କ୍ରାନ୍ତିଜ୍ୟୋତି ତମେ ଜ୍ୟୋତିବାରାଓ
ଶବ୍ଦରେ ନାହିଁ ତୁମପରି ବୀର
ଶବ୍ଦରେ ନାହିଁ ତୁମପରି ଜ୍ଞାନୀ
ଶବ୍ଦରେ ନାହିଁ ତୁମପରି କ୍ରାନ୍ତିକାରୀ
ତୁମକୁ ପାଇ ମୁଁ କେତେ ଯେ ଆନନ୍ଦିତ
ଶବ୍ଦରେ ହୁଏତ ବିସ୍ତାର କରି ପାରିବିନି ।

ବ୍ରାହ୍ମଣବାଦୀ, ପୁରୁଷବାଦ ସମାଜେ
ଅସମ୍ଭବ ଥିଲା ନାରୀ ଶିକ୍ଷିତ ହେବାର,
ଲଢ଼ିଗଲ
ଶିକ୍ଷା, କଲମ, ଆତ୍ମସାମ୍ମାନ ସାଙ୍ଗେ ସାଙ୍ଗେ ଅଧିକାର
ଦେଇବାକୁ ନାରୀ କୁ ମୁକ୍ତି ର ଉପହାର
ଭାଙ୍ଗି ଦେଲ ବେଢ଼ି ମନୁସ୍ମୃତି ର ।
ନିଜ ସାଥି ସାବିତ୍ରୀବାଇ ଠୁ ଆରମ୍ଭ କରି,
ଶିକ୍ଷିତ ହେଲା ଏଇ ନାରୀ ସମାଜ
କରି ଦେଲ ତାକୁ ସକଳ କ୍ରାନ୍ତି ର ଆଧାର ।

ଅସ୍ପୃଶ୍ୟତା ର ଅନ୍ଧକାରରେ,
ନଥିଲା ଆମରି ଗତି ।
ନ ଥିଲା ମୁକ୍ତି , ଥିଲା ଅପମାନ
ସବୁ ଥିଲା ଏହି ବର୍ଣ୍ଣ-ବ୍ୟବସ୍ଥା ପାଇଁ
ତଥାପି ନହାରୀ, ନାରୀ ଗୁଲମି ରୁ ମୁକ୍ତି ଚାହିଁ
ଜଳେଇଲ ଶିକ୍ଷା ର ଅଲିଭା ଜ୍ୟୋତି
ହାତରେ ଧରାଇ ବହି-କଲମ, ଗଢି ଦେଲ ନୂଆ ନୀତି ।

ହାହାକାର ଖେଳୁ ଥିଲା ଏହି ସମାଜରେ
ଦଲିତ, ଶୋଷିତ ଲୋକଙ୍କର
ନୀଚ କାମକରି ଉଚ୍ଚଜାତି ଠାରେ
ଯାହା ବନେଇ ଦିଆ ଯାଇଥିଲା, ଏକା ମାଧ୍ୟମ ପେଟ ପୋଷିବାର ।

ନଥିଲା କାହାରି ଜ୍ଞାନ
କେମିତି ହେବେଶେ ଉଦ୍ଧାର
ସେହି ସମୟରେ ବିଦ୍ୟାଳୟ ଖୋଲି
ଆତ୍ମସମାନ୍ନଭରା ଜୀବନଟେ ଦେଇ
ଶୋଷଣ ରୁ କଲ ମୁକ୍ତି, ଶୁଦ୍ର ଅତିଶୁଦ୍ର ର ।

ଯେତେବେଳେ ଭାବେ ତମ ସଂଘର୍ଷ କୁ
ଆଶ୍ଚର୍ଯ୍ୟଚକିତ ହୁଏ ମୁଁ ,
ବ୍ରାହ୍ମଣ ବାଦୀ, ପୁରୁଷ ବାଦୀ ପରି ମରୁଭୂମି ରେ
କେମିତି ଉଦ୍ଭାସିତ ହେଲା ତୁମପରି ବିଜଟିଏ ।

ତୁମ ନାଁ ଧରି ଲଢ଼ିବା ପାଇଁ
ଆଗକୁ ଆସନ୍ତି କିଛି ସ୍ଵ-ଘୋଷିତ ଆମ୍ବେଦକରବାଦୀ
କିନ୍ତୁ କହନ୍ତି ସିନା,
ହେଲେ ପାଈଛି ମୁଁ ସେମାନଙ୍କୁ , ସମ୍ପୂର୍ଣ ପୁରୁଷବାଦୀ ।
କହନ୍ତି ସେ ବଡ ବଡ କଥା ସଭା ସମିତି ରେ
ହେଲେ କାମରେ ସେ କିଛି ନାହିଁ
ନିଜ ମାଆ, ଭଉଣୀ,ପତ୍ନୀ,ଭାଉଜ କୁ ଘରେ ସେ ପୁରାଇ
କରନ୍ତି ଆନ୍ଦୋଳନ ବାହାରକୁ ଆସି
ନାରୀଙ୍କର ମୁକ୍ତି ପାଇଁ ।

କେଜାଣି କୋଉ ନାରୀ କଥା କହନ୍ତି ସେମାନେ
ମୁଁ ଜେ ଜମା ବୁଝି ପାରେନି
ଆମ୍ବେଦକରବାଦୀ କହି ପୁରୁଷତ୍ୱବାଦର ବର୍ଣନା
କେମିତି କରିପାରନ୍ତି ୟେ ପରିକଳ୍ପନା ,
ମୁଁ ତ ଜମା ଭାବି ପାରେନି ।

କିନ୍ତୁ ତମ ଅବଦାନ ସବୁଠୁ ନିରଳ
ଆଜିର ଶିକ୍ଷିତ (ଯୁବପିଢ଼ି )ନାରୀ ପାଇଁ
ଚିରଦିନ ପାଇଁ ଉଦାହରଣ ତମେ
ପୁରୁଷତ୍ତାବାଦ ବିରୁଦ୍ଧ ସମାଜ ପାଇଁ ।

ତୁମ ସଂଘର୍ଷ, ତୁମ ଯୋଗଦାନ କୁ ଭାବିଲେ
ଛାତି ଆମର ଦୋହଲି ଫୁଲେ
ଶବ୍ଦର ଊର୍ଦ୍ଧରେ ତମେ ଜ୍ୟୋତିବା,
ତୁମେ ପରା ଆମ ସେହି ଆଲୋକର ବତୀ
କ୍ରାନ୍ତିକାରୀ ଜ୍ୟୋତିବାରାଓ ଫୁଲେ ।

— ନିକିତା କଣ୍ଟା