ଜୁହାର ଜୁହାରହୋ ବାବା ସାହେବ

କୋଟିକୋଟି ଜୁହାର ତମକେ

ନିଜେ ଜଳିଜଳି ଅନ୍ଧାର ଭେଦି

ଉକିଆ ଦେଖାଲ ଆମକେ ।।

ଛାଡ଼ି ଦେଲ ତମର ଛୁଆ ପିଲା କଟୁମ୍

ଛାଡିଦେଲ ରାଜଭୋଗ

ମୂଳନୀବାସୀକୁ କୁଟୁମ୍ ବଏଲ

ମନୁବାଦ କଲ ଭେଦ ।।

ଦଳିତ, ଶୋଷିତ, ପଛୁଆବରଗ

ଦିନମଜୁରିଆ, କୁଳି

ନାରୀ ଜାତିର ମହତ ରଖଲ

ମନୁବାଦ ସାଙ୍ଗେ ଲଢ଼ି ।।

ଦୁଇ ବଛର ଆର ଏଗାର ମାସ

ଅଠର ଦିନ ତକ ବସି

ଖିଆ, ପିଆ, ଶୁଆ ଠିକନା ନେଇ ହୋ

ସମ୍ବିଧାନ ଦେଲ ଲେଖି ।।

ଅଲିଭା ଅକ୍ଷରେ ଲେଖି ଦେଇ ଗଲ

ଏକତା, ସମତାଭାଇଚାରା

ମନେଇ ଅଧିକାର ସାବିତ କଲ

ଲେଖି ଦେଇ ଧାରା ଉପଧାରା ।।

ଭାରତ ଦେଶର ବ୍ୟାଙ୍କ ବ୍ୟବସ୍ଥା

ଚେର ମୂଳ ନେଇଁ ଥେଇ

ବ୍ୟାଙ୍କ ନୀତି ନିୟମ ତିଆରି କରି

ରିଜରବ ବ୍ୟାଙ୍କ ଦେଲ ଥୁଇ ।।

ଓଡିଶା ମାଟିର ହୀରାକୁଦ ନେ

ହୀରା ତମେ ଠାବ କଲ

ହୀରାକୁଦ ବନ୍ଧର ଯୋଜନା ଦେଇ

ଓଡିଶା କେ ରକ୍ଷା କଲ ।।

ଅଷ୍ଟାଙ୍ଗ ମାରଗ, ପଂଚଶିଳ ନୀତି

ପଢି ଲୁଭେ ଗଲ ପଡି

ବୋଧିସତ୍ୱ ନାମେ ବିଖ୍ୟାତ ହୋଇଲ

ବୁଦ୍ଧ ଧମ୍ମ ଅନୁସରି ।।

ସାରା ଜଗତ ଆଏଜ ରଟେ ତମର ନାଁ

ବିଶ୍ୱରତ୍ନ ହେଲା ମାଏନ

ଦୀପତଳ ଅନ୍ଧାର ନିଜର ଦେଶ ନେ

କରୁ ଅଛନ ହେୟ ଜ୍ଞାନ ।।

ଯିଏ ଯାହା କହୁ,ଯିଏ ଯାହା କରୁ

ମୁଇଁ ନେଇଁ ଭୁଲେ ତତେ

ତତେ ଅନ୍ସରି ବାଟ ଚାଲୁ ଥିମି

ଜୀବ ଥିବା ଯାଏ ଘଟେ ।।

  • କବି: ଶ୍ୟାମ ସୁନ୍ଦର କୁମ୍ଭାର