ସମଗ୍ର ବିଶ୍ବରେ ଅନେକ ଦେଶରେ ବିଭିନ୍ନ ପ୍ରକାର ସମସ୍ୟା ମାନ ରହିଛି । କେଉଁଠି ସାମାଜିକ ତ କେଉଁଠି ଆର୍ଥିକ, କେଉଁଠି ରାଷ୍ଟ୍ରୀୟ ତ କେଉଁଠି ଧାର୍ମିକ ଅବା ଆଉ କିଛି । ଏହି ସମସ୍ୟାକୁ ସମାପ୍ତ କରିବା ପାଇଁ ଅନେକ ସମାଜ ସଂସ୍କାରକ ତଥା ମହାମାନବ ମାନେ ସଂଘର୍ଷ କରିଛନ୍ତି ଓ ତାଙ୍କର ବିଚାରଧାରା ଆମ ମାନଙ୍କୁ ପ୍ରଦାନ କରିଛନ୍ତି । ସେହି ସମସ୍ତ ବିଚାରଧାରାକୁ ଅନୁଶୀଳନ କରି ଆମେ ସମାଜରେ ସଂଘର୍ଷ କରୁଛେ ଏବଂ ସମାଜର ସ୍ୱାର୍ଥ ହାସଲ ପାଇଁ ଅହରହ ଉଦ୍ୟମ କରୁଛେ । ପ୍ରତେକ ଦେଶର ସାମାଜିକ ବ୍ୟବସ୍ଥା ସମାନ ନୁହେଁ ଏବଂ ସେଠାରେ ମଧ୍ୟ ଅନେକ ଭିନ୍ନତା ପରିଦର୍ଶନ ହୁଏ । ଏହା ଆମକୁ ଜଣାଏ ଯେ, ୟୁରୋପୀୟ ଦେଶ ମାନଙ୍କର ସାମାଜିକ ବ୍ୟବସ୍ଥା ଭାରତର ସାମାଜିକ ବ୍ୟବସ୍ଥା ଠାରୁ ଅନେକେ ଭିନ୍ନ । ସାଧାରଣତଃ ୟୁରୋପୀୟ ସାମାଜିକ ବ୍ୟବସ୍ଥାରେ ଶ୍ରେଣୀ ଭେଦଭାବ ବହୁଳ ଥିଲା, ଅଥବା ୟୁରୋପୀୟ ଦେଶ ମାନଙ୍କର ସାମାଜିକ ପ୍ରଣାଳୀ ପ୍ରଗତିଶୀଳ ବା ପୁଞ୍ଜିପତି ମାନଙ୍କ ମାଲିକାନାରେ ପରିଚାଳିତ ହେଉଥିଲା । ସେଠାରେ ଥିବା ଶ୍ରମିକ ଶ୍ରେଣୀ (ସର୍ବହରା ବା ବୁର୍ଜୁଆ) ମାନଙ୍କର ଆର୍ଥିକ ଅସ୍ୱଚ୍ଛ ଓ ସାମାଜିକ ଶୋଷଣର ମାତ୍ରା ବହୁଗୁଣିତ ହେଉଥିଲା। ଶ୍ରମିକ ମାନଙ୍କର କୌଣସି ସାମାଜିକ ଅଧିକାର ନଥିବାବେଳେ ସେମାନଙ୍କ ଉପରେ ଶ୍ରାମାଧିକ କାର୍ଯ୍ୟ ସମ୍ପାଦନ ଓ ଶୋଷଣ ନୀତି ବିରୁଦ୍ଧରେ ପରବର୍ତ୍ତୀ ସମୟରେ ଜନ ଆନ୍ଦୋଳନ ସୃଷ୍ଟି ହେଲା । ମୋଟାମୋଟି ଭାବେ କହିବାକୁ ଗଲେ ୟୁରୋପୀୟ ସାମ୍ୟବାଦରୁ ହିଁ ମାର୍କ୍ସବାଦର ସୃଷ୍ଟି।

ଅନ୍ୟ ପକ୍ଷ୍ୟରେ ଯେତେବେଳେ, ଭାରତର ସାମାଜିକ ବ୍ୟବସ୍ଥା ଉପରେ ଦୃଷ୍ଟିଦେବା ତ’ ଭାରତୀୟ ସାମାଜିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବର୍ଣ୍ଣବ୍ୟବସ୍ଥା ତଥା ଜାତି ବ୍ୟବସ୍ଥାରେ ପରିପୂର୍ଣ୍ଣ ଯାହା ୟୁରୋପୀୟ ସାମାଜିକ ବ୍ୟବସ୍ଥା ଠାରୁ ଭିନ୍ନ ଓ ଅତ୍ୟନ୍ତ ଗନ୍ତବ୍ୟ। ଭାରତର ଜାତି ବ୍ୟବସ୍ଥା ଏବଂ ୟୁରୋପୀୟ ଶ୍ରେଣୀ ବ୍ୟବସ୍ଥାକୁ ଯଦି ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବା ତାହାଲେ ଜାଣିବା ୟୁରୋପୀୟ ଶ୍ରେଣୀ ବ୍ୟବସ୍ଥା ଠାରୁ ଭାରତର ଜାତି ବ୍ୟବସ୍ଥା ଅତି କଠୋର ବା ବିଶ୍ଵର ଅଷ୍ଟମ ଆଶ୍ଚର୍ଯ୍ୟ କୃତ୍ତି କହିଲେ ଅତ୍ୟୁକ୍ତ ହେବନାହିଁ । ଭାରତରେ ବର୍ଣ୍ଣବ୍ୟବସ୍ଥା ବିରୁଦ୍ଧରେ ତଥାଗତ ଗୌତମ ବୁଦ୍ଧଙ୍କ ଠାରୁ ଆରମ୍ଭ କରି ବାବାସାହେବ ଡ଼ଃ ଭିମରାଓ ଆମ୍ବେଦକରଙ୍କ ପର୍ଯ୍ୟନ୍ତ ଅନେକ ମହାପୁରୁଷ/ବୀରାଙ୍ଗନା ସଂଘର୍ଷ କରିଛନ୍ତି ଏବଂ ସେହି ଏକ କ୍ରାନ୍ତି ର ଧାରା ଚାଲିଆସିଛି । ଆଧୁନିକ ଭାରତ ବର୍ଷ(ବିଂଶ ଶତାବ୍ଦୀ)ରେ ଜାତିବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉଛି ମାତ୍ର ଏହାର ସମାପ୍ତ ହୋଇ ପାରି ନାହିଁ ବରଂ ଜାତିବାଦର ଅତ୍ୟାଚାର ବହୁଗୁଣିତ ମାତ୍ରାରେ ବୃଦ୍ଧି ପାଉଛି । ଯଦି ଇତିହାସ ଦେଖିବା,,”ବୁଦ୍ଧଙ୍କ ବର୍ଣ୍ଣବ୍ୟବସ୍ଥା” ବିରୁଦ୍ଧରେ ଲଢ଼େଇ ଫଳରେ ଭାରତୀୟ ସାମାଜିକ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସି ସାରିଥିଲା, ବର୍ଣ୍ଣବ୍ୟବସ୍ଥା ଲୋପ ପାଇ ଏକ ସମାନତା ଭିର୍ତ୍ତିକ ସମାଜ ଗଠନ ହୋଇଥିଲା । ପରବର୍ତ୍ତୀ ସମୟରେ ମୁଷ୍ଟିମେୟ ଶାସକଙ୍କ ଦ୍ଵାରା ସର୍ତ୍ତା ହାସଲ ଯୋଗୁଁ ପୁଣି ସମାଜରେ ବର୍ଣ୍ଣବ୍ୟବସ୍ଥା ବା ଜାତିବାଦ ସୃଷ୍ଟି କରାଯାଇଥିଲା ଓ ଏହା ବୁଦ୍ଧଙ୍କ କ୍ରାନ୍ତୀର ପ୍ରତିକ୍ରାନ୍ତୀ ଭାବେ ଜଣାଶୁଣା।

ଯଦି ଏବେ ପ୍ରତିକ୍ରାନ୍ତୀ ବିଷୟରେ ଆଲୋଚନା କରିବା ତାହାଲେ ଭାରତର ଜାତିବାଦ ହେଉଛି ସର୍ବ କଠିନ ଅତ୍ୟାଚାରିତ ପ୍ରତିକ୍ରାନ୍ତୀ ବ୍ୟବସ୍ଥାର ଫଳ, ଜାତିବାଦ ବ୍ୟବସ୍ଥା ଦ୍ୱାରା ସମାଜରେ ଅସମାନତା, ଅନ୍ଧବିଶ୍ୱାସ, କୁସଂସ୍କାର, ଅବୈଜ୍ଞାନିକ ତତ୍ୱ, ପିତୃସର୍ତ୍ତା ମୂଳକ ବ୍ୟବସ୍ଥା ଇତ୍ୟାଦି ରହିଛି । ଯାହା ଫଳରେ ସମାଜରେ ଉଚନିଚର ଭେଦଭାବ ରହିବା ସହିତ ଭାତୃଭାବର ଅଭାବ ରହୁଛି ଏବଂ ସର୍ତ୍ତା ମୂଳକ ସମାଜରେ ସାମାଜିକ ନ୍ୟାୟ ପ୍ରଦାନ କରିବାରେ ପାତର ଅନ୍ତର କରାଯାଉଛି । ଏହି ବ୍ୟବସ୍ଥାକୁ ଭାରତୀୟ ସମାଜର ଉଚ ଜାତିରେ ଆସନ ଗ୍ରହଣ କରିଥିବା ଉଚ ବର୍ଗୀୟ (ବ୍ରାହ୍ମଣବାଦୀ) ବ୍ୟବସ୍ତା କୁ ଜୀବିତ ରଖିବା ପାଇଁ ଚାହୁଁଛନ୍ତି ଏବଂ ଏଥିପାଇଁ ପ୍ରତିକ୍ରାନ୍ତୀର ହତିଆର ଭାବେ ମାର୍କ୍ସବାଦକୁ ଚତୁରତାର ସହିତ ନିଜ ଅଧିନକୁ ନେଇଛନ୍ତି । “ଏଠାରେ ପଷ୍ଠ ଭାବେ ସୂଚାଇ ଦେଉଛି ଯେ ଆଜିର ଦିନରେ ଭାରତ ବର୍ଷରେ ଯେଉଁ ମାର୍କ୍ସବାଦ ବିଚାର ଧାରାକୁ ଯେଉଁମାନେ ପରିଚାଳିତ କରୁଛନ୍ତି ସେମାନେ ସମସ୍ତେ ଜାତିବାଦର ନିରବ ସମର୍ଥକ!!!” ଅଥବା ଯଦି କୌଣସି ସଚେତନ ନାଗରିକ କହିବ ମୁଁ କୌଣସି ଜାତି ବ୍ୟବସ୍ଥାକୁ ସ୍ୱୀକାର କରେ ନାହିଁ ତା’ ସ୍ୱାଗତ ଯୋଗ୍ୟ କିନ୍ତୁ କେବଳ ଜାତି ବ୍ୟବସ୍ଥାକୁ ଅସ୍ବୀକାର କରିଲେ ସମାଜର କୌଣସି ପରିବର୍ତ୍ତନ ଆସିବ ନାହିଁ ଏଥିପାଇଁ ଜାତି ବ୍ୟବସ୍ଥା ବିରୁଦ୍ଧରେ ଲଢ଼େଇ କରିବା ଉଚିତ୍ ନଚେତ ଜାତି ବ୍ୟବସ୍ଥାକୁ ଅସ୍ବୀକାର କରୁଥିବା ବ୍ୟକ୍ତି ହିଁ ଜାତିପ୍ରଥାର ନିରବ ସମର୍ଥକ ଭାବେ ପରିଗଣିତ ହେବେ।

ଭାରତରେ ସାମ୍ୟବାଦକୁ ଯେଉଁମାନେ ବୁଝନ୍ତି ଓ ପୁଞ୍ଜିବାଦ ବିରୁଦ୍ଧରେ ଯଦି କୌଣସି ବ୍ୟକ୍ତି ସମୂହ ଲଢ଼େଇ କରୁଛନ୍ତି ତାହାଲେ ସେମାନେ ହେଉଛନ୍ତି ଏ ଦେଶର ଜାତି ବ୍ୟବସ୍ଥାରେ ପିଡ଼ିତ ଥିବା ବର୍ଗ ବା ଏ ଦେଶର ଅନୁଶୂଚିତ ଜାତି, ଜନଜାତି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ସମାଜର ଲୋକ କିନ୍ତୁ ସାମ୍ୟବାଦର