ଆମ୍ବେଦକର୍’
ଜଣେ ଅଛୁଆଁ ବାଳକଠୁ
ଜଣେ ଶିକ୍ଷିତ ବ୍ୟକ୍ତି
ଯାହାର ବିଚାର୍‌ ପରିଚିତ
ସମଗ୍ର ବିଶ୍ୱ‌ସାରା
ଆମ୍ବେଦକର୍ ଏକ ବିଚାରଧାରା।

ଆମ୍ବେଦକର୍’
ଯାହାର ବିଚାର୍‌- ସମାନତାର ପଥକୁ ଆଗେଇଲା
ଅଛୁଆଁ ସ୍କୁଲରେ ପାଠ ପଢି
କଲୋମ୍ବିଆ ବିଶ୍ବବିଦ୍ୟାଳୟକୁ ଗଲା
ଆମ୍ବେଦକର୍’
ଯାହାର ବିଚାର୍‌-
ଶିକ୍ଷିତ, ସଂଘର୍ଷ ଓ ସଂଗଠିତର
ରୂପ ନେଲା।
ଆମ୍ବେଦକର୍ ଏକ ବିଚାରଧାରା।

ଜାତିକୁ ବିନାଶ କରିବାଠୁ ନେଇ
ଦେଶରେ ଶାସନ କରିବା ପର୍ଯ୍ୟନ୍ତ
ଯାହାର ବିଚାର୍‌,
ଆମ୍ବେଦକର୍’
ମୂର୍ତ୍ତି ପୂଜାଠୁ ନେଇ‌, ଅନ୍ଧବିଶ୍ୱାସର ବାରଣ
ଯାହାର ବିଚାର୍‌-
ଆମ୍ବେଦକର୍’ ଏକ ବିଚାରଧାରା, ଯାହା
ସ୍ବାଧୀନତା, ସମାନତା ଓ ଭାଇଚାରାର
ବିଚାର୍
ଆମ୍ବେଦକର୍ ଏକ ବିଚାରଧାରା।

ଆମ୍ବେଦକର୍’
ମନୁସ୍ମୃତିକୁ ଦହନ କରିବାଠୁ ନେଇ
ବୁଦ୍ଧ ଧମ୍ମ ଗ୍ରହଣ କରିବାର ବିଚାର୍,
ଜଣେ ଗରିବ ଓ ପଛୁଆ
ଜଣେ କୃଷକ ଓ ଶ୍ରମିକ
ଜଣେ ପୁରୁଷ ଓ ମହିଳା ଏବଂ
ଜଣେ ବିଦ୍ୟାର୍ଥୀ ଓ ଚାକିରିଆର‌ ବିଚାର୍
ଆଜି ବିଶ୍ବସାରା ପ୍ରସିଦ୍ଧ ଏକ ବିଚାରଧାରା
ଆମ୍ବେଦକର୍’ ଏକ ବିଚାରଧାରା।।।

ଲେଖକ: ମନୋଜ ବାଗ
ବି.ଏ. ଇଂରାଜୀ ଦ୍ଵିତୀୟ ବର୍ଷ
କର୍ଣ୍ଣାଟକ ବିଶ୍ୱ ବିଦ୍ୟାଳୟ

One thought on “ଆମ୍ବେଦକର୍ ଏକ ବିଚାରଧାରା”
  1. ବହୁତ୍ ବଢିଆ ବନ୍ଧୁ। ଏମିତି ଲେଖିଚାଲ।

Comments are closed.