Kalinga Mitra Trust

କଳିଙ୍ଗ ମିତ୍ର ଓଡିଶାରେ ୨୦୦୬ ମସିହାରୁ ଦଳିତ, ଆଦିବାସୀ ତଥା ପଛୁଆଁ ବର୍ଗ ଙ୍କ ସମସ୍ୟା କୁ ନେଇ ସମାଜରେ କାର୍ଯ୍ୟ କରୁଅଛି I ୨୦୧୨ ରୁ କଳିଙ୍ଗ ମିତ୍ର ଗୋଟେ ରେଜିଷ୍ଟ୍ର ସଂଗଠନ ଅଟେ I ଓଡିଶାର ବିଭିନ୍ନ ବହୁଜନ ସମାଜ ତଥା ବିଭିନ୍ନ ରାଜନୈତିକ ମତ ରଖିଥିବା ଦଲିତ ଆଦିବାସୀ ମାନଙ୍କୁ ଗୋଟିଏ ଜାଗାକୁ ଆଣିବାର ପ୍ରୟାସ ମଧ୍ୟ କରୁଛି I କଳିଙ୍ଗ ମିତ୍ର ଯୁବ ସମାଜ ମଧ୍ୟରେ ଜାଗୃତି ଆଣିବା ପାଇଁ କାର୍ଯ୍ୟରତ I କଳିଙ୍ଗ ମିତ୍ର ସମାଜ ରେ ବୌଦ୍ଧ ଧମ୍ମ ତଥା ସାଂସ୍କୃତିକ ପରିବର୍ତନ କରିବାରେ ମୁଖ୍ୟ ଭିମିକା ଗ୍ରହଣ କରୁଛି I