ଜନକ କାର୍ଲ ମାର୍କ୍ସଙ୍କୁ ନିଜ ରାଜନୈତିକ ଫୋଟୋ ଚିତ୍ର ଭାବେ ଗ୍ରହଣ କରୁଥିବା ଏ ଦେଶର ଜମିଦାର ମାନେ କେବେ ମାର୍କ୍ସବାଦକୁ ଗ୍ରହଣ କରନ୍ତି ନାହିଁ । ମୁଁ ଜମିଦାର ଏଠି ସେଇ ମାନଙ୍କୁ କହୁଛି ଯେଉଁମାନେ ବ୍ରାହ୍ମଣବାଦୀ ବ୍ୟବସ୍ଥାର ନିରବ ସମର୍ଥକ ବା ବାମପନ୍ଥୀ । ଯେଉଁମାନଙ୍କ ପାଇଁ “କାର୍ଲ ମାର୍କ୍ସ” ରାଜନୈତିକ ନାରାବାଜିର ଶବ୍ଦ, ସେମାନେ କେବେ ମାର୍କ୍ସଙ୍କୁ ବୁଝନ୍ତି ନାଁ ମାର୍କ୍ସବାଦକୁ ଗ୍ରହଣ କରନ୍ତି । ଯଦି ଏ ଦେଶରେ କେଉଁମାନେ ମାର୍କ୍ସଙ୍କୁ ବୁଝନ୍ତି ଓ ମାର୍କ୍ସବାଦକୁ ଗ୍ରହଣ କରନ୍ତି ତ, ସେମାନେ ହେଉଛନ୍ତି ଏ ଦେଶର ଅବହେଳିତ ବର୍ଗ । ମାର୍କ୍ସ କଥାକଥିତ ଉଚବର୍ଗୀୟଙ୍କ ପାଇଁ ରାଜନୈତିକ ନାରାବାଜିର ଶବ୍ଦ ହୋଇ ଥାଇ ପାରନ୍ତି କିନ୍ତୁ ମାର୍କ୍ସ ଅବହେଳିତ ବର୍ଗୀୟଙ୍କ ପାଇଁ ସଂଘର୍ଷର ପ୍ରତୀକ କାରଣ ମାର୍କ୍ସ କହିଥିଲେ,,,”ଧର୍ମ ହେଉଛି ଅଫିମ ନିଶା” କିନ୍ତୁ ଏ ଦେଶରେ ମାର୍କ୍ସବାଦର ସ୍ୱର ଉତ୍ତୋଳନ କରୁଥିବା ଗୋଷ୍ଠିର ପ୍ରତିନିଧି ମାନେ ବିଶେଷ ଭାବରେ ଧର୍ମକୁ ପ୍ରାଧ୍ୟାନ ଦେଉଛନ୍ତି ଏଥିପାଇଁ ଖୁଲମ ଖୁଲା ଭାବେ ଧର୍ମ ସମ୍ବଦିୟ କାର୍ଯ୍ୟରେ ଲିପ୍ତ ରହୁଛନ୍ତି , ଆହୁରି ଯେଉଁମାନେ ଧର୍ମରୁ ସ୍ବାଧିନତାର ନାରା ଦେଉଛନ୍ତି ସେଇମାନେ ଧର୍ମ ସମ୍ବଦିଅ ବ୍ୟବସ୍ଥାକୁ ଜାବୁଡ଼ି ଧରିଛନ୍ତି।

ପୂର୍ବେ କହି ସାରିଛି ମାର୍କ୍ସବାଦ ଏବେ ଭାରତରେ ଉଚ ବର୍ଗୀୟ ଗୋଷ୍ଠିଙ୍କ ଦ୍ୱାରା ନିୟନ୍ତ୍ରଣ ହେଉଛି, ଯାହା ଫଳରେ ସେମାନଙ୍କ ଦ୍ୱାରା ଜାତିପ୍ରଥାକୁ ସୁରକ୍ଷିତ ରଖିବାର ପ୍ରୟାସ କରାଯାଉଛି । ଯଦି କିଛି ପ୍ରଶ୍ନ ମାଧ୍ୟମରେ ଏହାକୁ ଦେଖିବା, ଯେମିତିକି ଭାରତରେ ମାର୍କ୍ସବାଦୀ ମାନେ ବାସ୍ତବରେ କ’ଣ କରୁଛନ୍ତି ? ପୁଞ୍ଜିବାଦ,ବ୍ରାହ୍ମଣବାଦ,ମନୁବାଦ,ଜାତିବାଦ,ଲିଙ୍ଗଗତ ଭେଦଭାବ କିମ୍ବା