ହେ ବିଶ୍ବମାନବ ର ଆଦର୍ଶ ନାୟକ  କ୍ରାନ୍ତିସୂର୍ଯ୍ୟ ତୁମେ ଜ୍ଞାନ ଦାତା
ବହୁଜନଙ୍କ ର ମୁକ୍ତି ଦାତା ତୁମେ
ଭାରତ ଭାଗ୍ୟ ବିଧାତା 
ନାରୀ ମାନଙ୍କର ଉଦ୍ଧାରକ ତୁମେ 
ଶ୍ରମିକ ମାନଙ୍କ ହର୍ତ୍ତା କର୍ତ୍ତା 
ତୁମେ ସମ୍ବିଧାନିକ ଓ ଲୋକତାନ୍ତ୍ରିକ 
ଭାରତର ରାଷ୍ଟ୍ରପିତା 
ତୁମେ ଏ ଦେଶର ମହାମହିମ୍ଜୟ
ଜୟ ଜୟ ଜୟ ଭୀମ୍   ।
ବିଶ୍ବ ସାରା ଯେତେ କ୍ରାନ୍ତି ବିଚାର 
ଋଷ, ଚାଇନା, ଫ୍ରାନ୍ସ ବିପ୍ଳବ 
ହୋଇ ନଥିଲା ତୁମ ବିଚାର ସମ, 
କ୍ରାନ୍ତି ତୁମର ମାତ୍ର ଛତିଶ ବର୍ଷ 
ଛତିଶ ଶହ ବର୍ଷର 
ବୈଦିକ-ବ୍ରାହ୍ମଣ ଗୁଲାମ ବ୍ୟବସ୍ଥାକୁ 
କ୍ଷଣେ କରିଦେଲା ସମାପ୍ତ
ମାନବକୁ କଲ ଦୁଃଖ ମୁକ୍ତ,
ଦେଶ ସମ୍ବିଧାନ ଲେଖିବାରୁ ତୁମେ 
ପାଇଲା ଭାରତ ସ୍ୱାଧୀନତା,
ଶୋଷିତ ବର୍ଗ ଙ୍କୁ ସଂରକ୍ଷଣ ଯୋଗୁଁ 
ରକ୍ଷା ହୋଇପାରିଲା ସମାନତା,
ସଭିଙ୍କୁ ଦେଲ ଶିକ୍ଷା ଅଧିକାର ଓ
ନାରି ପୁରୁଷ ସମାନତା ବୋଲି 
ଆଜି, ଭାରତ ହୋଇଛି ବିକଶିତ,
ଧନ୍ୟ ହେ ତୁମେ ବାବାସାହେବ 
ଶ୍ରେଷ୍ଠ ଏ ତୁମ ଆମ୍ବେଦକରିଜୀମ୍ଜୟ
ଜୟ ଜୟ ଜୟ ଭୀମ୍  ।
ଚଉଦ ଅପ୍ରେଲ ଜନ୍ମ ଜୟନ୍ତୀ 
ସମସ୍ତ ଙ୍କ ପାଇଁ ପ୍ରେରଣା ସ୍ରୋତ 
ସେ ଥିଲେ ବୋଲି ଆଜି ଆମେ ଅଛେ 
ସମତା,ସ୍ବତନ୍ତ୍ରତା,ବନ୍ଧୁତ୍ବ ଓ ନ୍ୟାୟ ଦେଶେ ସ୍ଥାପିତ ।
ଆଜି ଏ ଦିନରେ ଶପଥ ନେବା 
ଋଢିବାଦି, ଶୋଷିତ, ଅମାନବୀୟ, 
ଅବୈଜ୍ଞାନିକ, ଅସମାନ,
ଅନ୍ୟାୟ ବିରୁଦ୍ଧେ ସଂଗ୍ରାମ କରି 
ଆମେ ଜଣେ ଜଣେଆମ୍ବେଦକରବାଦୀ ହେବା  ।
ଭୀମାସ୍ତ୍ର ଚଲାଇ ସର୍ବେ ଅତ୍ତୋଦୀପ ହେବା 
ସୁଖ ଓ ଦୁଃଖ ରେ ହର୍ଷଉଲ୍ଲାସ ରେ
ଜୟ ଜୟ ଭୀମ୍ କହିବା,
ମୁକ୍ତିର ଏ ନାରା ଜୟ ଭୀମ୍ 
ଶକ୍ତି ର ଏ ନାରା ଜୟ ଭୀମ୍ 
ସଂଗ୍ରାମ ର ଏ ନାରା ଜୟ ଭୀମ୍ 
ଜୟ ଜୟ ଜୟ ଜୟ ଭୀମ୍  ।

ସମସ୍ତଙ୍କୁ ଜୟ ଭୀମ୍। ୧୪ ଅପ୍ରେଲ ପରମ ବୋଧିସତ୍ବ,ବାବାସାହେବ ଡଃ ଭୀମ୍ ରାଓ ଆମ୍ବେଦକର ଙ୍କ ୧୩୦ ତମ ଜନ୍ମ ଜୟନ୍ତୀ ଉତ୍ସବ ଅବସରରେ ମୋର ଏ କବିତା ଟି ପ୍ରତୈକ ଆମ୍ବେଦକରବାଦୀ ଲୋକଙ୍କ ପ୍ରତି ଉସର୍ଗ କରୁଅଛି  ।ଯିଏ ନିଜର ତନ ମନ ଧନ ଦେଇ ବାବାସାହେବ ଙ୍କ  ମିଶନକୁ ଆଗକୁ ନେଉଛନ୍ତି। ଜୟ ଭୀମ୍! ଜୟ ଜୟ ଜୟ ଜୟ ଭୀମ୍ !!!

  • ଧିମାନ୍ ଚିତ୍ତରଞ୍ଜନ ଗୌତମ ନାଲକୋନଗର ଅନୁଗୋଳ।