ଭାରତରେ ଶ୍ରମିକ ମାନଙ୍କ ଅଧିକାରକୁ ସୁରକ୍ଷିତ କରିଥିବା ବ୍ୟକ୍ତି ଅନ୍ୟ କେହି ନୁହେଁ ସେ ହେଉଛନ୍ତି ଆଧୁନିକ ଭାରତର ପିତା ବିପ୍ଳବୀ ଡ଼ଃ. ବାବାସାହେବମ୍ବେଦକରବାବାସାହେବମ୍ବେଦକରଙ୍କ ବିନା ଭାରତୀୟ ଶ୍ରମିକ ମାନଙ୍କର ଭବିଷ୍ୟତ ଘନ ଅନ୍ଧକାରମୟ ହୋଥାନ୍ତା ସେ ଭାରତର ଏକମାତ୍ର ବହୁମୁଖି ଏବଂ ଦୁରଦୃଷ୍ଟି ନେତା ଅଟନ୍ତିଏହା ଛଡ଼ା ସେ ଜନ୍ମଜାତ ଜାତିବାଦୀ ଭୂମିରେ ଜନ୍ମଗ୍ରହଣ କରିଥିଲେ ଯାହାକୁ ଆମେଭାରତବୋଲି ଜାଣୁ ଆଜି ବିଶ୍ୱରବିକାଶଶୀଳ ଅର୍ଥନୀତି ଥିବା ରାଷ୍ଟ୍ରର ନିର୍ମାଣରେ ବାବାସାହେବଙ୍କର ଅବଦାନକୁ ଉଚ୍ଚ ଜାତିର ,” ଜାତିପ୍ରତି ନିଷ୍ଠାବାନ ଥିବା ବ୍ୟକ୍ତିମାନେ କେବେ ହେଲେ ଶ୍ରେୟ ଦେଇନାହାନ୍ତିବାବାସାହେବଙ୍କ ଅର୍ଥନୈତିକ ନୀତି ଧନ୍ୟବାଦର ବିଷୟ ଯାହାକିମହାନ ଆର୍ଥିକ ମନ୍ଦି (ଅବସାଦ) ସମୟରେ ଭାରତକୁ ରକ୍ଷାକରିଥିଲାଏହି ନୀତି RBI ନିର୍ଦ୍ଦେଶନା ସ୍ଥାପିତ କରିବା ସହ ମୁକ୍ତ ବାଣିଜ୍ୟ ତତ୍ତ୍ଵ ଅଟେଆମ ରାଷ୍ଟ୍ର ପାଇଁ ବାବାସାହେବମ୍ବେଦକର, ତାଙ୍କର ସର୍ବଶ୍ରେଷ୍ଠ ଅବଦାନ କରିଛନ୍ତି୧୯୪୨ ରୁ ୧୯୪୬ ପର୍ଯ୍ୟନ୍ତ ଭାଇସ୍ରୟେ କାର୍ଯ୍ୟପାଳିକା ପରିଷଦର ଶ୍ରମିକ ନେତା ଓ ଶ୍ରମିକ ସଦସ୍ୟ ଭାବରେ ଭାରତୀୟ ଶ୍ରମିକ ମାନଙ୍କପାଇଁ ବାବାସାହେବମ୍ବେଦକର ଯାହା କରିଥିଲେ ତାହାର କିଛି ମୂଲ୍ୟବାନ ସୂଚନା ଏଠାରେ ପ୍ରତିପାଦନ କରାଗଲା