ଅନ୍ୟ କୌଣସି ସାମାଜିକ ଅବ୍ୟବସ୍ଥା ବିରୁଦ୍ଧରେ ସଂଘର୍ଷ କରୁଛନ୍ତି କି ? ଯଦି ମାର୍କ୍ସବାଦୀ ମାନେ ସଂଘର୍ଷ କରୁଛନ୍ତି ତାହାଲେ ଏପର୍ଯ୍ୟନ୍ତ ଦେଶରେ କ’ଣ ପାଇଁ କ୍ରାନ୍ତି ଆସି ପାରିନି ? ଯଦି ଅନୁଧ୍ୟାନ କରିବା ଏମାନେ କଳେ-ବଳେ-କୌଶଳେ କେବଳ ବ୍ରାହ୍ମଣୀ-ରାଜନୈତିକ ସର୍ତ୍ତା ହାସଲ କରିବା ଉଦ୍ଵେଷରେ ଦେଶରେ ରାଜନୀତି କରୁଛନ୍ତି ଏବଂ ଏମାନଙ୍କର ସମାଜ ସଂସ୍କାର କରିବାରେ କୌଣସି ଉଦ୍ଦେଶ୍ୟ ନାହିଁ । ନିଜକୁ ମାର୍କ୍ସବାଦୀ ବିଚାର ରାଜନୈତିକ ଦଳର ପରିଚୟ ଦେଇ କହୁଥିବା ସିପିଆଇ(ଏମ୍) କେରଳ, ତ୍ରିପୁରା,ପଶ୍ଚିମବଙ୍ଗ ପରି ରାଜ୍ୟରେ କ୍ଷମତାକୁ ଆସି ପାରିଛି ଓ ଆସାମ, ରାଜସ୍ଥାନ, ବିହାର, ହିମାଞ୍ଚଳ ପ୍ରଦେଶ, ଓଡ଼ିଶା, ତାମିଲନାଡୁ, ମହାରାଷ୍ଟ୍ର ପରି ରାଜ୍ୟରେ ବିଧାନସଭାରେ ମଧ୍ୟ ପ୍ରବେଶ କରି ସାରିଛି, କିନ୍ତୁ ଦେଶରେ କ୍ରାନ୍ତି ଆଣିବାକୁ ତିଳେ ମାତ୍ର ଚେଷ୍ଟା କରି ନାହାନ୍ତି । ଯଦି କ୍ରାନ୍ତି ବିଷୟରେ ଆଲୋଚନା କରିବା ତାହାଲେ ଛାତ୍ରକ୍ରାନ୍ତିର ବିଷୟ ସର୍ବାଗ୍ରେ ଆସେ କାରଣ ବିଶ୍ଵରେ ଯେତେସବୁ ବିଦ୍ରୋହ ହୋଇଛି ସବୁ କ୍ରାନ୍ତି ଛାତ୍ରମାନଙ୍କ ଠାରୁ ହିଁ ସୃଷ୍ଟି ହୋଇଛି । ଯଦି ଦେଖିନେବା ଦେଶରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ମାନଙ୍କ ଗୁଡ଼ିକରେ ବାମପନ୍ଥୀ ଛାତ୍ର ସଙ୍ଗଠନ ମାନଙ୍କର ଏକତରଫା ଦବଦବା ରହିଛି’ ଜେଏନୟୁ,ହାଇଦ୍ରାବାଦ ୟୁନିଭର ସିଟି,ପଶ୍ଚିମ ବଙ୍ଗ ୟୁନିଭରସିଟି,ରାଜସ୍ଥାନ ୟୁନିଭର ସିଟି, ପଞ୍ଜାବ ୟୁନିଭରସିଟି ପରି ଅନେକ ଶିକ୍ଷାନୁଷ୍ଠାନ ମାନଙ୍କରେ ବାମପନ୍ଥୀ ଛାତ୍ର ସଙ୍ଗଠନ ତଥା ଆଇସା,ଏସଏଫଆଇ,ଡ଼ିଏସଏଫ ପରି ଛାତ୍ର ସଙ୍ଗଠନ ମାନ କ୍ଷମତା ହାସଲ କରିଛନ୍ତି କିନ୍ତୁ ଏମାନେ କେଉଁମାନଙ୍କ ସ୍ୱାର୍ଥରେ କାର୍ଯ୍ୟ ନିର୍ବାହ କରୁଛନ୍ତି?