କଳିଙ୍ଗ ମିତ୍ର ତରଫ ରୁ ଆମେ କହିବାକୁ ଚାହୁଁ ଯେ ବର୍ତମାନ ଭାରତୀୟ ଲୋକତନ୍ତ୍ର ଗୋଟ ଦୟନୀୟ ପରିସ୍ଥିତି ରେ ଗତି କରୁଛି I ଲୋକତାନ୍ତ୍ରିକ ସଂସ୍ଥା ଗୁଡିକ ନିଜ ଅସ୍ତିତ୍ୱ ତଥା ସ୍ଵୟତ୍ୱ  ହଜେଇବାରେ ଲାଗିଛନ୍ତି I ବିଜେପିର ୨୦୧୪-୧୯ ର ଶାସନ ଦ୍ୱାରା ଲୋକତନ୍ତ୍ର ର ହତ୍ୟା ହୋଇଚାଲିଛି I ଦଲିତ, ଆଦିବାସୀ, ତଥା ଅଳ୍ପସଂଖ୍ୟକ ସମୁଦାୟ ମାନଙ୍କ ଉପରେ ହିଂସା ଓ ଅତ୍ୟାଚାର  ବଢିବାରେ ଲାଗିଛି I ଓଡିଶାରେ ଜାତି ଅତ୍ୟାଚାର ଦଳିତ ଓ ଆଦିବାସୀ ଙ୍କ ଉପରେ ବହୁ ପରିମାଣରେ ବଢୁଛି I ବିଜେଡି ସରକାର ର ୧୯ ବର୍ଷ ର ଶାସନ ରେ ଓଡିଶାର ଦଶା ଓ ଦୁର୍ଦଶା ସେପରିକା ରହିଛି I ଭାରତର ୧୪ ଟି ଗରିବ ରାଜ୍ୟ ମଧ୍ୟ ରେ ଓଡିଶା ର ସ୍ଥାନ ଦ୍ଵିତୀୟ ସ୍ଥାନରେ I ଓଡିଶାରେ ୪୦ ପ୍ରତିଶତ ଗରିବ ଲୋକ ବସତିସ୍ଥାପନ କରୁଛନ୍ତି, ଯାହାକି ଜାତିୟସ୍ତରରୁ ବହୁତ ଅଧିକ I ପ୍ରତ୍ୟୋକ ମୁହୁର୍ତ ରେ ଦଲିତ ମାନଙ୍କ ଉପରେ, ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର ହେଉଛି I ଛୁଆଁ  ଅଛୁଆଁ ଭେଦ ଭାବ ଏବେ ବି ବଜାୟ ରହିଛି. ହେଲେ ବହୁ ପରିମାଣରେ ଏହି ଘଟଣା ଗୁଡିକକୁ ମିଡିଆ ରିପୋର୍ଟ କରେନି I ୨୦୧୨ ରେ ୧୮୧୬ ଟି ଜାତି ଅତ୍ୟାଚାର ର ଘଟଣା ଦଳିତ ଙ୍କ ଉପରେ ହେଇଛି, ଏହି ମସିହାରେ ୬୮୮ ଟି ଏମିତି ଘଟଣା ଆଦିବାସୀ ମାନଙ୍କ  ବିରୋଧରେ ଘଟିଥିଲା I ଏହି ସଂଖ୍ୟା ୨୦୧୫ ରେ ବଢିକୀ ୨୫୦୪ ରେ ପହଂଚିଛି I ୨୦୧୭ ରେ ୧୯୨୯ ଟି ଘଟଣା ରିପୋର୍ଟ ହୋଇଛି; ଏପରିକା ଜାତି ଅତ୍ୟାଚାର ବହୁ ପରିମାଣରେ ଘଟୁଛି ହେଲେ ଓଡିଶାରେ ଏହା ରିପୋର୍ଟ ହୋଉନୀ ତଥା ଓଡିଶା ସରକାର ମୌନବ୍ରତ ପାଳନ କରୁଛି I ଏହି ଘଟଣା ମାନଙ୍କ ସାମିଲ ହୋଇଛି ବଳାତ୍କାର, ସାମୁହିକ ବଲାତ୍କାର, ମୃତ୍ୟୁ, ଘର ପୋଡିବା, ସାମୁହିକ ଚଢାଉ, ଲଂଗଳା କରି ପିଟିବା, ଏବଂ ଅନେକ ଅମାନବିୟ ଅତ୍ୟାଚାର I ଓଡିଶା ସମାଜିକ ନ୍ୟାୟ ମନ୍ତ୍ରାଳୟ, ଓଡିଶା ର ଗୋଟେ ରିପୋର୍ଟ ଯାହା ୨୦୧୩ ରେ ବାହାର କରାଯାଇଥିଲା, ଏହି ରିପୋର୍ଟ ରୁ ଜଣା ଜାଏଯେ ୯୦୦୦ ରୁ ଉର୍ଧ କେସ୍ ପେଣ୍ଡିଙ୍ଗ ହେଇକୀ ରହିଛି. ଅର୍ଥାତ ଦଳିତ, ଆଦିବାସୀ ମାନଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳୁନି I

କଣ ଯାହା ବି ସମସ୍ୟା ରହିଛି, ଏହି ବ୍ରାହ୍ମଣବାଦୀ ବିଜେଡି, ବିଜେପି, ଓ କଂଗ୍ରେସ ନିରାକରଣ କରିପାରିବ? ସିଧା ସିଧା ଉତ୍ତର ହେଉଛି ବ୍ରହ୍ମଣବାଦୀ ପାର୍ଟି ତଥା ଉଚ୍ଚ ଜାତି ସମାଜର ଲୋକେ କେବେ ଚାହାନ୍ତି ନି କି ଜାତି ପ୍ରଥା ର ନିର୍ମୁଳନ ହେଉ ଓ ଅତ୍ୟାଚାର ବନ୍ଦ ହୋଉ I

