ଭାରତୀୟ ସମାଜ ବ୍ୟବସ୍ଥାରେ ଧାର୍ମିକ ଅନୁମୋଦିତ ପ୍ରଥା, ମୂଲ୍ୟବୋଧ ଏବଂ ପିତୃସତ୍ତା ସହିତ ବଳାତ୍କାର ସ୍ୱାଭାବିକ ହୋଇଛି । ଜାତି ଭିତ୍ତିକ ହିଂସା ଏବଂ ଅତ୍ୟାଚାର ଦଳିତମାନଙ୍କ ପାଇଁ ସାଧାରଣ ଏବଂ ମୁଖ୍ୟତଃ ଦଲିତ ଏବଂ ଆଦିବାସୀ ମହିଳାମାନେ ଯାହାକି ଖେରଲାଞ୍ଜି, ହାଥ୍ରାସ, ସ୍ନେହଳତା ଛତ୍ରିଆର କେଶ ରୁ ସୁସ୍ପଷ୍ଟ ହୋଇଛି। ନିକଟରେ ୧୧ ଅଗଷ୍ଟ ୨୦୨୧ ରେ ଓଡିଶାର କୁଦୁଲା ଠାରେ ଅନ୍ୟ ଏକ ଜାତି ଭିତ୍ତିକ ନିର୍ଦ୍ଦୟ ସାମୁହିକ ବଳାତ୍କାର ଘଟଣା ସାମ୍ନାକୁ ଆସିଅଛି, ଯାହା ୧୨ ଅଗଷ୍ଟ ୨୦୨୧, ଗ୍ରାମ- କୁଦୁଲା, ପୋଲିସ ଷ୍ଟେସନ- ଗାଇସିଲାଟ, ଜିଲ୍ଲା- ବରଗଡ, ଓଡିଶା ରେ ପଞ୍ଜୀକୃତ ହୋଇଅଛି ।

କୁଦୁଲା ପୀଡିତା (ନାମ ଗୋପନୀୟ ରଖାଯାଇଛି) ଜଣାଇଛନ୍ତି ଯେ ଉମାକାନ୍ତ ସାହୁ, ନିହାର ସାହୁ, ପ୍ରୀତମ ସାହୁ, ଶ୍ୟାମା ସାହୁ, ବାବଲୁ ଖମାରି, ମୁନୁ ପଣ୍ଡା, ଖେଡୁ ସାହୁ, ଜୁଗି ଖମାରି, କମଲା ସାହୁ, ଠୁର୍ଲି ସାହୁ, ଗୀତା ସାହୁ ଏବଂ ବେଟିଖାଇ ସାହୁ ବଳପୂର୍ବକ ତାଙ୍କ ଘରକୁ ପଶି ଆସିଥିଲେ । ୧୧ ଅଗଷ୍ଟରେ ଖଣ୍ଡା, କୁରା ଏବଂ ଠେଙ୍ଗା ଭଳି ଅସ୍ତ୍ରଶସ୍ତ୍ର ଧରି ତାଙ୍କୁ ଆକ୍ରମଣ କରିଥିଲେ । ଘଟଣା ସମୟରେ ସେ ତାଙ୍କ ଘରେ ଏକୁଟିଆ ଥିଲେ। ପିଡିତାଙ୍କ ଅନୁଯାୟୀ, ଉଚ୍ଚ ଜାତିର ପୁରୁଷମାନେ କଣ୍ଡୋମ ସହିତ ବଳାତ୍କାର ପାଇଁ ପ୍ରସ୍ତୁତ ହୋଇ ଆସିଥିଲେ। ସେମାନେ ଗୋଟିଏ ପରେ ଗୋଟିଏ ନିର୍ଦୟ ଭାବରେ ବଳାତ୍କାର କରିଥିଲେ, ଏବଂ ସେମାନଙ୍କ ସହ ଆସିଥିବା ତିନିଜଣ ମହିଳା ମଧ୍ୟ ସାମୁହିକ ଶାରୀରିକ ନିର୍ଯାତନା ଦେଇଥିଲେ । ପରେ ତାଙ୍କୁ ମରିବାକୁ ଛାଡି ଦେଇ ୫୦୦୦ ନଗଦ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍, ସୁନା ଗହଣା, ଓ ଛେଳି ଲୁଟି ନେଇଥିଲେ ଏବଂ ଶେଷରେ ତାଙ୍କ ଦେଢଶୁର ଙ୍କ ଘର ପୋଡି ଦେଇଥିଲେ । ସେମାନେ ଯିବା ପରେ ବହୁତ କଷ୍ଟରେ କୋଣସି ପ୍ରକାରେ ତାଙ୍କ ଦେଢଶୁର ଙ୍କ ଘରେ ପହଂଚି ଚେତାଶୂନ୍ୟ ହୋଇପଡିଥିଲେ । ଖବର ପାଇବା ପରେ ପିଡିତା ଙ୍କୁ ପୋଲିସ ସନ୍ଧ୍ୟାରେ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲା କିନ୍ତୁ ପରଦିନ ଡାକ୍ତରଖାନା କର୍ତ୍ତୃପକ୍ଷ ଚିକିତ୍ସା କରିବାକୁ ମନା କରିଦେଇଥିଲେ । ପୋଲିସକୁ ବାରମ୍ବାର ଅନୁରୋଧ କରିବା ପରେ ଉକ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତିନି ଦିନ ଚିକିତ୍ସା ପରେ ପିଡୀତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହାସତ୍ତ୍ୱେ ପୋଲିସ ଏପର୍ଯ୍ୟନ୍ତ କୋଣସି ଡାକ୍ତରୀମାଇନା ରିପୋର୍ଟ କୁ ପ୍ରକାଶ କରିନାହିଁ।

