ଥିଲ ବିଶ୍ବାସୀ କେତେ ଯେ

ଦଳିତଙ୍କ ପାଇଁ

ତୁମ ବିନା ସମାଜ ଉନ୍ନତି କାହିଁ ?

ଆମ ରୋହିତ ବେମୁଲା ଭାଇ

ଆମ ରୋହିତ ବେମୁଲା ଭାଇ।।

ଉଠାଇଲ ସ୍ୱର ତୁମେ,

ଚଳି ଆସୁଥିବା ଅତ୍ୟାଚାର ପାଇଁ ।

ଲଡୁଥିଲ କେତେ କଷ୍ଟ ତୁମେ ସହି,

ଆମ ରୋହିତ ବେମୁଲା ଭାଇ

ଆମ ରୋହିତ ବେମୁଲା ଭାଇ।।

ଜାତି ଧର୍ମ ବିନା ଏକ ଜୀବନ ଅଛି

ଦେଲ ଲୋକଙ୍କୁ ଶିଖାଇ

ଶିକ୍ଷା ପ୍ରତିଷ୍ଠାନ ବି ତୁମେ ଛାଡ଼ିଲ ନାହିଁ।

ଆମ ରୋହିତ ବେମୁଲା ଭାଇ

ଆମ ରୋହିତ ବେମୁଲା ଭାଇ।।

କରି ଆନ୍ଦୋଳନ ତୁମେ

ନିଜ ଅଧିକାର ପାଇଁ

ଚାଲିଲ ତୁମେ ଏକ ଧାରାରେ ବହି।

ଆମ ରୋହିତ ବେମୁଲା ଭାଇ

ଆମ ରୋହିତ ବେମୁଲା ଭାଇ।।

ତୁମେ ବଳବାନ ତୁମେ ସାହସୀ

ତୁମେ ଦିନ ତୁମେ ରାତି

ଜଗତ ଖୋଜୁଛି ତୁମକୁ ଆଜି।

ଆମ ରୋହିତ ବେମଲ ଭାଇ

ଆମ ରୋହିତ ବେମୁଲା ଭାଇ।।

ଅସମ୍ଭବ କାମକୁ ତୁମେ ସମ୍ଭବ କଲ

କଷ୍ଟ ହେବ ଜାଣି ଜାଣି

ତେବେ ନେଲୁ ଆନନ୍ଦ, ଆମେ ଉନ୍ନତ ହୋଇ।

ଆମ ରୋହିତ ବେମଲା ଭାଇ

ଆମ ରୋହିତ ବେମୁଲା ଭାଇ।।

ହାଇଦ୍ରାବାଦ ଭଳି ବଡ଼ ଜାଗାକୁ

ଶିକ୍ଷିତ ହେଲ ତୁମେ ଦଳିତ କହି

ଆଜି ସପନ ଦେଖୁ ଆମେ ସେଠାକୁ ଯାଇ।

ଆମ ରୋହିତ ବେମୁଲା ଭାଇ

ଆମ ରୋହିତ ବେମୁଲା ଭାଇ।।

ଥିଲ ସଙ୍କଟ ତୁମେ ଭ୍ରଷ୍ଟାଚାର ପାଇଁ

ହେଉଥିଲ ସରକାର ରେ ଭାରି

ଭ୍ରଷ୍ଟାଚାର କୁ ତୁମେ ବିନାଶ କଲ,ଅନେକ ଆନ୍ଦୋଳନ କରି।

ଆମ ରୋହିତ ବେମୁଲା ଭାଇ

ଆମ ରୋହିତ ବେମୁଲା ଭାଇ।।

ଜାଣିଲେ ଯେବେ ଏହି ସରକାର

ଅସମ୍ଭବ ହେବା ତୁମ ସାମ୍ନା କରିବା ପାଇଁ

ଚିନ୍ତା କଲେ କେମିତି ହରେଇବେ ଯାଇ।

ଆମ ରୋହିତ ବେମୁଲା ଭାଇ

ଆମ ରୋହିତ ବେମୁଲା ଭାଇ।।

ଗାଁ ଗାଁ ବୁଲି କଲ ତୁମେ ପ୍ରଚାର

ଆମ୍ବେଦକର ଆଉ ସାବିତ୍ରୀ ବାଇ

କେତେ ଗାଲି କେତେ ମାଡ଼ ଖାଇ।

ଆମ ରୋହିତ ବେମୁଲା ଭାଇ

ଆମ ରୋହିତ ବେମୁଲା ଭାଇ।।

ତୁମ ଲାଗି ଆଜି ସମାଜ ଜାଗୃତ

ଜାଗୃତ ରେ ତୁମେ ହଜିଗଲ କାହିଁ

କୁଆଡେ ଯାଇଛ, ଆସ ତୁମେ ଧାଇଁ।

ଆମ ରୋହିତ ବେମୁଲା ଭାଇ

ଆମ ରୋହିତ ବେମୁଲା ଭାଇ।।

ଚାଲିଗଲ ତୁମେ ଆଖିରୁ ଆମର

ମନରେ ଥିବ ତୁମେ ଅମର ହୋଇ

ଚାଲିବୁ ଆମେ ଆଜି ତୁମ ଗୀତ ଗାଇ।

ଆମ ରୋହିତ ବେମୁଲା ଭାଇ

ଆମ ରୋହିତ ବେମୁଲା ଭାଇ।।

କହିଥିଲ ତମେ, ଶିକ୍ଷା ପ୍ରତିଷ୍ଠାନ

ଜାତି ଧର୍ମ କେବେ ମାନିବ ନାହିଁ

ପ୍ରତିଜ୍ଞା ନେଲୁ ମାନିବୁ କଥା, ଭବିଷ୍ୟତ ଭଲ କରିବା ପାଇଁ।

ଆମ ରୋହିତ ବେମୁଲା ଭାଇ

ଆମ ରୋହିତ ବେମୁଲା ଭାଇ।।

କବି – ହେମସାଗର
+୩ ଇତିହାସ
ଅମ୍ବାଦୋଳା