ବାମପନ୍ଥୀ ଛାତ୍ରନେତା ମାନେ ଜାତିବାଦ,ପୁଞ୍ଜିବାଦ,ବ୍ରାହ୍ମଣବାଦ ବିରୁଦ୍ଧରେ ଲଢ଼ୁଛନ୍ତି ଓ ଲିଙ୍ଗଗତ ଭେଦଭାବ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି କିନ୍ତୁ ସେମାନଙ୍କ ସଂଘର୍ଷ କେବଳ ଗୋଟେ ନିଦିଷ୍ଟ ବର୍ଗକୁ ସମର୍ଥନ କରୁଛି ଅର୍ଥାତ ସେମାନଙ୍କର ଲୋଲୁପ ଦୃଷ୍ଟି କାଶ୍ମୀରରେ ନିଜ ସୁରକ୍ଷା ପାଇଁ ଲଢ଼ୁଥିବା ନାଗରିକଙ୍କ ଉପରେ ପଡ଼ୁଛି, ପୂର୍ବ-ଉତ୍ତର ଭାରତରେ ନିଜର ନାଗରିକତା ପାଇଁ ଲଢ଼େଇ କରୁଥିବା ନାଗରିକଙ୍କ ଉପରେ ପଡ଼ୁଛି,ବସ୍ତରଠାରୁ ନିୟମ ଗିରି ପର୍ଯ୍ୟନ୍ତ ଜଙ୍ଗଲ ଜମି ଜଳ ଅଧିକାର ପାଇଁ ଲଢ଼େଇ କରୁଥିବା ଆଦିବାସୀ ମାନଙ୍କ ଉପରେ ପଡ଼ୁଛି, ଏବଂ ଦେଶର ଅବହେଳିତ ଥିବା ଗରିବ, ଭୂମିହୀନ, ଶୋଷିତ ମାନଙ୍କ ଉପରେ ପଡ଼ୁଛି।ବାମପନ୍ଥୀ ଛାତ୍ର ମାନେ ଦୀର୍ଘଦିନ ଧରି ଶିକ୍ଷାନୁଷ୍ଠାନ ମାନଙ୍କରେ କ୍ଷମତାରେ ରହୁଛନ୍ତି କିନ୍ତୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଥିବା ଅବ୍ୟବସ୍ଥା ବିରୁଦ୍ଧରେ ମୁହଁ ଖୋଲୁ ନାହାଁନ୍ତି ଛାତ୍ରଛାତ୍ରୀ ସୁରକ୍ଷା, ଶିକ୍ଷାଦାତା ନିଯୁକ୍ତି ବିଷୟରେ ହେଉ କିମ୍ବା ଅନ୍ୟ କୌଣସି ବିଷୟ ବସ୍ତୁରେ ହେଉ ସେଥିରେ କେବଳ ଜାତି ଭିର୍ତ୍ତିକ ଦୃଷ୍ଠି ଭଙ୍ଗିରେ ଅଲୋକପାତ କରିଥାନ୍ତି । “କ୍ୟାମ୍ପସ୍ ମଧ୍ୟରେ ଲିଙ୍ଗଗତ ଭେଦଭାବ ବିରୁଦ୍ଧରେ ଓ ମହିଳାଙ୍କ ଅଧିକାର ଗଳା ଫଟା ଚିକ୍ତାର କରୁଥିବା ଏହି ଗୋଷ୍ଠି କେବେ ଭାୱଡ଼ି ଦେବୀ, କିରଣ ଦେବୀ, ଚିତ୍ରଲେଖାଙ୍କ ପରି ନାରୀଙ୍କ ବିଷୟରେ କୁହନ୍ତି ନାହିଁ କାରଣ ଏମାନଙ୍କ ମହିଳାବାଦୀ ସ୍ୱର କେବଳ ଉଚ ବର୍ଗୀୟ ମହିଳାଙ୍କ ସ୍ୱାର୍ଥ ପାଇଁ ଚିକ୍ତାର ଦେଇଥାଏ” । କମ୍ୟୁନିଷ୍ଟ ସାଶନାଧୀନ ରାଜ୍ୟ(କେରଳ)ରେ ସବୁଠାରୁ ଅଧିକା ଜାତିପ୍ରଥା ଓ ଇସଲାମ ଫୋବିଆ ଦେଖିବାକୁ ମିଳେ ଅଥବା ଯଦି କୌଣସି ମୁସଲମାନ ନିଜର ହକ ଅଧିକାର ବିଷୟରେ କୁହେ ତ’ ତାଙ୍କୁ କମ୍ୟୁନିଷ୍ଟ ଗୋଷ୍ଠି କମ୍ୟୁନାଲ ଦୃଷ୍ଟି ଭଙ୍ଗିରେ ଦେଖନ୍ତି ଏବଂ କେରଳ ପରି ରାଜ୍ୟରେ ଆଜିର ଦିନରେ ଜେଲରେ ଅଧିକ ସଂଖ୍ୟାରେ ମୁସଲମାନ ମାନେ ବନ୍ଦୀ ଜୀବନ କାଟୁଛନ୍ତି ଓ ଜାତିବାଦର ଅନେକ ଖବର ଦେଖିବାକୁ ମିଳିଥାଏ।

