ଯଦି ତୁମେ କଳା, ତେବେ ତୁମେ
କାହିଁକି ଦୁଃଖିତ?
ଯଦି ତୁମେ ଗୋରା, ତେବେ
ତୁମେ ଏତେ ଡେଇ କାହିଁକି?
ଆକର୍ଷଣ ଆପଣଙ୍କ ହୃଦୟ ର
ଚିନ୍ତା ଧାରରୁ ବହେ।
ତୁମେ ହୃଦୟ ରୁ ନିର୍ମଳ, ତାହା ହିଁ
ଗୁରୁତ୍ଵପୂର୍ଣ୍ଣ।

ଆପଣ ଏକ ନିମ୍ନ ଜାତିର ଅଟନ୍ତି
ତେବେ ଆପଣ କାହିଁକି ଦୁଃଖିତ?
ତୁମେ ଏକ ଉଚ୍ଚ ଜାତିର, ତେବେ
ତୁମେ ଏତେ ଡେଇ କାହିଁକି?
ଜାତି ମାନବିକତାର ଶୀର୍ଷରେ
ଅଛି।
ତୁମର ହୃଦୟ ରେ ମାନବିକତା ଅଛି। ତାହା ହିଁ
ଗୁରୁତ୍ୱପୂର୍ଣ୍ଣ।

ତୁମେ ଛୋଟ, ତେବେ ତୁମେ
କାହିଁକି ଦୁଃଖିତ?
ତୁମେ ବଡ଼, ତେବେ ତୁମେ ଏତେ
ଡେଇ କାହିଁକି?
ବଡ଼ ସପନ ଦେଖିବା ଜରୁରୀ।
ତୁମର ସପନ ବଡ଼, ତାହା ହିଁ
ଗୁରୁତ୍ୱପୂର୍ଣ୍ଣ।

ତୁମେ ଗରିବ, ତେବେ ତୁମେ
କାହିଁକି ଦୁଃଖିତ ?
ତୁମେ ଧନୀ, ତେବେ ତୁମେ ଏତେ
ଡେଇ କାହିଁକି ?
ଅନ୍ୟଙ୍କ ପ୍ରତି ସେବା ଓ ସମ୍ମାନ
ମନୋଭାବ ରଖିବା ଜରୁରୀ।
ତୁମ ପାଖରେ କରୁଣା ଅଛି, ତାହା ହିଁ
ଗୁରୁତ୍ୱପୂର୍ଣ୍ଣ।

ତୁମେ ପରାଜୟ, ତେବେ ତୁମେ
କାହିଁକି ଦୁଃଖିତ ?
ତୁମେ ଜୟ, ତେବେ ତୁମେ ଏତେ
ଡେଇ କାହିଁକି?
ଚେଷ୍ଟା କରିବା ଏକ ମଣିଷ ର
ସାହସିକତା କୁ ସୂଚାଏ।
ତୁମେ ସତ ପ୍ରତିଶତ ଚେଷ୍ଟା କଲ, ତାହା ହିଁ
ଗୁରୁତ୍ୱପୂର୍ଣ୍ଣ।

ତୁମେ ମାଡ଼ ଖାଅ, ତେବେ ତୁମେ
କାହିଁକି ଦୁଃଖିତ ?
ତୁମେ ମାର, ତେବେ ଏତେ
ଡେଇ କାହିଁକି?
ଗୋଟେ ମଣିଷ ତୁମକୁ ମାରି ଚିରଦିନ
ଖୁସି ରହେ ନାହିଁ।
ତୁମର ପ୍ରଜ୍ଞା ମନୋଭାବ ଅଛି, ତାହା ହିଁ
ଗୁରୁତ୍ୱପୂର୍ଣ୍ଣ।

ତୁମେ ମୂର୍ଖ, ତେବେ ତୁମେ
କାହିଁକି ଦୁଃଖିତ ?
ତୁମେ ଜ୍ଞାନୀ, ତେବେ ଏତେ
ଡେଇ କାହିଁକି?
ମଣିଷର ବିଚାର ଓ ଆଚରଣ ଠିକ୍ ରହେ ଏହା ହିଁ ଜରୁରୀ।
ପାଠ ପଢି ତୁମେ ସାବିତ୍ରୀ ବାଇ ଫୁଲେ, ଜ୍ୟୋତିବା ରାଓ ଫୁଲେ, ଆମ୍ବେଦକର କୁ ଜାଣିବା, ତାହା ହିଁ
ଗୁରୁତ୍ୱପୂର୍ଣ୍ଣ।

କବି – ହେମସାଗର
+୩ ଇତିହାସ
ଅମ୍ବାଦୋଳା