ବାବାସାହେବଙ୍କ ବୁଦ୍ଧିମାନୀ ଅବଦାନ :-

  • କମ୍ପାନୀ ରେ କାର୍ଯ୍ୟ କରିବାର ସମୟକୁ ହ୍ରାସ କରିବା (ଆଠ ଘଣ୍ଟା) :- ଆଜି ଭରତରେ ଗୋଟିଏ ଦିନର କାର୍ଯ୍ୟ ନିର୍ଘଣ୍ଟ ଆଠ ଘଣ୍ଟାଆମେ ଜାଣିନାହୁଁ କେତେକ ଭାରତୀୟ ଏହା ଜାଣିଛନ୍ତି ଯେ ବାବାସାହେବମ୍ବେଦକର ଭାରତରେ ଶ୍ରମିକ ମାନଙ୍କର ଉଦ୍ଧାରକ, ସେ କାର୍ଯ୍ୟ କରିବାର ସମୟ ସୀମା ଯାହା ଦିନକୁ ୧୪ ରୁ ୧୮ ଘଣ୍ଟା ଥିଲା ତାକୁ ଘଣ୍ଟାକୁ ହ୍ରାସକରି ଭାରତୀୟ ଶ୍ରମିକଙ୍କ ଜୀବନକୁ ଉଜ୍ବଳିତ କରିଥିଲେ ସେ ୧୯୪୨ ନଭେମ୍ବର ୨୭ ତାରିଖ ଦିଲ୍ଲୀ ରେ ଅନୁଷ୍ଠିତ ଭାରତୀୟ ଶ୍ରମିକ ସମ୍ମିଳନୀ ସପ୍ତମ ଅଧିବେଶନରେ ଏହା ଆଣିଥିଲେ

  • ବାବାସାହେବମ୍ବେଦକର ଭାରତରେ ମହିଳା ଶ୍ରମିକଙ୍କ ପାଇଁ ଅନେକ ଆଇନ ପ୍ରଣୟନ କରିଥିଲେ :-

  • ଖଣି ମାତୃତ୍ଵ ଲାଭ ଆଇନ

  • ମହିଳା ଶ୍ରମିକ କଲ୍ୟାଣ ପାଣ୍ଠି

  • ମହିଳା ଏବଂ ଶିଶୁ ଶ୍ରମିକ ସୁରକ୍ଷା ଆଇନ

  • ମହିଳା ଶ୍ରମିକ ପାଇଁ ମାତୃତ୍ଵ ସୁବିଧା

  • କୋଇଲା ଖଣିର ଭୁଗର୍ଭରେ ମହିଳା ମାନଙ୍କର କାର୍ଯ୍ୟ ଏବଂ ରୋଜଗାର ପ୍ରତି ଥିବା କଟକଣାକୁ ଖାରଜ

  • ଭାରତୀୟ କମ୍ପାନୀ ଆଇନ

  • ଜାତୀୟ ରୋଜଗାର ସଂସ୍ଥା (ରୋଜଗାର ବିନିମୟ) :- ରୋଜଗାର ବିନିମୟର ପ୍ରସ୍ଥାପନା ଆଣିବାରେ ସହକାରୀ ଥିଲେଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ବ୍ରିଟିଶ ଭାରତର ପ୍ରାନ୍ତୀୟ ସରକାରର ଶ୍ରମ ସଦସ୍ୟ ଥିବାବେଳେ, ରୋଜଗାର ବିନିମୟ ସୃଷ୍ଟି କରିଥିଲେ ଶ୍ରମିକ ସମସ୍ୟାର ବାଣିଜ୍ୟ ସଂଗଠନ ,ଶ୍ରମିକ ସରକାରୀ ପ୍ରତିନିଧି ମାଧ୍ୟମରେ ସମାଧାନ କରିବା ପାଇଁ ତ୍ରି ସ୍ତରୀୟ ତନ୍ତ୍ରର ଗଠନ ସହିତ ସରକାରୀ କ୍ଷେତ୍ରରେ କୌଶଳ ବିକାଶ ପାଇଁ ପଦକ୍ଷେପର ଆରମ୍ଭ କରିଥିଲେ ତାଙ୍କର ନିରନ୍ତର ପ୍ରୟାସ ଯୋଗୁଁ ଜାତୀୟ ରୋଜଗାର ସଂସ୍ଥାର ଗଠନ ହୋଇପାରିଥିଲା

