Kajal Nayak transgender from BSP

ବିଭିନ୍ନ ଐତିହାସିକ ସମୟରେ ଅନେକ ମଣିଷ ସମୁଦାୟକୁ ବିତାଡିତ, ଶୋଷିତ ତଥା ସମାଜରୁ ବହିଷ୍କାର କରା ଯାଇଛି I ଇଉରୋପ ଏବଂ ଆମେରିକାର ଗୋରାମାନେ ଆଫ୍ରିକାବାସିଙ୍କୁ ଗୁଲାମ ବନେଇକି ଦୁନିୟା ରେ କିଣା ବିକା କରିଥିଲେ, ତାଙ୍କ ସମ୍ପତିକୁ କବ୍ଜା, ଏବଂ ସେମାନଙ୍କୁ ବହୁ ମାତ୍ରIରେ ହତ୍ୟା କରିଥିଲେ I ଏହା ମାନବୀୟ ଇତିହାସର ସବୁଠୁ ବଡ କ୍ରାଇମ ଅଟେ I ଏହା ଗୁଳାମି ବ୍ୟବସ୍ଥା ତଥା ରେସିଷ୍ଟ ନା ରେ ପରିଚିତ I

 ଯେତେବେଳେ ଏସିଆ ମହାଦେଶର ଇତିହାସର ପୃଷ୍ଠାକୁ ଆମେ ଖୋଲିକି ଦେଖୁ, ସେତେବେଳେ ଜଣାପଡେ; ଏସିଆ ମହାଦେଶ ମଧ୍ୟ ଗୋଟିଏ ଗୁଳାମି ବ୍ୟବସ୍ଥାକୁ ଜନ୍ମ ଦେଇଛି I ଏହି ବ୍ୟବସ୍ଥା ଜାତିବାଦ ତଥା ବ୍ରାହ୍ମଣବାଦ ନା ରେ ପରିଚିତ I ଭାରତୀୟ ସଭ୍ୟତା ଆଉ ଗୋଟିଏ ଅମାନବୀୟ ବ୍ୟବସ୍ଥାକୁ ଜନ୍ମ ଦେଇଛି ଏବଂ ତାହା ହେଉଛି ଲିଙ୍ଗ ନା ରେ ଭେଦଭାବ I ଜାତିବାଦ ତାର ଆରମ୍ଭର ମୁଖ୍ୟ ସ୍ରୋତ ଅଟେ I ଏହି ବ୍ୟବସ୍ଥା ଦ୍ୱାରା ମହିଳା, କିନ୍ନର ତଥା ସେ ସମୁଦାୟ ର ଲୋକଙ୍କ ଉପରେ ଅନ୍ୟାୟ କରିଛି ସମାଜ I

ସମାଜ ର ଯୋଉ ମଣିଷମାନେ ଶୋଷଣକାରି ତଥା ପ୍ରଚଳିତ ସଂସ୍କୃତିରୁ ବାହାରକୁ ଯାଇ ନିଜ ଇଛା ଓ ନିଜ ପରିଚୟ ଦେବାକୁ ଚାହିଁଥିଲେ, ସେମାନଙ୍କୁ ବ୍ରାହ୍ମଣବାଦୀ ସମାଜ ସମାଜରୁ ବାସନ୍ଦ କରିଦେଲା ସବୁ ଦିନ ପାଇଁ I ଏମିତି ଗୋଟିଏ ସମୁଦାୟ ହଉଛି କିନ୍ନର (Transgender) ନାଁରେ ପରିଚିତ I ଏହି ସମୁଦାୟକୁ ସମାଜରୁ ବାସନ୍ଦ କରିକି ରଖାଯାଇଛି ବର୍ଷ ବର୍ଷ ଧରି I ଏହା ଗୋଟିଏ ଭାରତୀୟ ସଭ୍ୟତାର କଳଙ୍କ ଅଟେ I କିନ୍ନର  ସମୁଦାୟର ଲୋକଙ୍କୁ ଭାରତୀୟ ନାଗରିକ ହିସାବରେ ଗଣନା କରା ଯାଏନି, ତାଙ୍କୁ କାମ ଦିଆ ଯାଏନି, ସମାଜରେ ରହିବାକୁ ଦିଆଯାଏ ନାହି, ଜମିର ଅଧିକାର ନାହି, ତଥା ସବୁ ସୁବିଧା ସୁଯୋଗରୁ ବାହାର କରିଦିଆଯାଏ I ଏହି ପରିସ୍ଥିତିରେ ଜଣେ  କିନ୍ନର ସମୁଦାୟର ଜଣେ ମହିଳା ଦିନ ପ୍ରତିଦିନ ପୂରୁଶବାଦୀ ତଥା ଜାତିବାଦୀ ସମାଜ ର ଯନ୍ତ୍ରଣା ସହି ଆଗକୁ ଆସି ଇଲେକ୍ସନ ଲଢ଼ିବା ଗୋଟିଏ ଐତିହାସିକ ଓ କ୍ରାନ୍ତିକାରୀ ପଦକ୍ଷେପ I କାଜଲ ନାୟକ ଯିଏକି କିନ୍ନର ସମୁଦାୟର ଆଵାଜ ରଖିବେ ଆସୁଥିବା ୨୦୧୯ ନିର୍ବାଚନରେ ଜଣେ ସମାଜ ସେବି, ଆନ୍ଦୋଳନକାରି ଅଟନ୍ତି I ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ କୋରେଇ ନିର୍ବାଚନ ମଣ୍ଡଳୀରୁ ବିଏସପି ତରଫରୁ ସେ ଇଲେକ୍ସନ ଲଢ଼ିବେ I ସେ ଯାଜପୁର କିନ୍ନର ସଂଘର ପ୍ରେସିଡେଣ୍ଟ ଅଟନ୍ତି I କାଜଲ ନାୟକଙ୍କ ନିର୍ବାଚନ ଲଢ଼ିବା ଓ ନିଜ ସମୁଦାୟ ତଥା, ଦଳିତ, ଆଦିବାସୀ ଓ ପଛୁଆଁ ବର୍ଗର ସ୍ୱରକୁ ଆଗକୁ ବଢେଇବା ଗୋଟିଏ ଐତିହାସିକ ନିର୍ଣ୍ଣୟ I ସେ ଓଡିଶା ଇତିହାସର ପ୍ରଥମ କିନ୍ନର ଯିଏକି ନିର୍ବାଚନ ଲଢ଼ିବେ I

*ନିର୍ବେଦ ଓଡିଶା ବ୍ୟୁରୋ