କ୍ରାନ୍ତିର ପ୍ରତୀକ, ଏସିଆ ଆଲୋକ
ମହାନ ଦାର୍ଶନିକ, ସମାାଜ ସଂସ୍କାରକ
ତଥାଗତ ବୁଦ୍ଧ ଶରଣ ।
ଛାଡ଼ି ରାଜଭୋଗ, ପୁତ୍ରପତ୍ନି ସୁଖ
ଜଗତର ହିତେ ଆଚରି ବୈରାଗ୍ଯ
କରିଲ କଠୋର ସାଧନ ।।

ଜଗତର ଦେଖି ଦୁଃଖ
ଖୋଜିଲ ତାହାର କାରଣ
ତା ସହିତ ନିରାକରଣ ।
କାମନା ଦୁଃଖର କାରଣ
ତା ବିନାଶେ ଦୁଃଖ ମୋଚନ
ସିଦ୍ଧାନ୍ତ ଲଭିଲ ଆପଣ ।।

ଜୀବ ହିଂସା ଠାରୁ ଦୂରେଇ ଯିବା
କାହାରି ଜିନିଷ ଚୋରି ନ କରିବା
ନାରୀ ଜାତିଙ୍କୁ ସମ୍ମାନ ଦେବା
ଜୀବନରେ ମିଛ ନ କହିବା
ମାଦକ ଦ୍ରବ୍ଯ ନ ଖାଇବା
ପଂଚଶିଳ ନିତୀ ଜାଣ ।
ସମ୍ଯକ୍ ଦୃଷ୍ଟି,ସମ୍ଯକ୍ ସଂକଳ୍ପ
ସମ୍ଯକ୍ କର୍ମ, ସମ୍ଯକ୍ ବାକ୍ଯ
ସମ୍ଯକ୍ ଜୀବିକା,ସମ୍ଯକ୍ ପ୍ରୟାସ
ସମ୍ଯକ୍ ସ୍ମୃତି, ସମାଧି ସହିତ
ଅଷ୍ଟାଙ୍ଗ ମାର୍ଗ ସାଧନ ।।

ଅନ୍ଧବିଶ୍ୱାସ, କୁପରମ୍ପରା
କୁସଂସ୍କୃତି,ଜାତି ବର୍ଣ ବ୍ଯବସ୍ଥା
ତୁମ୍ଭ ମନେଦେଲା ବ୍ଯଥା।
କରିବାକୁ ତାର ମୂଲ ଉତ୍ପାଟନ
ତା ବିରୁଦ୍ଧେ ତୁମେ କରିଲ ସଂଗ୍ରାମ
ପ୍ରଚରିଲ ସମତା ଏକତା ।।

ସାରା ବିଶ୍ବେ ଦେଲ ବୁଣି
ଭାଇଚାରା ମଞ୍ଜି
ମାନବବାଦକୁ ତୁମ୍ଭେ
ଦେଲ ଶୀର୍ଷ ସ୍ଥାନ ।
ତୁମରି ସଂସ୍ପର୍ଶେ ଆସି
କେତେ ଚୋର କେତେ ହତ୍ଯାକାରୀ
କେତେ ଅସାମାଜିକ ବ୍ଯକ୍ତି,କେତେ ଅହଙ୍କାରୀ
ବଦଳିଲା ତାଙ୍କ ଧର୍ମ କର୍ମ ।।

ଦେଇଗଲ ମହାମନ୍ତ୍ର ତୁମେ
ଏ ଜଗତ କଲ୍ୟାଣ ପାଇଁ ।
ବୁଦ୍ଧଂ ଶରଣଂ ଗଛ୍ଛାମି
ଧମ୍ମଂ ଶରଣଂ ଗଛ୍ଛାମି
ସଂଘମ୍ ଶରଣଂ ଗଛ୍ଛାମି ।।

କବି: ଶ୍ଯାମ ସୁନ୍ଦର କୁମ୍ଭାର