  • ରାଜ୍ୟ କର୍ମଚାରୀ ବୀମା :- ଏହା କର୍ମଚାରୀ ମାନଙ୍କର ସ୍ବାସ୍ଥ୍ୟ ସୁରକ୍ଷା ,ସ୍ବାସ୍ଥ୍ୟ ଗତ ଛୁଟି ଏବଂ କାର୍ଯ୍ୟରତ ସମୟରେ ଦୁର୍ଘଟଣା ଜନିତ ଭିନ୍ନକ୍ଷମମାନଙ୍କୁ ବୀମା ମାଧ୍ୟମରେ କ୍ଷତିପୂରଣ ବିଭିନ୍ନ ସୁବିଧା ଯୋଗାଇବାରେ ସହାୟକ ହୁଏଡ଼ଃ. ବାବାସାହେବମ୍ବେଦକର ଶ୍ରମିକଙ୍କ ପାଇଁ ଏହି ସୁବିଧା ବ୍ୟବସ୍ଥାପନ କରିଥିଲେପୂର୍ବ ଏସୀୟ ଦେଶ ଗୁଡ଼ିକ ମଧ୍ୟରେ ଭାରତ ହେଉଛି ପ୍ରଥମ ରାଷ୍ଟ୍ର ଯେଉଁଠି ବୀମା ଆଇନ ପ୍ରଣୟନ ହୋଇଥିଲା ଏହାର ଶ୍ରେୟ ବାବାସାହେବମ୍ବେଦକର ଙ୍କୁ ମିଲେ

  • ସମସ୍ତ ୧୩ ଟି ଯାକ ବିତ୍ତ ଆୟୋଗ ରିପୋର୍ଟର ପ୍ରାମାଣିକ ମୂଳାଧାର ହେଉଛି ଡ଼.ବାବାସାହେବମ୍ବେଦକରଙ୍କର PH.D. ବିଷୟ :- ବ୍ରିଟିଶ ଭାରତରେ ପ୍ରାନ୍ତୀୟ ବିତ୍ତର କ୍ରମ ବିକାଶ ,ଏହା ୧୯୨୩ ମସିହାରେ ଲିଖିତ ହୋଇଥିଲା

  • ଭାରତର ଜଳ ନୀତି ବୈଦ୍ୟୁତିକ ଶକ୍ତି ଯୋଜନା :- ବିଦ୍ୟୁତ ଶକ୍ତି ଜଳସେଚନର ବିକାଶ ଏବଂ ନୀତି ପ୍ରଣୟନ ଏହାର ମୁଖ୍ୟ ପ୍ରସଙ୍ଗ ଥିଲାଡ଼ଃ. ବାବାସାହେବମ୍ବେଦକରଙ୍କର ତତ୍ତ୍ଵାବଧାନରେ କେନ୍ଦ୍ରୀୟ ଶକ୍ତି ବୋର୍ଡ଼ (ITBT) ସ୍ଥାପନ କରାଯାଇ ଥିଲା ଯଦ୍ୱାରା ଜଳଶକ୍ତି, ଶକ୍ତି ବ୍ୟବସ୍ଥାର ବିକାଶ, ଜଳଶକ୍ତି କେନ୍ଦ୍ରର ସ୍ଥାପନା, ଜଳ ବିଦ୍ୟୁତ ନିରୀକ୍ଷଣ, ବିଦ୍ୟୁତ ଶକ୍ତି ଉତ୍ପାଦନ ସମସ୍ୟାର ନିରୀକ୍ଷଣ ଏବଂ ଉଷ୍ଣ ବୈଦ୍ୟୁତିକ ଶକ୍ତିକେନ୍ଦ୍ର ଅନୁସନ୍ଧାନ କରାଯାଉଥିଲାବୈଦ୍ୟୁତିକ ଗ୍ରିଡ୍ ବ୍ୟବସ୍ଥାର ଆବଶ୍ୟକତା ମହତ୍ୱକୁ ସେ ଗୁରୁତ୍ୱାରୋପଣ କରିଥିଲେ ଯାହା ଆଜି ମଧ୍ୟ ସଫଳତା ସହିତ କାର୍ଯ୍ୟରତ

  • ଆଜି ଯଦି କେହି ବିଦେଶରୁ ପ୍ରଶିକ୍ଷିତ ହୋଇ ପାୱାର ଇଂଜିନିୟର ହୋଇ ପରୁଛି ତାହାର ସମ୍ପୂର୍ଣ୍ଣ ଶ୍ରେୟ ମଧ୍ୟ ଆମ୍ବେଦକରଙ୍କୁ ଯାଇଅଛି ଶ୍ରମବିଭାଗର ନେତା ଥିବା ବେଳେ ସର୍ବଶ୍ରେଷ୍ଠ ଇଂଜିନିୟର ମାନଙ୍କୁ ବିଦେଶରେ ପ୍ରଶିକ୍ଷଣ କରିବା ପାଇଁ ପ୍ରଦତ୍ତ ନୀତିର ସୂତ୍ରଧାର ଥିଲେ ଭାରତୀୟ ଜଳନୀତି ବିଦ୍ୟୁତ ଶକ୍ତି ଯୋଜନାରେ ମୁଖ୍ୟ ଭୂମିକା ଥିବା ସତ୍ତ୍ବେ ଆଜି ମଧ୍ୟ କେହି ତାଙ୍କୁ ଶ୍ରେୟ ଦେଇନାହାନ୍ତି ଯାହା ଏକ ଲଜ୍ଜାର ବିଷୟ ବସ୍ତୁ

