ଜ୍ଞାନର ପ୍ରତୀକ ହେ ମହାମାନବ !

ବିଶ୍ବ-ସମାନତା ଶିରୋମଣି ,

ଆଧୁନିକ ଭାରତର ରାଷ୍ଟ୍ରନିର୍ମାତା
ତୁମେ ସର୍ବ -ସୁଗୁଣର ଖଣି ।  (୧)

ଗୁଣଜ୍ଞ-ପଣ୍ଡିତ, ପ୍ରତିଭା-ମଣ୍ଡିତ
ସାହିତ୍ଯିକ ବାଗ୍ମୀବର ,
ଜାତିର ଗୌରବ, ଜାତିର ସୌରଭ
ବାଣୀଗର୍ଭ-ଯଶସ୍କର ।  (୨)

ତୁମରି ଲେଖନୀ ଛିଣ୍ଡାଏ ଧମନୀ
ଜଲାଏ ବିପ୍ଲବ ବହ୍ନି ,
ଦୁର୍ନୀତି, ଶୋଷଣ, ପାଖଣ୍ଡବାଦକୁ
ବିନାଶ କରିବା ପାଇଁ ।  (୩)

ଗଣତାନ୍ତ୍ରିକ ମୂଲ୍ଯବୋଧ ଆଧାରିତ
ସମ୍ବିଧାନ କଲ ସଂରଚନା ,
ସମତା, ବନ୍ଧୁତା, ନ୍ଯାୟ, ସ୍ବତନ୍ତ୍ରତା
ପ୍ରମାଣ କରେ ଯା’ର ପ୍ରସ୍ଥାବନା ।  (୪)

ଆୱାଜ୍ ଦେଲ ହେ ମହାନ ସଂଗ୍ରାମୀ 
ବିପ୍ଳବର ନୂଆ ସ୍ବର ,
ମୈତ୍ରୀ ପତାକା ଉଡ଼ି ଫରଫର
ବିବିଧତା ହେଲା ଦୂର ।  (୫)

ବହୁଜନ ସମାଜର ତ୍ରାଣକର୍ତା
ନାରୀ-ଜାତି ମୁକ୍ତିଦାତା ,
ମାନବତାବାଦ କଲ ପ୍ରତିଷ୍ଠା
ତୁମେ ହେ ରାଷ୍ଟ୍ରନିର୍ମାତା ।  (୬)

ଭାରତ ମାଟିର ପାଣି ପବନ
ପ୍ରତି ଭାରତୀୟ ହୃଦସ୍ପନ୍ଦନ,
କାଳର ବକ୍ଷରେ ଜାଜ୍ଜୁଲ୍ଯମାନ
ତୁମେ ହେ ଅମର ସନ୍ତାନ ।  (୭)

ଆମ୍ବେଦକର ହେ ଜନ-ନାୟକ
ପୃଥିବୀର କ୍ରାନ୍ତି ଜ୍ଯୋତି ,
ସ୍ବର୍ଣାକ୍ଷରେ ଲେଖା ଅଛି ଇତିହାସେ
ତୁମରି ଅମ୍ଳାନ କିର୍ତି ।  (୮)

ତୁମକୁ କା’ ସଂଗେ ତୁଳନା କରିବି
ନିଜର ତୁଳନା ନିଜେ ,
ରାଜ ଅଧିରାଜ ରୁପରେ ଆଜି ହେ 
କୋଟି ହୃଦୟରେ ବିଜେ ।  (୯)

ହେ ମହାମାନବ ଦରଦୀ ହୃଦୟ
ପ୍ରଣତି ଜଣାଏ ଜାତି,
ପ୍ରେରଣା ଦାୟକ ତୁମ୍ଭ ଶୁଭାଶିଷ
ମାଗୁଅଛୁ ମଥାପାତି ।   (୧୦)

  • ବେଣୁଧର ସୁରୁଜାଳ, ଶିକ୍ଷକ, ଉଳୁଣ୍ଡା, ସୁବର୍ଣ୍ଣପୁର।