ଭାବେ ମୁଁ ମଉନେ ଏକାକି ବସିକି 
ଏମିତି କେମିତି ହେଲା,
ମନେ ପଡେ ମତେ ତୁମରି ସପନ,

ଅଧା ବୋଧେ ରହିଗଲା।।୧

ପୃଥକ ମତଦାନ
ଯାହାପାଇଁ ତୁମେ ଆଣିବାକୁ ଚାହୁଁ ଥିଲ ,
ସେହି ଗୋଷ୍ଠି ଆଜି ପୃଥକ ହୋଇଗଲେ
ସବୁ କିଛି ସରିଗଲା

ଭାବେମୁଁ… ଅଧା ବୋଧେ ରହିଗଲା ।।୨

ତୁମ୍ଭ ରି ବିଚାରେ ଆଦର୍ଶ ସମାଜ
ଯେଉଁ ସପନ ଟା ଥିଲା,
ତୁମ୍ଭ କୁ ଆଦର୍ଶ ମାନି
ସେହି ପୁଣି ସବୁ ଚୁର୍ ମାର କରି ଦେଲା

ଭାବେମୁଁ… ଅଧା ବୋଧେ ରହିଗଲା।।୩

କାହିଁକି କେଜାଣି ନିଜ ସ୍ୱାର୍ଥ ପାଇଁ
ଏଭଳି କର୍ମ ସେ କଲା,
କାପୁରୁଷ କି ସେ ,
“ବନ୍ଧୁତା “ଶବ୍ଦ କୁ କ୍ଷଣକରେ ଭୁଲିଗଲା

ଭାବେମୁଁ… ଅଧା ବୋଧେ ରହିଗଲା।।୪

ନୀତିମତ୍ତା ନାହିଁ ଜ୍ଞାନ ଥିଲେ ତାର,
“ଅହିଂସା ନୀତି” କୁଆଡେ ଗଲା?
ତେଣୁ “ସ୍ୱତଂନ୍ତ୍ରତା”
ବୁଝିବାରେ ବୋଧେ ଭୁଲ ତାର ହୋଇ ଗଲା

ଭାବେମୁଁ… ଅଧା ବୋଧେ ରହିଗଲା ।।୫

ଚାଲିଛି ଲଢେଇ “ସମତା” ର ପାଇଁ,
ଅଧିକାର ସବୁ ଗଲା।
“ନ୍ୟାୟ” ମିଳିବାତ ଦୂରର କଥା,
ନୀତିଶାସ୍ତ୍ର ବଦଳିଲା

ଭାବେମୁଁ… ଅଧା ବୋଧେ ରହିଗଲା।।୬

“ଶିକ୍ଷିତ “ହୁଅ ମନ୍ତ୍ର ଥିଲା ତୁମ
ଆଖି ଥାଇ ,ଆଖି ନ ଦିଶିଲା।
“ସଂଗଠିତ” ହେବା ବହୁ ଦୂର କଥା,
ଭାଇ ଶତ୍ରୁ ହୋଇ ଗଲା

ଭାବେ ମୁଁ… ଅଧା ବୋଧେ ରହିଗଲା।।୭

“ସଂଘର୍ଷ” ଚାଲିଛି ଘରେ ଘରେ ଏବେ ,
ଏ କି ହେଲା, ଏ କି ହେଲା…
ହେ ବାବା ସାହେବ ଆମ୍ବେଦକର
ମନୁବାଦୀ କି ବିଜୟୀ ହେଲା ?

ଭାବେମୁଁ… ଅଧା ବୋଧେ ରହିଗଲା।।୮

ହିନ୍ଦୁ ହୋଇ କି ଜନ୍ମ ହେବା
ହାତେ ତ ମୋର ନ ଥିଲା,
ବୌଦ୍ଧ ଧମ୍ମ ନେଇ କହିଲ ସଭିଙ୍କୁ
ନୁଆଁ ଜନ୍ମ ମୋର ହେଲା

ଭାବେମୁଁ… ଅଧା ବୋଧେ ରହିଗଲା।।୯

ଲକ୍ଷ ଲକ୍ଷ ଲୋକ ଧର୍ମ ଦୀକ୍ଷା ନେଲେ
ଦୀକ୍ଷାଭୂମି ସାକ୍ଷୀ ହେଲା,
୨୨ ପ୍ରତିଜ୍ଞା ଓ ତ୍ରୀଶରଣ ରେ
ଜମ୍ବୁଦ୍ଵୀପ କମ୍ପିଥିଲା

ଭାବେମୁଁ… ଅଧା ବୋଧେ ରହିଗଲା।।୧୦

୬ ଡିସେମ୍ବର ୧୯୫୬
ପୁରା ବିଶ୍ୱ କାନ୍ଦିଥିଲା,
ହେଲେ ବହୁଜନ ତୁମ ଅବଦାନ
ଆଜିବି ତ ନ ବୁଝିଲା

ଭାବେମୁଁ… ଅଧା ବୋଧେ ରହିଗଲା।।୧୧

ଧମ୍ମ ଏକା ମାର୍ଗ ଜଣେ କହୁଅଛି
ରାଜନିତୀ ବୋଲି କିଏ କହିଲା
ଧନ ସମ୍ପତ୍ତି ରେ କିଏ ବୁଡି ରହି
ତୁମକୁ ତ ଭୁଲି ଗଲା

ଭାବେମୁଁ… ଅଧା ବୋଧେ ରହିଗଲା।।୧୨

ମଦ, ମାଂସ ଓ ବ୍ୟଭିଚାର କର୍ମେ
ବହୁଜନ ସମାଜ ମଲା,
୧୦୦ ଟଙ୍କା ଓ ଶାଢ଼ୀ ଖଣ୍ଡେ ରେ
ଭୋଟ କୁ ତା ବିକ୍ରି କରିଦେଲା

ଭାବେମୁଁ… ଅଧା ବୋଧେ ରହିଗଲା।।୧୩

କେମିତି ମାନିବି ଜନ୍ମ ଦିନ ତୁମ
ମନେ ବୁଦ୍ଧି ନ ଦିଶିଲା
କବିତା ମାଧ୍ୟମେ ବିଶ୍ୱବାସୀ ଙ୍କୁ ସଂକେତ,
ମଙ୍ଗଳ କାମନା କଲା

ଭାବେମୁଁ… ଅଧା ବୋଧେ ରହିଗଲା।।୧୪

ଜୟ ଭୀମ! ଜୟ ପ୍ରଭୁଦ୍ଧ ମାନବ!

  • ଧମ୍ମ ମିତ୍ର ସଙ୍କେତ, ସେ ଦୁଇଟି ବିଷୟ, ବୌଦ୍ଧ ଅଧ୍ୟୟନ (Buddhist Studies) ଏବଂ ସମାଜ କାର୍ଯ୍ୟ (MSW)ରେ ସ୍ନାତକୋତ୍ତର କରିଛନ୍ତି। ଓଡିଶାର ବହୁଜନ ସମାଜରେ ବୌଦ୍ଧ ଧମ୍ମ ଓ ସାଂସ୍କୃତିକ କ୍ରାନ୍ତୀ କିପରି ଆସିବ ସେହି ଦିଗରେ ସେ ସଦା ସର୍ବଦା କାର୍ଯ୍ୟରତ।