Caste atrocity in odisha

ଜାତି ପ୍ରଥା ଗୋଟେ ମାନସିକ ରୋଗ, ଯୋଉ ରୋଗରୁ ହିନ୍ଦୁ ମାନେ ବର୍ଷ ବର୍ଷ ଧରି ଗ୍ରସିତ ହୋଇଛନ୍ତି। ଦଳିତ ମାନଙ୍କ ଜୀବନରେ ଖୁସି ଦେଖିକି ସହି ପାରୁ ନାହାନ୍ତି ହିନ୍ଦୁ ମାନେ। ଦଳିତ ମାନଙ୍କ ଉପରେ ଭଲ କପଡା ପିନ୍ଧିବIରୁ, ବର ଯାତ୍ରୀ ର ଘୋଡାରେ ଚଢିବାରୁ, ସାର୍ବଜନିକ କୁଆଁରୁ ପାଣି ନେବାରୁ ତଥା ଏମିତି ଅନ୍ୟାନ୍ୟ ଛୋଟ ଛୋଟ ଘଟଣାରୁ ସେମାନଙ୍କ ଉପରେ ଅମାନବୀୟ ହିଂସା ଘଟାଉଛନ୍ତି ହିନ୍ଦୁ ମାନେ। ହିନ୍ଦୁ ମାନଙ୍କ ଏହି ହିଂସ୍ର ରୂପ ସର୍ବ ବିଦିତ।

ଏହି ଭଳି ଏକ ଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ର ବଡ଼ କେନ୍ଦୁଗୁଡା ଗ୍ରାମରେ, ଯାହା ଅମ୍ବପାଣି ପୋଲିସ ଥାନା ଅନ୍ତର୍ଗତ ରେ ଆସେ। ଦିନାଙ୍କ ୨୬.୪. ୨୦୧୯ ରେ ପିଣ୍ଟୁ ତାଣ୍ଡି ନାମକ ଜଣେ ଯୁବକ ହିନ୍ଦୁ ମାନଙ୍କ ଗୋଟିଏ ବର ଯାତ୍ରୀକୁ ଦୂରରୁ ଦେଖୁଥିଲେ, ଏତିକି ସମୟରେ ପିଣ୍ଟୁ ତାଣ୍ଡି ଉପରେ ହିନ୍ଦୁ ସମାଜର ଲୋକମାନେ ଚଢ଼ାଉ କରି ମାଡ ମାରିଥିଲେ।

୧୬ ରୁ ଅଧିକ ବ୍ୟକ୍ତି ପିଣ୍ଟୁ ଙ୍କ ଉପରେ ମିଶି ମାଡ ମାରିଥିଲେ। ଥାପଡ଼, ଓ ଚପଳ ରେ ନିରଧୁମ ମାଡ ମାରିଥିଲେ। ମାଡ ମାରି ସେମାନେ ପିଣ୍ଟୁ ଙ୍କୁ ଘୋଷାଡ଼ି ଘୋଷାଡ଼ି ସ୍କୁଲ ତରଫକୁ ନେଇ ଯାଇକି ରଡ଼ ରେ ବାଡେଇବାରୁ ପିଣ୍ଟୁ ଙ୍କ ମୁଣ୍ଡରୁ ରକ୍ତପାତ ହୋଇଥିଲା ବହୁ ମାତ୍ରାରେ। ଏପର୍ଯ୍ୟନ୍ତ ଦୋଷୀ ମାନଙ୍କୁ ଜବତ କରାଯାଇ ନାହିଁ ପୋଲିସ ଦ୍ୱାରା। ଏହି ଘଟଣାରେ ଜଡିତ ଥିଲେ ପବିତ୍ର ଭାଟିଆ, ମଣ୍ଟୁ ହଂସ, ଘନ ହଂସ, କ୍ଷୀର ସିନ୍ଧୁ ହଂସ, ଟିକେଚନ ହଂସ, ସୁଶାନ୍ତ ଭାଟିଆ ଏବଂ ଅନ୍ୟ ୫ ରୁ ୧୦ ବ୍ୟକ୍ତି। ପୋଲିସ ଥାନାରେ ୨୭ ତାରିଖ ଦିନ ଏତଲା ଦେଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି କୁ ଗିରଫ କରା ଯାଇନି।

ମନେ ରଖିବାର ବିଷୟ ଏହି କି ଯେ, ପିଣ୍ଟୁ ତାଣ୍ଡି ଜଣେ ଆମ୍ବେଦକରବାଦୀ ଯୁବକ ଓ ବହୁ ସମୟ ସେ ଜାତି ପ୍ରଥା ତଥା ଶୋଷଣ ବିରୋଧରେ କଥା କହନ୍ତି ଯାହା ହିନ୍ଦୁ ମାନଙ୍କୁ ଶୋଭା ଦିଏନି। ଗାଂ ର ବ୍ରାହ୍ମଣ ମୁଖିଆ ସହିତ ମଧ୍ୟ ନିକଟ ଅତୀତରେ କୋଳାହଳ ହେଇଥିଲା, ସେଥିପାଇଁ ଦୀର୍ଘ ଦିନ ଧରି ପିଣ୍ଟୁ ଙ୍କ ଉପରେ ନଜର ରଖିଥିଲେ I