  • ~ ମହଙ୍ଗା ଭତ୍ତା

  • ~ ମାନସିକ ଅସ୍ଵାସ୍ଥ୍ୟ ଶ୍ରମିକଙ୍କ ପାଇଁ ଛୁଟିର ଲାଭ

  • ~ କର୍ମଚାରୀଙ୍କ ଦରମା ମାପ ସଂଶୋଧନ

  • କୋଇଲା ଏବଂ ମିକା ମାଇନ୍ସ ପରିଣାମ ଦର୍ଶୀ ପାଣ୍ଠି :-
    ସେହି ସମୟରେ ଆମ ଦେଶର ଅର୍ଥନୀତିରେ କୋଇଲା ଶିଳ୍ପ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏହି କାରଣରୁ ଜାନୁୟାରୀ ୩୧ ତାରିଖ ୧୯୪୪ ରେ ଶ୍ରମିକ ମାନଙ୍କ ସୁବିଧା ପାଇଁ ଡ଼ଃ. ବାବାସାହେବମ୍ବେଦକର କୋଇଲା ଖଣି ସୁରକ୍ଷା ସଂଶୋଧନ ବିଲ୍ ପ୍ରଣୟନ କରିଥିଲେ ଏପ୍ରିଲ୍ ୧୯୪୬ ରେ ମୀକା ମାଇନ୍ସ ଶ୍ରମ କଲ୍ୟାଣ ପାଣ୍ଠି ଆଣିଥିଲେଯାହାକି ଶ୍ରମିକ ମାନଙ୍କୁ ଗୃହ ,ଜଳ ଯୋଗାଣ,ଶିକ୍ଷା, ମନୋରଞ୍ଜନ ତଥା ସମବାୟ ବ୍ୟବସ୍ଥାରେ ସାହାଯ୍ୟ କରିଥିଲା

  • ଶ୍ରମ କଲ୍ୟାଣ ପାଣ୍ଠି :-
    ଡ଼ଃ. ଅମ୍ବେଦକର, ବି.ବି ଅଗର୍କରଙ୍କ ଅଧୀନରେ ଥିବା ଶ୍ରମ କଲ୍ୟାଣରୁ ଉପୁଜି ଥିବା ବିଷୟ ଉପରେ ପରାମର୍ଶ ଦେବା ପାଇଁ ଏକ ପରାମର୍ଶ ଦାତା କମିଟି ଗଠନ କରିଥିଲେ ପରେ ସେ ଏହାକୁ ଜାନୁୟାରୀ ୧୯୪୪ ରେ ଘୋଷଣା କରିଥିଲେ