ଏହି ପରିସ୍ଥିତିରେ କଳିଙ୍ଗ ମିତ୍ର ବହୁଜନ  ସମାଜ ( SC, ST, OBC, Minority) କୁ ଆବାହନ କରୁଛି କି ସମୟଟା ଆସିଯାଇଛି ଆମେ ନିଜ ଅଧିକାର ପ୍ରତି ତଥା ନିଜ ମିତ୍ର କିଏ ତଥା ନିଜ ଶତ୍ରୁ କିଏ ଜାଣିବା ଜରୁରୀ I ଦଳିତ ଆଦିବାସୀ ତଥା ଅଳ୍ପ ସଂଖ୍ୟକ ସମାଜକୁ ଗୋଟେ ଜାଗାକୁ ଆସି ଲଢେଇ କରିବାକୁ ପଡିବ ଆଉ ନିଜ ପ୍ରାର୍ଥୀ ମାନଙ୍କୁ ଭୋଟ ଦେଇ ଜୟଯୁକ୍ତ କରେଇବାକୁ ପଡିବ I ଓଡିଶାରେ ବିଜେଡି ବହୁଜନ ସମାଜକୁ ବର୍ଷ ବର୍ଷ ଧରି ଶାସନ କରି ଗୁଲାମ ବନେଇକି ରଖିଛି I ଭାରତୀୟ ରାଜନୀତିରେ କଂଗ୍ରେସ ଓ ବିଜେପି ଏମିତି ଶାସନ କରି ଆମ ବହୁଜନ ସମାଜକୁ  ରାଜନୈତିକ ଗୁଲାମ ବନେଇ କି ରଖିଛି I କଳିଙ୍ଗ ମିତ୍ର ୨୦୧୯ ନିର୍ବଚନ ରେ ନିଜ ସହଯୋଗ ବହୁଜନ ସମାଜ ପାର୍ଟି କୁ ପ୍ରଦାନ କରୁଛି ଓ ଆବାହନ କରୁଛି ସବୁ ବହଜନ ସମାଜର ଲୋକଙ୍କୁ, ସେମାନେ ମଧ୍ୟ ନିଜ ଦଳକୁ ଜାଣି ଭୋଟ ଦିଅନ୍ତୁ I

କଳିଙ୍ଗ ମିତ୍ର କାହିଁକି ବିଏସପି କୁ ସହଯୋଗ କରୁଛି

୧. ବାବାସାହେବ କହିଥିଲେ ବିନା ଶାସନ ରେ ଆମ ଲୋକଙ୍କ ଅସୁବିଧା ର ପରିବର୍ତନ ହୋଇ ପାରିବ ନାହି I ବହୁଜନ ଆନ୍ଦୋଳନ ଯାହା ମାନ୍ୟବର କାଂସିରାମ ଦ୍ୱାରା ସାରା ଭାରତରେ ପ୍ରଚାର ହୋଇଥିଲା, ଏହି ଆନ୍ଦୋଳନ ଦେଶର ଦଳିତ, ଶୋଷିତ ତଥା ନିଷ୍ପେସିତ ସମାଜକୁ ଗୋଟିଏ ଆଶା ର ସ୍ୱର ପ୍ରଦାନ କରିଥିଲା I ଏହା ଦେଶର ଦଳିତ, ଆଦିବାସୀ ତଥା ପଛୁଆଁ ବର୍ଗ ର ସମାଜ ରେ ଆତ୍ମସମ୍ମାନର ଆଶା ଭରି ଦେଇଥିଲା I ଏହି ଆନ୍ଦୋଳନକୁ ଭଉଣୀ କୁମାରୀ ମାୟାବତୀ ଆଗକୁ ବଢେଇଛନ୍ତି I ନିଜ ଆତ୍ମ ସମ୍ମାନ ପାଇଁ ଆମେ ବି.ଏସ୍. ପି କୁ ଶାସନ ରେ ଆଣିବା ଦରକାର I ଆମ ଆନ୍ଦୋଳନ ଗୋଟେ ଆତ୍ମସମ୍ମାନ ତଥା ଆମେ ବି ମଣିଷ କହିବାର ଅଧିକାର ପାଇଁ ଅଟେ I ବିଜେପି ସରକାର ର ଶାସନ ରେ ତଥା କଂଗ୍ରେସ ର ଶାସନରେ ଦଳିତ, ଆଦିବାସୀ ସମାଜ ସହିତ ଓ ତାଙ୍କ ଆତ୍ମସମ୍ମାନ ସହିତ ମଜାକ୍ କରିଛନ୍ତି I କେନ୍ଦ୍ର ରେ ନିଜ ସରକାର ଗଠନ ହେଲେ ନିଶ୍ଚିତ ଭାବରେ ଯେଉଁ ପ୍ରକାରର ଅତ୍ୟାଚାର ବଢିଚାଲିଛି ତାହା କମ ହେବ I

