ଆଇଲା ହୋ ଆଇଲା ନୂଆଖାଇ…

ବରଷ ଟାକର ତିହାର ଆସୀଛେ ଧାଇଁ…।

କୁରେ ପତର ରେଙ୍ଗାଳ ପତର ହେଲା ନ ଖଲି ଦନା ବତର…।

ନୂଆ ଧାନ ସାଙ୍ଗେ ନୁଆ ଚୁରାକୁଣା ଖାଇମା ମିଳି ମିଶି, ଛୁଆ ପୁତା, ବୁଢା ବୁଢ଼ୀ ସଭେ ଗୁଟେ ଠାନେ ବଶି…

ଆଇଲା ହୋ ଆଇଲା ନୂଆଖାଇ…।

ବରଷ ଟାକର ତିହାର ଆସିଛେ ଧାଇଁ…।

ଖରା ବର୍ଷା ଥି ଖଟି ଖଟି ଧାନ ବୁଣିଥିସି ଚାଷୀ, ଉସତ ହେସି ନୁଆ ଧାନ ଆରୁ ନୁଆ ଚୁରାକୁଣା ଖାଇ, ତାର ମନ ଟା ଗହକି ଯାଇସି ଦେଖିକରି ତାର କୁଟୁମ୍ବର ମୁହେଁ ହସି…।

ଫିରୀ ଆଇସନ ଦେଷୁ ବିଦେଷୁ ମାନବାର ଲାଗି ନୂଆଖାଇ ତିହାର, ଦୂରେ ଥୀଲା ଲୋକ ଭାଳି ମରୁଥିଶୀ କରବାର କେ ନୂଆଖାଇ ଜୁହାର…।

ପିନ୍ଧି ଥିସନ ସଭେ ନୁଆଡ୍ରେସ ହେଇକରି ସଜ ବାଜ, ଗାଁ ଖୁଲୀକେ ଧାଇଁ ଆଇସନ ବଜଳେ ଢୋଲ ଲିସାନ ବଜା, ଇ ପରବ ନ ଲାଗସି ସତେ କେତନି କେତେ ମଜା…।

ଗହ ଗହ ମହ ମହ ଲାଗୁଛେ ଗାଁ ସାରା, ଉଠୁଛେ ଖୁଶିର ଲହରୀ, ନାଚି ଡେଗି କରି ଉସତ ହେସନ ସଭେ ବାଜଳେ ଢୋଲ ମୁହୁରି…।

ବାଜଳେ ଢୋଲ ମୁହିରି ଦୁଲକି ଜାଇସି ଖୁଲି, ହାତ ଧରା ଧୁରୀ ହେଇ ନାଚୁଥିସନ ସଭେ ହେଇ ଜୁଲି ଜୁଲି… ।

ଭାବ ଦିଆ ନିଆ ଜଗଦ ସିନା, ଭାବ ଥୀଲେ ଆରୁ କାଇଁଟା ଉନା, ନୂଆଖାଇ ଦିନେ ପୀରତି କରସନ ନେଇ କରନ କାହାକେ ମନା…।

ଭୁଲି କରି ସବୁ ରାଗ ରୁଷା ଠାନେକେ ହେସନ ସଭେ ମିଲା ମିସା, ମହକେ ଚାରିଆଡେ କାକର, ଅରସା… ।

ଆସୀଛେ ରେ ନୂଆଖାଇ, ସବୁ ପରଵ ନୁ ବଡ଼ ତୁଇ….।

ଆଇଲା ହୋ ଆଇଲା ନୂଆଖାଇ….

ବରଷ ଟାକର ତିହାର ଆସିଛେ ଧାଇଁ…।

ପଶ୍ଚିମ ଓଡିଶା ର ଶିଘା ତିହାର ସବକେ ମର ନୂଆଖାଇ ଜୁହାର…