ଲାଲ୍…
ଲାଲ୍ ମାନେ କ୍ରାନ୍ତି
ଶୁଣିଛି କୁଆଡ଼େ ଦିନ ବାର ଦେଖି
କ୍ରାନ୍ତି ବି ମନାଏ ସଂକ୍ରାନ୍ତି.!

ତଥାପି
ଲିଭି ଯାଇନି ବିପ୍ଳବର ନିଆଁ
ଗଛ ପତର ସବୁ ସାଉଁଟି ଆଣିଛନ୍ତି ଲୋକେ
ନିଆଁ କୁ ଦେଖିବ ବୋଲି ଦୁନିଆଁ

କିନ୍ତୁ ପୁରୋହିତ.!
ସେ ନିଆଁକୁ କରିଛି ହୋମଜୁଇ;
ଜଳିବାର ଶକ୍ତି ଅଛି
ଜାଳିବାର ସାମର୍ଥ୍ଯ ନାହିଁ
ଅଛି ଖାଲି ଧୂଆଁ ଧୂଆଁ..

ସେ ଧୂଆଁ ରେ ଉଭେଇଗଲେ ଅନେକ ବିପ୍ଳବୀ
ନିୟମଗିରି ଡଂଗର ଶିଖରରୁ
ବସ୍ତରର ଘନଘୋର୍ ଜଂଗଳ ପର୍ୟ୍ଯନ୍ତ
ରକ୍ତରେ ଶପଥ ନେଇ
କ୍ରାନ୍ତି ର ଗୀତ ଗାଇ…

ଏ ଗୀତ
କାଲିକି ଯେ ହେଇଯିବ ଗାଥା
କାଲି ପୁଣି ଆସିବ ଟିଭିରେ
ଅମୁକ ମିଶ୍ର, ବେନାର୍ଜୀ, ଚାଟେର୍ଜି, ତଥା ଭୂମିହାର  ଜୀବିତ.!
ବିପ୍ଲବୀ ନେତା

ପୁଣି ଦେଖିବି ମୁଁ,
ତା’ କ୍ରାନ୍ତି ର ପ୍ରତିକ, ସେ ଲାଲ୍ ପଇତା..!

× × × × ×

ଏ ଶଳା ପଇତା ଟା
ଠିକ୍ ଏଣ୍ଡୁଅ ପରି
ମୁଣ୍ଡ ଗଣ୍ଡି ଚିହ୍ନି ତରକି ଥିବ;
ରଂଗ ଖୋଜିଲେ ଫେଲ୍ ମାରିବ….

* * * * *

  • କବି ଚନ୍ଦନ ନାଗ ଅସୁର, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ।
One thought on “ଲାଲ୍ ପଇତା”

Comments are closed.