ଫିଙ୍ଗିଦେ
ସେ ରଙ୍ଗବିରଙ୍ଗର ମୂର୍ତ୍ତି,
ଧର୍ମର ଦସ୍ତାବିଜ କୁ ।
ତୋ ଜୀବନରେ ତାର
କିଛି ବି ମୂଲ୍ୟ ନାହିଁ ।
ସେସବୁ
ତତେ ଗୋଲାମ ବନେଇବାର
ଏକ ଯୋଜନାବଦ୍ଧ ଷଡଯନ୍ତ୍ର ।
କାଲି ଯିଏ ତତେ
ଧର୍ମର ପାଠ ପଢ଼ାଉଥିଲା
ସେ ଆଜି ଗୀତା ଛାଡି 
ଜୋତା ବିକୁଛି ।
ହବିଷ ଛାଡି ଆମିଷ ଖାଉଛି।।
ତୁ ନିର୍ବୋଧ ବୁଝି ପାରୁନୁ
ତୁ ତୋ କର୍ମକୁ ଆଦରି
ଖାଲି ଭାଗ୍ୟକୁ ଦେଉଛୁ ନିନ୍ଦା ।
ଆଉ କେତେ ଦିନ
ଧର୍ମର ସିକୁଳିରେ
 ହେବୁ ତୁ ବନ୍ଧା  ।।
 
ଆଜି ଧର୍ମର କବର ତଳେ ,
ପୋତି ହୋଇଛି ତୋ 
ପୂର୍ଵଜଙ୍କ ଇତିହାସ ।।
ଭୁଲିଯାଇ ନିଜର ସଂସ୍କୃତି
ପାଳନ କରୁଛୁ 
ହୋଲି ଦୀପାବଳୀ ଦଶହରା
 ବିଜୟ ଦିବସ ।।
 
ଯେଉଁ ଧର୍ମ ତୋ ପୂର୍ବଜଙ୍କ
ଲୁଟି ନେଲା
 ଶିକ୍ଷା ଶାସନ ସମ୍ପର୍ତ୍ତି,
ଲୁଟି ନେଲା ପେଟର ଦାନା ।।
କେଜାଣେ କାହିଁକି
ତା ପାଇଁ ଆଜି ଗର୍ବରେ 
ଉଡାଉ ବିଜୟର ବାନା ।।
 
ଆରେ ନିର୍ବୋଧ 
କେବେତୁ ବୁଝିବୁ ??
ତୋ ସରଳତାର 
ସୁଯୋଗ ନେଇ
ଏଠି ଆସ୍ଥା ନାଆରେ 
ଚାଲେ ବ୍ୟବସାୟ ଧନ୍ଦା ।
ଆଉ କେତେ ଦିନ ଧର୍ମର 
ଶିକୁଳିରେ ହେବୁ ତୁ ବନ୍ଧା ।।
 
ମନରେ ଭରିଛୁ
ପାପପୁଣ୍ୟ ସ୍ଵର୍ଗନର୍କ ଭୟ
ଧର୍ମର ଅଫିମ ତତେ
କରେ ବଶୀଭୂତ ।।
ଭୁଲି ଯାଇ ହିତାହିତ ଜ୍ଞାନ
ଧର୍ମ ନାଆରେ କରୁ 
କେତେ ଦଙ୍ଗା
କେତେ ରକ୍ତପାତ ।।
 
ଯିଏ ତତେ ଦିଏ
ଧର୍ମର ଶିକ୍ଷା,
ତାଙ୍କ ପିଲା ଯା’ନ୍ତି 
ସ୍କୁଲ କଲେଜ ଟିଉସନ ।।
ହେଲେ ତୁ ନିତି ଭାବୁ 
ତୀର୍ଥବ୍ରତ କଥା ,
ତୋ ପିଲାକୁ ଶୁଣାଉ
ଭଜନ କୀର୍ତ୍ତନ ।।
 
ଆରେ ନିର୍ବୋଧ
କେବେତୁ ବୁଝିବୁ
ତୋ ପିଲାଛୁଆ ପାଇଁ ନାହିଁ
ଖାଇବାକୁ ଦାନା
ପିନ୍ଧିବାକୁ କନା ,
ହେଲେ ମନ୍ଦିର ହୁଣ୍ଡିରେ
ନିତି ହେଉଛୁ ଚାନ୍ଦା ।
ଆଉ କେତେ ଦିନ ଧର୍ମର 
ଶିକୁଳିରେ ହେବୁ ତୁ ବନ୍ଧା ।।
 
*****
ଅଶ୍ବିନି କୁମାର
ସହକାରୀ ଶିକ୍ଷକ
ଝରିଗାଁ ନବରଙ୍ଗପୁର