ହିନ୍ଦୁ ଧର୍ମ ଯେଉଁ ବହି ବା ଶାସ୍ତ୍ର ଦ୍ୱାରା ଚାଲେ ତାକୁ “ମନୁ ସଂହିତା” ବା “ମନୁସ୍ମୃତି” କୁହାଯାଏ। ମନୁ ସ୍ମୃତି ଅନୁସାରେ ହିନ୍ଦୁ ଧର୍ମ ରେ ୪ଟି ବର୍ଣ୍ଣ ବ୍ୟବସ୍ଥା ରହିଛି। ଯେଉଁଥିରୁ ସବା ଉପରେ ବ୍ରାହ୍ମଣ ଯିଏ ବ୍ରହ୍ମାର ମୁଖ ରୁ ଜାତ ଯାହାର କାର୍ଯ୍ୟ ଶିକ୍ଷାଦାନ କରିବା। ତା ତଳେ କ୍ଷେତ୍ରିୟ ଯିଏ ବ୍ରହ୍ମାର ବାହୁ ରୁ ଜାତ ଯାହାର କାର୍ଯ୍ୟ ରାଜ ଶାସନ ଚଳେଇବା। ବୈଶ୍ୟ ଯିଏ ବ୍ରହ୍ମାର ଜଂଘରୁ ଜାତ ଯାହାର କାର୍ଯ୍ୟ ବେପାର ବଣିଜ କରିବା। ଶୁଦ୍ର ଯିଏ ବ୍ରହ୍ମାର ପାଦ ରୁ ଜାତ ତାର କାର୍ଯ୍ୟ ଉପରକ୍ତ ତିନୋଟି ବର୍ଣ୍ଣର ସେବା କରିବା, ଯାହାକୁ ମନୁସ୍ମୃତି ଆନୁଯାୟୀ ନା ଶିକ୍ଷା ର ଅଧିକାର ଅଛି, ନା ଶାସନ କରିବାର, ନା ବେପାର କରି ଧନ ସଞ୍ଚୟ କରିବାର। ଏ ବର୍ଣ୍ଣକୁ ଏଇଥି ପାଇଁ ଛୁଆଁରେ ରଖା ଯାଇଛି କାରଣ ଯଦି ଉପରକ୍ତ ତିନି ବର୍ଣ୍ଣ ଶୁଦ୍ରକୁ ନ ଛୁଇଁବେ ତାହେଲେ ତାଙ୍କଠାରୁ ସେବା କିପରି ନେବେ। ଏ ବର୍ଣ୍ଣ ରେ ଆସୁଥିବା ଜାତି ଯେପରି ତେଲି, ଭଣ୍ଡାରୀ, ଚଷା, ବଢ଼େଇ, ମାଳି, ଗଉଡ଼, କୂଲତା, ଭୁଲିୟା, କୁମ୍ଭାର ଏପରି ୩ ହଜାର ୮ଶହ ଉପରେ ଜାତି ଅଛନ୍ତି। ଏହି ଶୁଦ୍ର ବର୍ଣ୍ଣର ଏକ ହି କାମ ଉପରକ୍ତ ତିନୋଟି ବର୍ଣ୍ଣ ରେ ଆସୁଥିବା ଜାତି ମାନଙ୍କର ସେବା କରିବା ତାଙ୍କର ଗୁଲାମି କରିବା।