  • ଯୁଦ୍ଧ ପରବର୍ତ୍ତୀ ଅର୍ଥନୀତିକ ଯୋଜନା :-
    ଯେତେ ବେଳେ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ସମାପ୍ତ ହେଲା ଭାରତ ଅନେକ ସମସ୍ୟା ସମ୍ମୁଖୀନ ହୋଇଥିଲା ଯେପରିକି ଅର୍ଥନୀତିକୁ ପୁନଃ ସ୍ଥାପନା କରିବା ,କୃଷି କ୍ଷେତ୍ରରେ ଉନ୍ନତି , ଶିଳ୍ପ କ୍ଷେତ୍ର ବିକାଶ ,ସୈନିକ ସେବା ପୁନଃ ପ୍ରସ୍ଥାପନ ପୁନର୍ବାସ ଇତ୍ୟାଦି ଏଥିପାଇଁ ପରିଷଦ ପୁନଃ ନିର୍ମାଣ କମିଟି ଗଠନ କରାଯାଇଥିଲାବାବାସାହେବମ୍ବେଦକର ସେହି କମିଟିର ଜଣେ ସଦସ୍ୟ ଥିଲେ ଏବଂ ତାଙ୍କୁ ଜଳସେଚନ ଏବଂ ଶକ୍ତି ପାଇଁ ନୀତି କମିଟିର ସଭାପତି ଭାବରେ ଦାୟିତ୍ବ ଦିଆ ଯାଇଥିଲା ଯୁଦ୍ଧ ପରବର୍ତି ଅର୍ଥନୀତିକ ଯୋଜନା ଏବଂ ଦେଶରେ ଜଳ ଏବଂ ବୈଦ୍ୟୁତିକ ଶକ୍ତି ସମ୍ବଳର ବିକାଶ ପାଇଁ ଡ଼ଃ.ବାବାସାହେବମ୍ବେଦକରଙ୍କର ରାଷ୍ଟ୍ରପ୍ରତି ଅବଦାନ ଥିଲା ଯାହାକି ମହତ୍ୱର ଉଚ୍ଚସ୍ତରରେ ଥିଲେ ମଧ୍ୟ କମ୍ ଜଣାଶୁଣାଅର୍ଥନୈତିକ ଯୋଜନା ତଥା ଜଳ ଏବଂ ବିଦ୍ୟୁତ ଶକ୍ତି ନୀତିର ଉଦ୍ଦେଶ୍ୟ ତଥା ରଣନୀତି ପ୍ରସ୍ତୁତ କରିବାରେ ସିଧାସଳଖ ଜଡ଼ିତ ଥିଲେ ହେଁ ଏହି ଅବସ୍ଥାରେ ଅର୍ଥନୈତିକ ଯୋଜନା ତଥା ଜଳ ଏବଂ ବୈଦ୍ୟୁତିକ ଶକ୍ତି ଉତ୍ସ ବିକାଶରେ ସେ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ ଯାହାକି କ୍ଵଚିତ୍ ଅଧ୍ୟୟନ କରାଯାଇଛି

  • ଭାରତୀୟ ପରିସଂଖ୍ୟାନ ଆଇନ :- ୧୯୪୨ ମସିହାରେ ବାବାସାହେବମ୍ବେଦକର ଭାରତୀୟ ପରିସଂଖ୍ୟାନ ଆଇନ ପାସ୍ କରିଥିଲେପରେ D.K Paisentri , ପୂର୍ବତନ ଡେପୁଟି ପ୍ରିଂସିପଲ ସୂଚନା ଅଧିକାର ଭାରତ ସରକାର ତାଙ୍କ ପୁସ୍ତକରେ କହିଛନ୍ତି ଯେ ଡ଼ଃ. ବାବାସାହେବମ୍ବେଦକରଙ୍କ ଭାରତୀୟ ପରିସଂଖ୍ୟାନ ଆଇନ ବିନା ସେ ଶ୍ରମ ଅବସ୍ଥା ବେତନ ହାର ଅନ୍ୟାନ୍ୟ ଆୟ ମୁଦ୍ରା ସ୍ପିତି ଋଣ ଗୃହ ରୋଜଗାର ଜମା ଏବଂ ଅନ୍ୟାନ୍ୟ ପାଣ୍ଠି ଶ୍ରମବିଭାଗ ସ୍ଥାପନ କରି ପାରିନଥାନ୍ତେ

  • ଭାରତୀୟ ବାଣିଜ୍ୟ ସଂଘ ସଂଶୋଧନ ବିଲ୍: ୧୯୨୬ ମସିହାରେ ଭାରତୀୟ ଶ୍ରମ ଆଇନ ପ୍ରଣୟନ କରାଯାଇଥିଲାଏହା କେବଳ ଟ୍ରେଡ୍ ୟୁନିଆନ୍ ଗୁଡ଼ିକୁ ପଞ୍ଜିକରଣ କରିନଥିଲେ ନଭେମ୍ବର ୧୯୪୩ ରେ ସେ ଟ୍ରେଡ୍ ୟୁନୀୟନ୍ ବାଧ୍ୟତାମୂଳକ ମାନ୍ୟତା ପାଇଁ ସେ ଏହି ବିଲ୍ ଆଣିଥିଲେ