ପିଡିତା ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅ ଉଚ୍ଚ ଜାତିର ଝିଅ ବାପା- ଠୁର୍ଲି ସାହୁଙ୍କୁ ପ୍ରେମ କରୁଥିଲେ। ଚଳିତ ବର୍ଷ ରଥ ଯାତ୍ରା ପରଠାରୁ ଏହି ଦମ୍ପତି ଗାଁରୁ ନିଖୋଜ ଅଛନ୍ତି। ପୁରୋହିତ ଏବଂ ଓବିସି (ଉଭୟ ପୁରୁଷ ଏବଂ ମହିଳା) ସମ୍ପ୍ରଦାୟର ‘ନିଜ ଜାତୀର ଇଜ୍ଜତ’ ର ପ୍ରତିଶୋଧ ନେବାକୁ ଏପରି ଅମାନବୀୟ ଅପରାଧ ରେ ସମ୍ପୃକ୍ତ ଅଛନ୍ତି। ଏହି ପ୍ରକାର ଘୃଣ୍ୟ ଅପରାଧ ପଛରେ ବ୍ରାହ୍ମଣୀୟ ପିତୃସତ୍ତା ହେଉଛି ନିୟନ୍ତ୍ରକ ଶକ୍ତି | ଅନନ୍ତ ପଣ୍ଡା (ଉଚ୍ଚ ଜାତି) ଙ୍କ ନେତୃତ୍ୱରେ ଗାଁର ଦୁଇ ଜଣ ଯୁବକ ଯୁବତୀ ନିଖୋଜ ହେବା ପରେ ଏକ ଗ୍ରାମ ସଭା (ଗଉନ୍ତିଆ ସଭା) ଡାକିଥିଲେ, ଯେଉଁଠାରେ ପୁଅ ଓ ଝିଅ ଙ୍କୁ ଦାୟୀ କରାଯାଇଥିଲା ଏବଂ ଷ୍ଟାମ୍ପ ପେପରରେ ଦସ୍ତଖତ କରିବାକୁ ପିଡିତା ଙ୍କୁ ବାଧ୍ୟ କରାଯାଇଥିଲା, ଯେଉଁଥିରେ ଲେଖାଥିଲା ଯେ “ମୋ ପୁଅ ମୋ ପାଇଁ ମରିଯାଇଛି, ଏବଂ ଯଦି ତାଙ୍କୁ ହତ୍ୟା କରାଯାଉଛି, ତେବେ ମୋର କାହାରି ବିରୁଦ୍ଧରେ ଅଭିଯୋଗ ନାହିଁ” । ନାଗରିକ ବ୍ୟାପାର ଏବଂ ଅପରାଧିକ ମାମଲା ଉପରେ ଜାତି ଭିତ୍ତିକ ଗ୍ରାମ ସଭା ଅସାମ୍ବିଧାନିକ ଅଟେ।

ଘଟଣାର ୧୩ ଦିନ ପରେ, ଗାଇସିଲାଟ ବ୍ଲକର ତହସିଲଦାର ଏବଂ ବିଡିଓ ଙ୍କୁ ଚିକିତ୍ସା ସମ୍ବନ୍ଧୀୟ କ୍ଷତିପୂରଣ ପାଇଁ ଆବେଦନ କରାଯାଇଛି। କିନ୍ତୁ ତହସିଲଦାର ଓ ବିଡିଓ ଙ୍କ କହିବା ଅନୁସାରେ ସେମାନେ ଏହି ଘଟଣା ବିଷୟରେ କିଛି ଜାଣି ନାହାଁନ୍ତି କିମ୍ବା ପୋଲିସ ସେମାନଙ୍କୁ ଜଣାଇ ନାହିଁ। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଖୋଲାଖୋଲି ପ୍ରତ୍ୟାଖ୍ୟାନ ପ୍ରଶାସନ ର ଦଳିତ ଙ୍କ ପ୍ରତି ଅଵେହଲା କୁ ପ୍ରକାଶ କରୁଅଛି। ରାଜନୀତିକ ଚାପରୁ ଅପରାଧ ଲୁଚାଇବାକୁ ପୋଲିସ, ସରକାରୀ କର୍ମଚାରୀ ଏବଂ ସ୍ଥାନୀୟ ଡାକ୍ତରମାନେ ଚେଷ୍ଟା କରୁଅଛନ୍ତି।