ଯେହେତୁ କମ୍ୟୁନିଷ୍ଟ ବିଚାର ଧାରା ଏ ଦେଶର ବ୍ରାହ୍ମଣବାଦୀ ମାନଙ୍କ ହାତରେ ପରିଚାଳିତ ହେଉଛି ଏଥିପାଇଁ ତାମଧ୍ୟରେ ବହୁଜନ ସମାଜର କୌଣସି ଉର୍ଣ୍ଣତି ଫଳପ୍ରଦ ହେଉ ନାହିଁ । ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭରସିଟିର ଆମ୍ବେଦକରବାଦୀ ଛାତ୍ର ରୋହିତ ଭେମୁଲା ନିଜର ଏକ ବାର୍ତ୍ତାରେ ଉଲ୍ଲେଖ କରିଥିଲେ “The Shift of my political identity form Marxism to Ambedkarism is a conscious move to build a new future on the foundation of a more humane and inclusive society” ଆଜି ରୋହିତ ଭେମୁଲାଙ୍କ ମୂର୍ତ୍ୟୁପରେ ତାଙ୍କର ନାଆଁ ନେଇ ଏବଂ ଫୋଟୋ ବ୍ୟାନରରେ ସ୍ଥାନ ଦେଈ ଦେଶରେ କ୍ରାନ୍ତି ପାଇଁ ଆୱାଜ ଉଠଉଥିବା ବାମପନ୍ଥୀ ଛାତ୍ର ସଙ୍ଗଠନ ମାନ ବହୁଜନ ସମାଜର ପ୍ରତିଭାକୁ ସମାପ୍ତ କରିବା ପାଇଁ ଉଦ୍ୟମ କରୁଛନ୍ତି, ଏଥିପାଇଁ କନ୍ହେୟା କୁମାର ପରିକା ଛାତ୍ରନେତାକୁ ସୃଷ୍ଟି କରାଯାଇଛି ଏବଂ ତାଙ୍କୁ ବହୁଜନ ସମାଜର ପ୍ରତିନିଧି ହିସାବରେ ଚିତ୍ରିତ କରି ଭୋଟ୍ ହାତେଇବାର ପ୍ରୟାସ କରାଯାଉଛି । “ଦେଖନ୍ତୁ ମୋର ଏହି ଲେଖା ଆସୁ ଆସୁ ସେ କଂଗ୍ରେସ କୁ ଡିଆଁ ମାରି ଦେଲେଣି, ଏହା ହେଉଛି ତାଙ୍କ ଅସଲ ଚରିତ୍ର”। ସତ୍ୟ ଏହା ଯେ କମ୍ୟୁନିଷ୍ଟ ଗୋଷ୍ଠି ମାନେ କେବେ ବହୁଜନ ସମାଜକୁ ପ୍ରତିନିଧି କରିବାକୁ ସୁଯୋଗ ଦିଅନ୍ତି ନାହିଁ ଏଥିପାଇଁ ଆଜି ପର୍ଯ୍ୟନ୍ତ ସେମାନେ ଜାତୀୟ ସ୍ତରୀୟ ଅନୁଶୂଚିତ ଜାତି କିମ୍ବା ଜନଜାତିର ନେତା ସୃଷ୍ଟି କରି ପାରିଲେ ନାହିଁ । ମାନ୍ୟବର କାଂସିରାମଙ୍କ ମତରେ “ବ୍ରାହ୍ମଣ ମାନେ ବହୁଜନ ସମାଜର ଲୋକଙ୍କୁ ଲାଲ ଝଣ୍ଡା ଧରାଇ ଦେଇ ନିଜେ ମଞ୍ଚ ଉପରେ ଯାଇ ବସି ପଡ଼ନ୍ତି” ତେଣୁକରି ସେମାନଙ୍କଠୁ ସାବଧାନ ! ମାର୍କ୍ସ ଓ ମାର୍କ୍ସବାଦୀ ମତକୁ କେବଳ ଏ ଦର୍ଶର ବହୁଜନ ମାନେ ଗ୍ରହଣ କରନ୍ତି ଓ କାର୍ଯ୍ୟରେ ଲଗାନ୍ତି କିନ୍ତୁ ଆତ୍ମ ଘୋଷିତ ମାର୍କ୍ସବାଦୀ ମାନେ କେବଳ ଆମ୍ବେଦକରବାଦକୁ ଚାପିବା ଉଦ୍ଧେଶ୍ୟରେ ପ୍ରତିକ୍ରାନ୍ତୀର ମାଧ୍ୟମ ବନେଇନେଇଛନ୍ତି । ବାବାସାହେବଙ୍କ ଦ୍ଵାରା ଲେଖିତ “Buddha or Karl Marx” ଲେଖା ପଠନ କଲେ ଜଣାପଡ଼େ ଯେ ଭାରତୀୟ ସମାଜ ପାଇଁ ବୁଦ୍ଧଙ୍କର ଧମ୍ମର ହିଁ ଆବଶ୍ୟକତା ଅଛି, ଯାହା ଅହିଂସା ମାଧ୍ୟମରେ ବିନା ରକ୍ତ ପାତରେ ସ୍ୱତନ୍ତ୍ରତା,ସମାମତା,ଉଦାରତା,ଭାତୃଭାବ ଓ ସାମାଜିକ ନ୍ୟାୟ ପ୍ରଦାନ କରି ପାରିବ ଏବଂ ବହୁଜନ ସାଶନ ପ୍ରତିଷ୍ଠା କରିପାରିବ।

  • ସୁଶୀଲ୍ କୁମାର ଭୋଇ, ଭୁବନେଶ୍ୱର- ୬୩୭୧୭୭୭୮୭୬.

One thought on “ଆମ୍ବେଦକରବାଦର ପ୍ରତିକ୍ରାନ୍ତୀ ଅସ୍ତ୍ର “ଭାରତୀୟ କମ୍ୟୁନିଷ୍ଟ” ନୁହେଁ ତ?”
  1. Socio , Economic, Political situation in India is very COMPLEX.
    Hinduism started from 2300 BC to 1500 BC after defeating the Indigenous Indians by the Aryas. Then, BUDHISM from 6th Century,
    then, the Christianity in 33 A D, Islam’s in 622 A D,the Europeans’ Colonial Power / Rule in Asian, North and South American Countries, Australia and New Zealand from 16th Century onwards, American Revolution War from 1775 to 1783, the French Revolution from 1789 to 1799, the BIRTH of Karl Marx in 1818, Lenin in 1870, Trotsky in 1879, WORLD WAR # 1 & 2 , the STOLEN Child ISSUE in Australia, Canada to be studied. The COMMUNIST USSR’ RISE to Super Power also be studied. The Literacy in Erstwhile Communist Countries is around 99 % whereas as per National Sample Survey Organisation of INDIA ( NSSO) is 18 % for ST Women. There is no LAND Rights to the SC COMMUNITY in Canada, Australia and Brazil etc. Mr EVO Morales, SC COMMUNITY became PRESIDENT of Bolvia from 2005 to cont. Another SC FELLOW from Mr Pedro Castillo became PRESIDENT of PERU ON 28th July, 2021 FIRST TIME. Mr EVO and Mr Pedro are Hard Core Communists. The ex Zimbawey PRESIDENT was Communist. He distributed 5 ACRES of land to each ST families like Mr EVO. Mr Julius Moslema from South Africa is also a hard core COMMUNIST and assuring the ST South Africans 5 ACRES of land.
    How the Spanish soldiers killed / executed the SC PEOPLE of SOUTH AMERICA about which all are aware of it.
    The ST people of NEWS ZEALAND ARE VERY CLEVER. They got the land right and Reservation in the Parliament in 1892 onwards , the way Dr AMBEDKAR was desiring ( Separate ST Constituencies ) and so on.
    THe Chinese Communist Party will LEAD the World by 2030. Their GDP is next to USA. INDIA’s GDP IS 17 % China for the YEAR, 2020…….

Comments are closed.