୨. ବିଜେପି ଶାସନ ରେ ସମ୍ବିଧାନକୁ ଜଳେଇବା, ସମ୍ବିଧାନକୁ ପରିବର୍ତନ କରିବା ଘଟଣା ସାମନା କୁ ବାରମ୍ବାର ଆସିଛି, ଏହି ପରିସ୍ଥିତି ରେ ବିଏସପି ହିଁ ଗୋଟିଏ ଜାତୀୟ ପାର୍ଟି ଯାହା ସମ୍ବିଧାନ ର ସୁରକ୍ଷା କରିପାରିବ I

୩. ୨୦୧୪- ୨୦୧୯, ଏହି ପାଞ୍ଚ ବର୍ଷରେ ଜଣାଗଲା ଯେ ଏହି ଦେଶର କାନୁନ କୁ ନିଜ ହିସାବ ରେ କାରୁ-କାର୍ଯ୍ୟ କରେଇବାରେ ବିଜେପି ସରକାର ଓ ଆର୍.ଏସ୍.ଏସ୍, ବଜରଂଗ୍ ଦଳ ମାନେ ଲାଗିଛନ୍ତି, ଆଇନ କୁ ମାନୁ ନାହାନ୍ତି I ବି.ଏସ୍. ପି ଶାସନ ରେ ସମ୍ବିଧାନ ଓ କାନୁନ ବ୍ୟବସ୍ଥା ସବୁଠୁ ଭଲ ଭାବରେ କାରୁ କାର୍ଯ୍ୟ ହୋଇଥିଲା I ଏହା ଦେଶରେ ହେଉଥିବା ମୁସଲମାନ, ଦଳିତ, ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର କୁ ଶେଷ କରିବ I

୪.  କଂଗ୍ରେସ, ବିଜେପି ବର୍ଷ ବର୍ଷ ଧରି ଦେଶକୁ ଶାସନ କରି ଆସିଛି ହେଲେ ଦେଶର କୋଣସି ଆମୁଳଚୁଳ ପରିବର୍ତନ ହୋଇ ନି I ବି.ଏସ୍.ପି ଯାହା ଏହି ଦେଶର ବହୁ ଲୋକଙ୍କୁ ନେତୃତ୍ବ କରୁଛି, ସେ ନିଶ୍ଚିତ ଭାବରେ ଦେଶକୁ ଗୋଟେ ଭଲ ନେତୃତ୍ୱ ଦେଇ ପାରିବ I

୫. ବିଜେପି, କଂଗ୍ରେସ ପଇସାର ଲୋଭ ଦେଖେଇ ଭୋଟ ମାଗନ୍ତି ହେଲେ ମାୟାବତି ରୋଜଗାର, ସମାନତା, ଓ ଦେଶର ଲୋକତନ୍ତ୍ର ବଂଚେଇବାକୁ ନେଇ କି ଭୋଟ ମାଗୁଛନ୍ତି I

୬. ଏ ଦେଶର ପ୍ରଧାନ ମନ୍ତ୍ରୀ ୧୯୪୭ ମସିହାରୁ ଆଜି ପର୍ଯ୍ୟନ୍ତ ଉଚ୍ଚ ଜାତିର ହୋଇଛନ୍ତି; ସମୟ ଆସି ଯାଇଛି, ଜଣେ ଦଳିତ ଓ ମହିଳା ଏ ଦେଶର ଶାସନ ଭାରକୁ ଚଳେଇବାକୁ I ମାୟାବତୀ ସାରା ବିଶ୍ୱରେ ଲୌହ ମହିଳା ଭାବରେ ପରିଚିତ I ସେ ନିଶ୍ଚିତ  ଭାବରେ ଏହି ଦେଶ ପାଇଁ ଗୋଟେ ଲୋକତାନ୍ତ୍ରିକ ନେତୃତ୍ୱ ଦେଇ ପାରିବେ I

One thought on “ଓଡିଶା ୨୦୧୯ ନିର୍ବାଚନ ପାଇଁ, ‘କଳିଙ୍ଗ ମିତ୍ର’ ସମର୍ଥନ ବଢ଼ାଇଲା ବହୁଜନ ସମାଜ ପାର୍ଟି କୁ !”

Comments are closed.