ଡୁଗ୍ରୁ ବଏଲା ସୁନ୍ ବୋ ଦଦା
ପଞ୍ଚେତ୍ ଭୋଟ୍ ଆଏଲା
ଭୋଟ୍ ଗୁଟ୍ କ ବଡା ଦାମ୍
ବାବୁର୍ ମା ତ କହେଲା ।।
ଇ କଥାକେ ସୁନି ପାଏସି
ହଲଧର୍ ଠିକାଦାର୍
ଭୋଟ୍ ଗୁଟେ  ବଡ୍ କଥା କେଁ
ପଏସାଥି କାର୍-ବାର୍ ।।
ଦେଖୁଲୁ କିନି ଗଲା ବଛର୍
ଦୁସେଇ ଦେଲି ଟକାଁ
ପାଠୁଆ ସଭେ ହାରିଗଲେ
ମୁରୁକ୍ ପାଏଲା ମୈାକା ।।
ଇଥରକା ଦେଖୁବୁ
କେନ୍ତା କରମି ଖେଲ୍
ତେଲର୍ ଉପରେ ତେଲ୍ ପକାମି
ନିର୍ଦୁଷେ ଜିବେ ଜେଲ୍ ।।
କେନେ ଥିଲା ମକାରୁ ପିଲା
ନରଦି ଆୟେଲା ପାସ୍ କେ
ସରପଞ୍ଚ ଥି ଠିଆ ହେମି ବୋ
ତମକେ କଲି ଆସାଟେ ।।
ପାଠ୍ ନାଇଁ ପଢ଼ି କଂଚା ମୁରୁକ୍
ଲେଖା ପଢା ନାଇଁ ଜାନେଁ
ସବୁ ତମେ ମାଲିକ୍ ହେବ
ଚଲମି ତମର ମନେ ।।
ହଲଧର୍ ବଏଲା ଦେକ୍ ତନେ
ସରପଞ୍ଚ କରମି ମୁଇଁ
ମୋର ବୁତେ ଚଲବୁ ହେଲେ
ମୂନୁଷ ହେବୁ ତୁଇ ।।
ଡୁଗୁରୁ ବଏଲା ମୁରୁକ୍ ଟା
କେନ୍ତା ହେବା ସରପଞ୍ଚ
ଲୁକେ ଫେର୍ ଭୋଟ୍ ଦେଲେତ
ହେବେ ଦେଖ କଚ୍-କଚ୍ ।।
ମକାରୁ ବଏଲା ଛେଲ୍-ମେଢି କରି
ବିକିମି ପିଲେ ଦେଖ
ଜେନ୍ତା ହଉ ସରପଞ୍ଚ ଥି
ଭୋଟ୍ ଦେଇକରି ଜିତ ।।
ମଦ୍ ପିଆମି କୁକୁରା ଦେମି
ମାରମି ଗର୍ରା ବୁକା
ମୁଇଁ ସିନେ ସୁଇନ୍ ଟିକ୍ରା
ଠିକାଦାର୍ ଦେବା ଟଂକା ।।
ମଦର୍ ଲାଗି ରାତେ କେ
ଭୋଟ୍ ଜାଏସି ବଦଲି
ଜିତଲା ଲୋଗ୍ ହାରି ଜାଏସି
ଭୋଟକେ ଦେସି କଧରି ।।
ହଲଧରର୍ ମନ୍ କେଡେ ଗହକି
ମୁରୁକ୍ ସରପଞ୍ଚ ହେଲା
ସବୁ ଟଂକା ତ ମୋର ହାତେ।
ଟିପଚିନ୍ ଦେ ବଏଲେ ଦେଲା ।।
ଏତେ କଥା ସୁନି କରି ଡୁଗ୍ରୁ
 ମୁଡେ ଦେଲା ହାତ୍
ମୁରୁକ୍ ଟା ସରପଞ୍ଚ ହେଲା
 ମାରବେ ସଭେ ଲାତ୍ ।।
କବି :- ଓମପ୍ରକାଶ ଛତ୍ରିଆ (ବୁନୁ )M.Phil, B.Ed, ଗାଁ:- ବବଜା ,ସର୍ଗାଡ, ଲୋଇଶିଙ୍ଗା ମୋ :- ୮୧୪୪୧୫୩୧୧୭

କବିତା ,ଗଳ୍ପ ,ଗିତ , କ୍ଷୁଦ୍ର ଉପନ୍ୟାସଃ ଇତ୍ୟାଦି ଲେଖା ମାଧ୍ୟମରେ ସମାଜର ବାସ୍ତବିକ ଚରିତ୍ର ତଥା ଏହାର ରାଜନୈତିକି ବାସ୍ତବିକତା କୁ ଚରିତ୍ର ଦେବା ତାଙ୍କୁ ଖୁବ ପସନ୍ଦ ।

ଏହି କବିତା କୋଷଳୀ/ସମ୍ବଲପୁରୀ ଭାଷା ରେ ଲିଖିତ । ସ୍ଵତନ୍ତ୍ର ଲିପି ଅଭାବ ଯୋଗୁଁ ଓଡିଆ ଲିପି ଆଶ୍ରୟ ଲୋଡିଛୁ । ତେଣୁ ଶବ୍ଦ ସଂଯୋଜନ ରେ ତ୍ରୁଟି ରହିପାରେ ।