ଅତିଶୁଦ୍ର ସମାଜର ସମସ୍ୟା ସମାଧାନ ହୋଇପାରିନାହିଁ। ଉଦାହରଣ ସ୍ୱରୂପ ଉତ୍ତର ପ୍ରଦେଶର ମୁଲାୟମ ସିଂ ଯାଦବଙ୍କ ପାର୍ଟି ସପା, ବିହାର ରେ ଲାଲୁ ପ୍ରଶାଦଙ୍କ ପାର୍ଟି ଏବଂ ଅନେକ ଦକ୍ଷିଣ ଭାରତରେ ଉପସ୍ଥିତ ଥିବା ଶୁଦ୍ର ପାର୍ଟି। ସେଥିପାଇଁ ଯେଉଁ ଦିନ ପର୍ଯ୍ୟନ୍ତ ଏହି ଶୁଦ୍ର ପାର୍ଟି ରାଷ୍ଟ୍ରୀୟ ସ୍ତରର ଚିନ୍ତନ ଏବଂ ରାଜନୀତି କରିବେ ନାହିଁ, ସେତେଦିନ ପର୍ଯ୍ୟନ୍ତ ଶୁଦ୍ର ସମାଜର ସାମାଜିକ, ଆର୍ଥିକ, ଏବଂ ଆଧ୍ୟାତ୍ମିକ ମୁକ୍ତି ଗୋଟେ ଦିବା ସ୍ବପ୍ନ ହେଇକି ରହିଯିବ। ଲେଖକଙ୍କ ଅନୁସାରେ ଏହା କେବଳ ସମ୍ଭବ ଯେତେବେଲେ ଶୁଦ୍ର ସମାଜ ଉଚ୍ଚ ଶିକ୍ଷା ଏବଂ ଇଂରାଜି ଶିକ୍ଷାରେ ନିପୁଣତା ହାସଲ କରିବ। ଇଂରାଜୀ ଭାଷା ବିଶ୍ୱ ବିଖ୍ୟାତ , ଏହି ଭାଷା ସାହାଯ୍ୟରେ ବିଶ୍ୱ ଦରବାରରେ ଚିନ୍ତା ଏବଂ ଚେତନାକୁ ପରିପ୍ରକଶ କରିପାରିବ।

Continue Reading... ଶୁଦ୍ର ଚେତନା ଏବଂ ଲୋକତାନ୍ତ୍ରିକ ଭାରତର ଭବିଷ୍ୟତ !
Posted in ବହୁଜନ ଇତିହାସ ମତ

କୃଷକର ଇତିହାସ ଓ ବର୍ତ୍ତମାନ

ଏହି ସବୁକୁ ଦୃଷ୍ଟି ଗୋଚର କଲେ ଜଣାପଡେ ଯେ ଛୋଟ ଚାଷିଙ୍କୁ ଏଥିପାଇଁ ବହୁତ କ୍ଷତି ସହିବାକୁ ପଡେ ଏବଂ ରୁଣ ସୁଝି ନ ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତି । National Crime Record Bureau ର ସୁଚନା ଅନୁସାରେ ୨୦୧୯ ପରେ କୌଣସି ସୂଚନା ଚାଷି ଆତ୍ମହତ୍ୟାକୁ ନେଇ ଦିଆଯାଏ ନାହିଁ (source ABP news, July 2, 2019)। ହେଲେ ଅନେକ ଚାଷି ଆତ୍ମହତ୍ୟାର ଘଟଣା ସାମନା କୁ ଆସିଅଛି । ୨୦୧୧-୧୩ ରେ ୩୯୫୩୦, ୨୦୧୧ ରେ ୧୪୦୦୪, ୨୦୧୨ ରେ ୧୩୭୫୪, ୨୦୧୩ ରେ ୧୧୭୨୨ କୃଷକ ଆତ୍ମହତ୍ୟା କରିଥିଲେ । ପ୍ରତି ଘଣ୍ଟାରେ ଜଣେ କୃଷକର ଆତ୍ମହତ୍ୟାକୁ ଏହା ସୂଚାଏ ।

Continue Reading... କୃଷକର ଇତିହାସ ଓ ବର୍ତ୍ତମାନ