ରାଉରକେଲା ରେ ଏ ପ୍ରକାରରେ ଆମ୍ବେଦକର ଜୟନ୍ତୀର ପାଳନ କରାଯାଇଛି ଭୁମି ପ୍ରିୟା, ଓ ସୋମ୍ୟରଂଜନ ବାଗ ପରିବାର ଦ୍ବାରା:-

Biramitrapur Ambedkar Welfare Society ତରଫରୁ ଜୟନ୍ତୀ ପାଳନ। “ଆମେ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ବାସୀ ହଳଦୀୟା ଦଫାଇ ରେ ଆଯି ବାବାସାହେବଙ୍କ ଜୟନ୍ତୀ ଘରେ ଘରେ ପାଳନ କରିଛୁ- ଆୟୁଷ।:-

ସୁଶୀଲ କୁମାର ଭୋଇ- “ବାବାସାହେବଙ୍କ ଜନ୍ମଜୟନ୍ତୀ ପରିବାର ସହିତ ପାଳନ କରିଛୁ ଓ ଶପଥ ନେଇଛୁ ଯେ ଆଗାମୀ ଦିନରେ କିପରି ଆମ୍ବେଦକରବାଦ ଘରେ ଘରେ ପହଞ୍ଚିବ ଏଥିପ୍ରତି ପ୍ରୟାସ କରିବୁ ଓ ସମାଜରୁ ବ୍ରାହ୍ମଣବାଦ୍ ର ପରିସମାପ୍ତି ପାଇଁ ଅହରହ ଚେଷ୍ଟା କରିବୁ।”- ଖୋର୍ଦ୍ଧାରେ ଜୟନ୍ତୀ:-

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ରା଼ସୋଳ, ବେରୁଆଁପାଳ, କଂକାଳୁ, କନ୍ତାମିଲା, ସଞ୍ଜପଡା, ମନପୁର ପଞ୍ଚାୟତ ଓ ଓଡ଼ପଡ଼ା ବ୍ଲକ ର କଳାଙ୍ଗ, ଦୀନବନ୍ଧୁପୁର ପଞ୍ଚାୟତ ଗୁଡିକରେ ଡ଼ଃ. ଭୀମରାଓ ଆମ୍ବେଦକରଙ୍କ ଜନ୍ମଦିନ ପାଳନକୁ ଭୀମ ଆର୍ମି ଓ ଆମ୍ବେଦକର ଡେଭଲପମେଣ୍ଟ ଆସୋସିଏସନ, ବାମସେଫ ମିଶି ନିଆରା ରୂପେ ପାଳନ କରିଥିଲେ। କଂକାଳୁ ରେ 200 ଲୋକ ଙ୍କୁ ଶୁଖିଲା ଖାଦ୍ୟ, ମାକ୍ସ ବଣ୍ଟନ କରାଯାଇଥିଲା ଓ ରା଼ସୋଳ ରେ 250 ପରିବାରକୁ ସାବୁନ ବଣ୍ଟନ କରାଯାଇଥିଲା । ହାତ ଧୁଅ ସୁସ୍ଥ ରୁହ, ଘରେ ରୁହ ସୁରକ୍ଷିତ ରୁହ, ସ୍ଲୋଗାନ ଦେଇ କରୋନା ମୁକାବିଲା ପାଇଁ ସଚେତନ କରାଯାଇଥିଲା। ଏଥିରେ ସହଯୋଗ କରିଥିବା ସଦସ୍ୟ ମାନେ ହେଲେ ଚନ୍ଦନ ନାଏକ, ପ୍ରଶାନ୍ତ କୁମାର ନାଏକ,ନରେଶ ନାଏକ,ଅନନ୍ତ ନାଏକ, କବିରାଜ ନାଏକ, କୈଳାଶ ଚନ୍ଦ୍ର ନାଏକ,ବରୁଣ ନାଏକ,ବିଜୟ କୁମାର ନାଏକ ଓ ମହେଶ୍ୱର ନାଏକ। ସମସ୍ତେ ସମ୍ବିଧାନକୁ ମାନି ଚାଲିବାକୁ ଶପଥ ନେଇ ଏହି ଜନ୍ମଦିନକୁ ଏକ ଐତିହାସିକ ଦିନ, ବିଶ୍ୱ ଏକଦିବସ ରୂପେ ଜନସାଧାରଣ ରେ ପହଁଚାଇବାକୁ ଦୃଢ ସଂକଳ୍ପ କରିଥିଲେ।
ଜୟ ଭୀମ, ଜୟ ସମ୍ବିଧାନ ଜୟ ପ୍ରବୁଦ୍ଧ ଭାରତ।”

ପିଙ୍କି ଓ ମନୋଜ- “On the event of 129th Birth Anniversary of Babasaheb Dr.B.R.Ambedkar, We pay our hearty tribute to an Indian jurist, Great Politician, Historian, Philosopher, Anthropologist, Father of Modern India, Master of Economics, Great Champion of Human Right and Principle architect of Indian Constitution.
Huge salute and a great tribute to the legend of the millennium……JAI BHIM. Wishing you a very Happy Ambedkar Jayanti and International Day of Knowledge .????. Best wishes from ~
Pinkymanoj, Patnagarh, Balangir:-