୨୪ ଅଗଷ୍ଟ ୨୦୨୧ ରେ ସମ୍ବିଧାନ ସଚେତନତା ଅଭିଯାନ (S.S.A), କଳିଙ୍ଗ ମିତ୍ର ଟ୍ରଷ୍ଟ (କେ.ଏମ.ଟି), ଭୀମ ସେନା ଏବଂ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ୱରେ ଏକ ଧାରଣା ଦିଆଯାଇଥିଲା । ପିଡିତାଙ୍କୁ ସନ୍ଧ୍ୟାରେ ସମ୍ବଲପୁରର ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ବୁର୍ଲାର ଡାକ୍ତରମାନଙ୍କୁ ପୋଲିସ ପୂର୍ବ ଚିକିତ୍ସା ରିପୋର୍ଟ ଦେଇନାହିଁ। ଅଭିଯୁକ୍ତମାନେ ପିଡିତା ଙ୍କ ପରିବାର ଏବଂ ସମ୍ପର୍କୀୟଙ୍କୁ କ୍ରମାଗତ ଭାବରେ ଧମକ ଦେଉଛନ୍ତି। ପିଡିତା ଙ୍କ ପରିବାର ଲୋକ ଭୟଭୀତ ହୋଇ ନିଜ ପିଲାମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଉନାହିଁ। ରାଜ୍ୟ ଓ ପୋଲିସ ପ୍ରଶାସନର ଏଥିରୁ ସ୍ପଷ୍ଟ ହୋଇଛି।

ସୁରକ୍ଷା, ଚିକିତ୍ସା, କ୍ଷତିପୂରଣ ପାଇଁ ଆମ୍ବେଦକରବାଦୀ ସଂଗଠନ ମାନେ {ଆମ୍ବେଦକରାଇଟ୍ ପାର୍ଟି ଅଫ୍ ଇଣ୍ଡିଆ (ଏ.ପି.ଆଇ), ଦଲିତ ସମାଜ, ଭୀମ ସେନା ଏବଂ ବହୁଜନ ସମାଜ ପାର୍ଟି (ବି.ଏସ.ପି)} ବରଗଡର ପ୍ରଶାସନିକ ଏସ.ପି (S.P) କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ୧୨ ଅଗଷ୍ଟ, ୨୦୨୧ ରେ ଆଇ.ପି.ସି -147, 148,149,506,294,427,452,436,307,395,376D, POA ଆକ୍ଟ 3 (1) (r), 3 (1) (s), 3 (2) (v) ଏବଂ 3 (2) (va) ଅନ୍ତର୍ଗତ ଗାଇସିଲାଟ ପୋଲିସ ଷ୍ଟେସନରେ ଏକ FIR ଦାଖଲ କରାଯାଇଛି | ପିଡିତାଙ୍କୁ ନ୍ୟାୟ ପ୍ରଦାନ କରିବାର ଆମେ ରାଜ୍ୟ ସରକାର ଏବଂ କର୍ତ୍ତୃପକ୍ଷଙ୍କ ବିଫଳତା ଦେଖି ଆସୁଅଛୁ । ତେଣୁ, ପିଡିତା ଙ୍କୁ ନ୍ୟାୟ ମିଳିବାରେ ଆମ୍ବେଦକରବାଦୀ ସମୂହ ମଧ୍ୟରେ ଏକତା ବିଶେଷ ମନେ ହୁଏ | ଏଥିପାଇଁ ମାନବ ଅଧିକାର, କାର୍ଯ୍ୟକର୍ତ୍ତା ଓ ସମସ୍ତ ଆମ୍ବେଦକରବାଦୀ ସଂଗଠନ ମାନଙ୍କୁ ଆଗକୁ ଆସି ଏକ ରଣନୀତିକ ଯୋଜନା ବିଷୟରେ ଆଲୋଚନା ପାଇଁ ଅନୁରୋଧ।

ଆମର ଦାବି:

1. ଉପଯୁକ୍ତ ଚିକିତ୍ସା

2. ପିଡିତା ଙ୍କ ଉପଯୁକ୍ତ ଡାକ୍ତରୀମାଇନା ଏବଂ ଏହାର ସତ୍ୟାସତ୍ୟ ରିପୋର୍ଟ

3. ଏକ ଦୃଢ଼ ଆଇନଗତ ସମର୍ଥନ ବ୍ୟବସ୍ଥା

4. ମାମଲାର ସିବିଆଇ ତଦନ୍ତ

5. ପିଡିତା ଙ୍କ ପାଇଁ ତ୍ବାରାନ୍ବିତ ନ୍ୟାୟ ଏବଂ ଅପରାଧୀଙ୍କୁ ସାମ୍ବିଧାନିକ ଦଣ୍ଡ

6. ଜାତି ଭିତ୍ତିକ ହିଂସା/ ବଳାତ୍କାର ବିରୋଧରେ ସଚେତନତା କାର୍ଯ୍ୟକ୍ରମ