ଦାମୋଦର ଉପତ୍ୟକା ପ୍ରକଳ୍ପର ନିର୍ମାତା ,ହୀରାକୁଦ ପ୍ରକଳ୍ପ ,ସୋନ ନଦୀ ପ୍ରକଳ୍ପ : ଟେନିସି

ଟେନିସି ଉପତ୍ୟକା ପ୍ରକଳ୍ପ ରେଖାଚିତ୍ରକୁ ଆଖି ଆଗରେ ରଖି ଡ଼ଃ. ଅମ୍ବେଦକର ଦାମୋଦର ଉପତ୍ୟକା ପ୍ରକଳ୍ପ ରେଖାଙ୍କନ କରିଥିଲେଏହା ସହିତ ହୀରାକୁଦ ଏବଂ ସୋନ ଉପତ୍ୟକା ପ୍ରକଳ୍ପର ରେଖାଙ୍କନ ମଧ୍ୟ ତାଙ୍କଦ୍ୱାରା କରାଯାଇଥିଲା୧୯୪୫ ମସିହାରେ ତତ୍କାଳୀନ ଶ୍ରମ ସଦସ୍ୟ ବାବାସାହେବଙ୍କ ଅଧ୍ୟକ୍ଷତାରେ ବହୁ ଉଦ୍ଧେଶ୍ୟ ବ୍ୟବହାର ପାଇଁ ମହାନଦୀକୁ ନିୟନ୍ତ୍ରଣ କରିବାର ସମ୍ଭାବ୍ୟ ଲାଭରେ ବିନିଯୋଗ କରିବାକୁ ନିଷ୍ପତି ନିଆଗଲାବହୂ ଉଦ୍ଧେଶ୍ୟରେ ନଦିଉପତ୍ୟକା ପ୍ରକଳ୍ପ ମାଧ୍ୟମରେ ଶିଳ୍ପାୟନ ପାଇଁ ନେହେରୁଙ୍କ ଦୃଷ୍ଟିକୋଣ କୁ ସମ୍ପୂର୍ଣ୍ଣ ଭାବାରେ ଦାୟୀ କରାଯାଇଥିଲା ଡ଼ଃ. ବାବାସାହେବମ୍ବେଦକର ଯେକି ପ୍ରକୃତରେ ଭାଇସ୍ରାୟ ପରିଷଦର ଶ୍ରମସଦଶ୍ୟ ଭାବରେ ଭାରତର ବୃହତ୍ ଡ୍ୟାମ୍ ପ୍ରଯୁକ୍ତି ବିଦ୍ୟାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେଯଦି ଆପଣ କୌଣସି ବିଦ୍ୟାଳୟ ଯାଉଥିବା ପିଲାଙ୍କୁ ପଚାରନ୍ତି ଦାମୋଦର, ହୀରାକୁଦ ସୋମ ନଦୀ ଉପତ୍ୟକା ପ୍ରକଳ୍ପ କେଉଁଠି ଅଛି ଏବଂ କିଏ ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି ସେମାନେ ଆପଣଙ୍କୁ ନେହେରୁଗାନ୍ଧୀ ପରିବାରର ନାମ କହିବେ ଯଦିଓ ଏହି ପ୍ରକଳ୍ପ ଗୁଡ଼ିକ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁଏହି ପ୍ରକଳ୍ପ ଗୁଡ଼ିକ ବିଷୟରେ ଆମକୁ ବିଦ୍ୟାଳୟରେ ଶିକ୍ଷା ଦିଆ ଯାଉଅଛି କିନ୍ତୁ ଡଃ. ବାବାସାହେବମ୍ବେଦକରଙ୍କର ପ୍ରମୁଖ ଭୂମିକା ଏବଂ ଏହି ସମସ୍ତ ପ୍ରକଳ୍ପ ପ୍ରତି ଅବଦାନ ବିଷୟରେ କୌଣସି ଶବ୍ଦ ପାଇବେନାହିଁ ୧୯୩୦ ପରଠାରୁ ଇଂଜିନିୟରିଂ ଅଭ୍ୟାସ ଉପରେ, ନଦୀ ଅବବାହିକାର ହାଇଡ୍ରୋଲୋଜିକାଲ୍ ଏକତା ଉପରେ ଘାଟିକୁ ଏହାର ଜଳସମ୍ପଦର ବିକାଶର ଏକକ ଭାବରେ ବ୍ୟବହାର ଉପରେ ଅଧିକ ଗୁରୁତ୍ବ ଦିଆଯାଇଛିବହୁ ଉଦ୍ଦେଶ୍ୟ ମୂଳକ ପ୍ରକଳ୍ପ ଜଳସେଚନ ଏବଂ ଏକତ୍ର ବିଦ୍ୟୁତ ଶକ୍ତି ଉତ୍ପାଦନ ପାଇଁ ଶ୍ରେୟ ଡଃ. ବାବାସାହେବମ୍ବେଦକରଙ୍କକ ନେତୃତ୍ୱରେ ଥିବା ଜଳସେଚନ ଶକ୍ତି ବିଭାଗକୁ ଯାଇଥାଏଏହିପରି ପ୍ରକଳ୍ପର ବର୍ଦ୍ଧିତ ପରିମାଣକୁ ଦୃଷ୍ଟି ରେ ରଖି ଏହା ଅନୁଭବ କରାଯାଇଥିଲା ଯେ କେନ୍ଦ୍ର ରେ ଉପଲବ୍ଧ ବୈଷୟିକ ବିଶେଷଜ୍ଞ ସଂସ୍ଥା ପର୍ଯ୍ୟାପ୍ତ ନୁହେଁମାର୍ଚ୍ଚ ୧୯୪୪ ରେ ବାବାସାହେବମ୍ବେଦକର କେନ୍ଦ୍ରୀୟ ଜଳପଥ ଜଳସେଚନ ଆୟୋଗକୁ ଅନୁମୋଦନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏପ୍ରିଲ ୧୯୪୫ ମସିହାରେ ଭାଇସ୍ରୟେଙ୍କ ସହାୟତାରେ ବାବାସାହେବମ୍ବେଦକର ଭାରତର ବିକାଶ ପାଇଁ ଏକ ବୈଷୟିକ ସଂଗଠନ ଗଠନ କରିବାରେ ସଫଳ ହୋଇଥିଲେଯଦି ଆମର ଘର ଆଜି ଆଲୋକିତ ହୋଇଅଛି ଏବଂ ଆମର କ୍ଷେତ ସବୁଜ ତେବେ ଏହି ପ୍ରକଳ୍ପ ଗୁଡ଼ିକର ଯୋଜନାରେ ଡଃ. ବାବାସାହେବମ୍ବେଦକରଙ୍କର ପ୍ରମୁଖ ଭୂମିକା ହେତୁ ଆଜି ଭାରତର ଅର୍ଥନୀତିର ଏକ ପ୍ରମୁଖ ଅଂଶ ରହିଅଛି ଯଦି ଭାରତରେ ଜଳ ପରିଚାଳନା ବିକାଶ ଭଳି ଏକ ଧାରଣା ଅଛି ତେବେ ତାର ଶ୍ରେୟ ଡ଼ଃ. ବାବାସାହେବମ୍ବେଦକରଙ୍କର ନିକଟରେ ସମର୍ପିତ ଯଦି ଏହା ବାବାସାହେବମ୍ବେଦକରଙ୍କ ଦର୍ଶନରେ ହୋଇନଥାନ୍ତା ତେବେ ଭାରତର ବିଦ୍ୟୁତ ଯୋଗାଣ ,ଜଳସେଚନ ଏବଂ ବିକାଶର ପରିସ୍ଥିତି କଳ୍ପନା କରାଯାଇ ନଥାନ୍ତା

