ଜୟ ଭୀମ ଏନ୍ତା ଗୁଟେ ଶବ୍ଦ ଆଏ ଯେନ୍ ଟା କହୁଥିଲା ଲୋକ କହେଲେ କି କେନ ଶୁନଲେ ତାକର୍ ଛାତି ଚାରିଗୁନା ଅଧିକା ଫୁଲି ଯାଏସି । ଜୟ ଭୀମ ନାରା ବାବାସାହେବଙ୍କର ନା କେ ଉପସ୍ତିତ କର୍ଶି ଖାଲି ହେତ୍କି ନେଇଶେ, ଇଟା ଗୁଟେ ମୁନୁଷ୍ ର ସ୍ୱାଧୀନତା, ସ୍ୱତନ୍ତ୍ରତା, ଆଉ ଭାଇଚାରା ଭାବକେ, ବଡଭାରୀ ମାତ୍ରା ରେ ପ୍ରକାଶ୍ କରସୀ । ଇ ଜୟ ଭୀମ ନାରା ରେ ଆମର୍ ଦଲିତ୍ ଅଦିବାସୀ ଲୋକ ର ସବୁ ସଂଗ୍ରାମ୍ ଆରମ୍ଭ ହେସୀ, ଆମେ ଖାଲି ଆମର ଲାଗି ନି ଲଢିଥାଉ ଆମେ ଲଢସୁ ଆମାର୍ ସମାଜ୍ ର ଲାଗି, ଅମାର୍ ସମାଜ୍ କେ ଆହୁରୀ ଭଲ କରବାର୍ ଲାଗି, ସାମାଜ୍କେ ସ୍ୱାଧୀନତା, ସ୍ୱତନ୍ତ୍ରତା ଭାବରେ ଭାଇଚାରା ବନ୍ଧନ ଆନବାର୍ ଲାଗି, ସମାଜରୁ ଦୁଖ ଦୁରଦସା ହଟାଇ କରି ସୁ ଜ୍ଞାନର ଆଲୋକ ଭର୍ବାରର୍ ଲାଗି, କିନ୍ତୁ କିଛିଟା ପଢା ଲିଖା ଅଶିକ୍ଷିତ ସେ ନାରା କେ କହେବାର୍ ଲାଗି ବି ଡରସନ୍ ଆଉ ସେ ନାରା କେ ବହୁତ୍ ସମୟରେ ନିନ୍ଦା କରସନ୍ ବାକି ଜୟ ଭିମ୍ କହେବାର୍ ଲାଗି ବି ଗୁଟେ ଜିଗ୍ରା ଦରକାର୍, ଜେନ ଜିଗ୍ରା , ବହୁତ୍ କମ୍ ଲୋକର ନେ ଥିସୀ, ସେ ଜୟ ଭିମ୍ ନାମ କେ ନେଇ କରି T.J. Gnanau ଙ୍କର ଦ୍ୱାରା ଲେଖା ଆଉ ନିର୍ଦେଶିତ ହେଇଥିବା ଫିଲିମ୍ ଟେ 2D entertainment ର Banner ରେ ପ୍ରକାସିତ ହେଇଥିଲା । Amazon Prime ରେ ନଭେମ୍ବର୍ ଦୁଇ ତାରିଖରେ ରିଲିଜ ହେଇଛେ । ଯେନୁ କି ଆମେ ଦେଖି ପାରମା K. Manikandar (ରାଜକଃନୁ), Lijmol Jos ( ସଂଗେନି), Surya (ଚନ୍ଦ୍ରୁ) ମାନେ ମୁଖ୍ୟ ଭୁମିକାରେ ଅଭିନୟ କରିଚ୍ଛନ ଆଉ Prakash Raj, Rao Ramesh, (ଓକିଲ) Guru Samasun Darom ମାନକୁ ଆମେ ମୁଖ୍ୟ ସହାୟକ ରୋଲ୍ ରେ ଦେଖି ପାରମା । SR Katnir ସିନେମାରେ cinematography ଦେଇ ଥିବା ବେଲେ ସିନେମାର ଗାନା ରାଲଦନ ଙ୍କର ଦ୍ୟୁରା compose ହେଇଛେ । ୧୯୯୩ ମସିହାରେ ଇରୁଲାର ଜାତି ଜେନ ମାନେ କି ଦେସର୍ ପୁରୁଖା ଦ୍ରାବିଡିଆନ୍ ଅନ । ତାଙ୍କର ସାଙ୍ଗେ ଇ ଘଟଣା ଟା ଘଟିଛେ, ସେମାନେ ସମସ୍ତେ ତାମିଲନାଡୁ ରାଜ୍ୟର Vilupuram ବଲି ଗୁଟେ ଜିଲ୍ଲାର Konamalai ଗାଁ ର ବସ୍ତି ବାହାରେ ଜୀବନ ଯାପନ କରି ରହୁଥିଲେ ।
