ପ୍ରେମ କରିବା ପ୍ରେମୀ ହେବ
ଭୁଲତ ନୁହଁ
ହୁଅ ଆମ୍ବେଦକର ବାଦୀ ।
ଫୁଲ ଦୀପ ଦେଇ
ପୂଜା କରିଦେଲେ
ସରିଯିବ କି ହେ
କାରଭନ ଅଛି ଅଟକି ।।

ସମ୍ବିଧାନ ଦେଲେ
ଶିକ୍ଷିତ ହେଲ
ହୁଅ ସର୍ବେ ସଚେତନ ।
ଭୋଟ ଅଧିକାର ପାଇଛ ସରବେ
ରଖ ଶାସକରେ ମନ
ଏହାତ ବାବାସାହେବଙ୍କ ସ୍ବପ୍ନ ।।

ଇତିହାସ ଅଛି ବିଚାର ବି ଅଛି
ଫୁଲେ ସାହୁ ଭୀମଙ୍କର ।
ପ୍ରଜ୍ଞା-ଶୀଳ-ସମାଧି
ବୁଦ୍ଧ ଧମ୍ମ ଅଛି
କିଆଁ ମଣୁଛ ଇତର ।।

ବିକାଶ ହେବନି ଚାଟୁକାର କଲେ
ମନୁବାଦୀ ପାଦ ତଳେ ।
ମିଳିବନି ମାନ ସମ୍ମାନ କେବେ
ସ୍ୱାଭିମାନ ଚାଲି ଗଲେ ।।

ଦାଦନ ଦୁଃଖ ଜାତି ବିଷମତା
ଯିବନି କେବେ
ଯାଗ-ଯଜ୍ଞ-ପୂଜା କଲେ ।
ଆର୍ଥିକ କଷ୍ଟ ନିର୍ଯାତନା ଯେତେ
ଦୁରହେବ ନାହିଁ
ଗୀର୍ଜା-ମନ୍ଦିର-ମସଜିଦ ଗଲେ ।।

ପାଠୁଆ ହୋଇ ବିକଳାଙ୍ଗ କିଆଁ
ଭୂଲି ବିଧାନ ସୌଧ ।
ରାଜନୀତିର ଉର୍ଦ୍ଧ୍ୱେ କଥା ହୋଇ
ନାଶ ଗଣତନ୍ତ୍ର ବୋଧ ।।

ଅପମାନ କିଆଁ କରୁ ଅଛ ଭାଇ
ବାବାସାହେବ ବିଚାରକୁ ।
ଭୋଟ ନ ବିକି ରାଜନୀତି କର
ପଶିଯାଆ ସଂସଦକୁ ।।

ଶାସକ କେବେ ମାଗେନି ଭିକ
ନ୍ୟାୟ ଓ ସଂରକ୍ଷଣ ।
ହଟାଇ ଦିଏ ସବୁରି ଦୁଃଖ
ବିକାଶ କରି ସ୍ଥାପନ ।।

ରାଜନୀତିକୁ କର ବହୁଜନ
ରକତର ସ୍ପନ୍ଦନ ।
ଶାସନ କଳକୁ ହାତକୁ ନେଇ
ରଖ ବାବାସାହେବ ଙ୍କ ମାନ ।।

କବି-ଯୋଗେଶ୍ୱର ସାଗର