ଯଦି ତମେ ନାଇଁ ଥିତ
ନାଇଁ ଥିତି ମୂଇଁ
ନାଇଁ ଥିତା ମୋର ନାଁ କି ଗାଁ
ନାଇଁ ଥିତା ମୋର୍ ଲାଗି, ଅଞ୍ଜଲେ ପାଏନ କି ମୁଠେ ଭାତ୍

ଯଦି କିଛି ଥିତା ସେଟା ମୋର
ଜାଏତ୍ “ଡମ-ଗଣା”
ଥିତି ଗାଁ ର ତରା

ଯଦି ତମେ ନାଇଁ ଥିତ ।

ଯଦି ତମେ ନାଇଁ ଥିତ,
ମୁଇଁ ଆଜି ବି ଥିତି
ହୋଳିକା କି ନାଙ୍ଗେଲି
ଦେବଦାସୀ ବନି ନାଚୁଥିତି ମନ୍ଦିର ନ
ଯଦି ତମେ ନାଇଁ ଥିତ

ଯଦି ତମେ ନାଇଁ ଥିତ ନଇଁ ଥିତା ସମ୍ବିଧାନ
ନା ପାଇଥିତି ମୋର ହକ କି ଅଧିକାର

ନା ପିନ୍ଧି ପରି ଥିତି ହାତେ ଲୁଗା, ନା ଚାଲି ପରିଥିତି ଟିକେ ବାଟ
ମୁଡ଼େ ଥିତା ଘର ନା ଖଂଡେ ଦୁଆର୍,
ଥିତିଁ ମୁଇଁ ଭଟା ନ
ଯଦି ତମେ ନାଇଁ ଥିତ

ଯଦି ତମେ ନାଇଁ ଥିିତ
ନା ଧରି ପରିଥିତି ଖଂଡେ ସିଲଟ
ନା ପଢି ପାରିଥିତି ଦୁଇ ଅକ୍ଷର ପାଠ
ନା ଜାନି ପରିଥିତି ଏ ମନୁବାଦୀ ସମାଜର ନାଟ

ପାଠ ପଢ଼ବାର ଅଧିକାର ସାଙ୍ଗେ ଦେଲ ଦୁଇଟା ଡେନା
ଆଉ ଆକାଶେ ଉଡ଼ାଲି ନିଲିଆ ବାନା

ଆଜି ମୁଇଁ ଉଡଉଛେ,
ଇ ପବନ ଆରୁ ବାଦଳ ପରା
ଉଡି ବୁଲୁଛେ ତମର୍ ନାଁ…

“ଜୟ ଭୀମ, ଜୟ ଭୀମ,ଜୟ ଭିମ୍, ଜୟ ସମ୍ବିଧାନ”

ଆରୁ ଶୁନି କିନା ତମର ନାଁ
ଯେନ ମନୁବାଦୀ, ବାମନବାଦୀ, ପୁରୁଷବାଦୀ
କାନୁ ରକତ ବୁହୁଛେ ତାକେ ଭି ଜୟ ଭୀମ୍….

Poem by:- ପ୍ରିୟଙ୍କା ବେମାଲ

Leave a Reply

This site uses Akismet to reduce spam. Learn how your comment data is processed.