ଇତିହାସର ଫରଦ ମାନକୁ ଯେତେବେଲ ଉଲଟାଇ ଦେକ୍ ଶୁ ସେତେବେଳେ କେନଶୀ ଠାନେ ଆମର ବହୁଜ଼ନ ଲୋକର୍ କବାର୍ ଲେଖା ନେଇଂ ଜାଇ । ନିଯକେ ନିଯ ବହୁତ୍ ପଚରାସୀ କାଣା ଅମାର୍ ଲୋକର୍ ଅବଦାନ୍ କିଛି ନେଇଂ ଥାଇ ? କିନ୍ତୁ ବଡ଼ ହେଲା ପରେ ଜାନୀହେଲା ଯେ ଯାନୀ ବୁଝିକରି ଲିଭା ଯାଉଛେ ବହୁଜନର ଇତିହାସ୍ କେ, ଭାଏଲ୍ ସେ ପ୍ରଶଂସା ର ହଁକ୍ ରେ ସମାଜରେ ଗୁଟେ ଭଲ ଜାଗା ମାଗବେ, କେନସେ ସବର୍ଣ୍ଣ ବ୍ୟବସ୍ତା ଜାତି ବ୍ୟବସ୍ତାରେ ଶୀର୍ଷ ସ୍ତାନ ମାଗବେ ତାକର୍ ଅବଦାନ୍ ବଦଳରେ । ଗୁଡେ ପିନ୍ଧୁଥିଲା ଚପଳରୁ ନେଇକି ମୁଡେ ରାପି ହେଇଥିବାର୍ ପାନିଆତକ୍ ଖାଉଥିବା କଂସା ଗିନା ନୁ ନେଇକରି ପାନୀ ପିବାର୍ ମାଠିଆ ତକ୍ ସବୁ ସେ ବହୁଜନ ଲୋକର୍ ଅବଦାନ ବାକି ସମାଜ୍ ରେ ଲକ୍ଷମି ପୁରାନ ବିଷ୍ଣୁ ସ୍ତୁତି ଲେଖଲା ଲୋକର୍ ନା ରହିକୀ ସେ ପ୍ରସିଦ୍ଧ ହେଇ ପାରୁଛେ କିନ୍ତୁ ସବର୍ଣ ସମାଜ୍ କେବେ ଅମାର୍ କାମର ଗୁନ୍ କେ ବୁଝି ନି ପାରୁଛେ । ଛାଡ, ବୋଧହୁଏ ଇଟା ହିଁ ଇମାନଙ୍କର ଚଳନ୍ ଏ । ଫିଲିମରେ Rajkannu, ଆଉ Sengeni ର ଗୁଟେ ଛୋଟ ଝିଅଟେ ଅଛେ ଆଉ ସେମାନେ ଦୁଇ ନମ୍ବର୍ ଛୁଆର ବାପା ମା ହେବାକେ ଯାଉଛନ । ସେମାନେ ଖେତରେ କାମ କରୁଛନ ତାକର୍ କାମ ଇଟାକି ଖେତର୍ ମୁସା ମାନକୁ ବାହାର୍ କରିକୀ ଫସଲ୍ ଜେନତା ଖରାପ୍ ନେଇ ହେବା ସେ ହିସାବେ ଖେତକେ ରଖବାର୍ ଆଉ ଏନ୍ତା ଛୋଟଛୋଟ କାମ କରିକୀ ସେମାନେ ତାକର୍ ଜୀବନ୍ ଜିଉଛନ୍ । ରାଜକାନୁର ଆଉ ଗୁଟେ କାମ ହେଉଛେ ସାପ ମାନକେ ଧରବାଟା ଆରୁ ଜଙ୍ଗଲେ ଛାଡିଦେବାର୍ଟ, ତ ଗୁଟେ ହିସାବେ ଦେଖମା ବେଲେ ପୁର୍ଖା ଦିନୁ ଇ ଇରୁଲାର ଆଦିମ-ଜାତି, ପରିବେସର ମୁସା ଆଉ ସାପର ସନ୍ତୁଲନର ଦାଇତ୍ୱ କେ ବଜାଇ ରଖିଛେ । ବହୁତ ସଠିକ୍ ଭାବରେ ଫିଲମ୍ କାର ଦେଖାବାର୍ ଲାଗି ପ୍ରୟାସ ଟେ କରୀଛନ୍ । ରାଜକାନୁ, ଥରେ ଗୁଟେ ସରପଞ୍ଚ ଘରକେ ବି ସାପଧରବାର୍ କେ ଯାଇଛେ । ଯେନନୁ କି ତାର ହାତ ଚୀନ୍ ରହିଯାଇଛେ ସାପକେ ଧର୍ଲା ପରେ ସରପଞ୍ଚ ଯେତେବେଳେ ତାକେ ପଏସା ଦଉଛେ ରାଜକାନୁ ମନା କରି ଦେଉଛେ । କହୁଛେ କି ମାଲକିନ୍ ଟା ଆମର୍ ଗାଁ ଆଉ ପଏସା ନାଇ ନିଏ, ଜାତି ଛୋଟ ଆଉ କହେବାର୍ ତ ଅଧିକାର ନାଇନ, ସରପଞ୍ଚ ର ସ୍ତ୍ରୀ ଏତେ କଦର୍ଯ୍ୟ ହିସାବେ ରାଜକାନୁର ଜାତି କେ ଭର୍ସନା କରିଛେ ଯେ ଫିଲିମ ଦେଖଲା ଲୋଗ୍ ଯଦି ଗୁଟେ ଦଳିତ ଅଛୁଆଁ ହେଇଥିବା ତ ସେ ଠିକ୍ ବୁଝିପାରବା । ଆରୁ ବିନା ଚପଲ୍ ରେ ଗାଡ଼ିର୍ silencer pipe ରେ ତାରଗୋଡ଼ ଯେତେବେଳେ ଛି ହେଉଛେ ଆମେ ସେ ଦୁଖକେ ମନେ ମନେ ସବ ଅନୁଭବ୍ କରିଛୁ । ରାଜକାନୁ କେ ସେତେବେଳେ ଅଲଗା ଲୋକ ଗୁଟେ ନେଇ ଯାଇଛେ ଆଉ ରାଜକାନୁ ତାକେ ଧରିକରି ଗାଡିରେ ବସିଛେ ଜେ, ସେ ଲୋକର ଆଖି ରାଗ୍ ଆଉ ଘୃଣାରେ ଜଳି ଯାଉଛେ, “ ସତେ silencer pipe ଦେହରେ ଠଟେଇ ହେଲେ ଆମକୁ ଯେତେ ଦୁଖ୍ ଲାଗସୀ ଆମାର୍ ଦେହେ ପୋଡି ଜାଇସି ତମର୍ ବି ଆମେ ତମର୍ ସାଙ୍ଗେ ଠଟେଇ ହେଲେ ହେତେ ଦୁଖ୍ ଲାଗୁଥିବା କାଏ ହେନ୍ତା ଗୋଡ଼ ହାତ ପୋଡି ଯାଉଥିବା କାଏ ?” ମୁନୁଷ୍ କେ ଜାନିକରୀ ମୁନୁଷ୍ ର ଗୁଣ କହେସନ୍ ବାକି ରାଜକାନୁ ଟା ସାଁପ ଏନ୍ତା ବିପଦରନୁ ଲୋକୁ ବଅଁଚାଲେ ବି ତାର ଜାତିର୍ ଲାଗି, ସେ ଗୁଣ କେ କେହି ଚିନହୀ ନେଇ ପାରି । ଫିଲିମ୍ ରେ କେନସୀ ବିପଦ୍ ଟେ ଆସଲେ ତାର ଉପଚାର୍ ଆମେ ଶିଖସୁ ଆଉ ଆରଥରେ ସେତାର୍ ମୁକାବିଲା କେନ୍ତା କର୍ମା ସେଥିର୍ ଲାଗି ସଜାଗ୍ ହେଇକୀ ରହେସୁ ଚାହେଁ ସେଟା ଖେତର ଧାନେ ଚକଡା ରୋଗ ହେଉକି ମୁନୁଷର ଦେହର୍ କାନଚଗା ରୋଗ୍ ହେଉ । ଆମେ ଫିଲିମ୍ ରେ ଦେଖମା କି sengeni କିଛି ଯଡି ବୁଟୀ ଊସୋ ବାବଦରେ ଛୁଆ ମାନକୁ ସ୍କୁଲରେ ବତଉଛେ, କେନ ଓସୋ ଆମେ କେତେବେଲେ ବ୍ୟବହାର କରମା ଜେନଟା କି ଅମାର୍ ଅଜା, ବୁଢିମା, ସମୟରେ ବଇଦ ମାନେ କରୁଥିଲେ । ଠିକ କରି ବୁଝମା ବେଲେ, ଗାଁ ର ପ୍ରାଥମିକ ଚିକିତ୍ସା (Primary Medical Treatment ) ପୁରଖାଦିନୁ ସେ ଗାଁ ଦଳିତ୍ ଆଦିବାସୀ ସମାଜ ହିଁ ସମ୍ଭାଳି ଆସୁଥିଲେ । Sengeni ତାକର୍ ଗା ର ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ଉପରେ କାମ କରୁଛେ କିନ୍ତୁ ସବର୍ଣ ସମାଜ ରେ ଦଲିତ୍ ଆଦିବାସୀ ନାରୀକେ କିଏ ଚିନିଛେ । ଜେନ କାମକେ କବିରାଜ୍ ବଇଦ କରିକୀ ନା ନେ କମେଇ ସେ କାମକେ ଆଜି କେତେଟା ବାବା ସାଧୁ କରିକିନା ନା କମେଇନେଲେ ଆମର୍ କାମକେ ଚୁରେଇ କରି ନିଜେ ନା କମାଲେ । କବିରାଜର ଜାଗାକେ ନା କେ କେବେ ଇ ସମାଜ୍ ଚିହ୍ନି ନେଇ ପାର୍ବାର ।
Rajakanu ପରିବାର୍ ର ଦାୟିତ୍ୱ କେ ବଢାବାର ଲାଗି ନିଜେ ଇଟାଭାଟି ରେ କାମ କରିଯାଇଛେ ଜେନନୁ ଲୋକମାନେ ତୋର୍ସ୍ତ୍ରୀ କେ କାଜେ ନେ ଆନୀ କହିଛନ୍ ବେଲେ ସେ କହିଛେ କି ତାର ଦିହେ ବୁହିଥିଲା (pregnancy) ସମିଆରେ ମୁଇ ତାକେ କାମ ନେ କରି ଦିଏ ବଲି, ସେ ମୋର ଲାଗି ମୋର ରାନୀ ଆଏ ଇନୁ ଜାନୀପାରମା ଦୁହୀ ମାହେଜୀ-ମୁନୁଷ୍ ଭାବ ପିରତି କେତେ ଅଛେ ଯେ । ଏନ୍ତା କିଛିଦିନ ଚାଲିଛେ ଆଉ ସରପଞ୍ଚ ଘରର ସୁନା ଚୋରୀ କେସ୍ ରେ Rajakanu, ତାର ଭାଇ ଆଉ ତାର ସାଙ୍ଗ Musakuty କେ ପୋଲିସ୍ ଖୁଜିଛେ, ଖୁଜବାର୍ ସମିଆରେ ରାତିର୍ ସମିଆରେ sengeni କେ ପୋଲିସ୍ ପିଟି ପିଟି ଘୋସାରୀ ଘୋସାରୀ ଥାନା କେ ନେଇଛେ ଜେନନୁ କି criminal procedure code section 51 ର ନିୟମ ହିସାବେ ଖାଲି ଗୁଟେ ମହିଲା କେ ମହିଲା ପୋଲିସ୍ ହିଁ ନେଇକରି ଯିବେ । ପୋଲିସ୍ ତାର ମାନ ମଯ୍ୟଦା ଭୁଲି କରି ଗାଏ ବଳଦ ଏନ୍ତା କୁକୁର୍ କୁଲିଆ ଏନ୍ତା Rajakanu ର ବସ୍ତିର ଆଉବି ଲୋକମାନକୁ ଉପର ଆନିକି ପିଟିଛେ । ରାଏତ ବେଲା ଇ ସିନ ରେ ଦଳିତ ମହିଳା ମାନକର ପ୍ରତି ଆଜି ବି ହଉଥିବାର atrocity, ଆଖି ଆଗରେ ଝଲସି ଜେସୀ, ଘରେ କେହି ନ୍ୟାୟ ଗର୍ଭରେ ଛୁଆଟେ ଧରିଥିଲା ଗୁଟେ ମାଁ କେ, ଘରକେ ଢୁକି କରି ପୁଲିଶ ଲାଥ ମାରି ମାରି, “ତର୍ ମୁନୁଷ କାହିଁ ଗଲା