  • ସ୍ବାସ୍ଥ୍ୟ ବୀମା ଯୋଜନା :-

  • ନିର୍ବାହ ନିଧି ନିୟମ

  • କାରଖାନା ସଂଶୋଧନ ନିୟମ

  • ଶ୍ରମ ବିବାଦ ଆଇନ

  • ନ୍ୟୁନତମ ବେତନ
    ଡ଼ଃ. ବାବାସାହେବ ଅମ୍ବେଦକରଙ୍କର “ ଜାତିଭେଦ ର ଉଚ୍ଛେଦ “ ବହିରେ ସେ ଲେଖନ୍ତି ଜାତି କେବଳ ଶ୍ରମର ବିଭାଜନ ନୁହେଁ ବରଂ କ୍ରମବଦ୍ଧ ଅସମାନତା ଉପରେ ଆଧାରିତ ଶ୍ରମିକ ମାନଙ୍କର ବିଭାଜନ କିନ୍ତୁ ଅନ୍ୟକୌଣସି ଦେଶର ଶ୍ରମିକ ମାନଙ୍କର ଏହି କ୍ରମବଦ୍ଧ ଶ୍ରମବିଭାଜନ ନାହିଁ । ଅନ୍ୟ ଏକ ଦୃଷ୍ଟି କୋଣରୁ ଦେଖିଲେ ବୃତ୍ତି ଗୁଡ଼ିକର ଏହି ସ୍ତରିକରଣ ଯାହା ଜାତି ପ୍ରଣାଳୀର ଫଳାଫଳ ସକାରାତ୍ମକ ଭାବରେ କ୍ଷତି କାରକ ଅଟେ । ଶିଳ୍ପ କଦାପି ସ୍ଥିର ନୁହେଁ ଏହା ଦୃତ ଓ ଆକସ୍ମିକ ପରିବର୍ତ୍ତନ ଗୁଡ଼ିକୁ ଅତିକ୍ରମ କରେ ।ଏହିପରି ପରିବର୍ତ୍ତନ ସହିତ ଜଣେ ବ୍ୟକ୍ତି ନିଜର ବୃତ୍ତି ପରିବର୍ତ୍ତନ କରିବାକୁ ମୁକ୍ତ ହେବା ଆବଶ୍ୟକ । ପରିବର୍ତ୍ତିତ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ କରିବା ପାଇଁ ଏପରି ସ୍ଵାଧୀନତା ବିନା ତାଙ୍କର ଜୀବିକା ପାଇବ ତାଙ୍କ ପକ୍ଷେ ଅସମ୍ଭବ ହେବ । ବର୍ତମାନ ଜାତି ବ୍ୟବସ୍ଥା ହିନ୍ଦୁ ମାନଙ୍କୁ ସେହି ବୃତ୍ତିକୁ ଅନୁମତି ଦେବ ନାହିଁ ,ଯଦି ସେମାନେ ବଂଶାନୁକ୍ରମେ ସେମାନଙ୍କର ନୁହନ୍ତି ।କିନ୍ତୁ ଜଣେ ହିନ୍ଦୁ ନିଜ ଜାଗାରେ ନ୍ୟସ୍ତ ହୋଇଥିବା ନୂତନ ବୃତ୍ତି ଗ୍ରହଣ କରିବା ପରିବର୍ତ୍ତେ ଭୋକରେ ଥିବା ଦେଖା ଦିଏ ଏହାର କାରଣ ଜାତି ବ୍ୟବସ୍ଥାରେ ଅନ୍ତର୍ନିହିତ ଅଛି । ବୃତ୍ତି ର ପୁନଃ ନିର୍ମାଣକୁ ଅନୁମତି ନ ଦେଇ, “ଜାତି” ଦେଶରେ ଦେଖା ଦେଉଥିବା ବେକାରୀ ସମସ୍ୟାର ଏକ ପ୍ରତ୍ୟକ୍ଷ କାରଣ ହୋଇଥାଏ । ଶ୍ରମ ବିଭାଗର ଏକ ରୂପ ଭାବରେ ଜାତି ବ୍ୟବସ୍ଥା ଅନ୍ୟ ଏକ ଗୁରୁତର ତ୍ରୁଟି ରେ ପୀଡ଼ିତ ହେବା ଦେଖାଦିଏ । ଜାତି ବ୍ୟବସ୍ଥା ଦ୍ଵାରା ଅଣା ଯାଇଥିବା ଶ୍ରମବିଭାଗ ପସନ୍ଦ ଉପରେ ଆଧାରିତ ବିଭାଜନ ନୁହେଁ । ବ୍ୟକ୍ତିଗତ ଭାବନା ଓ ବ୍ୟକ୍ତିଗତ ପସନ୍ଦର ଏଠାରେ କୌଣସି ସ୍ଥାନ ନାହିଁ, ଏହା ପୂର୍ବ ନିର୍ଣ୍ଣୟ ଉପରେ ଆଧାରିତ ।

*ଏହି ଲେଖା ଇଂରାଜୀ ରେ velivada.com website re ଲେଖା ହେଇଛି, ଆଉ ଏହାର ଓଡ଼ିଆ ଅନୁବାଦ ରାକେଶ ସାଗର କରିଛନ୍ତି ।