ଶୁଦ୍ର ବର୍ଣ୍ଣରେ ଆସୁଥିବା ଜାତି ମାନଙ୍କର ମଧ୍ୟରୁ କେତୋଟି ଜାତିକୁ ଅଛୁଆଁ ଜାତି ଭଳି ବ୍ୟବହାର କରାଯାଏ, ତାଙ୍କଠାରୁ ସେବା ତ ନିଆଯାଏ କିନ୍ତୁ ନେଲାପରେ ନିଜକୁ ସେମାନେ ଶୁଦ୍ଧ କରନ୍ତି, ଆଉ ସେ ଜାତିକୁ ହୀନ ଭଳି ବ୍ୟବହାର ଭି କରାଯାଏ । ସେ ଜାତିର ନା ହେଲା ଭଣ୍ଡାରୀ। କାରଣ ଏ ଗୋଟିଏ ଜାତି ଜାହାଠାରୁ ସେବା ନେବା ପାଇଁ ଉପରକ୍ତ ତିନୋଟି ବର୍ଣ୍ଣକୁ ଏମାନଙ୍କୁ ଛୁଇଁବାକୁ ପଡିଥାଏ (ଦାଢ଼ି, ମେଛା, ମୁଣ୍ଡବାଳ କାଟିବା ପାଇଁ ଛୁଇଁବାକୁ ପଡିବ ନା)। ସେଥିପାଇଁ ସେବା ନେଲାପରେ ସେମାନେ ଗାଧୋଇ ଗଙ୍ଗାଜଳ ଛିଞ୍ଚି ନିଜକୁ ଶୁଦ୍ଧ କରିଥାନ୍ତି (ଏହା ହୁଏତ କିଛି ମାତ୍ରା ରେ ସମ୍ବିଧାନ ଲାଗୁ ହେଲା ପରେ କମି ଯାଇଛି କିନ୍ତୁ ମୂଳ ଭାବରେ ନୁହେଁ)। ତା ଛଡା ଯଦି ସେ ଶୁଦ୍ରକୁ ଛୁଆଁରେ ନ ରଖିବେ ତା ହେଲେ ତେଲିଠୁ ତେଲ, ଗଉଡ଼ଠୁ କ୍ଷୀର, ଭଣ୍ଡାରୀ ଠୁ ଭଣ୍ଡାରୀ ସେବା, କୁମ୍ଭାର ଠୁ ହାଣ୍ଡି ମାଠିଆ କିପରି ନେଇଥାନ୍ତେ। ତ ସେବା କରୁଥିବା ଜାତି ବା ବର୍ଣ୍ଣ ଯାହାକୁ ସେବା କରି ମୁଠେ ଖାଇବା ଓ ଛିଣ୍ଡା ମଇଳା କପଡା ପିନ୍ଧିବା ଛଡା ଧନ ସଞ୍ଚୟ କରିବାର ଅଧିକାର ନଥିଲା, ଶିକ୍ଷା ର ଅଧିକାର ନଥିଲା, ଶାସନ ତ ଦୂର ନିଜ ସୁରକ୍ଷା ପାଇଁ ଅସ୍ତ୍ର ରଖିବାର ଅଧିକାର ନଥିଲା, ସମାଜରେ ସମାନତା ଓ ସମ୍ମାନର ସହ ରହିବାର ବ୍ୟବସ୍ଥା/ଅଧିକାର ନ ଥିଲା, ସେ ଏ ହିନ୍ଦୁ ଧର୍ମରେ ଉଚ୍ଚ ଜାତି ହେଲା କିପରି ? ହିନ୍ଦୁ ଧର୍ମ ନିଜେ ଏହାକୁ ସ୍ୱୀକାର କରୁନାହିଁ।

ତଥାପି ଆଜିଭି ଏ ଶୁଦ୍ର ଜାତି ସ୍ୱୀକାର କରିପାରୁନିଯେ “ଶୁଦ୍ର ଜାତି, ଛୁଆଁ ଜାତି” ନାଁରେ ସେ ଏକ ଗୋଲାମ ଅଟେ। ତଥାକଥିତ ଉଚ୍ଚ ଜାତିର !!!! ଯାହାକୁ ହୁଏତ ସମ୍ବିଧାନ ନିରାଧାର କରିଦେଲା ନିୟମ ଅନୁଯାୟୀ। ତଥାପି ଏହା ଭାରତ ସମାଜରେ ଏବେବି ଭୟଙ୍କର ଭାବରେ ସମାହିତ ଅଛି। ଦେଖିବାର ଦୃଷ୍ଟି କୋଣ ଆବଶ୍ୟକ।

*ସ୍ଵର୍ଣ ପ୍ରଭା, ସମାଜ ସେବି, ସମ୍ବଲପୁର (ଓଡିଶା)

2 thoughts on “ବହୁତ ଶୁଦ୍ର ଜାତିର ଲୋକେ କହନ୍ତି ଆମେ ଶୁଦ୍ର ଉଚ୍ଚ ଜାତିର?”
    1. କଣ କହିବାର ଅଛି କହ ଆମେ ବି ଶୁଣିବୁ

Comments are closed.