ବଲି ଯବତୀୟା ହୁଡି କରି ଥାନା ନେଉଛେ” । ଏନ୍ତା ତ ଆଜିବି ହଉଛେ, ଆମର ସଙ୍ଗେ ଡେଲି ହଉଛେ । ଦଳିତ ସମାଜ ପ୍ରତି ପୁଲିଶ ଅତ୍ୟାଚାର, ବର୍ବରତା ଗୁଟେ ନୀତି ଦିନିଆ ନଙ୍ଗଳା ସତ ଏ । ଆରଦିନ ଯେତେବେଳେ ସବକୁ ଛାଡିକରି Rajakanu ର ତାର ଭାଇ ଭଉଣୀ ଆଉ ତାର ସାଙ୍ଗକେ ପୋଲିସ୍ ପିଟିଛେ ଆଉ ବାଧ୍ୟ କରୁଛେ କି ତମେ କୁହ କି ତମେ ଏକା ସବୁ ସୁନାରୁପା ଚୋରୀ କରିଚ୍ଛ ବଲି କିନ୍ତୁ ସେମାନେ ମନା କରି ଦେଇଛନ୍ ପୋଲିସ୍ କେ ଯେତେବଲେ Musakuty Rajakanu ର ଭଉଣୀ କେ ଛାଡି ଦେଉନ ବଲି କହିଛେ Rajakanu ଆଉ ତାର ଭାଇ ଆଉ ସାଙ୍ଗର ସାମନା ରେ ଏକା ତାର ସାୟା କେ ପୋଲିସ୍ ଖୁଲୀ ଦେଇଛେ । ଦଲିତ୍ ଅଦିବାସୀ ଲୋକର୍ ଇଯତ୍ ମହତ୍ କେ କାଜେ ବଡ଼ ବଡ଼ ପଧାଧିକାରୀ ଲୋକକୁ ଖେଲ୍ ଏନ୍ତା ଲଗସୀ କିଏ ଜାନେ । ଆମେ ସବୁ ଜାଗାରେ ମିସ୍ ବିହେବ୍ ହେଇଛୁ ଯଦି ଅମର୍ ଜାତି ଛୋଟ୍ ଆଉଫେର ଯଦି ମାହେଜୀ ଟୁକେଲ ଆଉ ବେଲେ ସେମାନେ ଆମକୁ ଖେଲନା ଭାବି ଦେସନ୍ ଆଜି ବହୁତ୍ ଅଫିସ ରେ ଆମକୁ ମିସ୍ ବିହେବ୍ କରା ଯାଉଛେ, ଯଦି ଇ ଜିନିସ୍ ର ପ୍ରତିବାଦ୍ କିଏ କଲା ତ ସେମାନେ ତାକେ ଏକା ଖରାପ୍ କହୁଛନ୍ ଆଉ କିଏ ପ୍ରତିବାଦ୍ ନେ କଲେ ତ ସେତାର୍ ଉପରେ ବାର ବାର ଅତ୍ୟାଚାର ହେଉଛେ । ଦଳିତ ଲୋକ୍ ମାନଙ୍କର ଲାଗି ସତ ଆଉ ଆତ୍ମସମ୍ମାନ କେତେ ମାୟେନେ ରଖସି, ହେଟା ଇ ସତ୍ୟ ଘଟଣା ବାଲା ଫିଲିମ ନେ ଠିକ ଦେଖେଇଛେ । ହେତ୍କି ମାଡ଼ ଖାଏଲା ପରେ ବି Rajakannu ଭାଙ୍ଗି ନାଇଁ ପଡି , କହସି “ଇ ମାଡର୍ ଦାଗ ତ କିଛିଦିନ ପରେ ନାଇଁ ରହେ ହେଲେ ଜେନ ମିଛ ଚୋରୀ ର ଦୋଷ ଲଦୁଚନ, ହେ ମିଛ ଦୋଷ ସଙ୍ଗେ ମୁଇଁ ଜୀବନ ଜି ନେଇଁ ପାରେ” । ଶେଷରେ Rajakanu ତାର ଭାଇ ଆଉ Musakuty ଜେଲ୍ ରୁ ଫେରାର୍ ହେଇ ଯାଇଛନ୍ ବଲି ପୋଲିସ sengeni କେ କହିଛେ ଆଉ ପୁରା ଫିଲିମ୍ ସେଙ୍ଗନୀ, ଚନ୍ଦ୍ରୁ ଓକିଲ ର ସାହାଯ୍ୟରେ କେସ୍ କେନ୍ତା ଲଢିଛେ ସେଟା ଦେଖା ହେଇଛେ । ଚନ୍ଦରୁ ଏକା ସଙ୍ଗେ ଗୁଟେ ମାର୍କ୍ସବାଦୀ, ଆମ୍ବେଦକରବାଦୀ ଆରୁ ପରିୟାରବାଦୀ ବି । ସେଥିରଲାଗି ସେ ମାନବ ଅଧିକାର ର କେଶ ମାନେ ଫ୍ରୀ ରେ, ନିରୀହ, ଅସହାୟ ଲୋକ ମାନଙ୍କର ଲାଗି କୋର୍ଟ ରେ ଲଢସି । ଫିଲିମ୍ ରେ ପୋଲିସ୍ ଅଫିସର ମାନେ sengeni କେ ବାରବାର କେସ୍ କେ କାଢିନେବାର (withdraw) କରବାର୍ ଲାଗି ବି କହିଛନ୍ । ପଏସା-ସୁନାର୍ ଲୋଭ ଆରୁ ମାରିଦେବାର ଧମକି ବି ଦେଇଛନ ବାକି sengeni ଇ ସବୁକେ ଲାଥ ମାରିକରି, ତାର ସ୍ୱାମୀ ଲାଗି ନ୍ୟାୟ ମାଗିଛେ । ଶେସରେ Rajakanu ର ହାଜାତ୍ ମୃତ୍ୟୁ ବି ହେଇଯାଇଛେ ଆଉ ପୋଲିସ୍ ସେ ମୃତ୍ୟୁ ସବ କେ ନିଜେ ପିଟି ପିଟି ମାରି କରି ବି ଦୋଶି ନେ ହେବାର୍ ଉପାୟ ଖୋଜିଛେ । Sengeni ଧର୍ୟ ନି ହାରୀ ଆଉ କେସ୍ ଲାଢିଛେ । ଆଉ ଚନ୍ଦ୍ରୁ ଓକିଲ ସାହାଯ୍ୟ ରେ କେସ୍ ଜିତିଛେ । ଯାହା ସତ ଏ ତାର ଜୟ ହେଇଛେ । ଇ କେଶ ର ମୂଳ-ଶୁଣାଣି ରେ ଦୁହି ଯଜ୍, ସେଙ୍ଗନୀ ର ସାହସ ଆଉ ଲଢେଇ କେ ସମ୍ମାନ କରିଛନ । ଇ ସବୁ ଜିନିସ୍ ଫିଲିମ୍ ରେ ଦେଖାଯାଇଛେ ।
ଫିଲିମ୍ ର ଆରମ୍ବ ରେ ଆମେ ଦେଖମା କି ବହୁତ୍ ଲୋକ ଜେଲ୍ ଭିତରୁ ବହାରିଛନ୍ ଜେନନୁ ଜେଲର-ପୁଲିସ ଦ୍ବାରା ସେମାନକୁ ଜାତି ପଚରା ଯାଇଛେ । ଖାଲି ଜାତି ଆଧାର୍ ରେ ବଡ଼ ଜାତିର୍ ଲୋକ ମାନକୁ ଛାଡି ଦିଆଯାଉଛେ ଆଉ ଛୋଟ ଜାତିର୍ ଲୋକ ମାନକୁ କିଛି ନା କିଛି false case ରେ ଜେଲରେ ଫେର ରଖିଦିଆଯାଉଛେ । ଭାରତ୍ ରେ 1350 ଟା ଜେଲ୍ ଅଛେ ଆଉ NCRB ର ରିପୋର୍ଟ୍ ହିସାବେ ଗତ ଦସ୍ ବର୍ଷରେ 1004 ଟା ଲୋକ ପୋଲିସ୍ custody ଭିତରେ ମରିଯାଇଛନ୍ । ସେ ଭିତରୁ 40% ଲୋକ ସାଧରଣ ହିସାବେ ମରଲା ବେଲେ 29% ଲୋକ ଆତ୍ମହତ୍ୟା କରିଛନ୍ ଆଉ ରେପୋର୍ଟ୍ ରେ ଇଟା ଦେଖା ବି ନେ ଜିବାର୍ କି ଦୁଖ୍ ବେମାର୍ ଲାଗି ମରିଛନ୍ କି ପୋଲିସ୍ ର ନିର୍ଯାତନାର ଲାଗି ମରିଛନ୍ । ଗତ ୩ ବର୍ଷ ରେ ୫୨୨୧ ଲୋକ judicial custody ରେ ମରିଥିଲା ବେଲେ ୩୪୮ବ ଲୋକ ପୋଲିସ୍ custody ରେ ମରିଛନ୍ । ଏବେଏବେ ଘଟିଥିବା ବରଗଡ଼ର ହାଜତ୍ ମୃତ୍ୟୁ, ତୋରା ଗାଁ ର ଗୋବିନ୍ଦ କୁମ୍ଭାର୍ ର ଘଟଣା କାହକେ ଅଜଣା । ଆମର୍ ଆଖି ଆଗେ ଘଟି ଥିବା ଇ ଘଟଣାରେ ପୋଲିସ୍ ରାତି ଆସି କରି ଗୋବିନ୍ଦ କୁମ୍ଭାର୍ କେ ନେଇ ଯାଇଛେ ରାତିରେ ନେଇକି ସଖାଲେ ତାର ଶବ କେ ଫେରାଇଛେ ସେଟା ବି ତାର ବାପା ଯେତେବେଳେ ଥାନାକେ ଯାଇଛନ୍ ସେନୁ ତାକୁ କୁହାହେଇଛେ, “ଡାକ୍ତରଖନା କେ ଯ” ଆଉ ବୁଢା ବାପା କେ ଡକଟର୍ ଖାନା ରେ ତାର ପୁତ୍ରର୍ ସବ ମିଲିଛେ । ଏତେ ଅନ୍ୟାୟ ଅତ୍ୟାଚାର ଆମର ଲୋକକୁ ହେଉଛେ ଆଉ ସେ ସବୁରେ ଆମର ଲୋକ ଏକା ତଲିତଲାନ୍ତ ହେଉଛନ୍ । ଆମର ଲୋକକେ କେବେ ବେଲ ନେଇମିଲେ, ଆମର ଲୋକକେ କେବେ ନ୍ୟାୟ ନାହି ମିଲେ । କୁନ୍ଦୁଲର ଘଟଣା ସ୍ନେହଲତାର ଘଟଣା, ମଗୁନ୍ ବାଗର ହାଜତ୍ ମୃତ୍ୟୁ ଘଟଣା, ଆଉ ମମିତା ମେହେର୍ ର ଘଟଣା ରେ ଆଶା ରଖିକୀ ଲୋକ ମାନେ ଥକୀ ପଡିଛନ୍ । ଦଳିତ ଆଦିବାସୀ ଜାତିର୍ ଲୋକର୍ ଭୁଲ୍ ନେଇଁ ଥିଲେ ବି ଦିସି ଯାଏସି ହେଲେ ସବର୍ଣ୍ଣ ସମାଜ ର ସବୁ ଭୁଲ୍ ଦିସି କରି ବି ସବୁ ଭଲ ହେଇଯାଏସୀ । ଲୋକମାନକୁ ଜାତି ଆଧାରରେ, ଧର୍ମ ଆଧାରରେ, ରଙ୍ଗ ଆଧାରରେ ଭାଗ କରିକୀ ସବୁ ଜାଗାରେ ହଇରାଣ କରା ଯାଉଛେ । କେନୁ ଜାତି ଛୋଟ ବଲି ହଏରାଣ କରାଯାଉଛେ ତ କେନୁ ରଙ୍ଗ ଆଧାରରେ କଳା ବଲି ହଇରାଣ କରାଯାଉଛେ । “ ଇ କଥା କେ କହେବାର ଟା ଜାତିବାଦ ନା ଏନ୍ତା ଜେନମାନେ ଘଟଉଛନ ସେମାନେ ଜାତିବାଦୀ ?” ଆଉ ଇଟା ପୁରା ପୃଥିବୀର ସମସ୍ୟା ଆଏ ।
ଗରିବର ଜୀବନ୍ ଆମକେ ଜିବାର୍ ଲାଗି ଭଲ ନେଇ ଲାଗେ ବାକି ସେ ଗରିବର ଜୀବନ୍ କେ ଜିବାର୍ ଛଡା ଆମର୍ ପାଖେ କିଛି ଉପାୟ ନେଇ ଥାଏ । ଆମର ପୁରଖା ଲୋକ ମାନକର୍ ପାଖେ ନା ଥିସୀ ଧନ ସମ୍ପତି ଆଉ ଆମର୍ ପାଖେ ନାଥିସୀ ପଢାଲିଖାର୍ ଜ୍ଞାନ । ସମାଜ୍ ରେ ଜାତି, ଅଶିଖ୍ୟା ଆଉ ଦାରୀଦ୍ରତା ଯାହାର୍ନୁ ରହିଛେ ତାକେ ହି ଲୋକ ଲୁଟି ଦଉଛନ । ସେଥିର୍ ଲାଗି ଆମକେ ଗୁଟେ ବେଲା ଉପାସ୍ ପଛେ ରହେବାର୍ ପଡବା ବାକି ନିଯକେ ପାଠ୍ ପଢବାର୍ କେ ପଡବା ।
