ଶୁନିଦେଲେ ନାଁ ଛାତି ଫୁଲ୍ସି,
ଦେଖିକରି ଖୁସ୍ ।
ପଢିନେଲେ ତାଂକର୍ ଜୀବନ୍ କଥାନି,
ତରି ଯାଏସି ମୁନୁଷ୍ ।।

ଜୀବନ୍ ଜଂଜାଲେ କର୍ବୁ କିଛି,
ସୁନିକରି ତାଁକର୍ ଦୁଃଖ୍।
ତାଁକର୍ ସମ୍ବିଧାନ୍ ଜାନ୍ ବୁ ବଏଲେ,
ପାଏବୁ ସଂସାର୍ ସୁଖ୍।।

ନାଁ ଟାଯେ ଭାରତ୍ ରତନ୍
ଭୀମ୍ ରାଓ ଆମ୍ବେଦ୍କର୍।
ଅନ୍ଧବିଶ୍ବାସ ନୁଁ ମୁକ୍ତି ପାଏବୁ,
ଞାନ୍ ଗୁଚର୍ କର୍।।

ନାଇଁ ପାଉ କେଭେ ପାତର୍ ଅନ୍ତର୍,
ସଭେ ସମାନ୍ ନିଏ ଥିଁ।
ଭାଇଚାରା, ସମାଜିକ୍, ଧରମ୍ ନିରପେଖ୍,
ପାଏବୁ ପର୍ଜା ଶାଶନ୍ ଜଗତ୍ ଥିଁ।।

ପଢୁଛୁଁ, ଲଢୁଛୁଁ ଗୁଟେ ହେଇ,
ସଂସାରେ ମୁଡ୍ ଟେକିଁ।
ଦଳିତ୍- ଶୋଷିତ୍ ଗୁଟେ ହେଲେ,
କାଣା କର୍ବେ ବାକି।।

ଆମର୍ ଅଧିକାର୍, ଆମର୍ ଜମି,
ଆମର୍ ଜଂଗଲ୍ ଆମର୍ ପାନି।
କିଏ କହେଲେ ନିଚ୍ କୂଲ୍ ଅଛୁଆଁ ବଲି,
ଜୀବନ୍ ହେସି ଘାଁଟି ସାନି।।

ତୁମର୍ ବାଟ୍ କେ ଧରି,
ଯାଉଛୁଁ କିରିଆ କରି।
ଧଏନ୍ ଧଏନ୍ ହୋ ଭାରତ ରତନ୍,
ଅାଗ୍ କେ ଯିମୁଁ ସମ୍ବିଧାନ୍ ଧରି।।

କବି: ପବିତ୍ର ସାହା
ବିଦ୍ୟାଲୟ ପରାମର୍ଶଦାତା
ତେଲଂଗାନା ସମାଜ କଲ୍ୟାଣ ନିବାସ
ବିଦ୍ୟାଲୟ, ହାଏଦରାବାଦ୍