ଅସ୍ପୃଶ୍ୟ ଦଳିତ ଘରେ
ହେ ବାବା ନେଲ ଜନମ,
ଘୃଣ୍ୟ ଜାତିପ୍ରଥା ହେତୁ
ଲଭିଥିଲ କେତେ ଯେ କଷଣ । (୧)

ନିଜ ଦୃଢ଼ ଇଚ୍ଛାଶକ୍ତି
ଆପ୍ରାଣ ଉଦ୍ୟମର ବଳେ,
ଲଭିଲ କେତେ ଯେ ଡିଗ୍ରୀ
ଶ୍ରେଷ୍ଠ ବିଶ୍ବବିଦ୍ୟାଳୟେ । (୨)

ତାଡ଼ନା, ଲାଂଛନା, ଘୃଣା
ନିଜେ ଭୋଗିଥିଲ ଯେଣୁ,
ମୁକ୍ତି ସଂଗ୍ରାମର ସାରଥୀ 
ହୋଇପାରିଥିଲ ତେଣୁ । (୩)

ତୁମେ ପୂଜ୍ଯ ଦୂରଦ୍ରଷ୍ଟା 
ବିଜ୍ଞ ସମାଜ ବିଜ୍ଞାନି ,
ତେଜସ୍ଵୀ ବିଚାରବନ୍ତ
ମାନବତା ମହାମୁନୀ । (୪)

ସମତା ଏକତା ସୂତ୍ରେ
ସମସ୍ତଙ୍କୁ ବାନ୍ଧୀ,
କରିଲ ଦିଗଦର୍ଶନ
ଦେଇ ସତବୁଦ୍ଧୀ । (୫)

ସମତା,ବନ୍ଧୁତା, ନ୍ଯାୟ
ସ୍ବତନ୍ତ୍ରତା, ସଂହତି ,ଧମ୍ମ 
ଆଧାରକୁ ନେଇ
ରଚିଗଲ ସମ୍ବିଧାନ । (୬)

ଆଧୁନିକ ଭାରତବର୍ଷର
ତୁମେ ପ୍ରାଣ ପ୍ରତିଷ୍ଠାତା,
ବିଶ୍ବରେ ଜ୍ଞାନର ପ୍ରତୀକ ତୁମେ
ମହା ଓଜସ୍ବୀନୀ ବକ୍ତା । (୭)

ତୁମ ଲାଗି ଦେଶ-ଜାତି
ଗରବିତ ଧନ୍ଯ,
ତୁମେ ହେ ଆମ୍ବେଦକର
ଅତୁଲ୍ଯ ଅନନ୍ୟ । (୮)

କାନ୍ତ କମନୀୟ ଦରଦୀ ହୃଦୟ 
ଅନନ୍ୟ-ଅସାଧାରଣ,
କୋଟି ଜନତାର ପ୍ରାଣର ମହକ
ତୁମେ ଶୁଦ୍ଧ ଆକର୍ଷଣ । (୯)

ହେ ମହାମାନବ ଜ୍ଞାନି ବୋଧିସତ୍ୱ 
ପ୍ରେମେ କରୁଁ ତବ ଚରଣ ବନ୍ଦନ,
ସ୍ନେହାଶିଷ ଦେଇ ଘେନ ହେ ବାବା
ଆମରି ଶ୍ରଦ୍ଧା ସୁମନ ।।

  • ବେଣୁଧର ସୁରୁଜାଳ, ଶିକ୍ଷକ, ଉଳୁଣ୍ଡା, ସୁବର୍ଣ୍ଣପୁର