ସବୁ ଫିଲିମ୍ ଜଗତରେ ନା କମେଇଛେ ବେଳେ ବଲିଉଡ୍ ଫିଲିମ୍ ଜଗତ ହେଲେ ଆଜିତକ୍ ଆମର ଦଲିତ୍ ଅଦିବାସୀ ଉପରେ ହେଉଥିବାର୍ ଅତ୍ୟାଚାର୍ ଆଉ ସେଥିର୍ ପ୍ରତିବାଦ କେନ୍ତା କରବେ ସେଟା କେବେ ବି ଦେଖା ନେ ଜିବାର୍ । କିନ୍ତୁ ଏବେ ଏବେ ତାମିଲ୍ ଫିଲିମ ଦୁନିଆରେ କର୍ନନ୍ ଆଉ ଜୟ ଭିମ୍ ସିନେମା କେ ଦେଖେଇ କରି ଲୋକକେ ଗୁଟେ ଭଲ ବାର୍ତା ଦିଆଜାଇଛେ । ଜୟ ଭିମ୍ ସିନେମାରେ ପେରିୟାର୍, ଅମ୍ବେଦକର୍ ଆଉ କାର୍ଲ୍ ମାର୍କସ୍ ଙ୍କର ଫୋଟୋ ଚିତ୍ରକେ ଦେଖେଇକରୀ ତାଙ୍କର ଅବଦାନ ଇ ସମାଜ୍ କେ ଅନ୍ଧାର୍ରୁ ଉଦ୍ଧାର କରି ଆଲୋକ୍ ଆଡକେ ନେବାର୍ କଥା ଦର୍ଶାଯାଇଛେ । ଏ ମହାନୁଭବ୍ ମାନଙ୍କର ଲାଗି ଏକା ଆମେ ଲଢି ପାରୁଛୁ ଇ ସମାଜ ର ଅତ୍ୟାଚାରୀ, ଅନ୍ୟାୟୀ ଗୋଷ୍ଠୀ ମାନଙ୍କର ବିରୁଦ୍ଧ ରେ ଗୁଟେ ସମତା, ସ୍ଵତନ୍ତ୍ରତା, ବନ୍ଧୁତା ଓ ନ୍ୟାୟ ରହିତ ଆଦର୍ଶ ସମାଜ ବନାବାର୍ ଲାଗି । ସେଥିର୍ ଲାଗି ତାଙ୍କୁ ସତ ସତ ନମନ୍ । ଏନ୍ତା କ୍ରାନ୍ତିକାରୀ ସିନେମା ମାନେ ଆମର୍ ଆଗକେ ଆନିକରି ଆମକୁ ସଚେତନତା ର ଗୁଟେ ବାର୍ତ୍ତା ଦେବାର୍ ଲାଗି ସେ writer, producer, ଆଉ director ତଥା ଅଭିନେତା ଅଭିନେତ୍ରୀ ମାନଙ୍କୁ ସ୍ୱାଗତ ଜଣାମା ଆଉ ଜଣାବାର କଥା ।

ଲେଖକ – ବାପ୍ତୀସ୍ମିତା ଛତ୍ରିଆ, BSc. graduated from Rajendra University, Bolangir.

4 thoughts on ““ଜୟ ଭୀମ ଫିଲିମ୍ ଆମର୍ ସମାଜ୍ ର ଗୁଟେ ନୀତିଦିନିଆ ସତ୍ ଏ ””
  1. Aaj vi hmare SC, ST, OBC samaj ke logo main jagrukta nhi hai, hm yuva samaj, kisi ek ko vii badal de toh jay bhim sara biswa m chaa jaegaa..
    Ishh jai bhim wali movie main chandru jaisa har state main hotaa toh SC,ST ka udhaar jarur hoga.
    Jay jay jay Bhim…..????

Leave a Reply

This site uses Akismet to reduce spam. Learn how your comment data is processed.