ବେଦ, ପୁରାଣ, ଶାସ୍ତ୍ର ଭାଗବତ  
ମଣିଷ ମଣିଷ ରେ କରାଏ ଭେଦ ।।
ଜାତି ବର୍ଣ୍ଣ ଗୋତ୍ର ରେ କରି ବିଭକ୍ତ 
ସମାଜେ ଭରିଛି ବିଷାକ୍ତ ମନୁବାଦ।।
ଦଳିତ ଆଦିବାସୀ ଙ୍କ ଉପରେ କରି ଦୁଷ୍କର୍ମ,
ଧର୍ମ ର ନାମ ରେ ହେଉଅଛି ଅଧର୍ମ ।।
ଯୁକ୍ତି କଲେ କୁହନ୍ତି ମୁହେଁ ଲଗା ଲଗାମ,
ସତ କହିବି ମୋ ଜିଭ ନୁହେଁ କାହା ଗୁଲାମ ।।
ଜୟ ଭୀମ । ଜୟ ଭୀମ ।। ଜୟ ଭୀମ । ଜୟ ଭୀମ ।।
ଗରିବ ଥାଳି ରେ ପଛେ ନଥାଉ ଭାତ
ମନ୍ଦିରରେ ନୀତି ଚଢଇ ପ୍ରସାଦ।।
ବୁଝିବେ କେବେ ଅନ୍ଧବିଶ୍ୱାସି ଅବୋଧ
ପଥର କି ଜାଣିବ ପ୍ରସାଦ ର ସ୍ଵାଦ
ସ୍ଵର୍ଗ ନର୍କ ର ତର୍କ କରି ବନାନ୍ତି ଭ୍ରମ
ନ ମାନିଲେ କହନ୍ତି ମଲେ ଦଣ୍ଡିବ ଯମ ।।
ଯୁକ୍ତି କଲେ କୁହନ୍ତି ମୁହେଁ ଲଗା ଲଗାମ ,
ସତ କହିବି ମୋ ଜିଭ ନୁହେଁ କାହା ଗୁଲାମ ।।
ଜୟ ଭୀମ । ଜୟ ଭୀମ ।। ଜୟ ଭୀମ ।ଜୟ ଭୀମ ।।
ପରମ୍ପରା ନାରେ ନାରୀକୁ ମିଳେ ଯନ୍ତ୍ରଣା
କେଉଁଠି ମନ୍ଦିର ଭିତରେ ତାକୁ ପ୍ରବେଶ ମନା
କିଏ ତା ପୋଷାକ କୁ କରେ ଆଲୋଚନା 
ତ କିଏ ଦିଏ ଯୌତୁକ ପାଇଁ ନିର୍ଯାତନା
ଭୁଲିଯାଆନ୍ତି ସଭିଏଁ ନାରୀ ଗର୍ଭରୁ ଜନ୍ମ
ମା ଭଉଣୀ ଗାଳି ଦେବାକୁ ଲାଗେନି ସରମ 
ଯୁକ୍ତି କଲେ କୁହନ୍ତି ମୁହେଁ ଲଗା ଲଗାମ,
ସତ କହିବି ମୋ ଜିଭ ନୁହେଁ କାହା ଗୁଲାମ ।।
ଜୟ ଭୀମ । ଜୟ ଭୀମ ।। ଜୟ ଭୀମ ।ଜୟ ଭୀମ ।।
ଚାହୁଁଛ ଯଦି ଦେଶ ଆମ ହଉ ବିକଶିତ
ପ୍ରଥମେ ସମାଜରୁ ଲୋପ କରିବା ମନୁବାଦ 
ମଣିଷ ମଣିଷ ରେ ନକରି ଭେଦ
ଦୂରେଇ ଦେବା ସମାଜରୁ ଜାତିଭେଦ
ଘୃଣା ମନଭାବ ଛାଡ଼ି ସଭିଙ୍କୁ କରିବା ପ୍ରେମ
ଅନ୍ଧବିଶ୍ୱାସ କୁ ଲଢ଼ିବା ହାତେ ଧରି କଲମ
ଯୁକ୍ତି କରିବା ମୁହଁ ରେ ନ ଦେବା ଲଗାମ
ସତ କହିବା ଜିଭ ନୁହେଁ କାହା ଗୁଲାମ ।।
ଜୟ ଭୀମ । ଜୟ ଭୀମ ।। ଜୟ ଭୀମ ।ଜୟ ଭୀମ ।।

  • ଲେଖକ ଜଗନ୍ନାଥ ସେଠୀ ବ୍ୟାଙ୍କରେ କାର୍ଯ୍ୟରତ, ବ୍ରହ୍ମପୁର।
One thought on “ଜିଭ ନୁହେଁ କାହା ଗୁଲାମ!”

Comments are closed.