Posted in କବିତା

ଅସ୍ତିତ୍ବ

ଶାଶୁ ଘରେ ଯଦି ସମସ୍ତ ଦାୟିତ୍ୱ ତୁଲାଇବା ମୋର କର୍ତବ୍ୟ
କାହିଁକି ମୋତେ ଶାଶୁଘର ଲୋକେ ଭାବନ୍ତିନି କେବେ ନିଜର |
ନିଜସ୍ଵ ବୋଲି ମୋର କେବେ କିଛି ନାହିଁ
କିନ୍ତୁ ଘରର ସବୁ ଦାୟିତ୍ଵ ମୋର |
ଯଦି ଘରର ଭୂଷଣ ଆତ୍ମସମ୍ମାନ ପାଇଁ ମୁ ହିଁ ଏକ କାରଣ;
ଘର ଜମିପଟା କାହିଁକି କେବେ ହୋଇ ପାରେନି ମୋର?

Continue Reading... ଅସ୍ତିତ୍ବ
Posted in କବିତା

ଯଦି ତମେ ନାଇଁ ଥିତ…

ଯଦି ତମେ ନାଇଁ ଥିତନାଇଁ ଥିତି ମୂଇଁନାଇଁ ଥିତା ମୋର ନାଁ କି ଗାଁନାଇଁ ଥିତା ମୋର୍ ଲାଗି, ଅଞ୍ଜଲେ ପାଏନ କି ମୁଠେ ଭାତ୍ ଯଦି କିଛି ଥିତା ସେଟା ମୋରଜାଏତ୍ “ଡମ-ଗଣା”ଥିତି…

Continue Reading... ଯଦି ତମେ ନାଇଁ ଥିତ…
Posted in କବିତା

ସାବିତ୍ରୀ ମାଁ ର ଯୋଗଦାନ

ତୋର ଯୋଗଦାନ ପାଇଁ ମାଁ,
ହୋଇଛି ମୁ ଆଜାଦ
ତୋର ଯୋଗଦାନ ପାଇଁ ମାଁ,
ପୁରୁଷବାଦୀ ସମାଜକୁ ମୋ ଜବାବ ।।