ମୁସଲମାନ ବନ୍ଧୁମାନେ ଆମ୍ବେଦକର ଜୟନ୍ତୀ ପାଳନ କରିଛନ୍ତି ବରଗଡ ରେ। ମହମ୍ମଦ ଅଲିମ୍, ସମ୍ବିଧାନ ସୁରକ୍ଷା ମଞ୍ଚ ଏବଂ ଆମ୍ବେଦକର ଚ୍ୟାରିଟି ଟ୍ରଷ୍ଟ ର ସଦସ୍ୟ ନିଜ ସ୍ଥାନରେ ଜୟନ୍ତୀ ପାଳନ କରିଛନ୍ତି। ଜାମାଲୁଦ୍ଦିନ ପଡ଼ା, ବରଗଡ଼।:-

ମୁକେଶ ସୁନା ଓ ନରେଶ ସୁନାଙ୍କ ପରିବାରରେ ବାବାସାହେବଙ୍କ ଜୟନ୍ତୀ ଧୁମଧାମ ରେ ପାଳନ କରିଛନ୍ତି । ମାଲପଡା, ଖପ୍ରାଖୋଲ, ପାଟଣାଗଡ଼, ବଲାଙ୍ଗୀର ରେ।:-

ବଲାଙ୍ଗୀର ର କଂସର ରେ ବାବାସାହେବଙ୍କ ମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇ ଜୟନ୍ତୀ ପାଳନ:-

ବଡ଼ନୂଆପାଲି, ଚେରୁପାଲି, ସୁବର୍ଣ୍ଣପୁର ରେ ବାବାସାହେବଙ୍କ ଜୟନ୍ତୀ। ଦେବାଶିଷ ଲେଖିଛନ:- ଦେଖ୍‌ବା ଦୁନିଆଁ ଚେତ୍‌ବା ସମାଜ
ମାନ୍‌ଲେ ବାବାର୍‌ ତିହାର୍‌ ,
ମିଲିମିଶି ସଭେ ଗୁଟେ ହେଇ ଥିବା
ନାଇଁ ରଖ ମନେ ବିକାର୍‌ ।
ବାବା ଦେଖାବାର୍‌ ବାଟେ ଆମେ ଭାଇ
ଚାଲ୍‌ମା ସଭେରେ ଆସ ,
ପାଠ୍‌ପଢି ଆମେ ଶିକ୍ଷିତ୍‌ ହେମା ହୋ
ଜାନ୍‌ମା ନିଜର୍‌ ଇତିହାସ ।
ଜାତି ବିହିନ୍‌ ସେ ସମାଜ୍‌ ବନାମା
ଗଡ୍‌ମା ପ୍ରବୁଦ୍ଧ ଭାରତ୍ ,
ରାଜ୍‌ଗାଦିଥି ଆମେ ବସ୍‌ମା ହୋ
ରଖ୍‌ମା ଆମର୍‌ ମହତ୍‌ ।:-

ଡୁଡୁକା ବାହାଲ, ରାୟଗଡା ରେ ଜୟନ୍ତୀ:-

ସୋନପୁର ଆଉ ଝାରସୁଗୁଡା ରେ ଆମ୍ବେଦକର ଜୟନ୍ତୀ। ଫଟୋ- ପିଣ୍ଟୁ ରାବଣ

କସରୁ ପଡ଼ା, କେସିଙ୍ଗା ରେ ଆମ୍ବେଦକର ଜୟନ୍ତୀ ପାଳିତ ହେଇଯାଇଛି।:-

ରବିଦାସ୍ପ ନଗର୍ର୍, ବଲାଂଗିର୍:-
ବିଦେଶୀ ଶାସନ୍ ଅଧିନରେ ଅଛେ ଦେଶ୍ ଆମର୍।
ସେକାଳେ ଆମ୍କୁ କରାଇ ଅସ୍ପୃଶ୍ୟ। ଭୋଗୁଥିଲୁ କେତେ ଯେ ଆମେ ନିର୍ଯାତନା।
ସ୍ବାଧିନ ଆଜି ହେଲୁ ଆମ୍ବେ ବାବାସହେବଙ୍କ ଲାଗି।
କାହାକୁ ନାହିଁ ଡର, ଆଉ କରବୁ ଏହି ଦେଶେ ଶସନ୍। ବାବାସାହେବଙ୍କ ଲକ୍ଷ୍ୟରେ ନେମୁ ଇଦେଶ୍ କେ ଆଗେଇ।
ଏଣିକି ଭଲ ଯାହା କରିବୁ ,
ସେହି କାମ୍ ରେ ଲେଖିବୁ ଜାତିର ଇତିଆହସ। || ରାଜା ନାଗ || ଜୟ ଭୀମ:-

M L A ପଡ଼ା, ରବିଦାସ ନଗର, ସୋନପୁର:-

ବୁର୍ଲା, ସମ୍ବଲପୁର ରେ ଯେ. ବି. ତାଣ୍ଡି ପରିବାର ବାବାସାହେବଙ୍କ ଜୟନ୍ତୀ ପାଳନ କରିଛନ୍ତି ।

  • ଆପଣ ବି ନିଜ ଜୟନ୍ତୀ ଆମ ସହିତ ଶ୍ୟାର କରି ପାରିବେ। ନିର୍ବେଦକୁ ସମ୍ପର୍କ କରନ୍ତୁ। ବାବାସାହେବଙ୍କ ଜୀବନି ସହିତ ଜଡିତ ଗିତ, ଶାଏରୀ, ଚୁଟ୍କୁଲା ଆମକୁ ପଠାନ୍ତୁ।- ନିର୍ବେଦ ଓଡିଶା।