Continue Reading... ସାବିତ୍ରୀ ମାଁ ର ଯୋଗଦାନ
Posted in ବହୁଜନ ଇତିହାସ ମତ

ସାବିତ୍ରୀବାଇ ଫୁଲେଙ୍କ ସଂଘର୍ଷ ଏବଂ ଦର୍ଶନ୍

ଯଦି ଆମେ ନିଜେ ଅମ୍ବଦକର୍-ବାଦୀ ବିଚାର୍ ଧାରା ରେ ବନ୍ଚୁଛୁ, ସାବିତ୍ରୀବାଇ ଫୁଲେ ଆଉ ଜୋତିବା ଫୁଲେ କେ ନିଜର୍ ଆଦର୍ଶ ମାନୂଛୁ ଆଉ ତାକର୍ ବିଚାର୍-ଧାରା କେ ସଠିକ୍ ହିସାବେ ମାନୂଛୁ, ତ, ଆମେ କାଏଁହେଲାଜେ ବୁଝି ନାଈ ପାର୍ବାର୍ କି ସେମାନେ କାଣା ଚାହୁଥିଲେ ? ଆମେ ଖାଲି କାର୍ଯ୍ୟକ୍ରମ କରସୁ, ମହିଳାଙ୍କ ପ୍ରତି ଭେଦ୍-ଭାବ୍, ଅତ୍ୟାଚାର୍, ଲିଙ୍ଗଗତ୍ ଭେଦ୍-ଭାବ୍, ପୁରୁଷ୍ ବାଦ୍ ବିରୁଦ୍ଧ୍ ରେ, ମହିଳା ସଶକ୍ତିକରଣ ଉପରେ ବଡ୍-ବଡ୍ ଭାଷଣ୍ ଦେସୁ କିନ୍ତୁ ଈସବୁ ଜିନିଷ୍ ମାନ୍କୁ ଆମେ ଆମର୍ ଘର୍ ମାନ୍କର୍ ଠାନେ କେତେ ହିସାବ୍ ରେ ବେଭାର୍ କରିପାରୁଛୁ ? ଆମର୍ ବହେନ୍, ମା, ଝି ମାନେ ଆଗ୍କେ ଯାଈନାଈ ପାରବାର , ପଢ଼ି ନାଈ ପାର୍ବାର୍, ଈ ବିଷୟ କେ ଆମେ କେତେ ହିସାବ୍ ରେ ଚର୍ଚ୍ଚା କର୍ସୁ ? କେତେ ଆବାଜ୍ ଉଠାସୁ ? ମହିଳା ମାନ୍କର ସଙ୍ଗେ ଜେନ୍ ସବୁ ଅତ୍ୟାଚାର୍ ହେସୀ ଯେନ୍ତାକି:- ହିଂସା, ବଳାତ୍କାର, ନିର୍ଯ୍ୟାତନା, ଜବର୍ଦସ୍ତି ବାହା କରେଇ ଦେବାର୍ ଟା, ଇ ଉପରେ ଆମେ କେତେ ପ୍ରଶ୍ନ କରସୁଂ ? ଆମେ ଯେନ୍ ଜାତିର୍ ବିନାସ୍ ର କଥା କହୁଛୁ କିଂବା ଗୁଟେ ସମତା ମୁଲକ୍ ସମାଜ୍ ର ପରିକଳ୍ପନା କରୁଛୁ ସେ ସମାଜ୍ କେଭେ ବି ତିଆରି ନେଇ ହୀ ପାରେ ଯେତେଦିନ୍ ତକ୍ ଆମର୍ ଘର୍ ମାନକେ ମାହଜି, ଟୁକିଲ୍ ମେନକର୍ ସଂଗେ ସମାନ ବ୍ୟବହାର ଓ ଅଧିକାର୍ ନେଇ ମିଲ୍ବା । ଯଦି ଆମର୍ ଘର୍ ମାନକେ ଆରୁ ସମାଜ୍ ରେ ପୁରୁଷବାଦ୍ ର ଭୟାବହତା ଅଛେ ତାହେଲେ, ନିଶ୍ଚିତ୍ ହିସାବେ ଆମର୍ ନିଜର୍ ଘର୍ ମାନକେ ପ୍ରଶ୍ନ କର୍ବାଟା ବହୁତ୍ ଜରୁରୀ ଆଏ । ତେଭେଜାଏ ଆମେ ଗୁଟେ ସମାଜ୍ ଗଠନ୍ କରି ପର୍ମା ଜେନ ଜାତି, ଲିଂଗ, ଧରମ୍, ବର୍ଗ, ତଥା କ୍ଷେତ୍ର ନା ରେ ଅତ୍ୟାଚାର୍ ନେଇ ରହେ ଆଉ ସଭେ ସମାନ୍ ହୀ ଥିମା, ଜେନ୍ଟାକି ଆମର୍ ଆଦର୍ଶ ମାନେ ସପ୍ନା ଦେଖିକରି ଯାଈଛନ୍।

Continue Reading... ସାବିତ୍ରୀବାଇ ଫୁଲେଙ୍କ ସଂଘର୍ଷ ଏବଂ ଦର୍ଶନ୍
Posted in କବିତା

ପକ୍ଷପାତରେ କନ୍ୟାରତ୍ନ

ଖୋଲା ଆକାଶକୁ ଦେଖିଲି ମୁଁ,
ନ’ ମାଶ ଦଶ ଦିନ ମା ଉଦରରୁ ବାହାରି ,
ଭାବିଲି ମୋ କୁଆଁ କୁଆଁ କ୍ରନ୍ଦନ ଶୁଣି,
ଘରେ ମୋର ଥିବ ଖୁଶିର ଲହରୀ,
ହେଲେ ମନ ଦୁଃଖରେ ବୁଢୀମାଆ ମୋ କାନ୍ଦୁଛି ଲୁହ ଗଡେଇ…
କହୁଛି ମାଆ କୁ,
” ନାତି ଟୋକା ହେଇଥିଲେ
ଯାଇଥାନ୍ତି ଆମ ଗାଁ ସାଇକୁ ମିଠେଇ ବାନ୍ଟି,
ଦୁଇ କୁଳ କୁ ମୋର ଉଦ୍ଧାର କରି ସେ,
ଜୁଈରେ ମୋ ଦେଇ ନିଆଁ କରିଥାନ୍ତା ମୋତେ ମୁକ୍ତି …
ଝିଅ ଜନମ ପର ଘରକୁ ,
ଯୌତୁକରେ ବୋହିନେବ ମୋ ପୁଅ ର ସବୁ ସମ୍ପତି

Continue Reading... ପକ୍ଷପାତରେ କନ୍ୟାରତ୍ନ